
** ShreeJagannatha Mandir **
** Parampara **
“ବସୁଧୈବ କୁଟୁମ୍ବକମ୍”
** ଶ୍ରୀଜଗନ୍ନାଥ ଦର୍ଶନ ବିଧି **
ପ୍ରଥମେ ସିଂହଦ୍ୱାର ଗୁମୁଟ ମଧ୍ୟରେ
ଦକ୍ଷିଣ ଭାଗରେ ଥିବା (1)୨୨ ଭୂଜ ନୃସିଂହ ,(2)ପତିତପାବନ ଦର୍ଶନ। ବାମ ଭାଗେ ଥିବା(୩)ମହାବୀର ଗଣେଶ ଆଦି ଦର୍ଶନ।(୪)୨୨ ପାହାଚ ରେ ଥିବା ଯମ ଶିଳା ଉପରେ ଠିଆହୋଇନୀଳଚକ୍ର ଦର୍ଶନ।(୫)ବାମ ଭାଗେ ଥିବାକାଶୀ ବିଶ୍ଵନାଥ ,ଶ୍ରୀ ରାମ ଚନ୍ଦ୍ର ,ନୃସିଂହ ଆଦି ଙ୍କୁ ଦର୍ଶନ।(୬)ବାଇଶି ପାହାଚ ଅତିକ୍ରମ।
କୂର୍ମ ବେଢ଼ା ପ୍ରବେଶ ପରେ ବାମ ଭାଗ ରୁ, ବେଢ଼ା ପରିକ୍ରମା ଆରମ୍ଭ। (୧)ସତ୍ୟ ନାରାୟଣ ଙ୍କ ଦର୍ଶନ। (୨)କଳ୍ପ ବଟ ମୂଳେ ଥିବା ବାଳ ମୁକୁନ୍ଦ, ଦର୍ଶନ।(୩)ହରି ସହଦେବ ମନ୍ଦିର(୪)ବଟଜଗନ୍ନାଥ(୫)ବଟ ଗଣେଶ ,(୬)ପଞ୍ଚ ମହାଦେବ ,(୭)ବଟ ମଙ୍ଗଳା(୮)କଳ୍ପବଟ ,(୯)ଇନ୍ଦ୍ରାଣୀ ମନ୍ଦିର ,(୧୦)କୁତ୍ତାମ ଚଣ୍ଡୀ ,(୧୧)ଅନନ୍ତ ଶୟନ ,(୧୨)ମୁକ୍ତି ମଣ୍ଡପ ,ମୁକ୍ତି ମଣ୍ଡପ ନିକଟସ୍ଥ(୧୩)ଆଦି ନୃସିଂହ ,(୧୪)ରୋହିଣୀ କୁଣ୍ଡ ,(୧୫)ବିମଳା ଠାକୁରାଣୀ,(୧୬)ସାକ୍ଷୀ ଗୋପାଳ,(୧୭)କାଞ୍ଚି ଗଣେଶ ,(୧୮)ନିଶା ନୃସିଂହ ,(୧୯)ନିଶାବରାହ(୨୦)ସରସ୍ଵତୀମନ୍ଦିର(୨୧)ଭୁବନେଶ୍ଵରୀ ଠାକୁରାଣୀ(୨୨)ଷଷ୍ଠୀ ଦେବୀ ,(୨୩)ନୀଳମାଧବ ,(୨୪)ବେଢ଼ା କାଳୀ ,(୨୫)ମହାଲକ୍ଷ୍ମୀ ମନ୍ଦିର ,(୨୬)ନବଗ୍ରହ ମନ୍ଦିର ,(୨୭)ସୂର୍ଯ୍ୟ ମନ୍ଦିର ,(୨୮)ନିଶା ତ୍ରିବିକ୍ରମ ,(୨୯)ଶ୍ରୀ ରାମ ଚନ୍ଦ୍ର ମନ୍ଦିର ,(୩୦) ହୟଗ୍ରିବ,(୩୧)ପାତାଳେଶ୍ୱର ମହାଦେବଙ୍କ ଦର୍ଶନ କରି
ସାତ ପାହାଚ ଦେଇ, ବଡ଼ ଦେଉଳ ର ନାଟ ମଣ୍ଡପ କୁ ପ୍ରବେଶ
ପ୍ରଥମେ ଗରୁଡ଼ ପଛ ଭାଗରୁ ,(୧)ଶିବ ଓ ବ୍ରହ୍ମା ଙ୍କୁ ଦର୍ଶନ କରି,(୨)ମହାପ୍ରଭୁଙ୍କ ଦର୍ଶନ।(୩)ଗରୁଡ ଖମ୍ୱ କୁ ଆଲିଙ୍ଗନ।
ନାଟ ମଣ୍ଡପ ମଧ୍ୟରେ ଥିବା, ସମସ୍ତ ଦେବତା ଙ୍କୁ ଦର୍ଶନ
ଜଗମୋହନ କୁ ପ୍ରବେଶ
ଜଗ ମୋହନ ନଣ୍ଡାବର୍ତ୍ତ ନିକଟରେ(୧)ଜୟ ବିଜୟ ଙ୍କୁ ନମସ୍କାର।ଜଗମୋହନ ମଧ୍ୟରେକୋଟି କୈବଲ୍ୟ ନାଥ(୨)ମହାପ୍ରଭୁ ଙ୍କୁ ଦର୍ଶନ
ବାହାର ଭଣ୍ଡାର ଘରେ(୩)ଦେବ ଦେବ ଲୋକନାଥ ,(୪)ଦେବୀ ଦୁର୍ଗା ,(୫)ଶୟନ ଦିଅଁ ଆଦି ଙ୍କୁ ଦର୍ଶନ।
ବେହରଣ ଦ୍ଵାର ଦେଇ ବାହାରକୁ ବାହାରି
ଦକ୍ଷିଣ ଘରେ(୬)ସମସ୍ତ ଚଳନ୍ତି ବିଗ୍ରହ ଙ୍କୁ ଦର୍ଶନ।
ଆନନ୍ଦ ରେ, ଆନନ୍ଦ ବଜାର ରେ ପ୍ରବେଶ(୧)ମହାପ୍ରସାଦ ସେବନ।(୨)ସ୍ନାନ ବେଦୀ, ଦର୍ଶନ।
ଉତ୍ତର ଭାଗରେ ଥିବା(୧)ଇଶାଣେଶ୍ୱର ମହାଦେବ ,(୨)ଶୀତଳା ଠାକୁରାଣୀ ,(୩)ମହାବୀର ,(୪)କୋଇଲି ବୈକୁଣ୍ଠ ଦର୍ଶନ।
ପଶ୍ଚିମ ଭାଗରେ ଥିବା(୧)କାନ ପତା ମହାବୀର ,(୨)ଚାରି ଧାମ ମନ୍ଦିର ,(୩)ନିଳାଦ୍ରୀ ଉପବନ ଏବଂ
** ଅବକାଶ **
ଅବକାଶ: ପୁରୀ ଶ୍ରୀଜଗନ୍ନାଥ ଓ ଅନ୍ୟାନ୍ୟ ଦେବତାଙ୍କ ଦିବସର ଯେଉଁ ନିର୍ଦ୍ଧିଷ୍ଟ ସମୟରେ ନୀତି (ଯଥା-ବେଶଲାଗି, ସ୍ନାନ) ବଢ଼ୁଥିବାରୁ ତାଙ୍କୁ ଯାତ୍ରୀମାନେ ଦର୍ଶନ କରି ପାରନ୍ତି ନାହିଁ ।
ପ୍ରଥମ ଅବକାଶ- ଅତି ପ୍ରତ୍ୟୁଷରେ ମଙ୍ଗଳ ଆଳତି ହେବା ପରେ ପ୍ରଭାତ ଅବକାଶ; (ଏ ସମୟରେ ଦିଅଁଙ୍କର ଦାନ୍ତଘସା, ସ୍ନାନ ଓ ବେଶଲାଗି ନୀତିମାନ ବଢ଼ୁଥାଏ)
ଦ୍ଵିତୀୟ ଅବକାଶ- ସକାଳ ଧୂପ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନ ବେଳେ ଦ୍ଵିତୀୟ ଅବକାଶ- ତତ୍ପରେ ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ନୈବେଦ୍ୟ ଅର୍ପଣ।
ତୃତୀୟ ଅବକାଶ- ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନବେଳେ ତୃତୀୟ ଅବକାଶ ।
ଚତୁର୍ଥ ଅବକାଶ- ସନ୍ଧ୍ୟା ଆଳତି ପରେ ବେଶ ପରିବର୍ତ୍ତନ ସମୟରେ ଚତୁର୍ଥ ଅବକାଶ।
ପଞ୍ଚମ ଅବକାଶ- ସଞ୍ଜଧୂପ ପରେ ବେଶ ପରିବର୍ତ୍ତନ ବା ବଡ଼ସିଂହାର ବେଶ ହେବା ସମୟରେ ପଞ୍ଚମ ଅବକାଶ, ତତ୍ପରେ ‘ବଡ଼ ସିଂହାର ଭୋଗ’ ନୈବେଦ୍ୟ ଅର୍ପଣ, ତାପରେ ରାତି-ପହଡ଼;
ଅବକାଶ ସମୟରେ କେବଳ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବକଙ୍କ ଛଡ଼ା ଅନ୍ୟ କେହି ଜଗନ୍ନାଥଙ୍କ ଛାମୁଙ୍କୁ ଯାଇ ପାରନ୍ତି ନାହିଁ ଓ ଏ ସମୟରେ ଦେଉଳର ଭିତର ଦ୍ଵାର ବନ୍ଦ ରହେ ।
** ପହଡ଼ **
ଦିନରେ ଦ୍ଵିତୀୟ ଧୂପ ପରେ ଓ ରାତିରେ ବଡ଼ସିଂହାର ଭୋଗ ପରେ ଦେବଙ୍କର ପହଡ଼ ବା ନିଦ୍ରା ହୁଏ । ସେହି ସମୟରେ ଯାତ୍ରୀମାନେ ଦେବଙ୍କୁ ଦର୍ଶନ କରିପାରନ୍ତି ନାହିଁ; କିନ୍ତୁ ଏ ଦୁଇ ସମୟକୁ ‘ଅବକାଶ’ ବୋଲା ନ ଯାଇ ‘ପହଡ଼’ ବୋଲାଯାଏ ।
କେହି କେହି ଉପବର୍ଣ୍ଣିତ ତିନି ଧୂପ (ସକାଳଧୂପ, ଦିପହର ଧୂପ ଓ ସଞ୍ଜଧୂପ) ସଙ୍ଗେ ଦ୍ଵିତୀୟ ଅବକାଶର ପରବର୍ତ୍ତୀ ‘ବୀରକେଶରୀବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ କୁ ଗୋଟିଏ ଧୂପ ଏବଂ ପଞ୍ଚମ ଅବକାଶର ପରବର୍ତ୍ତି ‘ବଡ଼ସିଂହାର ଭୋଗ’ କୁ ଗୋଟିଏ ଧୂପ ରୂପେ ଗଣି ୫ ଧୂପ ଏବଂ ଦିନ ଓ ରାତିର ଦୁଇ ପହଡ଼କୁ ଅବକାଶ ରୂପେ ଗଣି ୭ ଅବକାଶ ହିସାବରେ ମୋଟ ‘୫ଧୂପ ଓ ୭ଅବକାଶ’ ବୋଲି କହନ୍ତି ।
** ଦର୍ଶନ **
** ସାହାଣ ମେଲା **
ଶ୍ରୀମନ୍ଦିରରେ ବିନା ମୂଲ୍ୟରେ ସାହାଣମେଲା ସମୟରେ ସାଧାରଣ ଯାତ୍ରୀମାନେ ଗର୍ଭଗୃହ ଭିତରେ ପ୍ରବେଶ କରି ଜଗନ୍ନାଥଙ୍କୁ ରତ୍ନବେଦୀ ନିକଟରୁ ଅବାଧରେ ଦର୍ଶନ କରନ୍ତି ।ସାଧାରଣତଃ ଦିନକୁ ଦୁଇଥର ସାହାଣମେଲା ହୋଇଥାଏ, ଥରେ ସକାଳ ଅବକାଶ ପରେ ଓ ଅନ୍ୟଟି ସନ୍ଧ୍ୟା ଆଳତି ପରେ, କିନ୍ତୁ ବେଳେ ବେଳେ ଏଥିରେ ବ୍ୟତିକ୍ରମ ଦେଖାଯାଏ ।
** ପରିମାଣିକ ଦର୍ଶନ **
ଶ୍ରୀମନ୍ଦିରରେ ସାହାଣ ମେଲା ବ୍ୟତିତ ପରିମାଣିକ ଦର୍ଶନର ମଧ୍ୟ ବ୍ୟବସ୍ଥା ଅଛି । ଆଗ୍ରହୀ ଶ୍ରଦ୍ଧାଳୁମାନେ ୫୦ଟଙ୍କା ଲେଖାଏଁ ଟିକେଟ କାଟି ପରିମାଣିକ ଦର୍ଶନରେ ଭିତରକାଠ ପାଖରୁ ଠାକୁରଙ୍କୁ ଦର୍ଶନ କରିବାର ବ୍ୟବସ୍ଥା ରହିଛି । ଶ୍ରୀମନ୍ଦିର ସ୍ଵତ୍ଵଲିପି ମୁତାବକ ୩ଥର ପରିମାଣିକ ଦର୍ଶନ ବ୍ୟବସ୍ଥା ଥିଲେ ମଧ୍ୟ ଏବେ ୮ଥର (ମଙ୍ଗଳ ଆଳତି, ଅବକାଶ, ସକାଳ ଧୂପ, ଭୋଗ ମଣ୍ଡପ, ମଧ୍ୟାହ୍ଣ ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ଓ ଚନ୍ଦନ ଲାଗି) ଏହି ଦର୍ଶନ ହେଉଛି । ସାହାଣମେଲା ଦର୍ଶନରେ ହେଉଥିବା ଗହଳି ଯୋଗୁଁ ବହୁ ଦର୍ଶକ ପରିମାଣିକ ଟିକେଟ କାଟି ଦର୍ଶନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି ।
** ଶ୍ରୀମନ୍ଦିରରେ ଗୁରୁବାର ମାଜଣା ନୀତି **
ଶ୍ରୀମନ୍ଦିରରେ ସକାଳ ଧୂପ ବଢ଼ିଲା ପରେ ଶ୍ରୀଜଗନ୍ନାଥ ଙ୍କର ଚଳନ୍ତି ବିଗ୍ରହ ଶ୍ରୀଦେବୀ , ଭୂଦେବୀ ଏବଂ ଶ୍ରୀ ମଦନମୋହନ ଙ୍କର ମାଜଣା ନୀତି ଅନୁଷ୍ଠିତ ହେଉଅଛି ।

** ଶ୍ରୀହରି ଶୟନ ଏକାଦଶୀ **
ଶ୍ରୀହରି ଶୟନ ଏକାଦଶୀ। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଦ୍ବାଦଶ ଯାତ୍ରାରୁ ଅନ୍ୟତମ ଯାତ୍ରା ଅଟେ। ରଥଯାତ୍ରାପରେ ଆଷାଢ଼ଶୁକ୍ଳ ଏକାଦଶୀକୁ ହରିଶୟନ ଏକାଦଶୀ କୁହନ୍ତି । ଏହିଦିନ ହରିଶୟନୋତ୍ସବ ପାଳିତ ହୁଏ । ସେଦିନ ଚତୁର୍ଥ ପ୍ରହରର ପୂଜାପରେ ତ୍ରିମୂର୍ତ୍ତିଙ୍କ ପାଖରୁ ବିଜୟପ୍ରତିମାମାନଙ୍କୁ ନାନାଦି ଉପହାର ଦିଆଯାଏ । ପ୍ରାସାଦର ଦକ୍ଷିଣଭାଗସ୍ଥ ସୁସଜ୍ଜିତ ମଣ୍ଡପକୁ ନିଆଯାଇ ସେଠାରେ ଦୋଳରେ ଥିବା ପେଟିକାରେ ତିନି ଠାକୁରଙ୍କୁ ବନ୍ଦକରି ନିକଟସ୍ଥ ଗୃହରେ ଚାରିମାସ ଅର୍ଥାତ୍ ଆଷାଢ଼ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିିକ ଶୁକ୍ଳ ଦଶମୀ ଯାଏଁ ସଂରକ୍ଷିତ ରଖାଯାଏ । ଏହାକୁ ନେଇ ଯେଉଁ ଉତ୍ସବ ହୁଏ, ତାକୁ ହରିଶୟନୋତ୍ସବ କୁହନ୍ତି । ଏହା ଶ୍ରୀ କ୍ଷେତ୍ରରେ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ । ବିଷ୍ଣୁଙ୍କର ଏହି ଚାରିମାସ ଆବଦ୍ଧ ବା ଶୟନ କାଳକୁ ଚତୁର୍ମାସ୍ୟା ସମୟ ବୋଲି କୁହାଯାଏ । ଏହାକୁ ଏକ ଅଶୁଭ କାଳ ବୋଲି ବିବେଚନା କରାଯାଉଥିବାରୁ , ଏଥିରେ କୌଣସି ଶୁଭକାମ ହୁଏ ନାହିଁ । ଅଥଚ ଏହି ସମୟରେ ବିଷ୍ଣୁଙ୍କୁ ଆରାଧନା କଲେ ବାଞ୍ଛିତ ଫଳ ମିଳେ ବୋଲି ବିଶ୍ୱାସ କରାଯାଏ । ଚାରିମାସ ଶୟନପରେ କାର୍ତ୍ତିକ ଶୁ୍କ୍ଳ ଦଶମୀ ଦିନ ବିଷ୍ଣୁ ପୁନର୍ବାର ଜାଗ୍ରତ ଅବସ୍ଥାକୁ ଆସନ୍ତି । ମଳମାସକୁ ବାଦଦେଲେ ବର୍ଷରେ ୨୪ଟି ଏକାଦଶୀ ପାଳନ କରାଯାଏ । ତା ମଧ୍ୟରୁ ବୈଶାଖ, ଆଷାଢ଼, କାର୍ତ୍ତିକ ଓ ମାର୍ଗଶୀର ଶୁକ୍ଳ ଏକାଦଶୀମାନଙ୍କୁ ବଡ଼ ଏକାଦଶୀ କହନ୍ତି । ଏଣୁ ଆଷାଢ଼ ଶୁକ୍ଳ ଏକାଦଶୀ ବା ହରିଶୟନ ଏକାଦଶୀ ବା ବଡ଼ ଏକାଦଶୀ । ଏକାଦଶୀ ପୂର୍ବଦିନ ହବିଷାନ୍ନ ବ୍ରତୀମାନେ ଖାଇଥାନ୍ତି ଏବଂ ଏକାଦଶୀଦିନ ଉପବାସ ପାଳନ କରନ୍ତି । ତେବେ ଚତୁର୍ମାସ୍ୟା ବ୍ରତ ପାଳନ କରୁଥିବା ବ୍ୟକ୍ତିମାନେ ଏହି କାଳରେ ଶାକାହାର କିମ୍ବା ଫଳ ଭୋଜନ ପୂର୍ବକ ପାଳନ କରିଥାନ୍ତି । ଏକଦଶୀ ତଥା ଚତୁର୍ମାସ୍ୟା କାଳରେ ବ୍ରତୀମାନେ ନିରୋଳା ଓ ନିର୍ଜନ ସ୍ଥାନରେ ହରିନାମ ଜପରେ ତପସ୍ୟା କରିପାରନ୍ତି । ଗୃହସ୍ଥମାନେ ନିଜନିଜ ଗୃହରେ ପବିତ୍ରତା ସହ ପାଳନ କରିଥାନ୍ତି । ହରିଶୟନ ଏକାଦଶୀକୁ ନେଇ ଏକ କାହାଣୀ ଅଛି । ଏକଦା ସୂର୍ଯ୍ୟବଂଶୀ ରାଜା ମାନଧାତାଙ୍କର ରାଜ୍ୟ ଅଯୋଧ୍ୟାରେ ଅକାଳ ମଡ଼କ ପଡ଼ିଲା । ପ୍ରଜାମାନେ ନାନା ଦୁଃଖରେ ଜୀବନ କଟାଇଲେ ଏବଂ ଭୋକ ଉପାସରେ ମଲେ । ରାଜା ଏହାର ପ୍ରତିକାର ଓ ନିରାକରଣ ପାଇଁ ଅଙ୍ଗିରା ଋଷିଙ୍କୁ ଭେଟିଲେ । ସେ କହିଲେ ଯେ ତାଙ୍କ ରାଜ୍ୟରେ ଜଣେ ଶୂଦ୍ର ତପସ୍ୟା କରୁଛି । ସେ ତାକୁ ବାରଣ କରନ୍ତୁ । ତା’ ହେଲେ ସେ ଏ ଦଶାରୁ ମୁକ୍ତି ପାଇବେ । ଏଥିକୁ ମାନଧାତା କହିଲେ ସେ ତାଙ୍କୁ ବାରଣ କରିପାରିବେ ନାହିଁ । ତା’ର ବି ଈଶ୍ୱରଙ୍କୁ ଭଜିବାର ଅଧିକାର ଅଛି ବରଂ ସେ ତାଙ୍କୁ ଅନ୍ୟ ଉପାୟ ବତାନ୍ତୁ । ରାଜାଙ୍କ ଉତ୍ତରରେ ଅଙ୍ଗିରା ସନ୍ତୁଷ୍ଟ ହୋଇ ହରିଶୟନ ଏକାଦଶୀ ବ୍ରତ ପାଳନ କରିବା ପାଇଁ ପ୍ରବର୍ତ୍ତାଇଲେ ଏବଂ କହିଲେ ଯେ ଏହାଦ୍ୱାରା ବାଞ୍ଛିôତ ଫଳ ପ୍ରାପ୍ତ ହେବ ଏବଂ ସମସ୍ତ ଉପଦ୍ରବମାନେ ଶାନ୍ତି ହେବେ । ଅକାଳ ମୃତ୍ୟୁ ଦୂରେଇ ଯିବ, ରାଜ୍ୟରେ ଯଥା ସମୟରେ ବର୍ଷା ହେବ ଓ ଅରାଜକତା ଦୂର ହେବ ଏବଂ କେବଳ ସେତିକି ନୁହେଁ ଏହିଦିନ ତୁଳସୀ ରୋପଣ ବା ତା’ ବୀଜ ବପନ କଲେ, ବହୁତ ପୂଣ୍ୟ ହୁଏ । ତୁଳସୀ ଗଛ ସ୍ପର୍ଶ ପବନକୁ ବି ଯମଦୂତଙ୍କ ଭୟ । ଯାହା କଣ୍ଠରେ ତୁଳସୀମାଳ ଥାଏ, ତା ଜୀବନ ଧନ୍ୟ । ଧର୍ମ କେବେ ବିଜ୍ଞାନ ରହିତ ନୁହେଁ । ଉପବାସ ଶରୀର ପାଇଁ ବିଜ୍ଞାନ ସମ୍ମତ । ତୁଳସୀ ଗଛର ହାୱାରେ ଜୀବାଣୁମାନେ ନାଶ ଯାଆନ୍ତିି । ଏହା ଏକ ପ୍ରାକୃତିକ ବିଶୋଧକ । ତୁଳସୀ ଗଛ ମୂଳର ଜଳ ଏକ ହଜମକାରୀ ଔଷଧ, ଡାଳ ଚର୍ମରୋଗର ନିରୋଧକ ଏବଂ ପତ୍ର କାଶ, ଶର୍ଦ୍ଦି ଏବଂ ଅନ୍ୟାନ୍ୟ ବାୟୁୂବାହିତ ରୋଗର ପ୍ରତିରୋଧକ । ଏହିକଥାକୁ ସର୍ବ ସାଧାରଣଙ୍କୁ ଧର୍ମ ବାକ୍ୟ ମଧ୍ୟରେ ପ୍ରୟୋଗ କରାଯାଇଛି ଯେ ସେମାନେ ଏହା କରନ୍ତୁ । କାରଣ ଆମ୍ଭେମାନେ ଧର୍ମଭୀରୁ ।
ଗୋଲକ ଦାସଙ୍କ ଭାଷାରେ :
ମୂଳେ ତୋର ଗଙ୍ଗା , ଡାଳେ ତୋର ବିଷ୍ଣୁ, ପତ୍ରେ ଦେବତାଙ୍କ ବାସ ସେ ପତ୍ର ପଡ଼ିଲେ ମଣୋଡି ହୁଅଇ କହଇ ଗୋଲକ ଦାସ ।
ମଣୋହି କହିଲେ ଭୋଜନଯୋଗ୍ୟ । ତୁଳସୀରେ କର୍ପୁର ଅଂଶ ଥିବାରୁ ଏହାର ପତ୍ରକୁ ଯେଉଁ ଖାଦ୍ୟ ଉପରେ ପ୍ରୟୋଗ କରାଯାଏ, ସେଥିରେ ଜୀବାଣୁ ପ୍ରବେଶ କରନ୍ତି ନାହିଁ । ଏଇଥିପାଇଁ ଅବଢ଼ା ଉପରେ ତୁଳସୀ ପତ୍ର ପକାଯାଏା ।ପରିବେଶ ଜୀବାଣୁ ପ୍ରଦୁଷଣ ଏବଂ ସଂକ୍ରମଣ ନହେବାରେ ଘରବାଡ଼ିରେ ତୁଳସୀ ଗଛ ଲଗାଯାଇଥାଏ । ଏକାଦଶୀ ବ୍ରତରେ ପୂଣ୍ୟଫଳ ଥାଉ କି ନଥାଉ, ଅନ୍ତତଃ ଏହା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିହାତି ଜରୁରୀ ହେତୁ ଅନ୍ତତଃ ସମସ୍ତେ ଏ ବ୍ରତ ପାଳନ କରିବା ବିଧେୟ । ଶ୍ରୀ କ୍ଷେତ୍ରରେ ହରିଶୟନ ଏକାଦଶୀର ଏକ ଭିନ୍ନ ବିଶେଷତ୍ୱ ଅଛି ।
“ ନୀଳାଦ୍ରି ମହୋଦୟ ” ର ସଂଗୃହିତ …
ଚାତୁର୍ମାସ୍ୟାନ୍ତରେ ରାଜନ୍ ମାସବୃଦ୍ଧିର୍ୟଥାଭବେତ୍ ।
ତଦାଶ୍ରାବଣମାସସ୍ୟ ଶୁକ୍ଳେଽପି ହରିବାସରେ ।।
ହରେଃ ଶୟନଯାତ୍ରାୟାଃ ବିଧିଃ କାର୍ୟ୍ୟୋ ନ ସଂଶୟଃ ।”
ହେ ରାଜା ! ଚତୁର୍ମାସ୍ୟ ମଧ୍ୟରେ ଯଦି କୌଣସି ମାସର ବୃଦ୍ଧି ଦ୍ଵାରା ମଳମାସ ପଡ଼େ, ତେବେ ଶ୍ରାବଣ ମାସର ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଠାକୁରଙ୍କର ଶୟନଯାତ୍ରା ଅନୁଷ୍ଠାନ କରାଇବ। ଏଥିରେ କୌଣସି ସନ୍ଦେହ ନାହିଁ ।
ହରିଶୟନ ଏକାଦଶୀଠାରୁ ଠାକୁର ଚାରିମାସ ଶୟନ କରିଥା’ନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶୟନ ଯାତ୍ରା ଅନ୍ୟତମ । ଆଷାଢ଼ ଶୁକ୍ଳ ଏକାଦଶୀରେ ଏହି ଉତ୍ସବ ପାଳନ କରାଯାଏ । ଏହା ହରି ଶୟନ ଯାତ୍ରା ନାମରେ ସୁପରିଚିତ । ଆଷାଢ଼ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ୪ ମାସ ଧରି ଶୟନ କରୁଥିବାରୁ ଏହାକୁ ଚାତୁର୍ମାସ୍ୟା କୁହାଯାଏ । ଏହି ସମୟରେ ସାଧୁ, ସନ୍ଥ, ବୈଷ୍ଣବ ଓ ଅନ୍ୟାନ୍ୟ ଭକ୍ତ ବୃନ୍ଦ ଚାତୁର୍ମାସ୍ୟା ବ୍ରତ ପାଳନ କରିଥାନ୍ତି । ଆଜି ଠାରୁ ୪ ମାସ ପର୍ୟ୍ୟନ୍ତ କୌଣସି ଶୁଭକାର୍ଯ୍ୟ ହେବ ନାହିଁ ।
ଶାସ୍ତ୍ରାନୁଯାୟୀ, ଏହି ସମୟ ମଧ୍ୟରେ ଧର୍ମ ଗୁରୁ ଶଙ୍କରାଚାର୍ଯ୍ୟ ନିଜ ପିଠରେ ଅବସ୍ଥାନ ପୂର୍ବକ ସମସ୍ତ ପ୍ରକାର ଯାତ୍ରା ନିଷିଦ୍ଧ ହୋଇଥାଏ । ନଚେତ୍ ବିଶ୍ୱ ସମାଜ ପ୍ରତି ଘୋର ବିପତ୍ତି ସୃଷ୍ଟିର ସମ୍ଭାବନା ଦେଖାଦେଇଥାଏ । ଅନ୍ୟ ସମସ୍ତ ଏକାଦଶୀ ପରି ଏହି ଏକାଦଶୀ ନୀତି ପାଳନ କରାଯାଇଥାଏ ।
ମହାପ୍ରଭୁଙ୍କ ଶୟନ ନୀତି –
ହରିଶୟନ ଏକାଦଶୀ ଦିନ ଶ୍ରୀମନ୍ଦିର ଭଣ୍ଡାର ଘରୁ ତିନି ମୂର୍ତ୍ତି ଶୟନ ଠାକୁର ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ୩ଟି ରୌପ୍ୟ ଥାଳିରେ ବିଜେ ହୋଇଥାନ୍ତି । ତିନି ବାଡ଼ରେ ଯଥାକ୍ରମେ ବଡବାଡ଼ରେ ବାସୁଦେବ, ମଝି ବାଡ଼ରେ ଭୁବନେଶ୍ଵରୀ ଓ ମହାପ୍ରଭୁଙ୍କ ବାଡ଼ରେ ଶ୍ରୀନାରାୟଣ ଏହି ତିନି ଶ୍ରୀବିଗ୍ରହ ମାନଙ୍କଙ୍କୁ ବିଜେ ଶ୍ରୀଅଙ୍ଗ ଲାଗି ହେଲେ ତିନି ଜଣ ପୂଜାପଣ୍ଡା ମହାସ୍ନାନ ପୂଜା ବଢ଼ିଇଥାନ୍ତି । ଏହି ଦିନ ରାତ୍ରିରେ ଦୁଇଥର ବଡ଼ ସିଂହାର ବେଶ ଓ ଭୋଗ ହୋଇଥାଏ । ପ୍ରଥମେ ଶୟନ ଠାକୁରମାନେ ବିଜେ ହୋଇ ଶ୍ରୀଅଙ୍ଗ ଲାଗି ହେବା ପରେ ପୁନଃ ବଡ଼ସିଂହାର ବେଶ ଓ ଭୋଗ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ପରମ୍ପରା ଅନୁଯାୟୀ, ଶୟନ ନୀତି ଅନୁଷ୍ଠିତ ହୋଇଥାଏ । ଏହି ବିଶେଷ ନୀତିରେ ଭଣ୍ଡାର ମେକାପ, ପାଳିଅ ପଢିଆରି, ତଳୁଚ୍ଛ ମହାପାତ୍ର, ପ୍ରଧାନୀ, ଘଣ୍ଟୁଆ, ଛତାର, ପୂଜାପଣ୍ଡା, କାହାଳିଆ, କୋଠ ସୁଆଁସିଆ, ତାଟ ଦରଜି, ମୁଦିରସ୍ତ, ତଢା଼ଉ କରଣ ପ୍ରମୁଖ ସେବକ ଅଂଶ ଗ୍ରହଣ କରିଥାନ୍ତି । ଶ୍ରୀଜୀଉ ସର୍ବାଙ୍ଗ ଲାଗି ନୂଆ ପତନି ଓ ମାଳଫୁଲ ଲାଗି ବେଶ ହୋଇଥାଏ। ଏହାପରେ ପାଣି ପଡି ଟେରା ବନ୍ଧାଯିବା ପରେ ଘଣ୍ଟ, ଛତ୍ର, କାହାଳି ସହ ବଲ୍ଲଭ ବଡ଼ସିଂହାର ହୋଇଥାଏ । ଏହା ଷୋଡଶ ଉପଚାର ବିଧିରେ ଅନୁଷ୍ଠିତ ହୋଇଥାଏ ।
ଭୋଗ ସରି କର୍ପୂର ଆଳତି ବଢିଲେ ଶୟନ ପ୍ରତିମା ମାନେ ହସ୍ତରେ ବିଜେ ହୋଇ ସାତ ପାହାଚ ଓ ଜଗମୋହନ ଦେଇ ଭଣ୍ଡାର ଘର ନିକଟରେ ପହଂଚିଥାନ୍ତି । ଶୟନ ଘରେ କୋଠ ସୁଆଁସିଆ ଦେଇଥିବା ପେଡାତାଟ ଏବଂ ଦର୍ଜି ସେବାୟତ ଦେଇଥିବା ଶେଜ ଓ ମାଣ୍ଡିରେ ଶୟନ ଠାକୁରଙ୍କୁ ଶୟନ କରାଯାଏ । ଏହାପରେ ମୁଦିରସ୍ତ ସେବାୟତ ପ୍ରସାଦ ଲାଗି, ପୁଷ୍ପାଞ୍ଜଳି, କର୍ପୂର ଆଳତି ଓ ସାତକାଳୀ ସଞ୍ଜବତୀ, ଦୁର୍ବାକ୍ଷାତ ବନ୍ଦାପନା ଇତ୍ୟାଦି କରିବା ପରେ ପେଡା ବନ୍ଦ କରି ତହିଁ ଉପରେ ଖୋଳ ପକାନ୍ତି । ଏହି ନୀତି ସମାପ୍ତ ପରେ ସଂପୃକ୍ତ ସେବାୟତମାନେ ବାହାରକୁ ଆସିବା ପରେ ତଢ଼ାଉକରଣ ସେବକ ଶୟନ ଘର ଦ୍ଵାରକୁ ମୁଦ ଦେଇଥାନ୍ତି ।
ଯେଉଁମାନେ ବର୍ଷରେ ୧୨/୨୪ ଟି ଏକାଦଶୀ ପାଳନ କରୁଥିଲେ, ସେମାନେ କ୍ରମଶଃ ଏକାଦଶୀ ପାଳନ କରିବେ । ଯେଉଁମାନେ କେବଳ ୪ ଟି ବଡ ଏକାଦଶୀ ପାଳନ କରୁଥିଲେ, ସେମାନେ ଏହି ଆଷାଢ଼ ଶୁକ୍ଳ ଏକାଦଶୀ ଛାଡି ଶ୍ରାବଣ ଶୁକ୍ଳ ଏକାଦଶୀକୁ ହରିଶୟନ ଏକାଦଶୀ ଭାବରେ ଗ୍ରହଣ କରି ପାଳନ କରିଥାନ୍ତି ।
** ଏକାଦଶୀ ବ୍ରତ **
ଏକାଦଶୀ ବ୍ରତ ରେ ମଧ୍ଯ ଶ୍ରୀମହାପ୍ରସାଦ ସେବା ଅତ୍ଯନ୍ତ ପୁଣ୍ୟପ୍ରଦ ଅଟେ। ବୈଷ୍ଣବ ମାନେ ଭଗବାନ ଙ୍କ ପାଇଁ ଏକାଦଶୀ ବ୍ରତ କରିଥାନ୍ତି ଓ ଏକାଦଶୀ ବ୍ରତ ରେ ଅନ୍ନ ଭକ୍ଷଣ ନିଷେଧ ଅଟେ। କାରଣ ଏକାଦଶୀ ଦିନ ପାପ ଅନ୍ନ ରେ ବାସ କରେ ସେଥିପାଇଁ ଏକାଦଶୀ ରେ ଅନ୍ନ ଭକ୍ଷଣ ସଂପୂର୍ଣ୍ଣ ନିଷେଧ ଅଟେ। କିନ୍ତୁ ଜଦି ବୈଷ୍ଣବ ଏକାଦଶୀ ଦିନ ପୁରୁଷୋତ୍ତମ ରେ ରହିଥାଏ ଏବଂ ଉକ୍ତଦିନ ମହାପ୍ରଭୁ ଙ୍କ ମହାପ୍ରସାଦ ଦର୍ଶନ କରି ମଧ୍ଯ ସେବା କରେ ନାହିଁ ତାହାକୁ ଏକାଦଶୀ ର ପୁଣ୍ଯ ଫଳ ପ୍ରାପ୍ତ ହୁଏ ନାହିଁ। ଏକାଦଶୀ ଦେବୀଙ୍କ ପ୍ରଭାବ ଶ୍ରୀକ୍ଷେତ୍ର ରେ ନାହିଁ। ଏଠି ସବୁସମୟର ରେ ମହାପ୍ରସାଦ ର ମହତ୍ତ୍ବ ରହିଛି।ସମସ୍ତେ ପେଟପୁରା ମହାପ୍ରସାଦ ପାଇବେ।ପୁଣି ଏକାଦଶୀ ଦିନ ଆକଣ୍ଠ ମହାପ୍ରସାଦ ସେବନ କରିବେ।ସ୍କନ୍ଦ ପୁରାଣ ରେ ବର୍ଣ୍ଣନା ରହିଛି ” ପ୍ରାପ୍ତ ମାତ୍ରେଣ ଭୋକ୍ତବ୍ୟ ” ଅର୍ଥାତ୍ ଶ୍ରୀ ଜଗନ୍ନାଥ ଙ୍କ ମହାପ୍ରସାଦ ଦର୍ଶନ କରିବା ମାତ୍ରେ ଅବିଳମ୍ବେ ସେବା କରିବା ଉଚିତ୍। କିନ୍ତୁ ଆଜିକାଲି କିଛି ବୈଷ୍ଣବ ଏକାଦଶୀ ରେ ଶ୍ରୀକ୍ଷେତ୍ର ରେ ରହି ମଧ୍ଯ ମହାପ୍ରସାଦ ସେବାରୁ ନିଜକୁ ବଞ୍ଚିତ କରି ଏକାଦଶୀ ବ୍ରତ ସହ ମହାପ୍ରସାଦ କୁ ଉପେକ୍ଷା କରି ତାହାର ଅପମାନ କରୁଛନ୍ତି ଯାହାର ଫଳ ମହାପାପ ସମାନ ଅଟେ। କୌଣସି ପରିସ୍ଥିତି ରେ କୌଣସି ଅବସ୍ଥାରେ ଅପବିତ୍ର ଅବସ୍ଥାରେ ମଧ୍ଯ ମହାପ୍ରସାଦ ଦର୍ଶନ କିମ୍ବା ପ୍ରାପ୍ତ ହେଲେ ତତ୍କ୍ଷଣାତ ସେବା କରିବା ଉଚିତ୍। କାରଣ ସବୁ ଦେବସ୍ଥାନ ରେ ପ୍ରସାଦ ହୁଏ କିନ୍ତୁ କେବଳ ଶ୍ରୀକ୍ଷେତ୍ର ରେ ମହାପ୍ରଭୁ ଙ୍କ ର ମହାପ୍ରସାଦ ହୁଏ। ତାହା ସ୍ବୟଂ ଜଗନ୍ନାଥ ଅନ୍ନ ବ୍ରହ୍ମ ଆଉ ମହାପ୍ରସାଦ କୁ ସ୍ବୟଂ ଜଗନ୍ନାଥ ବିବେଚନା କରି ସେବା କରିବ।
ଜୟ ଜଗନ୍ନାଥ ଜୟ ମହାପ୍ରସାଦ
** Ekadashi Brata **
Serving Sri Maha Prasad is also very pious during Ekadashi fast. Vaishnavas observe Ekadashi fast for the Lord and eating food is prohibited during Ekadashi fast. Because sin resides in food on Ekadashi day, eating food is completely prohibited on Ekadashi. But if a Vaishnav remains in Purushottama on Ekadashi day and does not serve even after seeing Maha Prasad of Maha Prabhu on that day, he does not get the merit of Ekadashi. The influence of Ekadashi Devi is not in the temple. Here, Maha Prasad is of great importance at all times. Everyone will get Petpura Maha Prasad. Also, on Ekadashi day, one will eat Akantha Maha Prasad. Skanda Purana describes that “Lauta Mente Bhoktavya” means that as soon as one sees Maha Prasad of Sri Jagannath, one should serve him immediately. But nowadays some Vaishnavas, even while staying at the shrine on Ekadashi, deprive themselves of Mahaprasad service and neglect Mahaprasad along with Ekadashi fast and insult it, the result of which is the same as great sin. In any situation, even in an impure state, if Mahaprasad is seen or received, one should serve it immediately. Because Prasad is served at all places of worship, but Mahaprasad of Mahaprabhu is served only at the shrine. That is Jagannath himself, the food of Brahma, and Jagannath himself will serve the Mahaprasad.
Jai Jagannath, Jai Mahaprasad
** ଶ୍ରାବଣ ମାସ **
ଶ୍ରାବଣ ମାସରେ ନିୟମିତ ଭାବେ ନକ୍ତବ୍ରତ ରହି ଦିନ ପ୍ରତିଦିନ ରୁଦ୍ରାଭିଷେକ କରିବା ଉଚିତ । ଏହି ମାସରେ ସ୍ୱପ୍ରିୟ ବସ୍ତୁକୁ ବି ତ୍ୟାଗ କରି ପୁଷ୍ପ, ଫଳ, ଧାନ୍ୟ, ତୁଳସୀ ମଞ୍ଜରୀ, ତୁଳସୀ ପତ୍ର ଓ ବିଳ୍ବପତ୍ର ଦ୍ୱାରା ଶଙ୍କରଙ୍କ ପୂଜା କରିବେ । କୋଟିଲିଙ୍ଗ ଓ ଅନ୍ୟାନ୍ୟ ଲିଙ୍ଗ ନିର୍ମାଣ କରି ଶିବଙ୍କୁ ପୂଜା କରିବେ, ଓ ବ୍ରାହ୍ମଣମାନେଙ୍କୁ ଭୋଜନ ଦେବେ । ଧାରଣ, ପାରଣ ଓ ଉପବାସ କରିବେ, ପଞ୍ଚାମୃତ ଦ୍ୱାରା ଅଭିଷେକ କରିବା ଶିବଙ୍କ ପ୍ରିୟ ଓ ପରମ ପ୍ରସନ୍ନିତିକର ହୁଏ । ଏହି ମାସରେ କୃତ କୌଣସି କର୍ମ ଅନନ୍ତ ଫଳ ଦାନ କରେ ( ଏହା ଉଭୟ ସତ୍ କର୍ମ ଓ ଅସଟ କର୍ମ ପାଈଁ ବର୍ଣ୍ଣନା କରାଯାଇଛି । ସତ୍ କର୍ମ କରିବା ଦ୍ବାରା ଯେପରି ପୁଣ୍ୟ ଫଳ ବୃଦ୍ଧି ହୁଏ ସେହି ପରି ଅସତ୍ କର୍ମଫଳ ମଧ୍ୟ ପାପର ଅନେକ ଗୁଣ ବୃଦ୍ଧି କାରକ ହୁଏ ।
ମୁନି ! ଏହି ମାସରେ ଭୂମିରେ ଶୟନ, ବ୍ରହ୍ମଚର୍ଯ୍ୟ, ସତ୍ୟବାଦୀ ହେବା, ଅନୋଦନ (ଚାଉଳ ଚୂଡ଼ା ବିହୀନ) ଖାଦ୍ୟ ଗ୍ରହଣ କରିବା, ଶାକାହାର କରିବା, ଓ ପତ୍ରରେ ଭୋଜନ କରିବା — ଏସବୁ କରି ଭକ୍ତି ସହିତ ବ୍ରତ ଓ ପୂଜା କରିବା ଉଚିତ୍ ।ସଦାଚାର, ଭୂମିଶୟନ, ପ୍ରାତଃସ୍ନାନ, ଇନ୍ଦ୍ରିୟ ନିଗ୍ରହ ଓ ଏକାଗ୍ର ଚିତ୍ତ ସହିତ ପ୍ରତିଦିନ ମୋର (ଶିବଙ୍କ) ପୂଜା କରିବା ଦ୍ୱାରା ଶ୍ରେଷ୍ଠ ଫଳ ମିଳେ । ଏହି ମାସରେ ମନ୍ତ୍ର ପୁରଶ୍ଚରଣ ସର୍ବୋତ୍ତମ ସିଦ୍ଧିକାରୀ — ଶିବଙ୍କ ଷଡ଼କ୍ଷରୀ ମନ୍ତ୍ର ଓ ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ । ଏହି ମାସରେ ପ୍ରଦକ୍ଷିଣ, ନମସ୍କାର, ବେଦ ପାରାୟଣ ଆଦି ବଞ୍ଛିତ ଫଳଦାନ କରେ । ଏହି ମାସରେ ପୁରୁଷସୂକ୍ତ ପାଠ ଅଧିକ ଫଳଦାୟୀ ହୋଇଥାଏ ।
ଗ୍ରହଯଜ୍ଞ, କୋଟିହୋମ, ଲକ୍ଷହୋମ, ଅୟୁତ ହୋମ ଆଦି ଏହି ମାସରେ ତୁରନ୍ତ ବାଞ୍ଛିତ ଫଳ ଦାନ କରନ୍ତି ।
** Shraban Month **
During the month of Shravan, one should observe NaktaVrata regularly and perform Rudra Abhishekam every day. In this month, one should give up one’s beloved objects and worship Shankar with flowers, fruits, grains, Tulsi Manjari, Tulsi leaves and betel leaves. One should make Kotiling and other Lingas and worship Shiva, and feed the Brahmins. One should observe Adhar, Paran and fast. Being anointed with Panchamrut is very pleasing to Shiva and is highly pleasing to him. Any action done in this month gives eternal results (it is described as both good and bad actions. Just as doing good actions increases the results of good deeds, so too the results of bad deeds increase the results of bad deeds by many times.
Muni! In this month, lying on the ground, celibacy, being truthful, eating food without rice husks (rice), eating vegetables, and eating on leaves – all these should be done with devotion and fasting and worship. By doing good deeds, lying on the ground, taking a bath in the morning, worshipping me (Shiva) daily with a single mind, the best results are obtained. In this month, chanting mantras is the best siddhi – one should chant the six-letter mantra of Shiva and the Gayatri mantra. In this month, pradakshina, salutations, recitation of the Vedas, etc. give the desired results. In this month, the recitation of Purusha Sutras is more effective.
Graha Yajna, Koti Homa, Laksh Homa, Ayut Homa, etc. give the desired results immediately in this month.
** ଶ୍ରୀକ୍ଷେତ୍ର ରେ ଝୁଲଣଯାତ୍ରା **
ଚଳିତ ବର୍ଷ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଝୁଲଣ ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀ (ଅଗଷ୍ଟ ୪ – ସୋମବାର) ଠାରୁ ଭାଦ୍ରବ କୃଷ୍ଣ ପ୍ରତିପଦ (ଅଗଷ୍ଟ ୧୦ – ରବିବାର) ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ଶ୍ରୀକ୍ଷେତ୍ର ରେ ଝୁଲଣ ଯାତ୍ରା ହେଉଥିବା ବିଭିନ୍ନ ମଠ, ମନ୍ଦିର ଓ ଘରୋଇ ସ୍ଥାନ ର ନାମ –
(୧) ଏମାର ମଠ, କାକୁଡି ଖାଇ ଛକ (୨) ଜଗନ୍ନାଥ ବଲ୍ଲଭ ମଠ, ମାର୍କେଟ ଛକ(୩) କୌଶଲ୍ୟାଦାସ ମଠ, ଧାନକୁଟି ସାହି, ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ନିକଟ(୪) ରାଧାବଲ୍ଲଭ ମଠ, ଶ୍ରୀମନ୍ଦିର ସିଂହଦ୍ୱାର(୫) ନୃସିଂହ ଆଚାରୀ ମଠ, କାକୁଡି ଖାଇ ଛକ(୬) ଜୀୟରସ୍ବାମୀ ମଠ, ବାଲି ସାହି(୭) ଝାଞ୍ଜପିଟା ମଠ, ପାତ୍ର ସାହି(୭) ପଞ୍ଜାବୀ ମଠ, ଧାନକୁଟି ସାହି(୮) ମଣିରାମ ମଠ, ମରିଚିକୋଟ ଗଳି, କୁଣ୍ଢେଇବେଣ୍ଟ ସାହି(୯) ପଣ୍ଡିତ ମଠ, ପଥୁରିଆ ସାହି(୧୦) ଦକ୍ଷିଣପାର୍ଶ୍ବ ମଠ, ଧାନକୁଟି ସାହି ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ନିକଟ(୧୧) ନେବଳ ମଠ, କରତି ସାହି(୧୨) ସାନ ମଠ, ଦଇତାପଡ଼ା ସାହି(୧୩) ପାପୁଡିଆ ମଠ, ବଡ଼ଦାଣ୍ଡ(୧୪) ଚିକିଟି ମଠ, ବାରାହୀ ଲେନ୍(୧୫) ସିଦ୍ଧ ବକୁଳ ମଠ, ବାଲିସାହି(୧୬) ବଡ଼ ଛତା ମଠ, ଶ୍ରୀମନ୍ଦିର ର ସିଂହଦ୍ଵାର ନିକଟ(୧୭) ରାଧାକାନ୍ତ ମଠ, ବାଲିସାହି(୧୮) ବଡ଼ ସନ୍ଥ ମଠ, ମାର୍କଣ୍ଡେଶ୍ୱର ସାହି(୧୯) ନାଗା ମଠ, ହରଚଣ୍ଡୀ ସାହି(୨୦) ଖଜୁରିଆ ମଠ, ବାସେଳି ସାହି(୨୧) ନୂଆ ମଠ, ମରିଚିକୋଟ ଗଳି(୨୨) ଉତ୍ତରପାର୍ଶ୍ଵ ମଠ, ଲକ୍ଷ୍ମୀ ବଜାର(୨୩) ଦେଉଳ ଘର, ମଣିକର୍ଣ୍ଣିକା ସାହି(୨୪) ରାଧାଶ୍ୟାମ ମଠ, ଶ୍ୟାମକୁଞ୍ଜ ଗଳି(୨୫) କୁଞ୍ଜ ମଠ, ବାଲି ସାହି(୨୬) ସାନ ତରଳା ମଠ, ବାଲି ସାହି(୨୭) ଶ୍ରୀନାଥଜୀ ମନ୍ଦିର, କାଳିକାଦେବୀ ସାହି(୨୮) ରାଧାକୃଷ୍ଣ ମନ୍ଦିର, ବାଲି ସାହି(୨୯) ତୋଟା ଗୋପୀନାଥ ମନ୍ଦିର, ଗୌଡବାଡ଼ ସାହି(୩୦) ରାଧାମୋହନ ମନ୍ଦିର, ଜାଡୁଆଣି ଛକ(୩୧) ରାଧାଗୋବିନ୍ଦ ଜୀଉ ମନ୍ଦିର, ବାରାହୀ ଲେନ୍(୩୨) ରାଣୀ ଘର, ବାରାହୀ ଲେନ୍(୩୩) ହରିଦାସ ଠାକୁର ସମାଧି ମଠ, ସ୍ଵର୍ଗଦ୍ଵାର ରୋଡ଼(୩୪) ରାସବିହାରୀ ମଠ, ସ୍ବର୍ଗଦ୍ବାର(୩୬) କୃଷ୍ଣ ବଳରାମ ମଠ, ସାତାସନ ମାର୍ଗ, ସ୍ବର୍ଗଦ୍ବାର(୩୭) ଶ୍ୟାମସୁନ୍ଦର ମଠ, ସାତାସନ ମାର୍ଗ, ସ୍ଵର୍ଗଦ୍ଵାର(୩୮) ସାରସ୍ବତ ଗୌଡ଼ୀୟ ମଠ, ସାତାସନ ମାର୍ଗ, ସ୍ଵର୍ଗଦ୍ଵାର(୩୯) ଗିରିଧାରୀ ମଠ, ସାତାସନ ମାର୍ଗ, ସ୍ଵର୍ଗଦ୍ଵାର(୪୦) ଚୈତନ୍ୟ ଗୌଡ଼ୀୟ ମଠ, ବଡ଼ଦାଣ୍ଡ(୪୧) ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଚୈତନ୍ୟ ଚନ୍ଦ୍ରାଶ୍ରମ ଆଶ୍ରମ(୪୨) ରାଧା ଦାମୋଦର ମଠ, ଚକ୍ରତୀର୍ଥ ମାର୍ଗ(୪୩) ଗୋପୀନାଥ ଗୌଡିୟ ମଠ, ଚକ୍ରତୀର୍ଥ ମାର୍ଗ(୪୪) ସରୋଜିନୀ ମଠ, ଗୌରବାଟ ସାହି(୪୫) ପୁରୁଷୋତ୍ତମ ଗୌଡ଼ିୟ ମଠ, ଗୌଡବାଡ଼ ସାହି(୪୬) ଓମ୍କାରନାଥ ଠାକୁର୍ ଆଶ୍ରମ, ଗୌଡବାଡ଼ ସାହି(୪୭) ଇସ୍କନ ମନ୍ଦିର, ସ୍ଵର୍ଗଦ୍ଵାର ନିକଟ(୪୮) ବିଶାଖା ମଠ, ମାର୍କଣ୍ଡେଶ୍ୱର ସାହି(୪୯) ରାମଦାସ ମଠ, ଶ୍ୱେତଗଙ୍ଗା ଲେନ,ବାଲିସାହି(୫୦) ବିଭିନ୍ନ ସାହି ରେ ଘରୋଇ ଝୁଲଣ:-ପଥୁରିଆ ସାହି ରେ – ୬ ଟିହରଚଣ୍ଡି ସାହି ରେ – ୫ ଟି, ବିମାନବଡୁ ସାହି -୪ ଟି,ମରିଚିକୋଟ ଗଳି -୪ ଟି, ବାଲି ସାହି – ୩ ଟିମଣିକର୍ଣ୍ଣିକା ସାହି, ଦୋଳମଣ୍ଡପ ସାହି, ଶୀତଳପିଣ୍ଡା ସାହି ଓ କୁଣ୍ଢେଇବେଣ୍ଟ ସାହି- ଗୋଟିଏ ଲେଖାଏଁ
ଏଥି ସହ ପୁରୀ ର ବିଭିନ୍ନ ସ୍ଥାନ ମାନଙ୍କରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ।
Every Year Jhulan Yatra of Shree Jagannath Dham is celebrated from Shravan Shukla Dashami to Bhadrab Krishna Pratipada.
this year at various monasteries along with the temple.
Names of various monasteries, temples and private places where the yatra is held in Srikshetra –
(1) Emar Math, Kakudi Khichi Chack (2) Jagannath Ballav Math, Market Chack(3) Kaushalya Das Math, Dhankuti Sahi, near the south gate of the temple (4) Radha Ballav Math, Singhadwar of the temple(5) Nrusingha Achari Math, Kakudi Khichi Chack(6) Jeeyarswami Math, Bali Sahi(7) Jhanjpita Math, Patra Sahi(7) Punjabi Math, Dhankuti Sahi(8) Maniram Math, Marichikot Gali, Kundheibent Sahi(9) Pandit Math, Peturia Sahi(10) Sukhaparshwa Math, Dhankuti Sahi near the south gate of the temple(11) Nebal Math, Karti Sahi(12) San Math, Rahlatapada Sahi(13) Papudiya Math, Badadand(14) Chikiti Math, Barahi Lane(15) Siddha Bakula Math, Balisahi(16) Bada Chhata Math, Near Singhdwar of Srimandir(17) Radhakanta Math, Balisahi(18) Bada Sant Math, Markandeshwar Sahi(19) Naga Math, Harchandi Sahi(20) Khajuria Math, Baseli Sahi(21) New Math, Marichikot Street(22) Uttaraparsha Math, Laxmi Bazaar(23) Deula Ghar, Sahmikarnika Sahi(24) Radhashyam Math, Shyamkunj Street(25) Kunj Math, Bali Sahi(26) San Yasirsa Math, Bali Sahi(27) Shrinathji Temple, Kalikadevi Sahi(28) Radhakrishna Temple, Bali Sahi(29) Tota Gopinath Temple, Gaudbada Sahi(30) Radhamohan Temple, Jaduvani Chack(31) Radhagobinda Jee Temple, Barahi Lane(32) Rani Ghar, Barahi Lane(33) Haridas Thakur Samadhi Math, Swargadwar Road(34) Rasvihari Math, Gavatdwara(36) Krishna Balaram Math, Satasana Marg, Gavatdwara(37) Shyamsundar Math, Satasana Marg, Swargadwar(38) Saraswat Gaudiya Math, Satasana Marg, Swargadwar(39) Girihari Math, Satasana Marg, Swargadwar(40) Chaitanya Gaudiya Math, Badadand(41) Chaitanya Chandrashram Ashram near Gundicha Temple(42) Radha Damodar Math, Chakratirth Marg(43) Gopinath Gaudiya Math, Chakratirth Marg(44) Sarojini Math, Gauravgat Sahi(45) Purushottam Gaudiya Math, Gaudbada Sahi(46) Omkarnath Thakur Ashram, Gaudbada Sahi(47) ISKCON Temple, near Swargadwar(48) Visakha Math, Markandeshwar Sahi(49) Ramdas Math, Shwetganga Lane, Bali Sahi(50) Domestic hangings in various Sahi:-In Pathuria Sahi – 6 places,In Harchandi Sahi – 5 places ,Vimanabudu Sahi – 4 places, Marichikot Gali – 4 piecesBali Sahi – 3 places,Manikarnika Sahi, Dolamandap Sahi, Sital pinda Sahi and Kundeibent Sahi – one at a time
Along with this, the Jhulan Yatra is held at various places in Puri.
** Kamda Ekadashi **
** ଶ୍ରୀମନ୍ଦିରରେ ଚକ୍ରବୁଲା ଏକାଦଶୀ **
** ଶ୍ରାବଣ କୃଷ୍ଣ ଏକାଦଶୀ **
ଗଜପତି ଶ୍ରୀ ଦିବ୍ୟସିଂହ ଦେବ ( ପ୍ରଥମ ) ଙ୍କ ନଅ ଅଙ୍କ, ତୁଳା ୭୦ ଦିନ ଶନିବାର ରେ ବଡ଼ବତାସ ହେବାରୁ ବଡ଼ଦେଉଳ ରୁ ନୀଳଚକ୍ର ଭାଙ୍ଗି ଭଣ୍ଡଗଣେଶ ଙ୍କ ସମ୍ମୁଖ ରେ ପଡ଼ିଲା ପରେ ନୀଳଚକ୍ର ପୁନଃ ନିର୍ମାଣ ହୋଇ ଶ୍ରାବଣ କୃଷ୍ଣ ଏକାଦଶୀ ରେ ବଡ଼ଦେଉଳ ଅଁଳା ବେଢାରେ ପୁନର୍ବାର ପ୍ରତିଷ୍ଠିତ ହେଲା ଏବଂ ତା ପର ବର୍ଷ ଠାରୁ ସେହି ସ୍ମୃତି ରେ ଶ୍ରୀ ମନ୍ଦିର ରେ ଚକ୍ରବୁଲା ନୀତି ଅନୁଷ୍ଠିତ ହେଉଅଛି।
ଆଜି ଶ୍ରାବଣ କୃଷ୍ଣ ଏକାଦଶୀ ତିଥିରେ ପରମ୍ପରା ଅନୁଯାୟୀ ଚକ୍ରବୁଲା ଏକାଦଶୀ ନୀତି ପାଳିତ ହୋଇଥାଏ ଏହି ଦିନ ମଧ୍ୟାହ୍ନ ଧୂପ ସରି ମଇଲମ ଓ ଶାଢ଼ୀ ଖଣ୍ଡୁଆ ଲାଗି ହୋଇ ଝଡ଼ା ଆଳତି ବଢିବା ପରେ ସର୍ବାଙ୍ଗ ନୀତି ଅନୁଷ୍ଠିତ ହୋଇଥାଏ। ଏହାପରେ ଶ୍ରୀମଦନମୋହନ ବେଶ ହୋଇ ଆଜ୍ଞା ମାଳ ପାଇ ଏକାଦଶୀ ବେଢ଼ା କୁ ବିଜେ କରିଥାନ୍ତି। ଏତଦବ୍ୟତୀତ ସୁନା ବେଶରେ ମହାପ୍ରଭୁ ଧାରଣ କରୁଥିବା ସୁବର୍ଣ୍ଣ ସୁଦର୍ଶନ ଚକ୍ର ଆଜ୍ଞାମାଳ ପାଇ ବିମାନକୁ ବିଜେ କରନ୍ତି। ଉକ୍ତ ବିମାନକୁ ବିମାନବଡୁ ସେବାୟତ ସ୍କନ୍ଧରେ ବହନ କରି ସିଂହଦ୍ବାର ଦେଇ ଶ୍ରୀନଅର ନିକଟକୁ ଆସିଥାନ୍ତି। ସେଠାରେ ପନ୍ତିଭୋଗ ହେବାପରେ ଶ୍ରୀକ୍ଷେତ୍ରର ପ୍ରାଚୀନ ଚାରି ଆଶ୍ରମ ଯଥା ମାର୍କଣ୍ଡେୟ, ଅଙ୍ଗିରା, ଭୃଗୁ, କଣ୍ଡୁ ଆଶ୍ରମକୁ ବିଜେ କରିଥାନ୍ତି। ପ୍ରତି ଆଶ୍ରମ ରେ ଶୀତଳ ଭୋଗ, ବନ୍ଦାପନା ହୋଇ ନଗର ପରିକ୍ରମା ପରେ ସୁବର୍ଣ୍ଣ ସୁଦର୍ଶନ ଚକ୍ର ଶ୍ରମନ୍ଦିରକୁ ବାହୁଡ଼ା ବିଜେ କରିଥାନ୍ତି। ଏହାକୁ ଚକ୍ର ବୁଲା ଏକାଦଶୀ କୁହା ଯାଇଥାଏ
Gajapati Shri Divyasingha Dev (I) on the 70th day of the ninth month of the year, the blue wheel broke off from the Badadeula and fell in front of Bhandaganesh on Saturday. After that, the blue wheel was rebuilt and re-established in the Badadeula Amla Bedha on Shravan Krishna Ekadashi and since the following year, the Chakrabula Niti is performed in the temple in that memory.
Today, on the Shravan Krishna Ekadashi Tithi, the Chakrabula Ekadashi Niti is observed as per tradition. On this day, at noon, incense, sari, mylam and saree are applied and after the night prayer, the Sarvam Niti is performed. After this, the Srimadanmohan Besha is dressed in a golden attire and receives the garland and the Ekadashi Besha is visited.
Apart from this, the golden Sudarshan Chakra, which is carried by the Mahaprabhu in a golden attire, is visited by the Vimana. The said Vimana is carried on the shoulders of the Vimana attendant and comes to the Srinar through the Singhadwarar. After performing the pontibhog there, one visits the four ancient ashrams of Srikshetra, namely Markandeya, Angira, Bhrugu, and Kandu. After performing the cold bhoga and bandhapana at each ashram, one visits the golden Sudarshan Chakra temple in large numbers. This is called Chakra Bula Ekadashi.
** ଶ୍ରୀମନ୍ଦିରରେକର୍କଟସଂକ୍ରାନ୍ତିଦକ୍ଷିଣାୟନବନ୍ଦାପନା **
କର୍କଟ ସଂକ୍ରାନ୍ତି ଦିନ ଶ୍ରୀଜୀଉମାନଙ୍କର ସକାଳ ଧୂପ ଓ ଭୋଗ ମଣ୍ଡପ ଧୂପ ଶେଷ ପରେ ମଇଲମ ଓ ଭିତରେ ପାଣିପଡ଼ି ମହାସ୍ନାନ କରାଯାଏ । ତିନିବାଡ଼ରେ ଦିଅଁଙ୍କୁ ବୋଇରାଣି ବସ୍ତ୍ର ଲାଗି କରାଯାଏ । ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସିଂହାସନ ଉପରକୁ ଉଠି ଚନ୍ଦନ ସର୍ବାଙ୍ଗ ଲାଗି କରାନ୍ତି । ତା’ପରେ ପୁଷ୍ପାଳକ ବେଶ ବଢ଼ାଇ ସିଂହାସନରୁ ଓହ୍ଲାଇ ଆସନ୍ତି । ତାପରେ ପାଣି ପଡ଼ି ଦ୍ୱିପ୍ରହର ଧୂପ ଉଠେ । ଘଣ୍ଟ, ଛତା, କାହାଳୀ ସହ ରୋଷରୁ ତଳିଛ ଓ ପ୍ରଧାନୀ ହାତପୈଠ ହୋଇ ଭୋଗ ଛାମୁକୁ ଆସେ । ଭୋଗ ଉଠିଲେ ଶ୍ରୀଅଙ୍ଗରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ତିନିଜଣ ପୂଜାପଣ୍ଡା ପୂଜାରେ ବସି ଟେରା ପଡ଼ିବା ପରେ ପ୍ରସ୍ତୁତ ବଳିଭାତରୁ ଅନ୍ନ ବଳି, ଜଣେ ପୂଜାପଣ୍ଡା, ପତ୍ରୀ ଓ ସୁଆରବଡ଼ୁ ବାହାରକୁ ଆସି ମନ୍ଦିର ଚାରିପଟେ ଦିଅନ୍ତି । ତା’ପରେ ଭିତରେ ପୂଜା ବଢ଼ିଲେ ଟେରା ଫିଟି ଆଳତି ହୁଏ । ଭୋଗ ବାହାରି ପାଣିପଡ଼ିବା ପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ବନ୍ଦାପନା କରନ୍ତି । ରଥ ଉପରେ ଠାକୁର ଥିବା ସମୟରେ ଏ ସଂକ୍ରାନ୍ତି ପଡ଼ିଲେ ବି ଏହି ନୀତି ରଥ ଉପରେ ହୁଏ । କିନ୍ତୁ ଅନ୍ନ ବଦଳରେ ଶୁଖିଲା ଚାଉଳ ଓ ବିରିରେ ବଳି ହୁଏ । ଦିଅଁଙ୍କୁ ଶୁଖିଲା ଭୋଗ ନୈବେଦ୍ୟ ହୋଇଥାଏ । ଗୁଣ୍ଡିଚା ଘରେ କିମ୍ବା ରଥ ଉପରେ ଦିଅଁମାନେ ଥିବାବେଳେ ସଂକ୍ରାନ୍ତି ପଡ଼ିଲେ ସେଠାରେ ଶ୍ରୀମନ୍ଦିର ପରି ନୀତି ହୁଏ ।
ଏହିଦିନ ଠାରୁ ସୂର୍ଯ୍ୟଙ୍କର ଦକ୍ଷିଣ ଦିଗକୁ ଗମନ ହୋଇଥାଏ, ଫଳରେ ସୂର୍ଯ୍ୟଙ୍କ କିରଣର ପ୍ରଖରତା କମ୍ ହୋଇଥାଏ। ଏହିଦିନ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଙ୍କର ନିକଟରେ ଦକ୍ଷିଣାୟନ ବନ୍ଦାପନା ହୋଇଥାଏ। ଏହିଦିନର ଅନ୍ୟ ଏକ ମହତ୍ତ୍ଵ ହେଉଛି ଏହି ଦିନ ପ୍ରତ୍ୟେକ ଓଡିଆ ଘରର ରୋଷେଇ ଘର କବାଟରେ ଲକ୍ଷ୍ମୀଙ୍କ ବଡଭଉଣୀ ଅଲକ୍ଷ୍ମୀଙ୍କୁ ଆଙ୍କି ଧୂପ ନୈବେଦ୍ୟ ସହ ପୂଜା କରାଯାଏ। ସାଧାରଣତଃ ରୋଷେଇ ଘର କବାଟ ଦକ୍ଷିଣ ଦିଗକୁ ମୁହଁ କରି ରହିଥିବା ଯୋଗୁଁ ସେଠାରେ ତାଙ୍କର ଚିତ୍ର ଆଙ୍କି ଅବା ଗୁଆ ଦ୍ଵାରା ପୂଜା କରାଯାଏ। ସଙ୍ଖୁଡି ଭୋଗ ଲାଗି ହୋଇଥାଏ ଅଲକ୍ଷ୍ମୀଙ୍କୁ ଏହିଦିନ। ଅଲକ୍ଷ୍ମୀଙ୍କ ପୂଜା।ଦକ୍ଷିଣାୟନ ସଂକ୍ରାନ୍ତି ଦିନ ସରିବା ପରେ ମାଲକ୍ଷ୍ମୀ ଙ୍କର ଚର୍ତୁମାସ ଗୁରୁବାର ବ୍ରତ ପ୍ରାରମ୍ଭ ହୋଇଥାଏ। ଉତ୍କଳ ପ୍ରଦେଶରେ ଅଲକ୍ଷ୍ମୀଙ୍କୁ ନେଇ ଅନେକ ଗାଥା କାହାଣୀ ରହିଛି। ଦକ୍ଷିଣାୟନ ସଂକ୍ରାନ୍ତି ପରେ ପରେ ଓଡ଼ିଶାର ପୁରପଲ୍ଲୀରେ ବିଭିନ୍ନ ପର୍ବପର୍ବାଣି ଆଦି ପ୍ରାରମ୍ଭ ହୋଇଥାଏ। ତେଣୁ ଏହାକୁ ନେଇ ଏକ ସୁନ୍ଦର ଢଗ ପ୍ରଚଳିତ, ଆଇଲା ଦକ୍ଷିଣୀ ନାନୀ , ସବୁ ପରବ ସାଙ୍ଗରେ ଘେନି।
On the day of Karkat Sankranti, the morning incense and the incense of the Bhog Mandap are offered to the Srijivas, after which a great bath is performed by pouring water on them. The groom is dressed in a boirani robe in three steps. The Puja Panda, the Pati Mahapatra and the Mudirasta are placed on the throne and sandalwood is applied all over. Then the Pushpalaka comes down from the throne after changing his clothes. Then the Dwipraha incense is placed after the water has been poured. The bell, umbrella, kahali, the talisman and the chief come to the presence of the Bhog. When the Bhog is done, the Mudirasta prasad is placed on the Sriyang. The three Puja Pandas sit in the Puja and after the tera is poured, they offer the anna dhol from the prepared dhol rice, a Puja Panda, a pantari and a suarvadu come out and distribute it around the temple. Then the Puja is inside and the tera is folded and rolled. After the Bhog is poured and the Puja Panda, the Pati Mahapatra and the Mudirasta are placed. This custom is also followed on the chariot when the Thakur is on the chariot. But instead of bread, dry rice and beans are sacrificed. Dry offerings are offered to the gods. When the gods are in the house of the gundicha or on the chariot, when Sankranti falls, there is a tradition like that of the temple.
From this day on, the sun moves towards the south, as a result of which the intensity of the sun’s rays decreases. On this day, a Sukhayan Bandha is performed near the Chaturdhamurti in the temple. Another significance of this day is that on this day, Lakshmi’s elder sister Alkshmi is drawn on the kitchen door of every Odia house and worshipped with incense offerings. Since the kitchen door usually faces the south, her picture is drawn there or she is worshipped with a gouache. Sankhudi offerings are offered to Alkshmi on this day. Worship of Alkshmi. After the Dakshinayana Sankranti day, the fast of Malakshmi begins on Thursday in the fourth month. There are many stories about Alkshmi in Utkal Pradesh. After Sukhayan Sankranti, various festivals and celebrations begin in the rural areas of Odisha. So, a beautiful song, Aila Dakhina Nani, sabu parab ku sangha re Gheni , is sung to celebrate it.
** ଶ୍ରାବଣ ଶୁକ୍ଳପକ୍ଷ ଏକାଦଶୀ **
ll ଆଜି ଶ୍ରାବଣ ଶୁକ୍ଳପକ୍ଷ ପୁତ୍ରଦା ଏକାଦଶୀ ll
ଆଜି ହେଉଛି ପୁତ୍ରଦା ଏକାଦଶୀ। ତେବେ ବର୍ଷକୁ ଦୁଇଟି ପୁତ୍ରଦା ଏକାଦଶୀ ପାଳନ କରାଯାଏ। ଶ୍ରାବଣ ଓ ପୌଷ ମାସର ପଡ଼ୁଥିବା ଏକାଦଶୀକୁ ପୁତ୍ରଦା ଏକାଦଶୀ କୁହାଯାଏ। ଯେଉଁମାନେ ବିଧିବିଧାନ ମୁତାବକ ଏକାଦଶୀ ବ୍ରତ ପାଳନ କରିଥାନ୍ତି ସେମାନଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।ଶ୍ରାବଣ ଶୁକ୍ଳ ପକ୍ଷର ଏକାଦଶୀ ଓ ପୌଷ ଶୁକ୍ଳ ପକ୍ଷର ଏକାଦଶୀକୁ ପୁତ୍ରଦା ଏକାଦଶୀ ଭାବେ ପାଳନ କରାଯାଏ। ପୁତ୍ରଦା ଏକାଦଶୀକୁ ପବିତ୍ରୋପନା ଏକାଦଶୀ, ପବିତ୍ରା ଏକାଦଶୀ ମଧ୍ୟ କୁହାଯାଏ। ପୁତ୍ରଦା ଏକାଦଶୀ ଦିନ ସକାଳୁ ଶୁଦ୍ଧପୁତଭାବେ ଗାଧୋଇ ପାଧୋଇ ଆସି ବିଷ୍ଣୁଙ୍କୁ ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରନ୍ତୁ। ଏହି ଦିନ କୌଣସି ଆହାର ଗ୍ରହଣ କରନ୍ତୁ ନାହିଁ। ଯଦି ସମ୍ଭବ ହେଉଛି ଦିନ ସାରା ଦୀପ ଜାଳି ଭଗବାନ ବିଷ୍ଣୁଙ୍କ ଆରାଧନା କରନ୍ତୁ। ପୁତ୍ର ସନ୍ତାନ ଚାହୁଁଥିବା ଦମ୍ପତି ଏହି ଏକାଦଶୀ କରିବା ଦ୍ୱାରା ପୁତ୍ର ସନ୍ତାନ ଲାଭ କରିଥାନ୍ତି।
Today is Putrada Ekadashi. Two Putrada Ekadashis are celebrated every year. The Ekadashis that fall in the months of Shravan and Pausha are called Putrada Ekadashi. Those who observe the Ekadashi fast according to the rules and regulations are blessed with all their desires. The Ekadashi of the bright half of Shravan and the Ekadashi of the bright half of Pausha are celebrated as Putrada Ekadashi. These Ekadashis is also called Pabitropana Ekadashi, “Pabitraa” Ekadashi. On this day Ekadashi, one should take a bath in the morning as a pure person and come and worship Vishnu with incense and lamp offerings. Do not take any food on this day. If possible, light a lamp all day and worship Lord Vishnu. Couples who want a son can get a son by performing this Ekadashi.
ଅପୁଆ ଘରେ ପୁଅ ଜାତ । ଆନନ୍ଦ ହୋଏ ନନ୍ଦ ଚିତ୍ତ
** ଶ୍ରୀମନ୍ଦିର ରେ ବାଡ଼ି ନୃସିଂହ ବିଜେ **
** ଶ୍ରାବଣ ଶୁକ୍ଳପକ୍ଷ ନବମୀ **
ଅନନ୍ୟ ଆମ ଜଗନ୍ନାଥ ଚେତନା ଓ ସଂସ୍କୃତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଶ୍ରୀକ୍ଷେତ୍ର ରେ ବିଭିନ୍ନ ମାନବିକ ଲୀଳା କରିଥାନ୍ତି। ମାନବ ସମାଜ ପ୍ରତି ଘଟୁଥିବା ପ୍ରତିଟି ବିପତ୍ତି ସହ ଜଡିତ ମହାପ୍ରଭୁଙ୍କ କିଛି ନୀତି ଓ ପରମ୍ପରା। ସେଥିପାଇଁ ଶାସ୍ତ୍ରରେ ବର୍ଣ୍ଣିତ ଅଛି –
ହିରଣ୍ୟକଶିପୁଂ ହତ୍ବା ଦେବଦେବଂ ଜଗଦ୍ ଗୁରୁଂ
ସୁଖାସୀନଂ ତଦୁତ୍ ସଙ୍ଗେ ଶାନ୍ତକୋପଂ ରମାପତିମ୍
ମହାମାରୀ କୁ ପ୍ରତିହତ କରିବା ପାଇଁ ଶ୍ରୀମନ୍ଦିରରେ ରହିଛି ଏକ ଅନନ୍ୟ ପରମ୍ପରା ”ବାଡ଼ି ନୃସିଂହ ବିଜେ” ।ପ୍ରତିବର୍ଷ ଶ୍ରାବଣ ଶୁକ୍ଳପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରରୁ ବାଡ଼ି ନୃସିଂହ ନଗର ପରିକ୍ରମା ଚାରି ଆଶ୍ରମ କୁ ବିଜେ କରିଥାନ୍ତି ଏହାଛଡା ଚୈତ୍ର ମାସ ଚତୁର୍ଥୀ ତିଥିରେ ଏବଂ ପଣ୍ଡୁ ପୂର୍ଣ୍ଣିମା ପୂର୍ବ ଦିନ ରେ ମଧ୍ୟ ବାଡ଼ି ନୃସିଂହ ବିଜେ କରିଥାନ୍ତି
ତ୍ରାଭି ବିଷ୍ଣୁ ଜଗନ୍ନାଥ ପାଣ୍ଡୁରୁପ ନମୋସ୍ତୁତେ
ନରସିଂହ ମହାବୀର୍ଯ୍ୟ ତ୍ରାହିମାଂ ଦୀପ୍ତ ଲୋଚନ
ଆଜି ପବିତ୍ର ଶ୍ରାବଣ ଶୁକ୍ଳ ନବମୀ ତିଥି , ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ଦକ୍ଷିଣି ଘରୁ ନୃସିଂହ ବିଜେ କରି ଆଜ୍ଞାମାଳ ପ୍ରାପ୍ତ ହୋଇ ଝୁଲଣ ମଣ୍ଡପ(ମୁକ୍ତି ମଣ୍ଡପ) ତଳେ ଥିବା ବିମାନରେ ଅଧିଷ୍ଠିତ ହୋଇଥାନ୍ତି । ନୀତି ନିମନ୍ତେ ପର୍ବଯାତ୍ରା ଯୋଗାଣିଆ ଆବଶ୍ୟକୀୟ ଜିନିଷ ଆଦି ଯୋଗାଇଥାନ୍ତି ଓ ମହାଜନ (ପୁଷ୍ପାଳକ ସେବକ) ନୃସିଂହଙ୍କୁ ବିମାନ କୁ ବିଜେ କରିଥାନ୍ତି। ଏହାପରେ ବିମାନ ବଡ଼ୁ ସେବକ ମାନେ ବିମାନ କୁ ସ୍କନ୍ଧ ରେ ସିଂହଦ୍ୱାର ଦ୍ୱାର ଦେଇ ମାର୍କଣ୍ଡ , ଅଙ୍ଗିରା , କଣ୍ଡୁ ଓ ଭୃଗୁ ଆଦି ୪ ଆଶ୍ରମ କୁ ବିଜେ କରାଇଥାନ୍ତି। ୪ ଆଶ୍ରମ ରେ ଶୀତଳ ଭୋଗ ପୂଜାପଣ୍ଡା ସେବକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥାଏ। ଏହି ଦିନ ବିଜେ ସମୟରେ ସହର ର ବିଭିନ୍ନ ମଠ , ଜାଗା , ଆଖେଡ଼ା ଓ ବ୍ୟକ୍ତି ବିଶେଷ ଙ୍କ ତରଫରୁ ପ୍ରାୟ ୪୨ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ତତ୍ପରେ ନୃସିଂହ ଙ୍କୁ ଶ୍ରୀମନ୍ଦିର କୁ ବାହୁଡ଼ା ବିଜେ କରିଥାନ୍ତି।
ବାଡ଼ି ନୃସିଂହ ବିଜେ ନୀତିରେ ଏକ ମହତ ଉଦ୍ଧେଶ୍ୟ ରହିଛି । ଯେତେବେଳେ ଏହି ମାନବ ସମାଜ କୁ ମହାମରୀ ଗ୍ରାସ କରିଛି ସେତେବେଳେ ସ୍ୱୟଂ ମହାପ୍ରଭୁ ଏହାର ନିରାକରଣ କରିଥାନ୍ତି । ତେବେ ଇତିହାସ ପୃଷ୍ଠାରେ ଜଣାପଡେ କି ୧୯୦୩-୧୯୦୫ ମସିହା ରେ ଦେଶରେ ମହାମାରୀ ପଡିଥିଲା , ପୋକ ମାଛି ପରି ଲୋକ ପ୍ରାଣତ୍ୟାଗ କରୁଥିଲେ । ଏହାକୁ ଆୟତ୍ତ ନିମନ୍ତେ ସେବର ଦେଉଳ କମାଣ୍ଡର କିଛି ପଣ୍ଡିତଙ୍କୁ ଡକାଇ ଏହି ମହାମାରୀ ର ନିରାକରଣ ନିମନ୍ତେ ମହାପ୍ରଭୁଙ୍କ ଶରଣ ପଶିଥିଲେ। ଏହି ସମୟରେ ବାଡ଼ି ନୃସିଂହ ବିଜେ ପରମ୍ପରା ଆରମ୍ଭ ହୋଇଥିଲା। ମହାପ୍ରଭୁ ବାଡ଼ି ନୃସିଂହ ରୂପେ ନଗର ବିଜେ କରିବା ପରେ ଏହି ମହାମାରୀ ଆୟତ୍ତ ହୋଇଥିଲା। ସେବେ ଠୁ ଏହି ନୀତି ଆଜି ମଧ୍ୟ ପାଳନ କରାଯାଉଛି।
ବାଡ଼ି ନୃସିଂହ ବିଜେ ନୀତିରେ ଏକ ମହତ ଉଦ୍ଧେଶ୍ୟ ରହିଛି । ଯେତେବେଳେ ଏହି ମାନବ ସମାଜ କୁ ମହାମରୀ ଗ୍ରାସ କରିଛି ସେତେବେଳେ ସ୍ୱୟଂ ମହାପ୍ରଭୁ ଏହାର ନିରାକରଣ କରିଥାନ୍ତି । ତେବେ ଇତିହାସ ପୃଷ୍ଠାରେ ଜଣାପଡେ କି ୧୯୦୩-୧୯୦୫ ମସିହା ରେ ଦେଶରେ ମହାମାରୀ ପଡିଥିଲା , ପୋକ ମାଛି ପରି ଲୋକ ପ୍ରାଣତ୍ୟାଗ କରୁଥିଲେ । ଏହାକୁ ଆୟତ୍ତ ନିମନ୍ତେ ସେବର ଦେଉଳ କମାଣ୍ଡର କିଛି ପଣ୍ଡିତଙ୍କୁ ଡକାଇ ଏହି ମହାମାରୀ ର ନିରାକରଣ ନିମନ୍ତେ ମହାପ୍ରଭୁଙ୍କ ଶରଣ ପଶିଥିଲେ। ଏହି ସମୟରେ ବାଡ଼ି ନୃସିଂହ ବିଜେ ପରମ୍ପରା ଆରମ୍ଭ ହୋଇଥିଲା। ମହାପ୍ରଭୁ ବାଡ଼ି ନୃସିଂହ ରୂପେ ନଗର ବିଜେ କରିବା ପରେ ଏହି ମହାମାରୀ ଆୟତ୍ତ ହୋଇଥିଲା। ସେବେ ଠୁ ଏହି ନୀତି ଆଜି ମଧ୍ୟ ପାଳନ କରାଯାଉଛି।
ଯେପରି କୁହାଯାଇଥାଏ ଇତିହାସ ସବୁବେଳେ ପୁନରାବୃତ୍ତି ହୋଇଥାଏ। ସେଇଭଳି ଏବେ ଭି ବିଶ୍ୱ ଏକ ମହାମାରୀ ରେ ଆକ୍ରାନ୍ତ ହେଇଚାଲିଛି। ଏହି ମହାମାରୀ ରେ ବିଗତ ଦିନମାନଙ୍କରେ ବହୁ ଜୀବନ ହାନି ହେଲାଣୀ। ଜଗତର କଲ୍ୟାଣ ନିମନ୍ତେ , ଏହି ମହମାରୀର ନିବାରଣ ନିମନ୍ତେ ଆମେ ଶ୍ରୀ ନୃସିଂହ ମହାପ୍ରଭୁଙ୍କ ଶ୍ରୀଚରଣେ ପ୍ରାର୍ଥନା କରୁଛୁ
ସର୍ବେ ହୋଇବେ ଏକାକାର
ନଥିବ ବେଦର ବିଚାର
ସର୍ବେ ହୋଇଣ ଏକ ମୁଖ
ଡାକିବେ ହେ ନାରାୟଣ ରଖ
Our unique Jagannath consciousness and culture. Lord Shri Jagannath performs various human rituals in this shrine. Some of the principles and traditions of Lord Shri Jagannath are related to every disaster that happens to human society. Therefore, it is described in the scriptures –
Hiranyakashipu Hatva Devadeva Jagad Gurum
Sukhasinam Tadoot Sath Shantakopam Ramapatim
To prevent the epidemic, there is a unique tradition in the temple, “Badi Nrusingha Vije”. Every year, on the ninth day of the bright half of Shravan, the Vadi Nrusingha Nagara Parikrama is performed from the temple to the four ashrams. Apart from this, on the fourth day of the month of Chaitra and on the day before Pandu Purnima, the Vadi Nrusingha Vije is also performed.
Travhi Vishnu Jagannath Pandurup Namostute
Narasimha Mahavirya Trahima Deepta Lochana
Today is the holy ninth day of the bright half of Shravan, After completion of midnoon bhoga, the Nrusingha Vije is performed from the south side, after receiving the Permission garland, and after it is placed under the Mandapa (Mukti Mandapa) The festival is held in the plane. The temple suppliers provide the necessary things for the purpose and the Mahajan (flower care worker) carries the Vimana. After this, the plane’s badu servants carry the Vimana on their shoulders through the Singhadwar gate and to the four ashrams of Markand, Angira, Kandu and Bhrugu. In the four ashrams, the winter feast is celebrated by the Pujapanda servants. On this day, during the procession, panti feast is offered at about 42 places on behalf of various places, akheda and individuals in the city. Then, the Nrisingha is carried to the temple by the shoulders.
The policy of the stick Nrisingha procession has a great purpose. When this human society is consumed by an epidemic, then the Mahaprabhu himself removes it. However, it is revealed in the history page that in 1903-1905, there was an epidemic in the country, people were dying like flies. To overcome this, some of the Sebar Deul Commanders Calling scholars, he sought refuge in Mahaprabhu to eradicate this plague. At this time, the tradition of Badi Nrusingha Bij started. After Mahaprabhu visited the city as Badi Nrusingha, the plague was controlled. Since then, this principle is being followed even today.
There is a great purpose in the Badi Nrusingha Bij principle. When this human society is consumed by a plague, Mahaprabhu himself eliminates it. However, it is known from the history page that in 1903-1905, there was a plague in the country, people were dying like flies. To overcome this, some scholars of the Sebar Deul Commandery were called and sought refuge in Mahaprabhu to eradicate this plague. At this time, the tradition of Badi Nrusingha Bij started. After Mahaprabhu visited the city as Badi Nrusingha, the plague was controlled. Since then, this principle is being followed even today.
As it is said, history always repeats itself. Similarly, now the whole world is suffering from a plague. It is going on. Many lives have been lost in this epidemic in the past few days. For the welfare of the world, for the prevention of this epidemic, we pray at the feet of Shri Narasimha Mahaprabhu
May everything be the same
May the judgment of the Vedas not be followed
May everything be one face
May the call be heard, O Narayana, keep it
ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ନୀତି :
ଦୋର୍ଭ୍ୟାଂ ଶୋଭିତ ଲାଙ୍ଗଳଂ ସମୁଷଳଂ କାଦମ୍ବରୀ ଚଞ୍ଚଳଂ
ରତ୍ନାଢ଼୍ୟଂବର କୁଣ୍ଡଳଂ ଭୁଜବଳୈରାକ୍ରାନ୍ତଭୂମଣ୍ଡଳମ୍
ବଜ୍ରାଭ ମଳଚାରୁ ଗଣ୍ଡଯୁଗଳଂ ନାଗେନ୍ଦ୍ର ଚୁଡ଼ୋ ଜ୍ୱଳଂ
ସଂଗ୍ରାମେ ଚପଳଂ ଶଶାଙ୍କ ଧବଳଂ ଶ୍ରୀ କାମପାଳଂ ଭଜେ।।
ସିଂହପୁର୍ଣ୍ଣମୀ ଦିନ ସାର । ରୋହିଣୀ ପ୍ରସବେ କୁମର ।।ଧବଳ ଜ୍ୟୋତି ରୂପ ପୁଣି । ଶିରେ ଶୋଭଇ ସପ୍ତଫଣୀ ।।
ଅପୁଆ ଘରେ ପୁଅ ଜାତ । ଆନନ୍ଦ ହୋଏ ନନ୍ଦ ଚିତ୍ତ ।।
ଆଜି ଶ୍ରୀମନ୍ଦିରରେ ଶ୍ରାବଣ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜ୍ୟେଷ୍ଠ ଭ୍ରାତା ଶ୍ରୀ ବଳଭଦ୍ର ଦେବଙ୍କ ପୁଣ୍ୟ ଜନ୍ମୋତ୍ସବ ନୀତି ପାଳିତ ହୋଇଛି। ଏହି ଅବସରରେ ମଧ୍ୟାହ୍ନ ଧୂପ ସରିବା ପରେ ମଙ୍ଗଳାର୍ପଣ କରାଯାଇ ଚକ୍ରରାଜ ଶ୍ରୀସୁଦର୍ଶନ ଦେବଙ୍କୁ ବିମାନରେ ମାର୍କଣ୍ଡ ପୁଷ୍କରିଣୀକୁ ନିଆଯାଇଥିଲା।
ସେଠାରେ ମାଟିରେ ପ୍ରଭୁ ବଳଭଦ୍ରଙ୍କ ପିତୁଳା ନିର୍ମାଣ କରି ଜୀବନ୍ୟାସ ଦେବା ପରେ ପଞ୍ଚ ଉପଚାର,ଶୀତଳ ମଣୋହୀ ଓ ବନ୍ଦାପନା ଅନ୍ତେ ଏହି ମାଟି ପିତୁଳାଙ୍କୁ ମାର୍କଣ୍ଡ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା ।
On the full moon day of Shravan, the birth of Shri Balabhadra Dev, the eldest brother of Lord Jagannath, was celebrated in the Shree Jagannath temple. On this occasion, after offering Dhupa (Bhoga) at mid noon, the Chakraraja Shri Sudarshan Dev was taken to the Markand Pushkarini .
There, an idol of Lord Balabhadra was made of clay for Pran Pratisha . After offering five treatments, Pancha Upachar Puja, the idol was immersed in the Markand Pushkarini.
** ଭାଦ୍ରବ ମାସ କୃଷ୍ଣପକ୍ଷ **
* *ଶ୍ରୀମନ୍ଦିରେ ଆଜି ରେଖା ପଞ୍ଚମୀ ବା ରକ୍ଷା ପଞ୍ଚମୀ (ରାହୁରେଖା ଲାଗି)* *
ସାଧାରଣତଃ ଆମେ ଜାଣୁ, ଯେ ‘ନୀଳାଦ୍ରିବିଜେ’ ହେଉଛି ରଥଯାତ୍ରାର ଅନ୍ତିମ ପର୍ବ। ସେଦିନ ଦେବୀ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ, ଶ୍ରୀଜଗନ୍ନାଥ ଯାଇ ଶ୍ରୀମନ୍ଦିରର ରତ୍ନସିଂହାସନରେ ବିଜେ ହେବା ପରେ, ରଥଯାତ୍ରାର ସବୁ ନୀତି ଶେଷ ହୋଇଥାଏ। କିନ୍ତୁ ଏହା ଠିକ୍ ନୁହେଁ। ନୀଳାଦ୍ରିବିଜେ ପରେ ମଧ୍ୟ, ଆଉ ତିନିଟି ନୀତି ବାକି ଥାଏ। ତାହା ହେଉଛି- ଚିତାଲାଗି, ଖସା-ପଡ଼ା ଓ ରାହୁରେଖା ଲାଗି।ଜ୍ୟେଷ୍ଠ ପୂର୍ଣ୍ଣମୀର ସ୍ନାନନୀତି ଓ ହାତୀବେଶ ‘ଉଲାଗି’ (ଓହ୍ଲାଯିବା) ପରେ, ଠାକୁରମାନେ ଗୋଟିପହଣ୍ଡିରେ ଯାଆନ୍ତି ଅଣସର ଘରକୁ। ସେଠାରେ ସେମାନଙ୍କର ମସ୍ତକରେ ଲାଗି ହୋଇଥିବା ତିନି ରତ୍ନଚିତା ଖୋଲି ଦିଆଯାଏ। ସେଦିନ ରାତିରେ, ତିନି ଠାକୁରଙ୍କ ମସ୍ତକର ସୁନାର ରାହୁରେଖା ମଧ୍ୟ ଖୋଲି ଦିଆଯାଏ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ରଥରେ ବିଜେ ହେବା ପରେ, ସେମାନଙ୍କୁ ସୋଲ ଚିତା ଲାଗି କରାଯାଏ। ଶ୍ରାବଣ ଅମାବାସ୍ୟା ଦିନ ରତ୍ନସିଂହାସନରେ ସେହି ସୋଲଚିତା ଖୋଲାଯାଇ, ତାହା ପରିବର୍ତ୍ତେ ରତ୍ନଚିତା ଲାଗି ହୁଏ। ତେଣୁ ଶ୍ରାବଣ ଅମାବାସ୍ୟା ‘ଚିତାଲାଗି ଅମାବାସ୍ୟା’ ଭାବରେ ପ୍ରସିଦ୍ଧ।ଏହା ପରର ଆଉ ଗୋଟିଏ ନୀତି ହେଉଛି- ‘ଖସା-ପଡ଼ା’। ଅଣସର ବେଳେ ଦଇତା ଓ ପତି ସେବକମାନେ ଯେଉଁ ଗୁପ୍ତନୀତି କରିଥାଆନ୍ତି, ତାହାର ଶେଷ ନୀତି ‘ଶ୍ରୀପୟର ମୁଦା’। ଏହା ପରେ, ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ସେମାନଙ୍କ ମସ୍ତକରେ ପୁନଶ୍ଚ ସୁନାର ରାହୁରେଖା ଲାଗି କରାଯାଏ। ଏଣୁ ଏହି ତିଥିର ନାମ ‘ରେଖାପଞ୍ଚମୀ’। ପ୍ରକୃତରେ ଏହା ହିଁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଓ ରଥଯାତ୍ରାର ସବାଶେଷ ନୀତି।
ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ଦିନ ବଲ୍ଲଭ ଭୋଗ ଶେଷ ପରେ ଭଣ୍ଡାର ମେକାପ ଭଣ୍ଡାର ଘରେ ମୁଦ ହୋଇଥିବା ସୁବର୍ଣ୍ଣ ରାହୁରେଖା, ଦେଉଳକରଣ, ତଡ଼ଉକରଣ ଓ ଶ୍ରୀମନ୍ଦିରର ପ୍ରାଶସନିକ ଅଧିକାରୀଙ୍କ ଉପସ୍ଥିତିରେ ବାହାର କରି ଆଣି ବେହରଣ କିମ୍ବା ମାଜଣା ମଣ୍ଡପରେ ଉପସ୍ଥିତ ଥିବା ବଣିଆଙ୍କୁ ସଫା କରିବାକୁ ଦିଅନ୍ତି। ଏ ସମସ୍ତଙ୍କ ଉପସ୍ଥିତିରେ ବଣିଆ ରାହୁରେଖା ତିନୋଟି ସଫା କରନ୍ତି। ଭୋଗମଣ୍ଡପ ସରିବା ପରେ ପାଳିଆ ପ୍ରତିହାରୀ ଜୟ ବିଜୟ ଦ୍ଵାର ବନ୍ଦ କରିବେ। ପାଳିଆ ପୁଷ୍ପାଳକମାନେ ଠାକୁରମାନଙ୍କର ଝୋବାକଣ୍ଠି ଅଳଙ୍କାର ମଇଲମ କରିବେ ଓ ଶ୍ରୀଦେବୀ, ଭୂଦେବୀଙ୍କୁ ନେଇ ଖଟଶେଯ ଘରେ ବିଜେ କରାଇବେ। ଅଣସର ସୁଧସୁଆର ସିଂହାସନ ତଳେ ଓଷୁଅ ପ୍ରସ୍ତୁତ କରି ରଖିବେ। ପରେ ପରେ ଦଇତାପତିମାନେ ଆସି ଗୋଡ଼ହାତ ଧୋଇ ସିଂହାସନ ଉପରକୁ ଉଠିବେ। ପାଳିଆ ମେକାପ ବାଡ଼ ବାଡ଼ କରି ରାହୁରେଖା ପତି ମହାପାତ୍ରଙ୍କୁ ଦେଲେ ସେ ସଂସ୍କାର କରି ବାଡ଼ଗ୍ରାହୀ ଦଇତାଙ୍କୁ ଦେବେ। ତାପରେ ସମସ୍ତ ଦଇତା ମିଶି ଓଷୁଅ ଓ ବଇତମ(ଛିଣ୍ଡା କପଡା) ରେ ରୁନ୍ଧା କାର୍ଯ୍ୟ କରିସାରି ସିଂହାସନରୁ ଓହ୍ଲାଇ ଆସନ୍ତି। ସିଂହାସନ ପୋଛା ସରି ମହାସ୍ନାନ ପୂଜା ଠା ହେଲେ ପୂଜାପଣ୍ଡା ଆସି ପୂଜା ବଢାନ୍ତି। ତାପରେ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରୁ ଆସି ସିଂହାସନରେ ବିଜେ କଲେ ମଇଲମ ହୋଇ ବେଶ ବଢେ। ମଧ୍ୟାହ୍ନ ଧୂପ ପରେ ପଡ଼ିବା ଉତ୍ତାରେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି। ଏହା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ପାଳିତ ହୁଏ।ସୁବର୍ଣ୍ଣ ରାହୁରେଖାମାନଙ୍କର ଓଜନ ହେଲା -ଶ୍ରୀବଳଭଦ୍ରଙ୍କର ପ୍ରାୟ ୯୬ ତୋଳା, ଦେବୀ ସୁଭଦ୍ରାଙ୍କର ପ୍ରାୟ ୭୬ ତୋଳା, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରାୟ ୧୩୫ ତୋଳା।
ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ନବଗ୍ରହ ତତ୍ତ୍ୱ ସନ୍ନିହିତ ହୋଇଛି। ଶ୍ରୀଜୀଉଙ୍କ ଚକ୍ଷୁ ଦ୍ବୟ ସୂର୍ଯ୍ୟ,ଚନ୍ଦ୍ରଙ୍କର ପ୍ରତୀକ। ନାସିକା – ମଙ୍ଗଳ,ଧନୁ ଆକୃତି ଅଧର-ବୁଧ, ଚତୁଷ୍କୋଣାକୃତି ଶ୍ରୀମୁଖ-ଶୁକ୍ର ,ସୁବର୍ଣ୍ଣ ଚିତା-ବୃହସ୍ପତି, କୃଷ୍ଣ ବର୍ଣ୍ଣ-ଶନି,ଝୋବା କଣ୍ଠି-କେତୁ, ରାହୁରେଖା ରାହୁଙ୍କର ପ୍ରତୀକ।
ଏହିଦିନ ଓଡ଼ିଶାର କେତେକ ଅଞ୍ଚଳରେ ଏକ ବିଶେଷ ଦ୍ୱାରପୂଜା ନୀତି ଅନୁଷ୍ଠିତ ହୁଏ । ତାହାକୁ ‘ରକ୍ଷାପଞ୍ଚମୀ’ ପୂଜା କହନ୍ତି । ସାଧାରଣତଃ ଗୃହସ୍ଥମାନେ ସର୍ପ, ପଶୁ ଓ ଭୂତ, ପିଶାଚମାନଙ୍କଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏହି ପୂଜାବିଧିର ଆୟୋଜନ କରିଥାନ୍ତି । ଏହି ପୂଜାର ଇଷ୍ଟଦେବ ହେଉଛନ୍ତି ‘ବଟୁକ ଭୈରବ’ । ସାଧାରଣତଃ, କେତେକ ଶିବ ମନ୍ଦିରର ଦ୍ୱାରଦେଶରେ ବଟୁକ ଭୈରବଙ୍କର ମୂର୍ତ୍ତି ସ୍ଥାପିତ ହୋଇଥିବା ଦେଖାଯାଏ । ‘ଭୈରବ’ ଶବ୍ଦର ଅର୍ଥ, ଯେ ଭରଣ (ବ୍ରହ୍ମାଣ୍ଡ)ର ରକ୍ଷକ । ‘ଶିବପୁରାଣ’ରେ ବର୍ଣ୍ଣିତ ୬୪ ଭୈରବଙ୍କ ମଧ୍ୟରୁ ଏ ଅନ୍ୟତମ । ଚତୁର୍ଭୁଜ ଓ ତ୍ରିନେତ୍ର ବିଶିଷ୍ଟ ଏ ଏକ ଉଲଗ୍ନ ମୂର୍ତ୍ତି । କଟିସୂତ୍ର ଭାବରେ ତାଙ୍କର କଟିରେ ସର୍ପ ରହିଥାଏ । ସାଧାରଣତଃ ଶୂଳ, ସର୍ପ, ଡ଼ମ୍ବରୁ ଓ ମାଂସ ଖଣ୍ଡ ସେ ହସ୍ତରେ ଧାରଣ କରିଥାଆନ୍ତି । ତାଙ୍କ ସହିତ ଗଣେଶ ରହିଥାନ୍ତି । ବାହନ ଭାବରେ ଏକ କୁକୁର ତାଙ୍କ ନିକଟରେ ଥାଏ । ଚାରିପାଖରେ ପିଶାଚଗଣ ରହିଥାନ୍ତି । କଥିତ ଅଛି ଯେ, ଏହାଙ୍କୁ ପୂଜନ କରିବା ଦ୍ୱାରା ଗୃହସ୍ଥ ଭୟମୁକ୍ତ ହୋଇଥାନ୍ତି । ସେଥିପାଇଁ ସେମାନେ ଚିତ୍ରଶିଳ୍ପୀଙ୍କୁ ଡ଼ାକି ଗୃହର ପ୍ରବେଶ ଦ୍ୱାରରେ ଗଣେଶ ଓ ବାରିଦ୍ୱାରରେ ବଟୁକ ଭୈରବଙ୍କର ମୂର୍ତ୍ତି ଅଙ୍କନ କରନ୍ତି । ବଟୁକ ଭୈରବଙ୍କର ପ୍ରାର୍ଥନା ମନ୍ତ୍ର ହେଉଛି –
“ଦ୍ୱାରଦେବ ନମସ୍ତୁଭ୍ୟଂ ନମସ୍ତେ ନନ୍ଦିକେଶ୍ୱର
ଭାଦ୍ରବକୃଷ୍ଣଂ ପଞ୍ଚମ୍ୟାଂ ରକ୍ଷ ରକ୍ଷ ମହେଶ୍ୱରମ୍ ।”
ବିଧି ଅନୁସାରେ, ଏହି ମନ୍ତ୍ରକୁ ଏକ ତାଳପତ୍ରରେ ଲେଖି କିଛି ଦୂବ ଓ ଅରୁଆ ଚାଉଳ ସହିତ ବାନ୍ଧି ଦ୍ୱାରବନ୍ଧରେ ଝୁଲାଇ ଦିଆଯାଏ । ଏହାପରେ ବ୍ରାହ୍ମଣ ଆସି ଯଥାରୀତି ବଟୁକ ଭୈରବଙ୍କୁ ଆବାହନ କରି ତାଙ୍କର ପୂଜା ସଂପନ୍ନ କରିଥାନ୍ତି । ରାତ୍ରିକାଳରେ ଗୃହସ୍ଥମାନେ ବିଭିନ୍ନ ଅନ୍ନ ବ୍ୟଞ୍ଜନ ରାନ୍ଧି ବାରିଦୁଆର ପାଖରେ ପଶୁ ପକ୍ଷୀ, ସର୍ପ ଓ ପିଶାଚମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରନ୍ତି ।
Generally, we know that ‘Neeladrivije’ is the last festival of Rath Yatra. On that day, after offering rasagola to Goddess Lakshmi, going to Sri Jagannath and performing the ritual of Rath Yatra, all the rituals of Rath Yatra are completed. But this is not correct. Even after Neeladrivije, there are three more rituals left. They are – Chitalagi, Khasa-pada and Rahu Rekha Lagi. After the Sannun Nithi of the eldest Purnami and ‘Ulagi’ (descending) of Hatibesha, the Thakurs go to their respective homes in a single pahandi. There, the three Ratnachitas attached to their heads are removed. That night, the golden Rahu Rekhas on the heads of the three Thakurs are also removed. On the second day of Asadha Shukla, after performing the ritual of Rath Yatra, they are made to wear a Sol Chita. On the Ratnachita day of Shravan Amavasya, that Sol Chita is removed and Ratnachita is applied instead. Therefore, Shravan Amavasya is famous as ‘Chitalagi Amavasya’. Another method after this is ‘Khasa-pada’. The last method of the secret method that the servants of the husband and wife perform during the Ansar is ‘Shripayer Muda’. After this, on the fifth day of Bhadrava Krishna Panchami, a golden Rahu Rekha is again applied to their heads. Hence, this Tithi is called ‘Rekha Panchami’. Actually, this is the last method of the bathing and Rath Yatra of Shri Jagannath.
On the fifth day of Bhadrava Krishna Pasha month, after the Ballav Bhog, the Bhandar Mekap Bhandar Mekap, the golden Rahu Rekha stamped in the Bhandar house, is taken out in the presence of the temple officials, the temple officials, the temple administrators and the temple officials and given to the Bhairana or Majra Mandapa to clean. In the presence of all of them, the Bhandar cleans the three Rahu Rekhas. After the Bhogamandapa is over, the Palia Pratihari closes the Jay Vijay Dwar. The flower-dressing attendants will decorate the ornaments of the gods with the garlands of flowers and take Sridevi and Bhudevi to the Khatsheya house. The attendants will prepare ablutions under the throne of Sudhasua. Later, the two-legged attendants will come and wash their hands and feet and ascend the throne. The Palia will wash their makeup and give it to the Rahurekha Pati Mahapatra, who will clean it and give it to the one who is receiving the ablutions. Then, all the two-legged attendants will come together and wash themselves with ablutions and a torn cloth and come down from the throne. After wiping the throne, the great bath is performed and the Puja Panda comes and offers the worship. Then Sridevi and Bhudevi come from the Khatsheya house and visit the throne and wash themselves and change their clothes. After the noon incense is offered, the Panda, Pati and Mudirasta are tied to the three ablutions. After this, other daily rituals are followed. The weight of the golden Rahurekhas is – about 96 tolas of Shri Balabhadra, about 76 tolas of Devi Subhadra, about 135 tolas of Shri Jagannath Mahaprabhu.
The Navagraha principle is integrated in Shri Jagannath. The eyes of Shri Jeevu are the symbol of Sun and Moon. The nose is Mars, the bow shape is Mercury, the square shaped Shrimukha is Venus, the golden leopard is Jupiter, the black color is Saturn, the jhoba kanthi is Ketu, the Rahurekha is the symbol of Rahu.
On this day, a special door worship ritual is performed in some parts of Odisha. It is called ‘Raksha Panchami’ Puja. Generally, the householders organize this puja to protect themselves from snakes, animals and ghosts and demons. The Ishta Deva of this puja is ‘Batuk Bhairav’. Usually, the idol of Batuk Bhairava is installed at the entrance of some Shiva temples. The word ‘Bhairava’ means the protector of the universe. He is one of the 64 Bhairavas described in the ‘Shiva Purana’. He is a naked idol with four arms and three eyes. He has a snake as a waist belt. He usually holds a spear, a snake, a drum and a piece of meat in his hands. Ganesha lives with him. He has a dog as his vehicle. There are demons around him. It is said that by worshipping him, the household is free from fear. Therefore, they call an artist to paint the idol of Ganesha at the entrance of the house and Batuk Bhairava at the entrance. The prayer mantra of Batuk Bhairava is – “Dwardev Namastubhyam Namaste Nandikeshwar Bhadrabakrishna Panchamyaam Raksha Raksha Maheswaram.” According to the custom, this mantra is written on a piece of paper, tied with some dub and aura rice, and hung on the doorstep. After this, the Brahmin comes and invokes Batuk Bhairava in the proper manner and performs his puja. At night, the householders cook various kinds of food and dishes and offer them to the animals, birds, snakes and ghosts at the entrance door.
** ଶ୍ରୀମନ୍ଦିରେ ଷଷ୍ଠୀ ଓଷା **
ଷଷ୍ଠୀ ଓଷା ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା । ଏହାକୁ ଷଠି ଓଷା ବା ଷଠୀ ବ୍ରତ ମଧ୍ୟ କୁହାଯାଏ । ଷଷ୍ଠୀ ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କୁହନ୍ତି । ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ( ଗଣେଶ ପୂଜାର ଦୁଇ ଦିନ ପରେ ) ଷଠି ଓଷା ପାଳନ ହୁଏ । ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ ବୋଲି କୁହାଯାଏ । ଗାଁରେ ମା ‘ ମାନେ ଷଠୀ ଦେବୀଙ୍କୁ ପୂଜା କରିଥାଆନ୍ତି।ଷଠୀ ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ମା ‘ ମାନେ ପୂଜିଥାଆନ୍ତି ।
ପାଳନ ବିଧି : ସକାଳେ ଶିବଙ୍କ ପାଇଁ ସୋମନାଥ ବ୍ରତ ହୁଏ।ଭାତ , ଡାଲି , ମାଛ ଭଜା , ଚକୁଳି ପିଠା , ଦୁଇ ପ୍ରକାର ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ରନ୍ଧାହୁଏ । ଶିଳ ପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା ‘ ଉପରେ ହଳଦୀ ରଖାଯାଏ । ଅପାମାରଙ୍ଗ , ବାଉଁଶ , ଧାନ , ବଜ୍ରମୂଳୀ , ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ସଂଗ୍ରହ କରି ଏକାଠି କରି ବନ୍ଧାଯାଏ। ଗୋଟେ ପୂର୍ଣ୍ଣ କୁମ୍ଭ ଏବଂ ତା ‘ ପାଖରେ ଗଳି ଗୁଆ , ସିନ୍ଦୁର ଫରୁଆ , କଜଳ ପାତି ରଖାଯାଏ । ଦୁବ , ବରକୋଳି ପତ୍ର ଓ ଅରୁଆ ଚାଉଳରେ ଘରେ ଥିବା ମା ‘ ଏବଂ ଅନ୍ୟାନ୍ୟ ସ୍ତ୍ରୀ ଲୋକ ଗୁରୁଜନ ମାନେ ଲଘୁଜନ ମାନଙ୍କୁ ବନ୍ଦାପନା କରନ୍ତି ।ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି ।
*ଷଠି ବାଡ଼ିଆ :
ରାତିରେ ଅପାମାରଙ୍ଗ , ବାଉଁଶ , ଧାନ , ବଜ୍ରମୂଳୀ , ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବାନ୍ଧିଥିବା ଗୋଛାରେ ଶିଶୁମାନଙ୍କ ରକ୍ଷା ବିଧାନାର୍ଥ ତାଙ୍କ ପିଠିରେ ମା ‘ ଏବଂ ଅନ୍ୟ ବୟସ୍କ ସ୍ତ୍ରୀ ଲୋକମାନେ ଧୀରେ ଧୀରେବାଡ଼ାନ୍ତି । ଏହାକୁ ” ଷଠି ବାଡ଼ିଆ ” କୁହାଯାଏ । ଏହା ଦ୍ଵାରା ଶିଶୁମାନଙ୍କର ସମସ୍ତ ବାଳରିଷ୍ଟ ଖଣ୍ଡିତ ହୁଏ ବୋଲି ବିଶ୍ବାସ ରହିଛି । ଏହି ସମୟରେ ଆଘାତ କରୁଥିବା ମହିଳାମାନେ ବୋଲନ୍ତି :
*ଓଲୁଅ ପରି ବଢ଼ିଯା , ବଣସାରୁ ପରି ମାଡ଼ିଯା , ଜୀଁ ଜୀଁ ବଜ୍ର ହୋ !*
ଷଷ୍ଠୀଦେବୀ ସ୍ତୋତ୍ର ![]()
ॐ ଅସ୍ୟ ଶ୍ରୀ ଷଷ୍ଠୀଦେବୀ ସ୍ତୋତ୍ରସ୍ୟ, ବ୍ରହ୍ମାଋଷିଃ, ଅନୁଷ୍ଟୁପ୍ ଛନ୍ଦଃ, ଶ୍ରୀଷଷ୍ଠୀଦେବୀ ଦେବତା, ମମ ପୂର୍ବଜନ୍ମାର୍ଜିତ ସକଳପାପ କ୍ଷୟ ପୂର୍ବକାଚିରେଣ ଦୀର୍ଘାୟୁ ସତ୍ ପୁତ୍ର ପ୍ରାପ୍ତ୍ୟର୍ଥେ ଷଷ୍ଠୀ ସ୍ତୋତ୍ର ପଠନେ ବିନିଯୋଗଃ।
**ଧ୍ୟାନମ୍**
ଶ୍ୱେତପଙ୍କଜ ବର୍ଣ୍ଣାଭାଂ ଶ୍ୱେତାଭରଣ ଭୂଷିତାଂ
ଶ୍ୱେତବସ୍ତ୍ର ପରିଧାନାଂ ଶ୍ୱେତଚନ୍ଦନ ଚର୍ଚିତାମ୍।
ଶ୍ୱେତପଦ୍ମମୁଖୀଂ ଦେବୀଂ ଶ୍ୱେତପୁଷ୍ପୈ ରଳଂକୃତାଂ
ଦଧତୀଂ ଦକ୍ଷିଣେହସ୍ତେ ପୂତ୍ରଂସର୍ବ ଗୁଣାନ୍ୱିତମ୍।
ବାମକକ୍ଷେ ସୁତଂ ତଦ୍ ବତ୍ ଧାରୟନ୍ତି ମନୋହରୀଂ
କୃପାପାଙ୍ଗେନ ବୀକ୍ଷନ୍ତୀଂ ଦେବସେନା ଭଜାମ୍ୟହମ୍।। ୧।।
ନମୋଦେବୈ ମହାଦେବୈ ସିଦ୍ଧ୍ୟୈ ଶାନ୍ତ୍ୟୈ ନମୋନମଃ
ଶୁଭାୟୈ ଦେବସେନାୟୈ ଷଷ୍ଠୀଦେବ୍ୟୈ ନମୋନମଃ।। ୨।।
ବରଦାୟୈ ପୁତ୍ରଦାୟୈ ଧନଦାୟୈ ନମୋନମଃ
ସୁଖଦାୟୈ ମୋକ୍ଷଦାୟୈ ଷଷ୍ଠୀଦେବ୍ୟୈ ନମୋନମଃ।। ୩।।
ଶକ୍ତିଷଷ୍ଠାଂଶ ରୂପାୟୈ ସୁଦ୍ଧାୟୈ ଚ ନମୋନମଃ
ମାୟାୟୈ ସିଦ୍ଧଯୋଗିନ୍ୟୈ ଷଷ୍ଠୀଦେବ୍ୟୈ ନମୋନମଃ।। ୪।।
ସାରାୟୈ ସାରଦାୟୈ ଚ ପାରାୟୈ ସର୍ବକାରିଣ୍ୟୈ
ବାଳାଧିଷ୍ଠାତ୍ର୍ୟୈ ଦେବ୍ୟୈ ଚ ଷଷ୍ଠୀଦେବ୍ୟୈ ନମୋନମଃ।। ୫।।
କଲ୍ୟାଣଦାୟୈ କଲ୍ୟାଣ୍ୟୈ ଫଳାଦାୟୈ ଚ କର୍ମଣାମ୍
ପ୍ରତ୍ୟକ୍ଷାୟୈ ଚ ଭକ୍ତାନାଂ ଷଷ୍ଠୀଦେବ୍ୟୈ ନମୋନମଃ।। ୬।।
ପୂଜ୍ୟାୟୈ ସ୍କନ୍ଦକାନ୍ତାୟୈ ସର୍ବେଷାଂ ସର୍ବକର୍ମସୁ
ଦେବରକ୍ଷଣ କାରିଣ୍ୟୈ ଷଷ୍ଠୀଦେବ୍ୟୈ ନମୋନମଃ।। ୭।।
ଶୁଦ୍ଧସତ୍ତ୍ୱ ସ୍ୱରୂପାୟୈ ବନ୍ଦିତାୟୈ ନୃଣାଂ ସଦା
ହିଂସାକ୍ରୋଧ ବର୍ଜିତାୟୈ ଷଷ୍ଠୀଦେବ୍ୟୈ ନମୋନମଃ।। ୮।।
ଭୂମିଂ ଦେହି ସୂତଂ ଦେହି ବିଦ୍ୟାଂ ଦେହି ସୁପୂଜିତେ
କଲ୍ୟାଣଂ ଚ ଜୟଂ ଦେହି ଷଷ୍ଠୀଦେବ୍ୟୈ ନମୋନମଃ।। ୯।।
ଧନଂ ଦେହି ସୁଖଂ ଦେହି ରୂପଂ ଦେହି ସୂରେଶ୍ୱରୀ
ଧର୍ମଂ ଦେହି ଯଶୋ ଦେହି ଷଷ୍ଠୀଦେବ୍ୟୈ ନମୋନମଃ।। ୧୦।।
ଇତି ଦେବୀଞ୍ଚ ସଂସ୍ତୁତ୍ୟ ଲଭେ ପୂତ୍ରଂ ପ୍ରିୟଦ୍ରତଃ
ଯଶସ୍ୱୀନାଥ ରାଜେନ୍ଦ୍ରଂ ଷଷ୍ଠୀଦେବୀ ପ୍ରସାଦତଃ।। ୧୧।।
ଷଷ୍ଠୀସ୍ତୋତ୍ର ମିଦଂ ବ୍ରହ୍ମନ୍ ଯଃ ଶୃଣୋତି ଚ ବତ୍ସରମ୍
ଅପୂତ୍ରୋ ଲଭତେ ପୁତ୍ରଂ ବରଂ ସୁ ଚିରଜୀବିନମ୍।।
ବର୍ଷମେକଞ୍ଚ ଯା ଭକ୍ତ୍ୟା ସଂଯତେନ ଶୃଣୋତି ଚ
ସର୍ବପାପ ର୍ବିନିର୍ମୁକ୍ତୋ ମହାବନ୍ଧ୍ୟା ପ୍ରସୂୟତେ।।
ବୀରପୁତ୍ରଞ୍ଚ ଗୁଣିନଂ ବିଦ୍ୟାବନ୍ତଂ ଯଶସ୍ୱିନମ୍
ସୁ ଚିରାୟୁଷ୍ମନ୍ତମେବ ଷଷ୍ଠୀଦେବୀ ପ୍ରସାଦତଃ।।
ରୋଗଯୁକ୍ତେ ଚ ବାଳେ ଚ ପିତା ମାତା ଶୃଣୋତି ଚେତ୍
ମାସଞ୍ଚ ମୁଚ୍ୟତେ ବାଳଃ ଷଷ୍ଠୀଦେବୀ ପ୍ରସାଦତଃ।।
।।ଇତି ଶ୍ରୀବ୍ରହ୍ମବୈବର୍ତ୍ତ ପୁରାଣେ ପ୍ରକୃତିଖଣ୍ଡେ ଷଷ୍ଠୀସ୍ତୋତ୍ର ସମ୍ପୂର୍ଣ୍ଣମ୍।।
:
ଶ୍ରୀଷଷ୍ଠୀଦେବି ସ୍ତୋତ୍ରମ୍ ![]()
[ଆଜି ପବିତ୍ର ଷଷ୍ଠୀ ଓଷାରେ ସମସ୍ତ ମାଆମାନେ ନିଜ ନିଜର ସନ୍ତାନ ମାନଙ୍କ ଦୀର୍ଘାୟୁଷ୍ଯ ନିମନ୍ତେ ପବିତ୍ର ଷଷ୍ଠୀ ଦେବୀଙ୍କ ସ୍ତୋତ୍ର ପାଠ କରନ୍ତୁ ।]
** ଜନ୍ମାଷ୍ଟମୀ ନୀତି **
** ମହାପ୍ରଭୁଙ୍କର ଗର୍ଭଉଦକ ବନ୍ଦାପନା **
ଜନ୍ମାଷ୍ଟମୀ ପୂର୍ବଦିନ, ସନ୍ଧ୍ୟା ଆଳତି ବେଶରେ ତିନି ଦିଅଁ ଛଅ ମୂର୍ତ୍ତି ସୁନା ଅଳଙ୍କାର ଲାଗି ହେବେ। ଏହାପରେ ପାଣି ପଡ଼ି ଟେରା ବନ୍ଧାଯାଇ ସନ୍ଧ୍ୟା ଧୂପ ଛେକ ଛାମୁକୁ ଆସିବ। ସନ୍ଧ୍ୟା ଧୂପ ପୂଜା ପରେ ଭିତରେ ପାଣିପଡ଼ି ଧୋପଖାଳ ପରେ ଜୟ ବିଜୟ ଦ୍ଵାର ବନ୍ଦ ହେବ । ଟେରା ବନ୍ଧା ହୋଇ ଅଣସର ପିଣ୍ଡିଠାରେ ଜେଉଡ଼(ଜେଉଟ)ଭୋଗ (ଶାଗ, ତରକାରୀ, ପିଠା, ଝିଲି, ଓରିଆ, ଖିରି ଇତ୍ୟାଦି) ରୋଷରୁ ଆସି ରଖା ହୁଏ। ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦଲାଗି କରନ୍ତି। ତିନିଜଣ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରନ୍ତି। ପାଣି ପଡ଼ି ଧୋପଖାଳ ହେଲା ପରେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି। ଗୋଟିଏ ଅଧିକ ବନ୍ଦାପନା ଶ୍ରୀଜଗନ୍ନାଥଙ୍କ ବାଡ଼ରେ ହୁଏ ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ତା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ହୁଏ।
ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ
ଦେବୋ ନ ଜାନାତି କୁତୋ ମନୁଷ୍ୟଃ?
ପିତାମହସ୍ୟ ଜଗତୋ ମାତାଧାତା ପିତାମହଃ
ଏହାର ଅର୍ଥ ପରମାତ୍ମା ଏ ଜଗତର ପିତା, ମାତା, ଧାତା (ସୃଷ୍ଟିକର୍ତ୍ତା) ଓ ପିତାଙ୍କ ପିତା ପିତାମହ। ଏହିପରି ଶ୍ରୀମନ୍ଦିରରେ ପରମ୍ପରାକ୍ରମେ ପାଳିତ ହେଉଥିବା ରୀତିନୀତି ଗୁଡିକର ସ୍ବତନ୍ତ୍ର ତାତ୍ପର୍ଯ୍ୟ ରହିଛି।
ଭାଦ୍ରବ କୃଷ୍ଣ ସପ୍ତମୀରେ ଦେବକୀଙ୍କୁ ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ ଜଗନ୍ନାଥଙ୍କୁ ପଖାଳ ଅନ୍ନ ନୈବେଦ୍ୟ
କୃଷ୍ଣାୟାମଥ ସପ୍ତମ୍ୟାଂ ସାୟଂପୂଜାବିଧାନତଃ।
ଦେବକୀସାନ୍ତ୍ୱନାର୍ଥାୟ ଜଗଦୀଶଂ ପୁନର୍ଯଜେତ୍।।
ଭାଦ୍ରବ କୃଷ୍ଣ ସପ୍ତମୀରେ ସାୟଂକାଳ ପୂଜାପରେ ଦେବକୀଙ୍କୁ ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ ଶ୍ରୀଜଗନ୍ନାଥଙ୍କୁ ପୁଣିଥରେ ପୂଜା କରିବ।
ନାନାବ୍ୟଞ୍ଜନସଂଯୁକ୍ତଂ ନାନାପୂପସମନ୍ୱିତମ୍।
କ୍ଷାଳିତାନ୍ନଂ ଚ ନୈବେଦ୍ୟଂ ତଦାଦଦ୍ୟାନ୍ମହୀପତେ।।
ହେ ରାଜା ! ନାନାବିଧ ବ୍ୟଞ୍ଜନ ଏବଂ ନାନା ପ୍ରକାର ପିଠା ସହ ଧୂଆ ପଖାଳ ନୈବେଦ୍ୟ ଅର୍ପଣ କରିବ।
On the eve of Janmashtami, in the evening, three or six idols are adorned with gold ornaments. After this, after pouring water, the tera is tied and after Sandhya Dhupa and near Anabasara Pindi of the shrine ,in the evening. After pouring water inside the shrine, after pouring the dhapa, the Jaya Vijaya Dwar is closed. The tera is tied and a Jeuta Bhoga (sag, tarkari, pitha, jhili, oriya, khiri, etc.) is brought from the temple kitchen and placed . Mudirasta is offers Prasad to the ShreeAng. Three people worship the Pujapandas with Pancha Uachar. After pouring water and pouring the Dhopakhal, the Pujapanda,along with Pati Mohapatra & Mudirasta complete Bandapana . One more extra Bandapana is offered Shri Jagannath, which is called the Garbhaudaka Bandapana. After that, other daily rituals are performed.
On the eve of Ramajanma and Krishnajanma, a Jeuta Bhoga is offered in the temple after Adardhup. This Bhoga is prepared from Ou,, saru, manja etc. The purpose of offering this Bhoga is for pregnancy Pain and stimulates Birth. After offering the Bhoga, the Thakurs are worshipped. The thing to think about here is that Jagannath himself is born as Rama Krishna. Then why is he offered Bhoga to prevent pregnancy and the next day he is born as Rama Krishna and his birth rituals are followed in the temple. That is, the Lord himself becomes a mother at night and is born as a son in the morning. So what is the secret of this Bhoga? The answer to this is in the Gita.
** ଶ୍ରୀକୃଷ୍ଣ ଜନ୍ମ **
ଚତୁର୍ମୁଖୀ ବ୍ରହ୍ମା ର ଦ୍ବିତୀୟ ପରାର୍ଦ୍ଧେ ଶ୍ବେତବରାହ କଳ୍ପେ ବୈବସ୍ୱତ ମନ୍ବନ୍ତରେ ଅଷ୍ଟାବିଂଶତି ଦ୍ବାପର ଯୁଗେ ଆଜକୁ ପ୍ରାୟ ୫୨୫୧ ବର୍ଷ ପୂର୍ବେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ସୂର୍ୟ୍ଯ ସିଂହ ରାଶି ରେ ଓ ଚନ୍ଦ୍ର ବ୍ରୁଷ ରାଶି ରେ ଥାଇ ରୋହିଣୀ ନକ୍ଷତ୍ର ଯୁକ୍ତ ହୋଇ ବୁଧବାର ର ଅର୍ଦ୍ଧରାତ୍ରି ରେ ମଥୁରା କଂସ ବନ୍ଦୀଶାଳା ରେ ଦେବକ ରାଜା ର କନ୍ଯା ମହାମାତା ଦେବକୀ ଙ୍କ ଗର୍ଭରୁ ଚନ୍ଦ୍ର ବଂଶ ରେ ସ୍ବୟଂ ଅନାଦି ପରଂବ୍ରହ୍ମ ଭଗବାନ ନିଜର ପୂର୍ଣ୍ଣ ଷୋଳକଳା ସହ ଚତୁର୍ଭୁଜ ରେ ଶଙ୍ଖ,ଚକ୍ର, ଗଦା, ପଦ୍ମ ଧରି ଆବିର୍ଭାବ ହୋଇ ନିଜର ଲୀଳା ଆରମ୍ଭ କରିଲେ । ଭଗବାନ ଙ୍କ ସବୁ ଅବତାର ରେ ନିଜର କିଛି ଅଂଶ ଥାଏ କିନ୍ତୁ ଶ୍ରୀକୃଷ୍ଣ ଅବତାର ଭଗବାନ ଙ୍କ ସଂପୂର୍ଣ୍ଣ କଳା ସହ ଶ୍ରୀହରି ଧରାବତରଣ କରିଥିବାରୁ ଜନ୍ମାଷ୍ଟମୀ କୁ ଶ୍ରୀଭଗବାନ ଜନ୍ମ ମଧ୍ଯ କୁହାଯାଏ। ବୈଷ୍ଣବ ଭଗବାନ ଙ୍କ ପ୍ରାପ୍ତି ନିମନ୍ତେ ଅନେକ ବ୍ରତ କରିଥାନ୍ତି ତନ୍ମଧ୍ଯରୁ ଜନ୍ମାଷ୍ଟମୀ ବ୍ରତ ର ମହତ୍ତ୍ବ ଅଧିକ ଥାଏ। ଜନ୍ମାଷ୍ଟମୀ ବ୍ରତ ସ୍ମାର୍ତ୍ତ ଓ ବୈଷ୍ଣବ ମତାନୁସାରେ ଭିନ୍ନ ଭିନ୍ନ ଦିନରେ ଆଗପଛ ହୋଇ ହୋଇଥାଏ। ଯେପରି ବୈଷ୍ଣବ ସୂର୍ୟ୍ଯୋଦୟ କୁ ଅଷ୍ଟମୀତିଥି ରହିଲେ କିମ୍ବା ରୋହିଣୀ ନକ୍ଷତ୍ର ଯୁକ୍ତ ହୋଇଥିଲେ ଜନ୍ମାଷ୍ଟମୀ ପାଳନ କରନ୍ତି ସେହିପରି ବଡ଼ଦେଉଳ ରେ ମଧ୍ଯରାତ୍ରି କୁ ଅଷ୍ଟମୀ ସ୍ପର୍ଶ ହୋଇଲେ ସେହି ରାତ୍ରି ହରି ଜନ୍ମାଷ୍ଟମୀ ପାଳନ ହୁଏ। ତେବେ ଭକ୍ତମାନେ ଦ୍ବନ୍ଦରେ ନ ପଡ଼ି ନିଜର ବୈଷ୍ଣବ ପରମ୍ପରା ଅଥବା ଘର ପରମ୍ପରା ଅନୁଯାୟୀ ଉଭୟ ଦିନରେ ବ୍ରତ କରିପାରିବେ।
** ShreeKrishna Janma **
In the second incarnation of Chaturmukhi Brahma, in the Swetavarah Kalpa of Baivaswat Manvant, in the AsthaaVishanti tithi, Dwapar Yuga, about 5251 years ago, on the eighth day of the Krishna phase of the Bhadrava month, the Sun was in the Leo sign and the Moon was in the Bruce sign, and the Rohini constellation was conjoined. At midnight on Wednesday, in the Kansa prison of Mathura, from the womb of Mahamata Devaki, the daughter of Devak Raja, the eternal Param Brahman Himself appeared in the Chandra dynasty with His full strength, holding a conch, disc, mace, and lotus in His four arms, and began His play. All incarnations of Bhagavan have some part in Him, but since the Shri Krishna incarnation embodied the Lord with the complete art of Shri Hari, Janmashtami is also called the birth of Shri Bhagavan. Vaishnavas observe many fasts to attain the Lord, out of which the Janmashtami fast is of great importance. The Janmashtami fast is observed on different days according to the Smarta and Vaishnav sects. Just as Vaishnavas observe Janmashtami when the sun rises on the eighth day or when the Rohini star is conjunct, similarly, when the eighth day of the month is reached in a large temple, Hari Janmashtami is observed that night. Then, without getting confused, devotees can observe the fast on both days according to their Vaishnav tradition or family tradition.
** ନନ୍ଦୋତ୍ସବ,ବିଜୁଳି କନ୍ୟା ଜନ୍ମନୀତି **
ନନ୍ଦଗୋପ ଗୃହେ ଜାତା ଯଶୋଦା ଗର୍ଭସମ୍ଭବା ।
ତତସ୍ଥୌ ନାଶୟିଶ୍ୟାମି ବିନ୍ଧ୍ୟାଚଳ ନିବାସୀଂ ।।
ମୁଁ ଯୋଗମାୟା। ମୁଁ ହିଁ ଜଗତ୍ ଜନନୀ… ମୁଁ ହିଁ ସୁଭଦ୍ରା… ମୁଁ ହିଁ ବିଜୁଳିକନ୍ୟା…ମୁଁ ହିଁ ଦୁର୍ଗା,ଭଦ୍ରକାଳୀ। ସାରା ସଂସାର ମୋହରି ମାୟାରେ ହିଁ ଚଳଚଞ୍ଚଳ। ସେହି ମାୟାରେ ହିଁ ସାରା ବିଶ୍ୱକୁ ମୁଁ ବାନ୍ଧି ରଖିଛି। ଯେଉଁ ମାୟା ସ୍ୱୟଂ ନାରାୟଣଙ୍କୁ ବି ଅଗୋଚର। ଯୋଗମାୟା ସୁଭଦ୍ରା ଙ୍କ ଜନ୍ମୋତ୍ସବ। ଶ୍ରୀମନ୍ଦିରରେ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତଙ୍କ ବନ୍ଦାପନା ପରେ ଦୁର୍ଗାଙ୍କୁ ଭଣ୍ଡାର ଘରୁ ଆଣି ସିଂହାସନ ଉପରେ ସୁଭଦ୍ରାଙ୍କ ବାଡରେ ବସାଯାଏ । ପତି ମହାପାତ୍ର ସିଂହାସନ ଉପରେ ଚଢି ସୁଭଦ୍ରାଙ୍କ ଠାରୁ ଆଜ୍ଞାମାଳ ନେଇ ଦୁର୍ଗାଙ୍କୁ ଲାଗି କରିବା ପରେ ପତିମହାପାତ୍ର ତାଙ୍କୁ ହାତରେ ବିଜେ କରି ଜଗମୋହନରେ ଲାଗିଥିବା ଦୋଳିର ସାମ୍ନାରେ କାଠନିର୍ମିତ ସିଂହାସନ ଉପରେ ବିଜେ କରନ୍ତି ।
ପୂଜାପଣ୍ଡା ସେଠାରେ ଦୁର୍ଗାଙ୍କ ପାଖରେ ବରୁଣ ପୂଜା, ତାପରେ ମହାସ୍ନାନ, ଲୁଗାଲାଗି, ଭୋଗ ପରେ ବନ୍ଦାପନା ହୋଇ ହାତରେ ବିଜେ ହୋଇ ସାତପାହାଚରେ ଡମ୍ବରୁ ଉପରେ ବିଜେ ହୁଅନ୍ତି । ସେଠାରେ ବିଜୁଳି କନ୍ୟା ନୀତି ହୁଏ ।
ଜନୈକ ସେବକ କାଠର ଏକ ବିଜୁଳି କନ୍ୟାକୁ ଦୂରକୁ ଫିଙ୍ଗି ଦିଅନ୍ତି, ଏହାପରେ ଆଳତୀ ହୋଇ ଦୁର୍ଗା ଭଣ୍ଡାର ଘରକୁ ବିଜେ କରନ୍ତି । ମଝିବାଡ ଓ ମହାପ୍ରଭୁଙ୍କ ବାଡରେ ଷଷ୍ଠୀ ମାର୍କଣ୍ଡି ପୂଜା ହୁଏ ।ଶ୍ରୀମନ୍ଦିରରେ ଦୁର୍ଗା ଜନ୍ମଉତ୍ସବ ନୀତି ସମାପନ ହେବା ପରେ ନନ୍ଦଉତ୍ସବ ନିମନ୍ତେ ଦୋଳିରେ ଅଧିଷ୍ଠିତ ହୋଇଥିବା ରାମ କୃଷ୍ଣ ଓ ମଦନମୋହନଙ୍କୁ ସେଠାରୁ ଏକ ଖଟ ଉପରେ ବିଜେ କରାଯାଏ । ତିନି ବିଗ୍ରହ ମାଜଣା, ମାଳ ଫୁଲ ଲାଗି ଓ ବେଶ ହୋଇ ସାତ ପାହାଚ ଦ୍ୱାରରେ ଥିବା ପାଲିଙ୍କିରେ ବିଜେ ହୋଇ ଲକ୍ଷ୍ମୀ ମନ୍ଦିର ଜଗମୋହନରେ ପଡିଥିବା ଖଟ ଶେଜ ଉପରେ ବିଜେ ହୋଇଥାନ୍ତି । ଏହାପରେ ଭିତରଚ୍ଛ ମହାପାତ୍ର (ନନ୍ଦ ରାଜା ରୂପରେ) ଶ୍ରୀନଅରକୁ ଯାଇ ସେଠୁ ଆସି ସ୍ନାନ ମଣ୍ଡପ ଠାରେ ବସିଥାନ୍ତି । ତାଟଲେଙ୍କା ଗୋଟିଏ ଦୁହାଁଳି ଗାଈ ଲକ୍ଷ୍ମୀ ମନ୍ଦିର ପାଖକୁ ଆଣିଥାନ୍ତି।
ଗଉଡ଼ ପୁଅ ଜନ୍ମ ହେବା ଖବର ନନ୍ଦ ରାଜା (ଭିତରଚ୍ଛ ମହାପାତ୍ର)ଙ୍କୁ ଦିଆଯାଇଥାଏ ଓ ତାହାଙ୍କ ଲୁଗା ଫେରକୁ ଧରି ଭିଡି ଭିଡି ଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ଅଣାଯାଇଥାଏ । ଏଠାରେ ନନ୍ଦ ରାଜା ଆସି ଗୋ ଦୋହନ କରିଥାନ୍ତି । ଚଳନ୍ତି ପ୍ରତିମାଙ୍କୁ ରୂପା ପିଙ୍ଗଣରେ ଦୁଧ ସମର୍ପଣ, ପ୍ରସାଦ ଲାଗି ଓ ରାଶି କୋରା ମଣୋହି କରିଥାନ୍ତି । ଏହାପରେ ବନ୍ଦାପନା ନୀତି ବଢିଥାଏ । ନନ୍ଦ ରାଜା ପୁଅମାନଙ୍କୁ ଧରି ଜଗମୋହନ ବନ୍ଧା ହୋଇଥିବା ଦୋଳିରେ ବିଜେ କରିଥାନ୍ତି । ତତ୍ପରେ ରାମ କୃଷ୍ଣ ଓ ଶ୍ରୀ ମଦନମୋହନ ଚଳନ୍ତି ପ୍ରତିମା ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି । ଏହିପରି ଭାବେ ଶ୍ରୀମନ୍ଦିରରେ ନନ୍ଦଉତ୍ସଵ ଆଡମ୍ବର ସହ ପାଳନ ହୋଇଥାଏ ।
** Nanda Utsab **
** Durga Birth Ritual **
I am Yogamaya. I am the mother of the world… I am Subhadra… I am the lightning girl… I am Durga, Bhadrakali. The entire world moves in my Maya. I have bound the entire universe in that Maya. The Maya that is invisible to Narayana himself. Yogamaya is the birth anniversary of Subhadra. In the temple, after the pujapanda, Patimahapatra, and Mudirasta are tied, Durga is brought from the treasury and placed on the throne in the courtyard of Subhadra. Patimahapatra climbs on the throne and takes the garland from Subhadra and ties it to Durga. Patimahapatra then carries her in his hands and carries her on the wooden throne in front of the doli attached to Jagamohan.
There, the pujapanda performs Varuna Puja near Durga, then takes a great bath, dresses up, and after the puja, he carries her in his hands and carries her on the seven-stepped drum. There, the lightning girl ritual is performed.
A servant throws a wooden lightning girl far away, then becomes a scythe and visits the Durga Bhandar house. The sixth Markandi is worshipped in the courtyard and the Mahaprabhu’s courtyard. After the Durga Janma Utsav rituals are completed in the Srimandir, Ram, Krishna and Madanmohan, who have been placed on a doli for the Nanda Utsav, are taken from there on a bed. The three deities, garlanded and dressed, are taken on a palanquin at the seven-step gate and taken on a bed lying in the Lakshmi temple Jagmohan. After this, Bhitarchha Mahapatra (in the form of Nanda Raja) goes to Srinar and from there sits in the bathing hall. Tatlenka brings a milch cow to the Lakshmi temple. The news of the birth of a Gaud boy is given to Nanda Raja (Bhitarchha Mahapatra) and he is taken to the Lakshmi temple by his clothes. Here Nanda Raja comes and milks the cow. The idol is offered milk in a silver plate, offered prasad and paid tribute to by paying tribute. After this, the tradition of Vandapanaya is spread. Nanda Raja takes his sons and rides on a swing on which Jagamohan is tied. Then Ram Krishna and Shri Madanmohan ride the idol to the right house. In this way, the Nanda festival is celebrated with great pomp in the temple.
** ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଣଭୋଜୀ ବେଶ ଓ କୋଳିବିକା ନୀତି **
ଆଜି ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବଣଭୋଜି ବେଶ ଅନୁଷ୍ଠିତ ହେବ । ହାତରେ ବାଡି ଆଉ ଶିକାରେ ଲହୁଣୀ ଧରି ବେଶ ହୋଇଥାନ୍ତି କଳା ଗୋରା ଦୁଇ ଠାକୁର । ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ରାୟା ରାମାନନ୍ଦ ଓ ଶ୍ରୀ ଚୈତନ୍ୟଙ୍କ ସମୟରୁ ଏହି ବେଶ ଏବଂ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପ୍ରଚଳିତ ହୋଇ ଆସୁଥିବା ବିଶ୍ୱାସ କରାଯାଉଛି । ଆଜି ମଧ୍ୟାହ୍ନ ଧୂପ ପରେ ବନଭୋଜି ବେଶ ସଜ ପାଇଁ ଶ୍ରୀମନ୍ଦିରରେ ବେଶରେ ବଡଠାକୁର ଏବଂ ଶ୍ରୀଜଗନ୍ନାଥଙ୍କୁ ଦୁଇଟି ଅଜ୍ଞାମାଳ ଲାଗି ହୋଇଥାଏ । ମଧ୍ୟାହ୍ନ ଧୂପ ବଢ଼ିବା ପରେ ବଡଠାକୁର ଏବଂ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳକୁ ଦକ୍ଷିଣ ଘରକୁ ବିଜେ କରାଯାଇଥାଏ ।ସଂଧ୍ୟା ସୁଦ୍ଧା ଏହି ଧୂପ ସରି ଦକ୍ଷିଣ ଘରେ ରାମ ଓ କୃଷ୍ଣଙ୍କୁ ଏହି ଦୁଇଟି ଆଜ୍ଞାମାଳ ଲାଗି ହୋଇଥାଏ । ରାମକୃଷ୍ଣ ଏହି ଆଜ୍ଞାମାଳ ପାଇବା ପରେ ବଟଦ୍ଵାର ପାଖରେ ଥିବା ପାଲଙ୍କିରେ ଅଧିଷ୍ଠିତ ହୋଇଥାନ୍ତି । ଏହି ପାଲଙ୍କି ବିଜେ ଠାକୁରଙ୍କୁ ବିମାନ ବଡୁ ସେବକମାନେ ଘଣ୍ଟଛତା, କାହାଳୀ ସହ ପଟୁଆରରେ ନେଇ ଶ୍ରୀମନ୍ଦିର ସିଂହଦ୍ଵାର ପାର୍ଶ୍ୱ ବଡଛତା ମଠ ସମ୍ମୁଖରେ ସଜା ଯାଇଥିବା କାଠ ସିଂହାସନରେ ବିଜେ କରାଇଥାନ୍ତି । ଏହିଠାରେ ଶ୍ରୀଜୀଉଙ୍କ କୋଳିବିକା ନୀତି ହୋଇଥାଏ।
କୋଳିବିକା ନୀତି ସରିବା ପରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ବଣଭୋଜି ବେଶରେ ଭୂଷିତ କରିଥାନ୍ତି । ଏହି ବେଶର ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ । ଶ୍ରୀବିଗ୍ରହଙ୍କୁ ସୋଲ, ବେତ, କନା, ଜରିରେ ନିର୍ମିତ ସ୍ୱର୍ଣ କିଆ ଶ୍ରୀମସ୍ତକ ଚୂଳରେ ଖୋସା ଯାଇଥାଏ । ଏହି ବେଶରେ ରତ୍ନସିଂହାସନ ଉପରେ ଦୁଇଟି ଲେଖାଏଁ ଗାଈ ବାଛୁରୀ (କାଷ୍ଠ ନିର୍ମିତ) ଦଣ୍ଡାୟମାନ ରହିଥାନ୍ତି। ଏହି ବେଶ ପୁଷ୍ପାଳକ, ଭଣ୍ଡାର ମେକାପ ଓ ଖୁଣ୍ଟିଆ ଆଦି ସେବକଙ୍କ ଦ୍ଵାରା ସମ୍ପନ୍ନ ହୋଇଥାଏ ।ବଡ଼ ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀହସ୍ତର ଗୋଟିଏ ପାଖରେ ଚାରି ଫୁଟ ଲମ୍ବାର କନା ଓ ଜରିରେ ନିର୍ମିତ ଶିକା ତଳ ଭାଗରେ ଥିବା ରୂପା ପିଙ୍ଗଣରେ ‘ସର ଏବଂ ଅନ୍ୟ ହସ୍ତରେ ଏକ ବାଡ଼ି ଧରିଥାନ୍ତି । ଶ୍ରୀମନ୍ଦିର ମହାଭୋଇ (ଗଉଡ଼) ସେବକମାନେ ପରମ୍ପରା ମୁତାବକ ଏହି ସର ଯୋଗାଇଥାନ୍ତି । ବେଶରେ ଠାକୁରମାନେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖୁଆପେଡାର ମାଳି ଧାରଣ କରିବା ଶ୍ରୀମନ୍ଦିରର ଏକ ନିଆରା ପରମ୍ପରା ରହିଛି । ପାଟ ଯୋଶୀ ମହାପାତ୍ର ଘରୁ ଏହି ଖୁଆ ପେଡା ଯୋଗାଇ ଦିଆଯାଇଥାଏ।
ପୂରାଣ ଏବଂ ପରମ୍ପରା ମୁତାବକ ଶ୍ରୀକୃଷ୍ଣ ବଳରାମଙ୍କ ବାଲ୍ୟଲୀଳାରେ ଗାଈ ବାଛୁରୀ ନେଇ ବନଭୋଜିକୁ ଯିବା ଘଟଣା ଆଧାରରେ ଶ୍ରୀମନ୍ଦିରରେ ଏହି ବନଭୋଜି ବେଶ ପାଳନ ହେଉଥିବାର ଲୋକ ବିଶ୍ୱାସ ରହିଛି । ଏହି ବେଶରେ ବିଶେଷ କରି ଶ୍ରୀଜୀଉମାନେ ବଣଭୋଜି ଉଦେଶ୍ୟରେ ଗମନ କରୁଥିବାର ଦୃଶ୍ୟ ଏଥିରେ ପ୍ରକଟିତ ହୋଇଥାଏ । ଏହି ଦିନ ପୁରୀ ସାହି ପରମ୍ପରାରେ ମଧ୍ୟ ବାଲିସାହି ଯାଗା ଆଖଡାର ବକାସୁର ବାହାରି ନଗର ପରିକ୍ରମା କରି ଶ୍ରୀମନ୍ଦିରକୁ ପରିଦର୍ଶନ କରିବା ପରେ ସେଠାରେ ବକାସୁର ବଧ ଓ ଅର୍ଘାସୁର ବଧ ନୀତି ହେବାର ପରମ୍ପରା ମଧ୍ୟ ଆଜି ହୋଇଥାଏ।
ଶ୍ରୀଜୀଉମାନଙ୍କୁ ବଣଭୋଜି ବେଶରେ ଲାଗି ହେଉଥିବା ସ୍ୱର୍ଣ୍ଣ ଅଳଙ୍କାରମାନ ହେଉଛି : ୧. ସ୍ୱର୍ଣ୍ଣ କିରୀଟି (ସୁଭଦ୍ରା)ଙ୍କୁ, ୨. ୪ଟି ସ୍ୱର୍ଣ୍ଣ ଶ୍ରୀଭୁଜ (ଜଗନ୍ନାଥ ଓ ବଳଭଦ୍ର) ଙ୍କୁ, ୩. ୪ଟି ସ୍ୱର୍ଣ୍ଣ ଶ୍ରୀପୟର ୪ (ଜଗନ୍ନାଥ ଓ ବଳଭଦ୍ର) ଙ୍କୁ, ୪. ସ୍ୱର୍ଣ୍ଣ କର୍ଣ୍ଣକୁଣ୍ଡଳ ୨ଟି (ସୁଭଦ୍ରା) ଙ୍କୁ, ୫. ସ୍ୱର୍ଣ୍ଣ କିଆ, ୬. ୩ଟି ସେବତୀ ମାଳି, ୭. ହରିଡ଼ା କଦମ୍ବ ମାଳି, ୯. ୩ଟି କଦମ୍ବ ମାଳି, ୧୦. ବାଘନଖି ମାଳି, ୧୧. ତାବିଜ ମାଳି, ୧୨. ୪ଟି ଶ୍ରୀମୁଖ ପଦ୍ମ, ୧୩. ୨ଟି ବାହାଡ଼ା ମାଳି, ୧୪. ଅଳକା – ୩ଟି, ୧୫. ତିଳକ- ୨ଟି, ୧୬. ଚନ୍ଦ୍ରିକା – ୨ଟି, ୧୭. ଓଡ଼ିଆଣୀ – ୩ଟି, ୧୮. ଘାଗଡ଼ା ମାଳି – ୩ଟି, ୧୯. ଅଣ୍ଟା ପଟି – ୩ଟି, ୨୦. ଝୋବା, ୨୧. ଆଡକାନି, ୨୨. ତଡ଼ଗି, ୨୩. ଚନ୍ଦ୍ର ସୂର୍ଯ୍ୟ .
** Banabhoji Besha **
Sri Mahaprabhu’s Vanabhoji Besha: On the tenth day of Bhadra Krishna, the “Vanabhoji Besha” of Sriji is held. On this day, two pieces of mala (one piece in the big wall, one piece in the Mahaprabhu’s wall) are placed in the noon incense besha. After water falls into the noon Dhupa, one piece from the big wall and one piece from the Jagannath wall are brought out and the mala is given to the idols of Rama and Krishna in the south hall respectively. After this, the two idols of Ramakrishna are carried in their hands and taken on a palanquin at the Batadwar. The bridegrooms, carrying bells, umbrellas and kahalis, take the palanquin to the wooden throne outside the temple (near the big chhattam). Here, the Koli Bika Nitee is performed. After this, the flower-carriers perform the evening mala in the three walls. The deities are adorned with various gold ornaments in the mala. The heads of the two Thakurs, Sri Jagannath and Sri Balabhadra, are adorned with gold ornaments made of sorghum, reed and cotton. In the hands of the two Thakurs, a “Sar” is placed between a silver plate and a sikare (a 4-foot long sika made of cotton and lace) and a stick is held in the other hand.
It is worth mentioning that in this attire, the Thakurs wear a special type of two-peda (khuwa peda) garland. Apart from this, two-sided sikare is added to the sar by the administration of the temple and comes from Jagannath Ballabh Math for the middle fence. According to tradition, the Puri Mahabhoi servants go to the temple with this ‘Sara’.
In the forest-eating attire of Mahaprabhu, two wooden cows and calves are placed on the Ratna Sanshana.
It is believed that this attractive forest feasting costume of the Thakurs was introduced during the reign of the then Gajapati Prataparudra Dev under the influence of Raya Ramananda and Sri Chaitanya himself. The main purpose of this costume is to depict Sri Jagannath and Sri Balabhadra as Krishna and Balarama, reminiscing about the scene of them going for forest feasting.
Picnic attire at Srimandir:
After the Koli Bika ritual is over, the florist sevak would bury Srijiu in the form of a forest feast in the evening sun on three fences. This attire is used for various gold ornaments.
In this attire, the scene of Shrijius going for picnic purpose is evident in this. Gold kia is engraved on the head of big god Balabhadra and Mahaprabhu Shri Jagannath on the head of the great lord Balabhadra. In the hands of two people, the ‘sara’ is kept between the silver plating and the other hand holds a stick. In this attire, the Srijivas wear two different types of Peda garlands. This Khua Peda is provided from the house of Pat Joshi Mohapatra. According to tradition, Mahabhoi (Gouda) servants provide head.
In this attire Subhadra is applied to Kiriti, the attire is done as we see in gold attire.
In this attire, there are two written cow and calf (made of wood) on the throne of Ratna. This attire is completed by Palia Pushpalak, Bhandar Makeup, Palia Makeup, Khuntia etc.
According to some people, this attire was started during the time of Prataparudra Dev under the influence of Raya Ramananda and Sri Chaitanya.
The jewelry applied in this attire is:
Gold ornaments to be applied to Srijium in picnic attire.
. Golden kiriti -1 (Subhadra), ୨. Golden Shreebhuj – 4 (Jagannath, Balabhadra), 3. Golden Shripayar – 4 (Jagannath, Balabhadra), Golden Karnakundal – 2 (Subhadra), ୫. Gold kia – 50 statues, ୬. Sebati Mali – 3 pieces, Harida Kadamba Mali – 1 piece, Kadamba – 3 pieces, 10. Bagha Nakhi Mali – 1 te, 11. Tabija Mali – 1 piece, 12. Srimukh Padma – 4, 13. Bahada Mali – 2, 14. Alka – 3 T, 15. Tilak – 2 T, 16. Chandrika – 2 T, 17. Odiani – 3 T, 18. Ghagada Mali – 3 pieces, 19. Waist strap – 3 T, 20. Jhoba, ୨୧ Adakani, 22. Tadagi, 23. The Chandra, Surya.
“ଆସ, ସିଙ୍ଗଡାରେ ପାଣିର ଫଳ ଖାଅ”
ଶ୍ରୀ ଶ୍ରୀ ମହାପ୍ରଭୁଙ୍କ କୋଳି ବିକା ରୀତି।
ଫଳ ବିକ୍ରେତାଙ୍କ କାମ ହେଉଛି ଶସ୍ୟ ତିଆରି କରିବା
ପାଲୈର ପୁରାୟଦ ରତ୍ନୈୟା ଫଲାବନ୍ଦମ୍ ସମାପ୍ତ।
କୋଳି ବିକା:
ଆଜି ଶ୍ରୀମନ୍ଦିର ରେ କୋଳିବିକା ନୀତି :
ପରମ୍ପରା ଅନୁଯାୟୀ ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ଶ୍ରୀ ଜୀଉମାନଙ୍କର ‘ବଣ ଭୋଜି ବେଶ” ନୀତି ଅନୁଷ୍ଠିତ ହୋଇଥାଏ। ଉକ୍ତ ବେଶ ସମ୍ପର୍କରେ ଉଲ୍ଲେଖ ଅଛି ଯେ , ଏହି ଦିନ ମଧ୍ୟାହ୍ନ ଧୂପରେ ଦୁଇଖଣ୍ଡ ଆଜ୍ଞାମାଳ ଲାଗି ହୋଇଥାଏ। ମଧ୍ୟାହ୍ନ ଧୂପ ସରି ଭିତରେ ପାଣି ପଡିଲା ଉତ୍ତରାରେ ଦକ୍ଷିଣୀ ଘରୁ ରାମ ଓ କୃଷ୍ଣ ଙ୍କୁ ଆଣି ରତ୍ନସିଂହାସନ ରେ ବିଜେ କରିଥାନ୍ତି। ପୂଜାପଣ୍ଡା ଆସି ବଡ଼ବାଡ଼ ରୁ ରାମ ଙ୍କୁ ଓ ମହାପ୍ରଭୁଙ୍କ ବାଡ଼ରୁ କୃଷ୍ଣ ଙ୍କୁ ଆଜ୍ଞା ମାଳ ଦେଲା ପରେ ମହାଜନ ସେବକ ଙ୍କ ହାତରେ ବିଜେ ହୋଇ ରାମ କୃଷ୍ଣ ବଟ ଦ୍ୱାର ଠି ଥିବା ପାଲିଙ୍କିରେ ବିଜେ ହୁଅନ୍ତି। ବିମାନବଡୁ ସେବକ ବଡ଼ ଛତା ମଠ ପାର୍ଶ୍ୱରେ ଥିବା ଏକ କାଷ୍ଠ ନିର୍ମିତ ସିଂହାସନ ରେ ବିଜେ କରନ୍ତି। ଏହି ଠାରେ ଜଣେ ଲୋକ ଶବରୁଣୀ ବେଶ ହୋଇ ଗୁଆ କୋଳି ଓ ନଡ଼ିଆ ପାତି ମିଶାଇ ଏକ ବାଉଁଶିଆରେ ଧରି ଆସି ସେଠାରେ ଡାକିଥାଏ।
“ପାଣିର ଫଳ ସିଙ୍ଗଡାରେ କୋଳି ଖାଇବ ଆସ ହେ ପୁଏ “
ଭିତରଚ୍ଛ ମହାପାତ୍ର ଉକ୍ତ ଶବରୁଣୀ ଠାରୁ କୋଳି ନେଇ ରୂପା ପିଙ୍ଗଣ ରେ ରଖି ତାହାକୁ ସମର୍ପଣ କରି ଥାନ୍ତି ଓ ପୂଜାପଣ୍ଡା ସେଠାରେ ଶୀତଳଭୋଗ ଓ ଭିତ୍ତରଛ ମହାପାତ୍ର ବନ୍ଦାପନା କରିଥାନ୍ତି। ଏହାପରେ ଠାକୁର ବାହୁଡା ବିଜେ ହୋଇ ଜଗମୋହନ ରେ ଥିବା ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି ।
** ଶ୍ରୀମନ୍ଦିରରେ କାଳୀୟ ଦଳନ ଏକାଦଶୀ **
** ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ :ଧେନୁକାସୁର ବଧ **
ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉମାନଙ୍କ କାଳୀୟଦଲନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ।ଏହି ବେଶରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର କାଷ୍ଠ ନିର୍ମିତ ଶ୍ରୀଭୁଜ ଓ ଶ୍ରୀପୟର ଯୁକ୍ତ ହୋଇଥାନ୍ତି।
ବେଶରେ ଲାଗି ହେଉଥିବା ସପ୍ତଫେଣୀଆ କାଳୀୟଦଲନ ସର୍ପ ୩୦ ଫୁଟ ଲମ୍ବ ର ହୋଇଥାଏ। ଏହା ଦର୍ଜି , ଚିତ୍ରକାର ଓ ସୋଲ କାରିଗର ଙ୍କ ଦ୍ଵାରା ସୂତା , ବେତ ଓ କନା ରେ ନିର୍ମିତ ହୋଇଥାଏ। ଏହି ସର୍ପ ୪ଟି ଭାଗରେ ବିଭକ୍ତ ହୋଇଥାଏ। ଯଥା ୨ଟି ଗଣ୍ଡି , ୧ଟେ ଅଂଶ ମୁଣ୍ଡ ଓ ୧ଟେ ଅଂଶ ଲାଞ୍ଜ । ସର୍ପଟିର ସମସ୍ତ ଶରୀର କଳା କନାରେ ଆବୃତ ହୋଇଥାଏ। ସର୍ପଟି ର ଏହି ୪ଅଂଶ ପୁଷ୍ପାଳକ ସେବକମାନଙ୍କ ଦ୍ଵାରା ରତ୍ନସିଂହାସନ ଉପରକୁ ଯାଇଥାଏ। ସେଠାରେ ସର୍ପ ର ସମ୍ପୂର୍ଣ୍ଣ ଶରୀର ଟିକୁ ଖଞ୍ଜା ଯାଇ ସପ୍ତ ଫେଣିଆ ମସ୍ତକଟି ଶ୍ରୀ ଜଗନ୍ନାଥଙ୍କ ଶ୍ରୀପୟର ତଳେ ରଖାଯାଇଥାଏ। ଅବଶିଷ୍ଟ ଅଂଶ ମହାପ୍ରଭୁଙ୍କ ସମଗ୍ର ଶ୍ରୀଅଙ୍ଗ କୁ ଆବୃତ କରି ଅର୍ଥାତ ଉପରେ ଦେଇ ବାମ ହସ୍ତରେ ଲାଞ୍ଜ ଟି ରହିଥାଏ। ମହାପ୍ରଭୁଙ୍କ ଡାହାଣ ହସ୍ତ ରେ ଅମୃତ ଲଡୁ ଧାରଣ କରିଥାନ୍ତି।
ଶ୍ରୀ ବଳଭଦ୍ର ଦଣ୍ଡାୟମାନ ଭଙ୍ଗୀରେ ରହି ବାମ ହସ୍ତରେ ସୋଲ ନିର୍ମିତ ପଦ୍ମ କଢି ଓ ଡାହାଣ ହସ୍ତରେ ଅମୃତ ଲଡୁ ଧରିଥାନ୍ତି। ସୂଚନାଯୋଗ୍ୟ ଯେ ଏହି ଅମୃତ ଲଡୁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ଯୋଗାଇଦିଆ ଯାଇଥାଏ। ମା ସୁଭଦ୍ରା ସାଧାରଣ ବେଶ ଧାରଣ କରିଥାନ୍ତି। ଶ୍ରୀ ବଳଭଦ୍ରଙ୍କ ଦୁଇ ପାର୍ଶ୍ଵରେ ଗୋଟିଏ ଲେଖାଏଁ ଗାଈ , ବାଛୁରୀ (କାଷ୍ଠ ନିର୍ମିତ) ଦଣ୍ଡାୟମାନ ରହିଥାନ୍ତି। ଏତଦବ୍ୟତୀତ ଶ୍ରୀଜୀଉମାନଙ୍କ ଶ୍ରୀମୁଖରେ କନାରେ ପ୍ରସ୍ତୁତ ପଦ୍ମ ବଳା , ମସ୍ତକ ଉପରେ ଚୂଳ ଖଞ୍ଜାଯାଇ ସୁବର୍ଣ୍ଣ କିଆ ଓ କେତେକ ସୁବର୍ଣ୍ଣ ଅଳଙ୍କାର ମଧ୍ୟ ଲାଗି ହୋଇଥାଏ।
ଏହି ବେଶ ସନ୍ଧ୍ୟଧୂପ ଶେଷ ହେବା ପର୍ଯ୍ୟନ୍ତ ରହିଥାଏ। କଥିତ ଅଛି ଏହି ବେଶରେ ଲାଗି ହେଉଥିବା ଲଡୁ ଖାଇଲେ ସର୍ପ ଦଂଶନ ଯୋଗଥିଲେ ତାହା କଟିଯାଏ।
ପ୍ରଳମ୍ବାସୁର ଆଖ୍ୟାୟିକା ସଂପର୍କରେ ଶ୍ରୀମଦ୍ ଭାଗବତର ଦଶମ ସ୍କନ୍ଧରେ ବିସ୍ତୃତ ବର୍ଣ୍ଣନା ରହିଅଛି । ଉକ୍ତ ବର୍ଣ୍ଣନା ଅନୁଯାୟୀ ଯମୁନା ନଦୀ କୂଳରେ ଥିବା ପବିତ୍ର ବୃନ୍ଦାବନ ଭୂମି ଶ୍ରୀବଳରାମ ଓ ଶ୍ରୀକୃଷ୍ଣଙ୍କର ଗୋପାଳ ବାଳକ , ଗୋ ଓ ଗୋବତ୍ସାଙ୍କ ସହିତ ଏକତ୍ର କ୍ରୀଡ଼ା ଭୂମି । ସେହି କ୍ରୀଡ଼ା କାଳରେ ଏକ ଯୁଦ୍ଧକାଳୀନ ଅଭିନୟ ସେମାନଙ୍କର କ୍ରୀଡ଼ାର ବିଷୟବସ୍ତୁ ହୋଇଥିଲା । ଗୋପ ବାଳକଙ୍କ ସମେତ ଶ୍ରୀକୃଷ୍ଣ ଓ ବଳରାମଙ୍କର କ୍ରୀଡ଼ା ଦେଖି କଂସର ନିର୍ଦ୍ଦେଶ ମତେ ସେମାନଙ୍କୁ ମାରିବ ବୋଲି ମନେ ମନେ ଭାବି ପ୍ରଳମ୍ବାସୁର ଗୋପାଳ ବାଳକ ବେଶରେ ସେମାନଙ୍କ ସହିତ ଆସି ମିଶିଲା । ଏକଥା କିନ୍ତୁ ଶ୍ରୀକୃଷ୍ଣଙ୍କୁ ଅଜଣା ନଥିଲା । ସେ ଗୋପାଳ ବାଳକଙ୍କୁ ପ୍ରସ୍ତାବ ଦେଲେ ଯେ ରାଜା ପରଜା ନାମକ ଏକ ଖେଳ ଅଛି । ବର୍ତ୍ତମାନ ଆମେମାନେ ସେହି ଖେଳ ଖେଳିବା । ” ଏକଥା ଶୁଣି ଗୋପାଳ ବାଳକମାନେ ଆନନ୍ଦ ମନରେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ରାଜା କରି ଅନ୍ୟ ସମସ୍ତ ଗୋପାଳ ବାଳକ ପ୍ରଜା ହେଲେ । ବଳରାମଙ୍କ ପଟେ ଅଧେ ଓ ଶ୍ରୀକୃଷ୍ଣଙ୍କ ପକ୍ଷରେ ଅଧେ ପ୍ରଜା ରହିଲେ । ଏହି ଯୁଦ୍ଧରେ ବଳ କଷାକଷିର କାର୍ଯ୍ୟ ରହିଲା । ବଳରାମ ଜଣ ଜଣଙ୍କୁ ନାମ ଧରି ଯୁଦ୍ଧ କରିବା ନିମନ୍ତେ ଡାକିଲେ । ଏହି ଯୁଦ୍ଧର ହାରଜିତ୍ ନିମନ୍ତେ ଏକ ଚୁକ୍ତି ରହିଲା । ଯେ ଯୁଦ୍ଧରେ ହାରିବ , ସେ ବିଜେତାଙ୍କୁ କାନ୍ଧରେ ବସାଇ “ ଭାଣ୍ଡିର ନାମକ ବଟବୃକ୍ଷ ତଳକୁ ବୋହି ନେବ । ଏଥିରେ ସମସ୍ତେ ରାଜି ହୁଅନ୍ତେ , ପରସ୍ପରରେ ଯୁଦ୍ଧ ହୋଇ ଏହି କ୍ରମରେ ଶ୍ରୀକୃଷ୍ଣ ଦାମ ନାମକ ଗୋପାଳ ବାଳକ ସହିତ ଯୁଦ୍ଧ କରି ଜିତିବାରୁ ଦାମ ତା’ର ସ୍କନ୍ଧରେ ଶ୍ରୀକୃଷ୍ଣଙ୍କୁ ବସାଇ ନେଇ ସେହି ନିର୍ଦ୍ଦିଷ୍ଟ ବଟବୃକ୍ଷ ତଳେ ଛାଡ଼ି ଦେଇଥିଲେ । ତତ୍ପରେ ଛଦ୍ମବେଶୀ ପ୍ରଳମ୍ବାସୁର ସହିତ ଶ୍ରୀବଳରାମଙ୍କର ଯୁଦ୍ଧ ହେଲା । ପ୍ରଳମ୍ବ ଜାଣି ଜାଣି ହାରି , ବଳରାମଙ୍କୁ ସ୍କନ୍ଧରେ ବହନ କରି ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳକୁ ଯିବା ପରିବର୍ତ୍ତେ ଦ୍ରୁତ ଗତିରେ ଆକାଶ ମାର୍ଗରେ ଗତି କଲାବେଳେ ବଳରାମ କଳା ମେଘରେ ବିଜୁଳି ସମ ଶୋଭା ପାଇଲେ । ପ୍ରଳମ୍ବର ଉଦ୍ଦେଶ୍ୟ ଥିଲା ବଳରାମ ଓ ଶ୍ରୀକୃଷ୍ଣଙ୍କୁ ବଧ କରି କଂସ ରାଜାଙ୍କଠାରୁ ପୁରସ୍କୃତ ହେବା । ପ୍ରଭୁ ବଳରାମ ମାୟାବୀ ଅସୁରକୁ ଚିହ୍ନି ତାହାର ମୁଣ୍ଡ ଉପରେ ବଜ୍ର ସମ ଏକ ମୁଷ୍ଟି ପ୍ରହାର କଲେ । ତାହାର ମୁଣ୍ଡ ଶତ ଖଣ୍ଡ ହେଲା ଓ ଗୋବର୍ଦ୍ଧନ ନିକଟରେ ତାହାର ମୃତ୍ୟୁ ଘଟିଲା ।
ସେହି ଘଟଣାର ସ୍ମାରକୀକୁ ଅବଲମ୍ବନ କରି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇ ଆସୁଅଛି ।
** ବଡ଼ବାଡ଼ ଖାଉନ୍ଦଙ୍କ ଆଜି ପ୍ରଳମ୍ବାସୁର ବଧ ବେଶ **
ବଡ଼ ଠାକୁର ବଳଭଦ୍ର, କାମପାଳ ,ରେବତୀ ରମଣ ,ହଳି ହଳାୟୁଧ, ମହାରୁଦ୍ରାଂଶି l ବୈଷ୍ଣବ ତନ୍ତ୍ର ରେ ଇଏ ଶଙ୍କର୍ଷଣ ବିଉହ l ଜୀବ ବ୍ରହ୍ମ ସ୍ୱରୂପ ଇଏ ଗୁପ୍ତ ଅର୍ଦ୍ଧାଙ୍ଗିନୀ ର ଅଧିକାରୀ l ଆଜି ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ଵାଦଶୀ ତିଥି ଆଜିରଦିନରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ର ଦେବଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଶ୍ରୀ ବଡ଼ଠାକୁର ମଣିମା ମହାପ୍ରଭୁ ବଡ଼ବାଡ଼ ସାମନ୍ତ ଚତୁର୍ଦ୍ଦଶ ବ୍ରହ୍ମାଣ୍ତ ର ସ୍ବାମୀଙ୍କର ଆଜି ଏ ରୂପ ଦେଖି ମଣିଷ ଜୀବନ ସାର୍ଥକ ହେବ l ଆଜି ଶ୍ରୀଜୀଉମାନଙ୍କ ମଧ୍ୟାହ୍ନ ଧୂପ ସମାପ୍ତି ପରେ ଏହି ବେଶ ଅନୁଷ୍ଠିତ ହୋଇ ସନ୍ଧ୍ୟା ଧୂପ ସରିବା ଯାଏଁ ରହିବ।ପରେ ବେଶ ଓଲାଗି ହୋଇ ଚନ୍ଦନ ଲାଗି ଓ ବଡ଼ସିଂହାର ବେଶ ଅନୁଷ୍ଠିତ ହେବ ।ପ୍ରଳମ୍ବାସୁର ବଧ ବେଶରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓ ମା ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରିଥାନ୍ତି । କେବଳ ଶ୍ରୀବଳଭଦ୍ରଙ୍କୁ ପ୍ରଳମ୍ବାରି ବେଶରେ ଭୂଷିତ କରାଯାଇଥାଏ । ବଡ଼ଠାକୁରଙ୍କ ଦୁଇ ହସ୍ତରେ ହଳ, ମୂଷଳ ଶୋଭାପାଇଥାଏ । ପ୍ରାୟ ୪ ଫୁଟ ଉଚ୍ଚର ଏକ ବିରାଟକାୟ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତି ରତ୍ନସିଂହାସନସ୍ଥ ବଳଭଦ୍ରଙ୍କ ନିମ୍ନ ଭାଗରେ ସଜ୍ଜାଯାଇଥାଏ । ଏହି ଅସୁରର ସ୍କନ୍ଧରେ ଓ ଦୁଇ ଭୁଜରେ ବଡ଼ଠାକୁର ବସିଥିବା ସ୍ପଷ୍ଟ ଜଣାଯାଇଥାଏ । ବେତ, ଧଳା ଓ ନେଳି କନା, କଇଁଥ ଅଠାରେ ଏହି ମୂର୍ତି ନିର୍ମାଣ କରାଯାଇଥାଏ । ଏହା ଶ୍ରୀମନ୍ଦିରର ପାରମ୍ପରିକ ଚିତ୍ରକାର ଓ ସୋଲ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ ।
** ଶ୍ରୀ ମନ୍ଦିରରେ କୃଷ୍ଣ ବଳରାମ ବେଶ ଓ ଅନ୍ନପ୍ରଥା ପ୍ରସ୍ତାବ **
ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ । ଜଗନ୍ନାଥଙ୍କୁ କୃଷ୍ଣ ଓ ବଳଭଦ୍ରଙ୍କୁ ବଳରାମ ବେସରେ ସଜ୍ଜିତ କରାଯିବ । ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି ପଦ୍ମାସନରେ ଉପବେସନ କରିବେ । ଉଭୟ କୃଷ୍ଣ ଏବଂ ବଳରାମ କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି । ଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ ଶୋଭାପାଏ । ବଳରାମଙ୍କ ଡାହାଣ ହାତରେ ଶିଙ୍ଘ ଓ ବାମ ହସ୍ତରେ ପଦ୍ମ ଫୁଲ ମଧ୍ୟ ଶୋଭାପାଏ । କିରୀଟ ଉପରେ ସୋଲରେ ନିର୍ମିତ ସପ୍ତଫେଣିଆ ସର୍ପ ବିରାଜମାନ କରିଥାଏ । ଏହି ବେଶରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥାନ୍ତି, ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଏହି ବେଶ ବହୁତ ଆକର୍ଷଣୀୟ ତଥା ମନୋରମ ହୋଇଥାଏ। ଏହି ଦିନ ମଧ୍ୟାହ୍ନ ଧୂପ ବଢ଼ିଲା ପରେ ଶ୍ରୀବଳଭଦ୍ରଙ୍କୁ ବଳରାମ ରୂପରେ , ଶ୍ରୀଜଗନ୍ନାଥଙ୍କୁ ଶ୍ରୀକୃଷ୍ଣ ରୂପରେ ଓ ଦେବୀ ସୁଭଦ୍ରାଙ୍କୁ ଯୋଗମାୟା ବେଶରେ ସୁସଜ୍ଜିତ କରାଯାଇଥାଏ। ଶ୍ରୀକୃଷ୍ଣଙ୍କର ବାଲ୍ୟ କାଳରେ ଗୋ ବତ୍ସା ଚାରଣର ବାତାବରଣ ସ୍ପଷ୍ଟ ପ୍ରତୀୟମାନ ହୁଏ ଏହି ବେଶରେ । ଏହି ବେଶରେ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କର ଦୁଇ ହସ୍ତ ଓ ମା ସୁଭଦ୍ରା ଚତୁର୍ଭୁଜ ଧାରଣ କରିଥାନ୍ତି ।
ଉଭୟ କୃଷ୍ଣ (ଜଗନ୍ନାଥ) ଏବଂ ବଳରାମ (ବଳଭଦ୍ର) କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି ।ଦେବୀ ସୁଭଦ୍ରା ରତ୍ନସିଂହାସନ ଉପରେ ଖଞ୍ଜାଯାଇଥିବା ଏକ କାଷ୍ଠ ସିଂହାସନ ଉପରେ ଉପବେଶନ ଭଙ୍ଗୀରେ ବସିଥାନ୍ତି। ଶ୍ରୀଜଗନ୍ନାଥ ଦକ୍ଷିଣ ଭୁଜରେ ବଂଶୀ ଓ ବାମ ଭୁଜରେ ସୋଲ ନିର୍ମିତ ପଦ୍ମ, ବଡଠାକୁର ଡାହାଣ ଭୁଜରେ ସିଙ୍ଗା ଏବଂ ବାମ ଭୁଜରେ ସୋଲ ପଦ୍ମ ଧାରଣ କରିଥାନ୍ତି । କିରୀଟି ଉପରେ ସପ୍ତଫେଣୀ ନାଗ ଶୋଭା ପାଇଥାଏ । ହସ୍ତ ମଧ୍ୟ କାଠରେ ତିଆରି ହୋଇଥାଏ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥାନ୍ତି । ସେହି ପାଗ ଦ୍ୱୟ କିରୀଟଯୁକ୍ତ ହୋଇଥାଏ । ରତ୍ନ ସିଂହାସନ ଉପରେ ଖଞ୍ଜାଯାଇଥିବା ଏକ କ୍ଷୁଦ୍ରକାଷ୍ଠ ନିର୍ମିତ ତଥା ଜରି ଜମ୍ବୁରାରେ ଆଚ୍ଛାଦିତ ସିଂହାସନରେ ଚକାମୁଣ୍ଡି ପକାଇ ମା (ପଦ୍ମାସନ) ଉପନିବଶ କରନ୍ତି ।ବାଙ୍କଚୂଳ କିରୀଟ ଉପରେ ପତ୍ରଲଗା କଦମ୍ବ ଫୁଲ ଶୋଭାପାଏ । ଶ୍ରୀପୟର, ପାଉଁଜି,ବାଙ୍କି, ପାହୁଡ଼, ଗୋଡ଼ମୁଦି, ମଲ୍ଲ କଢ଼ି , ଚନ୍ଦ୍ର, ଚିତା, ନାକଚଣା, ହାତ ଫେର, ଖଡୁ ଇତ୍ୟାଦିରେ ସାରା ଶରୀର ଶୋଭା ପାଇଥାଏ । ସୁଭଦ୍ରାଙ୍କ ମସ୍ତକରେ ମଧ୍ୟ ଏକ କିରୀଟ ଶୋଭାପାଏ । ଦେବୀ ସୁଭଦ୍ରା ଏହି ବେଶରେ ୪ ହସ୍ତ ଅଭୟ ବରଦ , ପାଶ , ଅଙ୍କୁଶ ଧାରଣ କରିଥାନ୍ତି। ସବୁ ଠାକୁରଙ୍କ କିରୀଟରେ କଦମ୍ବ ଫୁଲ ଆଉ ପତ୍ର ବହୁ ପରିମାଣରେ ଲାଗିଥାଏ । ବଳଭଦ୍ର ଓ ଜଗନ୍ନାଥଙ୍କ ଦୁଇ ପାର୍ଶ୍ୱରେ ନନ୍ଦ, ଉପନନ୍ଦ, ବସୁଦେବ, ଗୋପାଳ ବାଳକମାନେ ଗୋପୀ, ବ୍ରହ୍ମା ସହସ୍ର ଚକ୍ଷୁ ଇନ୍ଦ୍ର, ନାରଦ, ରୋହିଣୀ, ଯଶୋଦାଙ୍କୁ ଦଣ୍ଡାୟମାନ ଭଙ୍ଗୀରେ ରଖାଯାଏ ।ଠାକୁରଙ୍କ ଆଗରେ ଚାରିଗୋଟି ଗାଈ ଦଣ୍ଡାୟମାନ ଭଙ୍ଗୀରେ ଠିଆ ହୋଇଥାନ୍ତି । ଏହାସହ ଖିରି, ଅମ୍ବାଲୁ ଆଦି ଭୋଗ ଲାଗି କରାଯିବ । ଯଦି ରଘୁନାଥ ବେଶ ତୁଳନା ରେ ଦେଖା ଯାଏ ତେବେ କୃଷ୍ଣ ବଳରାମ ବେଶ ମଧ୍ୟ ସେହି ପରି ବିଶାଳ ରୂପରେ ହୋଇଥାଏ। ଏହି ବେଶ ଦେଖିଲେ ଗୋପୀ ଗୋପାଳଙ୍କ ସହିତ କୃଷ୍ଣ ବଳରାମ ବୃନ୍ଦାବନରେ ଲୀଳା କରୁଥିଲା ଭଳି ପ୍ରତୀୟମାନ ହୁଏ। ଏହି ବେଶ ଥାଇ ଶ୍ରୀଜୀଉମାନଙ୍କ ସନ୍ଧ୍ୟା ଧୂପ ଅନୁଷ୍ଠିତ ହୋଇଥାଏ। ଏହା ବିଳମ୍ବିତ ରାତ୍ରୀ ଯାଏ ଚାଲିଥାଏ। ତତ୍ପରେ ବେଶ ଓଲାଗି ହୋଇ ଅନ୍ୟ ନୀତି ହୋଇଥାଏ।
ପୂର୍ବେ ଏହି ଦିନ ମହାପ୍ରଭୁଙ୍କର ଗିରିଟେକା ବା ଗିରିଗୋବର୍ଦ୍ଧନ ବେଶ ଅନୁଷ୍ଠିତ ହେଉଥିଲା ଏହି ବେଶ ବଡ ଓଡିଆ ମଠ ଆନୁମାନିକ ୧୫୨୪ ଖ୍ରୀଷ୍ଟାବ୍ଦରେ କରାଉଥିଲେ। ମାତ୍ର ପରେ ଏହା ବନ୍ଦ ହୋଇଯାଇଥିଲା। ଖ୍ରୀଷ୍ଟାବ୍ଦ ୧୮୪୫ ପରଠାରୁ ଏହାର ପୁନଃ ପ୍ରଚଳନ କରାଗଲା।
*ଭଜ ଆରେ ମନ ଶ୍ରୀନନ୍ଦନନ୍ଦନ ମୋହନ*
*ମୁରଲୀ ଧାରିଙ୍କିରେ।।*
*ଯାମଳା ଭନ୍ଜନ କାଳୀୟଗନ୍ଜନ*
*ଗିରିଗୋବର୍ଦ୍ଧନ ଧାରିଙ୍କିରେ”।।*
ପ୍ରକୃତି ପାହାଡ଼ ପର୍ବତ ଯୋଗୁଁ ଆମ୍ଭେ ଏହି ଚରାଚର ବିଶ୍ୱରେ ଜୀବନ ଅତିବାହିତ କରୁଛେ। ସେଥିପାଇଁ ଦ୍ୱାପରରେ ଶ୍ରୀକୃଷ୍ଣ ଙ୍କ ପ୍ରସ୍ତାବ କ୍ରମେ ଗୋପପୁର ବାସୀ ଦେବରାଜ ଇନ୍ଦ୍ରଙ୍କ ପୂଜା ନକରି ଗିରିରାଜ ଗୋବର୍ଦ୍ଧନ ଙ୍କ ପୂଜାର୍ଚନା କରିଥିଲେ। ଫଳରେ ଇନ୍ଦ୍ର କୋପବର୍ଷଣ ଭାବେ ଚତୁର୍ମେଘ ର ତାଣ୍ଡବ ଲୀଳା କରିଥିଲେ ଗୋପପୁରେ। ଇନ୍ଦ୍ରଙ୍କ ର ଗର୍ବ ଗାରିମା ଚୂର୍ଣ ନିମନ୍ତେ ଶ୍ରୀକୃଷ୍ଣ ତାଙ୍କ କନିଷ୍ଠ ଆଙ୍ଗୁଳିରେ ଗୋବର୍ଦ୍ଧନ ପର୍ବତକୁ ଟେକିଧରି ଗୋପବାସୀ ଙ୍କୁ ରକ୍ଷା କରିଥିଲେ। ଏବଂ ପରେ ଇନ୍ଦ୍ର ତାଙ୍କ ଦୋଷ ଜାଣିପାରି ଭଗବାନଙ୍କ ଶରଣାପର୍ନ୍ନ ହୋଇଥିଲେ। ଦ୍ୱାପର ଯୁଗର ଏହି ଲୀଳାକୁ ଉଜ୍ଜୀବିତ ରଖିବା ପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିଲା ଗିରିଗୋବର୍ଦ୍ଧନ ବେଶ ।
ଭାଦ୍ରବ କୃଷ୍ଣପକ୍ଷ ତ୍ରୟୋଦଶୀରେ ଶ୍ରୀଜୀଉମାନଙ୍କ ହେଉଥିବା କୃଷ୍ଣ ବଳରାମ ବେଶ ଆଜକୁ ପ୍ରାୟ ୭୬ ବର୍ଷ ହେବ ଆରମ୍ଭ ହୋଇଛି।ପୂର୍ବେ ଏହି ଦିନ ଗିରିଟେକା ବେଶ ଅନୁଷ୍ଠିତ ହୋଇଥିଲା ।କିନ୍ତୁ କିଛି ନିର୍ଦ୍ଧିଷ୍ଟ କାରଣ ଯୋଗୁଁ ଏହା ଆଉ ହେଇପାରିନଥିଲା। କଟକ ଜିଲ୍ଲା ସାଲେପୁର ର ଖଣ୍ଡ ସାହି ଗ୍ରାମର ସ୍ବର୍ଗତ ରାୟ ସାହେବ ଚୌଧରୀ ଗୋପବନ୍ଧୁ ମିଶ୍ର ଅପୁତ୍ରିକ ଥିଲେ । ୧୯୪୩ ମସିହା ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରି ପୁତ୍ର ଲାଭ କରିଥିଲେ। ସ୍ବର୍ଗତ ସଦାଶିବ ରଥଶର୍ମା , ପୁଷ୍ପାଳକ ସେବକ ଅଲେଖ କରଙ୍କ ଅନୁରୋଧ କ୍ରମେ ବନ୍ଦ ହୋଇଥିବା ଗିରି ଗୋବର୍ଦ୍ଧନ ବେଶ ପୁନଃ ପ୍ରଚଳନ କରାଇବା ପାଇଁ ଜମିଦାର ସାହେବ ରାଜି ହେବାରେ ଉଭୟ ବଡ଼ ଓଡ଼ିଆ ମଠକୁ ଯାଇ ସେହି ବେଶ ସାମଗ୍ରୀ ଖରିଦ୍ କରିବା ପାଇଁ ମଠ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ।ତତ୍କାଳୀନ ମହନ୍ତ ମହାରାଜ ଉକ୍ତ ବେଶ ରେ ନାନା ପ୍ରକାର ବିଘ୍ନ ଘଟୁଛି ବୋଲି କହିବାରେ କ୍ରମେ ଶ୍ରୀଜୀଉମାନଙ୍କ ” କୃଷ୍ଣ ବଳରାମ ” ବେଶ କରିବାକୁ ନିଷ୍ପତ୍ତି ହୋଇଥିଲା ପରେ ୧୯୪୭ ମସିହା ରେ ଗଜପତିଙ୍କ ହୁକୁମନାମା ଅନୁସାରେ ପ୍ରତ୍ୟକ ବର୍ଷ ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ ଏହି ବେଶ କରାଯାଉଛି।ତାଙ୍କର ଦେହାନ୍ତ ପରେ ତାଙ୍କ ଉତ୍ତରାଧିକାରୀ ଏହି ବେଶ କରାଇଆସୁଛନ୍ତି । ଏହା ଏକ ଯଜମାନି ବେଶ।
** ସାତପୁରୀ ତାଡ଼ବିଜେ **
** ଶ୍ରୀମନ୍ଦିରରେ ନାରାୟଣଙ୍କ ସାଗର ବିଜେ ନୀତି **
ଆଜି ସପ୍ତପୁରୀ ଅମାବାସ୍ୟା ଉପଲକ୍ଷେ ସକାଳ ଧୂପ ବଢ଼ିଲା ପରେ ମହାଜନ ସେବାୟତ ଦକ୍ଷିଣୀ ଘରୁ ଶ୍ରୀ ନାରାୟଣ ମୂର୍ତ୍ତି ଙ୍କୁ ଆଣି ରତ୍ନସିଂହାସନ ବିଜେ କରିଥାନ୍ତି । ପାଳିଆ ପୂଜାପଣ୍ଡା ଗରାବଡୁ ଙ୍କ ଠୁ ହତୁଆଣୀ ନେଇ ଉକ୍ତ ନାରାୟଣ ମୂର୍ତ୍ତିଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଜ୍ଞା ମାଳ ପ୍ରଦାନ କରିଥାନ୍ତି । ଏହାପରେ ମହାଜନ ସେବାୟତ ନାରାୟଣ ଙ୍କୁ ମୁକ୍ତିମଣ୍ଡପ ନିକଟ ରେ ଥିବା ପାଲିଙ୍କିରେ ବିଜେ କରନ୍ତି । ପାଲିଙ୍କି କୁ ସ୍କନ୍ଧରେ ବୋହି ଘଣ୍ଟ , ଛତ୍ର , କାହାଳୀ ରେ ସିଂହଦ୍ୱାର ଦେଇ ବାଲିସାହି ରାସ୍ତାରେ ସମୁଦ୍ର କୂଳ ସ୍ୱର୍ଗଦ୍ୱାର ଠାରେ ବିଜେ କରିଥାନ୍ତି।
ସମୂଦ୍ର କୂଳ ବାଲି ରେ ବିଜେ ହେବା ପରେ ଗରାବଡୁ ସେବାୟତ ସମୁଦ୍ର ପାଣି ଆଣି ପଣ୍ଡା ଙ୍କ ହାତକୁ ବଢ଼ାନ୍ତି । ପୂଜାପଣ୍ଡା ଜଳ ସଂସ୍କାର କରି ଠାକୁରଙ୍କୁ ଲାଗି କରାଇଥାନ୍ତି। ସାବତ ନିଯୋଗ ପକ୍ଷରୁ ପଣା ଭୋଗ ହୋଇଥାଏ। ଆଳତି , ବନ୍ଦାପନା ହୋଇଥାଏ। । ଏହାପରେ ଠାକୁର ବିମାନରେ ଜମେଶ୍ୱର ମହାଦେବ ଙ୍କ ମନ୍ଦିର ଭିତର ଗମ୍ଭୀରାକୁ ବିଜେ କରନ୍ତି। ଦହି ଓ ପଞ୍ଚାମୃତ ରେ ମହାସ୍ନାନ ହୁଏ। ଖଇ ଓ କୋରା ଆଦି ଶୀତଳ ଭୋଗ ହୋଇ ବନ୍ଦାପନା ହୋଇଥାଏ।
ନୀତି ସରିବା ପରେ ଶ୍ରୀ ନାରାୟଣ ଙ୍କୁ ହରଚଣ୍ଡୀ ସାହି ଓ ମଣିକର୍ଣ୍ଣିକା ସାହି ଦେଇ ସିଂହଦ୍ୱାର ବାଟେ ଶ୍ରୀମନ୍ଦିର କୁ ବାହୁଡା ବିଜେ କରିଥାନ୍ତି।
** ଶ୍ରୀମନ୍ଦିରରେ ଦାବାଗ୍ନି ଲିଳା **
ଭାଦ୍ରବ ଶୁକ୍ଳ ପ୍ରତିପଦା ତିଥିରେ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କର ଦାବାଗ୍ନୀ ଲୀଳା ଅନୁଷ୍ଠିତ ହୋଇଥାଏ । ମାଟିମଣ୍ଡପ ସାହି ଏହି ଦାବାଗ୍ନି ଲୀଳା ର ପ୍ରସ୍ତାବ କରିଥାନ୍ତି ।
ଆଜି ଶୁକ୍ଳ ପ୍ରତିପଦା ତିଥିରେ ସନ୍ଧ୍ୟାଧୂପ ପରେ ମଦନମୋହନ ରତ୍ନ ସିଂହାସନକୁ ବିଜେ କରି ଜଗନ୍ନାଥଙ୍କ ବାଡରୁ ଆଜ୍ଞାମାଳ ପ୍ରାପ୍ତି କରି ନାଟ ମଣ୍ଡପ ସ୍ଥିତ ଖଟ ଉପରକୁ ବିଜେ କରିବା ପାରେ ପ୍ରଭୁଙ୍କର ଛାମୁରେ ମାଟି ମଣ୍ଡପ ସାହି ଲୋକ ଦାବାଗ୍ନି ପ୍ରସ୍ତାବ କରିବେ। ଦ୍ୱାପର ଯୁଗର କଥା ଗୋପାଳ ମାନେ ଖେଳକୁଦ ରେ ମାତିଥିବା ସମୟରେ ଗାଈ ମାନେ ଅନେକ ଦୂରକୁ ଚାଲିଗଲେ ସମସ୍ତେ ଗାଈଙ୍କୁ ଖୋଜି ଖୋଜି ଚାଲିବା ସମୟରେ ସେମାନଙ୍କୁ ଦାବାଗ୍ନି ଘେରିଗଲା ବା ଅଗ୍ନି ଘେରିଗଲା। ବାଳକ ମାନେ କୃଷ୍ଣଙ୍କୁ ଡାକିଲେ କୃଷ୍ଣ ସମସ୍ତ ଗୋପାଳ ବାଳକ ଙ୍କୁ ଆଖିବନ୍ଦ କରିବାକୁ କହିଲେ ଏବଂ ନିଜେ ଭଗବାନ ମନ୍ତ୍ର ଜପ କରିବେ ବୋଲି କହି ବିରାଟ ରୂପ ଧାରଣ କରି ଦାବାଗ୍ନି କୁ ପାନ କରିଦେଲେ। ସେହି ସ୍ମୃତି ରେ ମାଟିମୁଣ୍ଡପ ସାହିରୁ ଦାବାଗ୍ନି ଲୀଳା କରିବା ପାଇଁ ଜଣେ ବେଶ ହୋଇ ସ୍ୱତନ୍ତ୍ର ଭାବରେ ଉପସ୍ତିତ ହୁଅନ୍ତି ଏବଂ ସେଇ ସମୟ ରେ ନାଟମଣ୍ଡପ ରେ ଉପସ୍ତିତ ହେଲା ପରେ ପ୍ରଭୁଙ୍କ ଶୀତଳ ଭୋଗ ଓ ବନ୍ଦାପନା ବଢେ ଏହାପରେ ଦକ୍ଷୀଣି ଘରକୁ ପ୍ରତ୍ୟାବ୍ରତନ କରନ୍ତି
** ବାଲି ତୃତୀୟା **
** ଭାଦ୍ରବ ଶୁକ୍ଳ ତୃତୀୟା **
ଆମ ହିନ୍ଦୁ ପରମ୍ପରାରେ ବର୍ଷ ସାରା ବିଭିନ୍ନ ପର୍ବ ପର୍ବାଣୀ ଲାଗିରହିଥାଏl ମାସ,ବାର,ତିଥି,ନକ୍ଷତ୍ର ଦେବା ଦେବୀଙ୍କୁ ଭିତ୍ତିକରି ଅସୁମାରୀ ପର୍ବ l ଆମ ରାଜ୍ୟ ଓଡ଼ିଶା ତନ୍ମଧ୍ୟରୁ ଏକ ନିଆରା ପର୍ବ ବହୁଳ ରାଜ୍ୟ l ସେହିଭଳି ଗୋଟିଏ ପର୍ବ ବାଲି ତୃତୀୟା ଯାହା ତିଜବ୍ରତ ଏବଂ ହରିତାଳିକା ନାମରେ ମଧ୍ୟ ଜଣା l ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟାରେ ପଡ଼ି ଥାଏ ଏହି ପର୍ବ l ଏହା ହିନ୍ଦୁ ନାରୀସମାଜର ଏକ ପ୍ରଧାନ ପର୍ବ l ସଧବା ନାରୀଗଣ ସ୍ୱାମୀର ମଙ୍ଗଳ କାମନା କରି ଓ କୁମାରୀ ଝିଅମାନେ ଉତ୍ତମ ବର ପ୍ରାପ୍ତି ପାଇଁ ଏହି ବ୍ରତ ପାଳନ କରିଥାନ୍ତି l
ବାଲିତୃତୀୟା ବ୍ରତ ପାଳନ ପଛରେ ଏକ ସୁନ୍ଦର ପୌରାଣିକ କିମ୍ବଦନ୍ତି ରହିଛି l
ମାଆ ପାର୍ବତୀଙ୍କ ବିବାହ ବୟସ ଉପସ୍ଥିତ l ପିତା ନଗାଧିରାଜ ହିମାଳୟ ଝିଅର ବିବାହ ଶ୍ରୀ ବିଷ୍ଣୁଙ୍କ ସହ ସ୍ଥିରକଲେ l କିନ୍ତୁ ମା’ ପାର୍ବତୀ ମନେ ମନେ ଶିବଙ୍କୁ ବରଣ କରି ସାରି ଥାନ୍ତି l ପିତାଙ୍କ ପ୍ରସ୍ତାବ, ବିଷ୍ଣୁଙ୍କ ସହ ବିବାହକୁ ସେ ଗ୍ରହଣ କରି ପାରିଲେ ନାହିଁ l ତାଙ୍କର ଏକା ଜିଦ ମୋତେ କୋଟିଏ ଜନ୍ମ ଲାଗୁ ପଛେ ମୁଁ ଶିବଙ୍କୁ ହିଁ ବରିବି ନହେଲେ ଚିର କୁମାରୀ ରହିବି :-
ଜନ୍ମ କୋଟି ଲଗି ରଗର ହମାରୀ l
ବରଉଁ ଶମ୍ଭୁ ନ ତ ରହଉଁ କୁଆଁରୀ ll
କିନ୍ତୁ ମା’ ପାର୍ବତୀ ତାଙ୍କର ଏ ମନୋଭାବ ପିତାଙ୍କ ଆଗରେ ପ୍ରକାଶ କରିପାରୁ ନଥାନ୍ତି l ବିବାହ ଦିନ ସ୍ଥିର ହେଲା l ସେଦିନ ଉମା ତାଙ୍କ ସଖୀ ମାନଙ୍କୁ ଧରି ଘରଛାଡ଼ି ଜଙ୍ଗଲକୁ ପଳାୟନ କଲେ l ଯାଉଁ ଯାଉଁ ବାଟରେ ଏକ ନଦୀ ପଡ଼ିଲା l ଉମା ସେହି ନଦୀ ବାଲିରେ ଶିବଲିଙ୍ଗଟିଏ ଗଢ଼ି ପୂଜା କଲେ l ତାଙ୍କ କଠୋର ବ୍ରତରେ ଶିବଙ୍କ ମତି ଟଳି ଗଲା l ଶିବ ଆସି ପାର୍ବତୀଙ୍କ ସମ୍ମୁଖରେ ପ୍ରକଟ ହୋଇ ତାଙ୍କୁ ସ୍ୱୀକୃତି ଦେବାରୁ ପାର୍ବତୀ ତାଙ୍କ ଗଳାରେ ବରଣ ମାଳ ଲମ୍ବାଇ ଦେଲେ l ସେ ଦିନଟି ଥିଲା ଭାଦ୍ରବ ଶୁକ୍ଳତୃତୀୟା l ପାର୍ବତୀ ସେଦିନ ବାଲୁକା ନିର୍ମିତ ଶିବଲିଙ୍ଗ ପୂଜନ କରି ଶିବଙ୍କୁ ପତିରୂପେ ପାଇଥିବାରୁ ଝିଅମାନେ ମନୋମତ ବର ପାଇବା ପାଇଁ ଏହି ବାଲିତୃତୀୟା ବ୍ରତ ପାଳନ କରିଥାନ୍ତି l
ପାର୍ବତୀ ଏହି ବ୍ରତର ପ୍ରଚଳନ କରି ଥିବାରୁ ଏହା ଗୌରୀବ୍ରତ ନାମରେ ମଧ୍ୟ ପ୍ରସିଦ୍ଧ l ଶଙ୍କରଙ୍କସହ ମାତା ପାର୍ବତୀ,ଗଣେଶଙ୍କୁ ମଧ୍ୟ ପୂଜା କରିବା ଵିଧି ଏଥିରେ ରହିଛି l ପ୍ରକାଶ ଥାଉକି ତ୍ରେତାଯୁଗରେ ଜାନକୀ ଓ ଦ୍ୱାପର ଯୁଗରେ ଗୋପୀମାନେ ମାଆ ଗୌରୀଙ୍କୁ ପୂଜାକରି ପ୍ରଭୁ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ପତି ଭାବେ ଲାଭକରିବାକୁ ପ୍ରାର୍ଥନା କରିଥିଲେ l ଭାଗବତରେ ଉଲ୍ଲେଖ ଅଛି :-
ଭୋ ମାତ ଶଙ୍କର ଯୁବତୀ l
ନନ୍ଦ କୁମର ଦିଅ ପତି ll
ଷୋଳ ଶହସ୍ର ଗୋପନାରୀ l
ବର ଇଛିଲେ ନରହରି ll
ମାତା ସୀତାଙ୍କ ଗୌରୀ ପୂଜନ ସମ୍ବନ୍ଧରେ ରାମ ଚରିତ ମାନସରେ ଉଲ୍ଲେଖ ଅଛି :-
ମଜ୍ଜନୁ କରି ସର ସଖିହ୍ନ୍ନ ସମେତା l
ଗଇ ମୁଦିତ ମନ ଗୌରୀ ନିକେତା ll
ପୂଜା କୀହ୍ନି ଅଧିକ ଅନୁରାଗା l
ନିଜ ଅନୁରୂପା ଶୁଭଗ ବରୁ ମାଗା ll
ବ୍ରତରେ ନାରୀମାନେ ନିର୍ଜଳାଉପବାସ କରିଥାନ୍ତିl ପ୍ରଭାତରେ ସ୍ନାନ ମାର୍ଜନ ସାରି ଦିନସାରା ଉପାସ ରହି ପୁଣି ସନ୍ଧ୍ୟାସମୟରେ ନଦୀରେ ଯାଇ ସ୍ନାନ କରନ୍ତି,ନଦୀ ତୁଠରେ ବାଲୁକା ଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା ପରେ କିଛି ବାଲୁକା ଆଣି ଘରେ ଏକା କିମ୍ବା ସମବେତ ଭାବେ ଲିଙ୍ଗ ନିର୍ମାଣ କରି ପୂଜା କରିଥାନ୍ତି l ଲିଙ୍ଗଙ୍କୁ ଯଥାରୀତି ନୈବେଦ୍ୟ ଅର୍ପଣ କରି ବାଲିତୃତୀୟା ବ୍ରତମାହାତ୍ମ୍ୟ ପଠନ, ଶ୍ରବଣ କରାଯାଏ l ଏହି ବ୍ରତର ମୂଳ ମନ୍ତ୍ର ହେଲା :-
ନମଃ ଶିବାୟ ଶାନ୍ତାୟ ପଞ୍ଚବକ୍ରାୟ ମୀତୁଷେ,
ନନ୍ଦୀଭୃଙ୍ଗ ମହାକାଳ ଗଣ ଯୁକ୍ତାୟଃ ସମ୍ଭବେ, ଶିବାୟେସର୍ବମଙ୍ଗଲ୍ୟେ ଶିବାଐ ସତତଂନମଃ ll
ନାରୀ ସମାଜରେ ବାଲି ତୃତୀୟା ଏକ ଶ୍ରେଷ୍ଠ ବ୍ରତ ରୂପେ ବିବେଚିତ ହୁଏ l ନିଷ୍ଠାର ସହିତ ଏହି ବ୍ରତ ପାଳନ କଲେ ନାରୀ ଜନ୍ମ ସଫଳ ହୁଏ ଓ ମୃତ୍ୟୁ ଉପରାନ୍ତେ ଶିବଲୋକ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି l ପୂଜା ଶେଷରେ ଓଷା ମାହାତ୍ମ୍ୟ ପାଠ କରି ବୋଲା ଯାଇଥାଏ :-
ସର୍ବ ମଙ୍ଗଳା ସହିତେ ଶିବଙ୍କୁ ପ୍ରଣାମ l
ଶିବେ ସର୍ବଦାତ୍ରୀ ଶିବରୂପେ ନମୋନମଃ ll
ଭବସାଗରେ ପଡ଼ି ମୁଁ କରୁଛି ଦଇନି l
ପ୍ରସନ୍ନେ ସୌଭାଗ୍ୟଦିଅ ହେ ସିଂହବାହିନୀ ll
** ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ **
** ଭାଦ୍ରବ ଶୁକ୍ଳ ତୃତୀୟା **
ଭାଦ୍ରବ ଶୁକ୍ଳ ତୃତୀୟା ଅବସରରେ, ସନ୍ଧ୍ୟା ଧୂପ ପରେ ପ୍ରଭୁଙ୍କ ଅନ୍ଧ ମନ୍ଦିରର ହାତୀ ନୈବେଦ୍ୟ ଅନୁଷ୍ଠିତ ହୁଏ। ବାସେଲି ଗଳି, ଏହି ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ କରେ।
ସନ୍ଧ୍ୟାରେ ବୃଦ୍ଧି ପରେ ରାମକୃଷ୍ଣ ଦକ୍ଷିଣ ଘରାତିରୁ ରତ୍ନ ସିଂହାସନ ବିଜେ କରିବେ। ପରେ, ପ୍ରଭୁଙ୍କଠାରୁ ଆଜ୍ଞା ପାଇବା ପରେ, ସେ ମହାନ ସେବକଙ୍କ ହାତରେ ବାଟମୂଳ ନିକଟସ୍ଥ ପାଲିଙ୍କିରେ ବିଜେ କରିବେ। ପରେ, ବିମାନ ସେବକମାନେ ସିଂହ ଦ୍ୱାର ଦେଇ ଦେବତାଙ୍କୁ ବଡ଼ ଛତା ମଠର ସମ୍ମୁଖକୁ ନେଇଯିବେ। ସେଠାରେ ଶୋଇଥିବା ଶଯ୍ୟାରେ, ଭଗବାନ ପାଲିଙ୍କି ସହିତ ବିଜେ କରିବେ। ଏହି ସମୟରେ ବାସେଲି ଗଳି ଲୋକମାନେ ଶ୍ରୀଛାମୁରେ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ ଦେବେ। ଦ୍ୱାପର ଯୁଗରେ, ପ୍ରଭୁ ଶ୍ରୀକୃଷ୍ଣ ଅନ୍ଧ ଭକ୍ତଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ନିଜର ଚକ୍ଷୁ ଦାନ କରିଥିଲେ, ଯେତେବେଳେ ଏକ ଶକ୍ତିଶାଳୀ ପାଗଳ ହାତୀକୁ ବିନାଶ କରିଥିଲେ, ଏହି ସ୍ମୃତି ପୁନରୁଦ୍ଧାର କରାଯାଉଛି। ପୂଜା ସମାପ୍ତ ହେବା ପରେ, ପାଞ୍ଚଟି ଉପଚାର ସହିତ ପ୍ରଭୁଙ୍କୁ ଥଣ୍ଡା ଖାଦ୍ୟ ଅର୍ପଣ କରାଯିବ। ପରେ, ବନ୍ଦାପନା ନୀତି ସମାପ୍ତ ହେବା ପରେ, ପ୍ରଭୁ ଶ୍ରୀମନ୍ଦିରକୁ ଫେରିଯିବେ। ଶ୍ରୀମନ୍ଦିରରେ ସନ୍ଧ୍ୟା ସୂର୍ଯ୍ୟାଲୋକ ପରେ ଅନ୍ଧଙ୍କୁ ଚକ୍ଷୁ ଦାନ ବିଜେ କରାଯିବ।
** The Elephant offering of Lord’s Blind temple **
On the occasion of Bhadrab Shukla Tritiya, the elephant offering of Lord’s blind temple is held after the evening incense. Baseli street, this blind temple proposes elephant.
Ramakrishna will win the Ratna throne from South Gharati after the increase in the evening. Later, after receiving command from the Lord, he will perform Bije at Palinki near Batmula at the hands of the great servant. Later, airplane servants will take the god to the front of the big umbrella monastery by giving the lion door. On the bed lying there, God will win with Palinki. At this time Baseli street people will propose blind temple elephant in Srichamu. In the era of Dwapa, Lord Sri Krishna donated his eyes after being satisfied with the devotion of blind devotees, while destroying a mighty mad elephant, this memory is being restored. After the completion of the ritual, cold food will be offered to the Lord with five treatments. Later, after the ritual of Bandapana is completed, the Lord will return to the Srimandir. Eye donation ritual to blind will be held after evening in Srimandir. 🙏
** ଶ୍ରୀମନ୍ଦିର ଋଷିପଞ୍ଚମୀ ବ୍ରତ **
ଶ୍ରୀମନ୍ଦିର ରେ ଭାଦ୍ରବ ଶୁକ୍ଳ ପଞ୍ଚମୀରେ ଏକ ବିଶେଷ ନୀତି ପାଳନ କରାଯାଏ । ଏହାକୁ ଋଷି ପଞ୍ଚମୀ ବ୍ରତ ବୋଲି କୁହାଯାଏ। ଏହି ବ୍ରତ ସ୍ୱୟଂ ମା ଶ୍ରୀଦେବୀ ପାଳନ କରିଥାନ୍ତି। ଏକ ଉପାଖ୍ୟାନ ରୁ ଜଣା ଯାଏ ଯେ ସ୍ତ୍ରୀଲୋକମାନେ ରଜସ୍ୱଳା ହେବା ପରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ କରିଦେଇଥାନ୍ତି ତେବେ ସେଥିରୁ ମୁକ୍ତି ହେବା ପାଇଁ ନିର୍ଦ୍ଧିଷ୍ଟ ସପ୍ତ ଋଷି ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି।
ଭାରତୀୟ ଶାସ୍ତ୍ରରେ ‘ପଞ୍ଚଯଜ୍ଞ’ର ଉଲ୍ଲେଖ ରହିଛି। ଏହି ପଞ୍ଚ ଯଜ୍ଞ ମଧ୍ୟରୁ ଗୋଟିଏ ହେଉଛି ‘ଋଷିଯଜ୍ଞ’। ଏହାର ଅର୍ଥ, ଯେଉଁ ମୁନିଋଷିମାନେ ଆମକୁ ସୁନିୟନ୍ତ୍ରିତ ଜୀବନଯାପନ କରିବା ନିମିତ୍ତ ଶାସ୍ତ୍ରପୁରାଣମାନ ରଚନା କରିଛନ୍ତି, ସେମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ। ତାହାର ଏକ ସୁନ୍ଦର ଉଦାହରଣ ହେଉଛି ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିର ବ୍ରତପାଳନ। ଏହି ତିଥିରେ କଶ୍ୟପ, ଅତ୍ରି, ଭରଦ୍ୱାଜ, ବିଶ୍ୱାମିତ୍ର, ଗୌତମ, ଯମଦଗ୍ନି ଓ ବଶିଷ୍ଠ ଆଦି ସପ୍ତଋଷିଙ୍କୁ ପୂଜା କରାଯାଇଥାଏ।
ଆଜି ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ବ୍ରତ ନୀତି ପାଳିତ ହୋଇଯାଇଛି। ସ୍ବୟଂ ମହାଲକ୍ଷ୍ମୀ ଠାକୁରାଣୀ ଏହି ବ୍ରତ ପାଳନ କରିଥାନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଆଜି ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ପରମ୍ପରା ଅନୁଯାୟୀ, ଋଷି ପଞ୍ଚମୀ ନୀତି ପାଳନ ପୂର୍ବକ ଆଜି ସକାଳ ଧୂପ ସରିବା ପରେ ପୂଜାପଣ୍ଡା ଶ୍ରୀଦେବୀଙ୍କୁ ଆଜ୍ଞାମାଳ ପ୍ରଦାନ କରିଥାନ୍ତି। ପରେ ମହାଜନ ସେବକମାନେ ଶ୍ରୀଦେବୀଙ୍କୁ ସିଂହାସନରେ ବିଜେ କରାଇ ମୁକ୍ତିମଣ୍ଡପ ନିକଟକୁ ନେଇଥାନ୍ତି। ସେଠାରେ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କିରେ ଶ୍ରୀଦେବୀଙ୍କୁ ବିଜେ କରାଯାଇଥାନ୍ତି । ପରେ ଶ୍ରୀଦେବୀ ଶ୍ରୀମନ୍ଦିରରୁ ବାହାରି ମାର୍କଣ୍ଡ ପୁଷ୍କରିଣୀଠାରେ ଥିବା ମାର୍କଣ୍ଡେୟ ମହାଦେବଙ୍କ ମନ୍ଦିରକୁ ବିଜେ କରିଥାନ୍ତି । ସେଠାରେ ଶ୍ରୀଦେବୀଙ୍କୁ ମାଜଣା କରାଯାଇଥାଏ। ତତ୍ପରେ ପୂଜାପଣ୍ଡା ମାର୍କଣ୍ଡେୟଙ୍କ ଉପସ୍ଥିତିରେ ସପ୍ତଋଷିଙ୍କୁ ଆବାହନପୂର୍ବକ ବରୁଣ ପୂଜା ଆଦି କରି ନୈବେଦ୍ୟ ସମର୍ପଣ କରିଥାନ୍ତି । ବ୍ରତବିଧାନ ପଦ୍ଧତି ଅନୁସାରେ ସପ୍ତଋଷିଙ୍କ ବର୍ଣ୍ଣନା ଏହିପରି ରହିଚି ! ଯଥା ——–
ଗୌତମଶ୍ଚ ଭରଦ୍ୱାଜୋ ବିଶ୍ୱାମିତ୍ରସ୍ତଥା ମୁନିଃ
ଜଗଦଗ୍ନିର୍ବଶିଷ୍ଠଶ୍ଚ ଅଙ୍ଗିରା ଅତ୍ରିରେବଚ ॥
ଏହାପରେ ପୂଜାପଣ୍ତା ବ୍ରତକଥା ପଠନ କରନ୍ତି ! ଏହି ବ୍ରତ କଥାରେ ପୂର୍ବକାଳରେ ଏକ ବ୍ରାହ୍ମଣ ଦମ୍ପତ୍ତି ଙ୍କ କନ୍ୟା କିପରି ଦୋଷଯୁକ୍ତ ହୋଇ ପୋକ ରେ ଭରିଜାଇଥିଲେ ଏହାପରେ ସେ ଋଷିପଞ୍ଚମୀ ବ୍ରତ କରିବାରୁ ସେହି ଦୋଷରୁ ମୁକ୍ତିଲାଭ କରିଥିଲେ, ଏହା ବର୍ଣ୍ଣିତ ଅଛି ବ୍ରତ କଥା ପାଠ ପରେ ଠାକୁରାଣୀଙ୍କୁ ବନ୍ଦାପନା କରାଯାଇଥାଏ। ପୂଜାନୀତି ଶେଷ ପରେ ଠାକୁରାଣୀ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏହାପରେ ମଧ୍ୟାହ୍ନ ଧୂପ ହୋଇଥାଏ। ଏହି ବ୍ରତରେ ଋଷି ମାନଙ୍କୁ କ୍ଷୀର , କଦଳୀ ଓ ଫଳ ଭୋଗ ହୋଇଥାଏ।
ସ୍ତ୍ରୀମାନେ ରଜସ୍ବଳା ସମୟରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ କରିଥାନ୍ତି, ସେଥିରୁ ମୁକ୍ତି ପାଇବା ପାଇଁ ସପ୍ତଋଷିଙ୍କୁ ପୂଜାର୍ଚ୍ଚନା କରିବାର ବିଧି ରହିଛି। ଶ୍ରୀଦେବୀ ଏହିଦିନ ତାଙ୍କର ବ୍ରତ ଉପଲକ୍ଷେ ଶ୍ରୀମନ୍ଦିରରୁ ପୂଜାପଣ୍ଡାଙ୍କୁ ଛଞ୍ଚା ଦେଇଥାନ୍ତି। ବର୍ଷକୁ ଥରେ ମା’ଏହି ଦିନ ପୂଜାପଣ୍ଡାଙ୍କୁ ଛଞ୍ଚା ଦେଇଥାନ୍ତି।ମାନ୍ୟତା ଯାହାବି ରହିଥାଉ ପଛରେ, କିନ୍ତୁ ଏଭଳି ପର୍ବ ପାଳନ ଭାରତୀୟ ସନାତନ ପରମ୍ପରା ରେ ଋଷି ମାନଙ୍କ ପ୍ରତି ଆଦର, ଶ୍ରଦ୍ଧା ଓ ସମ୍ମାନର ନିଦର୍ଶନ ନିଶ୍ଚୟ।ଏହି ଦିନ ସପ୍ତଋଷି ଙ୍କୁ ପୂଜା କରାଯାଏ। ସେହି ସପ୍ତଋଷି ଙ୍କ ବିଷୟରେ ଭଗବାନ ବିଷ୍ଣୁଙ୍କ ମତ୍ସ୍ୟ ଅବତାରରେ ଉଲ୍ଲେଖ ମିଳେ।
ଧର୍ମ ଶାସ୍ତ୍ର ମାନ୍ୟତାନୁସାରେ ରଜସ୍ୱଳା ସ୍ତ୍ରୀ ପ୍ରଥମ ଦିନରେ ଚଣ୍ଡାଳୁଣୀ, ଦ୍ୱିତୀୟ ଦିନରେ ବ୍ରହ୍ମଘାତିନୀ ଏବଂ ତୃତୀୟ ଦିନରେ ଧୋବଣୀ ସହ ସମାନ ଅପବିତ୍ର ହୋଇଥାଏ । ସେ ଚତୁର୍ଥ ଦିନରେ ସ୍ନାନ କରି ଶୁଦ୍ଧ ହୋଇଥାଏ। ଯଦି ସେ ଶୁଦ୍ଧ ମନରେ ଋଷି ପଞ୍ଚମୀ ବ୍ରତ କରିବ ତା’ର ସମସ୍ତ ଦୁଃଖ ଦୂର ହୋଇଯିବ ଏବଂ ପରବର୍ତ୍ତୀ ଜନ୍ମରେ ସେ ସୌଭାଗ୍ୟପ୍ରାପ୍ତ କରିପାରିବ। ପିତା ଉତ୍ତଙ୍କ ଆଜ୍ଞା ପାଇଁ ସାଧ୍ୱୀ କନ୍ୟା ଋଷି ପଞ୍ଚମୀ ବ୍ରତ ପାଳନ କଲେ। ଏହା କରିବାଦ୍ୱାରା ସାଧ୍ୱୀ କନ୍ୟାଙ୍କ ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହ ଅକ୍ଷୟ ପ୍ରାପ୍ତ କଲେ ।
ଋଷି ପଞ୍ଚମୀ ବ୍ରତ ![]()
****************
(ଏହି ବ୍ରତ ନାରୀ ଶକ୍ତି ପାଇଁ ବିଶେଷ ଲାଭକାରୀ )
====================
ଭାଦ୍ରପଦ, ଶୁକ୍ଳପକ୍ଷ ରେ “ ଋଷି ପଞ୍ଚମୀ ” ବ୍ରତ ପାଳନ କରାଯାଇଥାଏ ।
ଏହି ଦିନ ସପ୍ତର୍ଷି ଙ୍କୁ ପୂଜା କରାଯାଏ ।
ଏହି ବ୍ରତ ଗଣେଶ ଚତୁର୍ଥୀ ପରଦିନ ପାଳନ କରାଯାଇଥାଏ । ଏକଦା ରାଜା ଶ୍ବେତାଶ୍ବ କେଉଁ ବ୍ରତ ପାଳନ କଲେ ସମସ୍ତ ପ୍ରାଣୀଙ୍କ ପାପ ମୋଚନ ହେବ ସେ ବିଷୟରେ ଵ୍ରହ୍ମ ଦେବଙ୍କ ଠାରୁ ବିଷୟରେ ଜାଣିବାକୁ ଚାହିଁଲେ, ଵ୍ରହ୍ମଦେବ ତାଙ୍କୁ ଏହି ଋଷି ପଞ୍ଚମୀ ବ୍ରତ ବିଷୟରେ କହିଥିଲେ ।
ଋଷି ପଞ୍ଚମୀ ବ୍ରତ କଥା
*****************
ବିଦର୍ଭ ଦେଶରେ ଉତ୍ତଂକ ନାମକ ଏକ ସଦାଚାରୀ ଵ୍ରାହ୍ମଣ ବାସ କରୁଥିଲେ । ତାଙ୍କ ପତ୍ନୀ ସୁଶୀଳା ଜଣେ ପତିବ୍ରତା ନାରୀ ଥିଲେ । ସେହି ବ୍ରାହ୍ମଣଙ୍କର ଜଣେ ପୁତ୍ର ଓ ଜଣେ ପୁତ୍ରୀ ଦୁଇଟି ସନ୍ତାନ ଥିଲେ । ଉଚିତ ସମୟରେ ଯୋଗ୍ୟା କନ୍ୟା ର ବିବାହ ଉତ୍ତମ ସମାନ କୁଳଶୀଳ ବର ସହିତ କରାଇଲେ । ଦୈବଯୋଗ ରୁ କିଛି ଦିନ ପରେ ସେହି କନ୍ୟା ବିଧବା ହୋଇଗଲା । ଦୁଃଖୀ ଵ୍ରାହ୍ମଣ ଦମ୍ପତି ଗଙ୍ଗା ତଟରେ କୁଡ଼ିଆ ଘର କରି ରହିବାକୁ ଲାଗିଲେ ।
ଏକ ଦିନେ ଵ୍ରାହ୍ମଣ କନ୍ୟା ଶୋଇବା ଅବସ୍ଥାରେ ତା ଦେହ ପୋକ ରେ ଭରିଗଲା, ଏ ସମ୍ପର୍କରେ ସେ ତାଙ୍କ ମାଆ ଙ୍ ଠାରେ କହିବାରୁ ସେ ତାଙ୍କ ସ୍ବାମୀଙ୍କୁ ପଚାରିଲେ – ପ୍ରାଣନାଥ ! ମୋର ସାଧ୍ୱୀ କନ୍ୟା ର ଏଭଳି ଦଶା କାହିଁକି ହେଲା ? ଉତ୍ତଂକ ସମାଧିସ୍ଥ ହୋଇ ଏହି ଘଟଣା ସମ୍ପର୍କରେ ପତ୍ନୀକୁ କହିଲେ – ପୂର୍ବ ଜନ୍ମରେ ଏହି କନ୍ୟା ବ୍ରାହ୍ମଣୀ ଥିଲା । ସେ ରଜସ୍ଵଳା ହେବା ପରେ ବାସନ ଛୁଇଁ ଦେଇଥିଲା । ଏହି ଜନ୍ମରେ ସେ ଲୋକମାନେ ଋଷି ପଞ୍ଚମୀ ବ୍ରତ କରୁଥିବାର ଦେଖି ମଧ୍ୟ ଏହି ବ୍ରତ ପାଳନ ନ କରିବାରୁ ତା ଦେହରେ ପୋକ ଲାଗିଯାଇଥିଲେ । ଧର୍ମ ଶାସ୍ତ୍ରରେ ମାନ୍ୟତା ରହିଛି ଯେ, ରଜସ୍ଵଳା ସ୍ତ୍ରୀ ପ୍ରଥମ ଦିନରେ ଚଣ୍ଡାଳୁଣୀ, ଦ୍ବିତୀୟ ଦିନରେ ଵ୍ରହ୍ମଘାତିନୀ ତଥା ତୃତୀୟ ଦିନରେ ଧୋବଣୀ ପରି ଅପବିତ୍ର ଅଟନ୍ତି । ସେମାନେ ଚତୁର୍ଥ ଦିନରେ ସ୍ନାନ କରିବା ପରେ ଯାଇ ଶୁଦ୍ଧ ହୋଇଥାନ୍ତି। ଯଦି ଏହି କନ୍ୟା ଶୁଦ୍ଧ ମନରେ ଋଷି ପଞ୍ଚମୀ ବ୍ରତ ପାଳନ କରିବ ତାହେଲେ ତାର ସମସ୍ତ ଦୁଃଖ ଦୂର ହୋଇ ପର ଜନ୍ମରେ ଅଟଳ ସୌଭାଗ୍ୟ ପ୍ରାପ୍ତି ହେବ।
ପିତାଙ୍କ ଆଜ୍ଞାରେ ସେହି କନ୍ୟା ବିଧିବିଧାନ ପୂର୍ବକ ଋଷି ପଞ୍ଚମୀ ବ୍ରତ ପାଳନ କରନ୍ତେ ସମସ୍ତ ଦୁଃଖ ରୁ ମୁକ୍ତିଲାଭ କରି ପର ଜନ୍ମରେ ଅଟଳ ସୌଭାଗ୍ୟ ସହିତ ଅକ୍ଷୟ ସୁଖ ଭୋଗ କଲା ।
ଋଷି ପଞ୍ଚମୀ ପୂଜା ବିଧି
=============
ଵ୍ରହ୍ମାଣ୍ଡ ପୁରାଣ ଅନୁସାରେ ଋଷି ପଞ୍ଚମୀ ଦିନ ସ୍ତ୍ରୀମାନେ ଗୃହ ପରିସ୍କାର କରି ବିଧି ବିଧାନ ପୂର୍ବକ ସପ୍ତର୍ଷି ଙ୍କ ସହିତ ଦେବୀ ଅରୁନ୍ଧତୀ ଙ୍କୁ ସ୍ଥାପନ କରନ୍ତି । ସମସ୍ତ ବିଧି ବିଧାନ ପୂର୍ବକ ସପ୍ତର୍ଷି ଙ୍କୁ ହଳଦୀ, ଚନ୍ଦନ, ପୁଷ୍ପ, ଅରୁଆ ଚାଉଳ ଆଦି ଦ୍ଵାରା କ୍ଷମା ପ୍ରାର୍ଥନା ପୂର୍ବକ ପୂଜାର୍ଚ୍ଚନା କରି ସାରିବା ପରେ ବ୍ରତକଥା ପଢ଼ି ଶୁଣାଯାଏ ଏବଂ ପଣ୍ଡିତ ମାନଙ୍କୁ ଭୋଜନ କରାଇବା ପରେ ବ୍ରତ ସମାପନ କରାଯାଏ ।
ଋଷି ପଞ୍ଚମୀ ପୂଜା ରେ ଏହି ମନ୍ତ୍ର ସ୍ମରଣ କରନ୍ତୁ
======================
କଶ୍ୟପୋତ୍ରିର୍ଭରଦ୍ବାଜୋ ବିଶ୍ବାମିତ୍ରୋଽଥ ଗୌତମଃ
ଜମଦଗ୍ନିର୍ବସିଷ୍ଠଶ୍ଚ ସପ୍ତୈତେ ଋଷୟଃ ସ୍ମୃତାଃ
ଗୃହ୍ଣନ୍ତ୍ବର୍ଘ୍ୟଃ ମୟା ଦତ୍ତଂ ତୁଷ୍ଟା ଭବତୁ ମେ ସଦା ।।
ଏହି୭ ଜଣ ଋଷିଙ୍କ ସହିତ ଅରୁନ୍ଧତୀଙ୍କୁ ଆବାହନ ଓ ପୂଜନ କରନ୍ତୁ ।
ଋଷି ପଞ୍ଚମୀ ବ୍ରତ ଫଳ
=============
ଏହି ଦିନ ବ୍ରତ ପାଳନ କରି ସମ୍ପୂର୍ଣ୍ଣ ବିଧି ବିଧାନ ପୂର୍ବକ ସପ୍ତର୍ଷି ଙ୍କ ପୂଜାର୍ଚ୍ଚନା କଲେ ସମସ୍ତ ପ୍ରକାର ପାପ ନଷ୍ଟ ହୋଇଥାଏ । ଅବିବାହିତ ସ୍ତ୍ରୀ ମାନଙ୍କ ପାଇଁ ଏହି ବ୍ରତ ମହତ୍ତ୍ୱପୂର୍ଣ୍ଣ ଏବଂ ଫଳ ପ୍ରଦାୟକ ହୋଇଥାଏ। ଏହି ଦିନ ହଳ ଦ୍ଵାରା ମାଟିରୁ ଚାଷ ଦ୍ଵାରା ଅମଳ କରାଯାଇଥିବା ଅନ୍ନ ଗ୍ରହଣ କରାଯାଏ ନାହିଁ ।
ଋଷି ପଞ୍ଚମୀ ବ୍ରତ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ଏହି ବ୍ରତ କଲେ ମହିଳା ମାନଙ୍କ ଦ୍ଵାରା ମାସିକ ଧର୍ମରେ ଜ୍ଞାତ – ଅଜ୍ଞାତରେ ହୋଇଥିବା ସମସ୍ତ ଦୋଷ ରୁ ମୁକ୍ତି ମିଳିଥାଏ । ବିଶେଷକରି ଏହି ବ୍ରତ ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ, ଏହି ବ୍ରତ ପାଳନ କଲେ ମହିଳାମାନଙ୍କ ଜୀବନରେ ହୋଇଥିବା ସମସ୍ତ ପ୍ରକାର ଦୋଷରୁ ମୁକ୍ତି ମିଳିଥାଏ।
୧- ଋଷି ପଞ୍ଚମୀ ବ୍ରତ ବିଶେଷ କରି ମହିଳା ମାନଙ୍କ ମାସିକ ଧର୍ମରେ ହୋଇଥିବା ଧାର୍ମିକ ଦୋଷ – ଅପରାଧ ରୁ ରକ୍ଷା କରିବା ନିମନ୍ତେ କରାଯାଇଥାଏ ବୋଲି ମାନ୍ୟତା ରହିଛି ।
୨- ଋଷି ପଞ୍ଚମୀ ବ୍ରତରେ ଅପାମାର୍ଗ ଗଛକୁ ବିଶେଷ ମହତ୍ତ୍ଵ ଦିଆଯାଇଛି। ଏହି ଦିନ ଅପାମାର୍ଗ ( ଚିଟଚିରା ) ଗଛର ଦାନ୍ତ ସଫାକରି ସ୍ନାନ କରିବା ପରେ ଏହି ବ୍ରତ ସମ୍ପନ୍ନ ହୋଇଥାଏ । ଋଷି ପଞ୍ଚମୀ ବ୍ରତ ସମସ୍ତ ପାପ ରୁ ମୁକ୍ତ କରିଥାଏ ।
୩- ଋଷି ପଞ୍ଚମୀ ବ୍ରତ ପ୍ରତ୍ୟେକ ବର୍ଗ ର ମହିଳା କରିପାରିବେ । ଏହି ବ୍ରତ ର ପୁଣ୍ୟଫଳ ଦ୍ଵାରା ସମସ୍ତ ପ୍ରକାର ପାପ କ୍ଷୟ ହୋଇଥାଏ, ଏଥିପାଇଁ ଏହି ବ୍ରତ ମହିଳା ମାନଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ ।
୪- ଋଷି ପଞ୍ଚମୀ ର ଏହି ବ୍ରତ ସଧବା ନାରୀମାନଙ୍କ ସହିତ କୁମାରୀ କନ୍ୟାମାନେ ମଧ୍ୟ କରିପାରିବେ । କିନ୍ତୁ ଏହି ବ୍ରତ ମନୋବାଞ୍ଛିତ ତଥା ଯୋଗ୍ୟ ବର ପାଇବା ପାଇଁ ନୁହେଁ ବରଂ ଅନ୍ୟ ଦୋଷ ରୁ ମୁକ୍ତି ପାଇବା ନିମନ୍ତେ ଉଦ୍ଧିଷ୍ଟ ।
୫- ଋଷି ପଞ୍ଚମୀ ଦିନ ଗଙ୍ଗା ସ୍ନାନକୁ ଅଧିକ ମହତ୍ତ୍ଵ ଦିଆଯାଇଛି । ଏଥିପାଇଁ ଗଙ୍ଗାସ୍ନାନ ସାରି ସପ୍ତର୍ଷି ଙ୍କ ପୂଜାର୍ଚ୍ଚନା କରନ୍ତୁ ।
୬- ଋଷି ପଞ୍ଚମୀ ଦିନ ମାଟିରୁ ଉତ୍ପାଦିତ ହେଉଥିବା ଅନ୍ନ ଗ୍ରହଣ କରିବା ଅନୁଚିତ ଯଦି କୌଣସି ମହିଳା ଏପରି କରନ୍ତି ତାହେଲେ ସପ୍ତର୍ଷି ଙ୍କ ଶାପ ଦ୍ଵାରା ଜୀବନରେ ଅନେକ କଷ୍ଟ ମିଳିଥାଏ ।
୭- ଋଷି ପଞ୍ଚମୀ ଦିନ ଋଷି ବଶିଷ୍ଠଙ୍କ ପତ୍ନୀ ଅରୁନ୍ଧତୀ ଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଏଥିପାଇଁ ସପ୍ତର୍ଷି ଙ୍କ ସହିତ ଅରୁନ୍ଧତୀ ଙ୍କୁ ପୂଜା ନିଶ୍ଚୟ କରନ୍ତୁ । ଏହା କରିବା ଦ୍ଵାରା ନାରୀ ମାନଙ୍କୁ ମାସିକ ଧର୍ମରେ ହେଉଥିବା ପୀଡ଼ା ରୁ ମୁକ୍ତି ମିଳିଥାଏ ।
୮- ଋଷି ପଞ୍ଚମୀ ର ସାତବର୍ଷ ପରେ ଅଷ୍ଟମ ବର୍ଷ ରେ ସପ୍ତର୍ଷି ଙ୍କ ସ୍ବର୍ଣ୍ଣ ପ୍ରତିମା ତିଆରି କରି ଵ୍ରାହ୍ମଣ ମାନଙ୍କୁ ଦାନ ଦିଆଯାଇଥାଏ । ଏହା କଲେ ବ୍ରତ ସମ୍ପୂର୍ଣ୍ଣ ହୋଇଥାଏ ।
୯- ମାସିକ ଧର୍ମରେ କୌଣସି ଵ୍ରାହ୍ମଣକୁ ଭୋଜନ କରାଇବା ଦ୍ୱାରା ପାପରୁ ମୁକ୍ତି ପ୍ରଦାନ କରାଇଥାଏ ଏହି ଋଷି ପଞ୍ଚମୀ ବ୍ରତ ।
୧୦- ଋଷି ପଞ୍ଚମୀ ବ୍ରତ ମାସିକ ଧର୍ମରେ କୌଣସି ପୂଜା ସାମଗ୍ରୀ କୁ ସ୍ପର୍ଶ କରିଥିବା ପାପରୁ ମୁକ୍ତି ପ୍ରଦାନ କରାଇଥାଏ ।
![]()
ଋଷି ପଞ୍ଚମୀ ବ୍ରତ ![]()
![]()
ଶ୍ରୀକୃଷ୍ଣ କହିଲେ
ଶୃଣୁ ରାଜନ୍ ପ୍ରବକ୍ଷ୍ୟାମି ପଞ୍ଚମୀ ଋଷି ସଂଜ୍ଞକା।
କଥୟିଷ୍ୟାମି ଯାଂ କୃତ୍ୱା ନାରୀ ପାପାତ୍ପୁମୁଚ୍ୟତେ ।।
ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହୁଅଛନ୍ତି ହେ ରାଜନ୍ ମୁଁ ଋଷି ପଞ୍ଚମୀ ବ୍ରତ କହୁଅଛି ତୁମ୍ଭେ ଶୁଣ। ଯେଉଁ ବ୍ରତକୁ କରି ନାରୀମାନେ ପାପରୁ ମୁକ୍ତ ହେବେ। ଯୁଧିଷ୍ଠିର କହିଲେ ହେ କୃଷ୍ଣ ସେ ଋଷି ପଞ୍ଚମୀ ବ୍ରତ କିପରି । ହେ ଯଦୁକୁଳୋଦ୍ଭବ କେଉଁ ପାତକରୁ ନାରୀ ମୁକ୍ତ ହୁଏ। ହେ କେଶବ ବହୁତ ପ୍ରକାରେ ପାପ ଅଛି। ଋଷି ପଞ୍ଚମୀ ବ୍ରତ କଲେ କେଉଁ ପାପରୁ ମୁକ୍ତହେବ ତାହା କୃପାକରି କୁହନ୍ତୁ। ଶ୍ରୀକୃଷ୍ଣ କହିଲେ ଅଜ୍ଞାନରେ ବା ଜାଣିକରି ଯେଉଁ ସ୍ତ୍ରୀ ରଜସ୍ୱଳା ହୋଇ ଗୃହକର୍ମ ସ୍ଥିତ ଭାଣ୍ଡମାନଙ୍କୁ ସ୍ପର୍ଶ କରେ ସେ ମହାପାପ ଲାଭ କରେ। ସେ ନାରୀ ମରିଗଲେ ନରକରେ ପଡ଼େ ଯେଉଁ କାରଣରୁ ରଜସ୍ୱଳା ନାରୀ ବର୍ଜନୀୟ ତାହାର କାରଣ ଶୁଣ। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଆଦି ଶୁଦ୍ରାଦି ସବୁ ବର୍ଣ୍ଣମାନଙ୍କର ରଜସ୍ୱଳା ନାରୀ ପରିତ୍ୟକ୍ତ। ହେ ଭାରତ ! ପୂର୍ବକାଳରେ ଇନ୍ଦ୍ର ମହାସୁର ବୁତ୍ରକୁ ବଧ କରି ବ୍ରହ୍ମହତ୍ୟା ପାପରେ ମଗ୍ନ ହୋଇଥିଲେ। ହେ ରାଜଶାର୍ଦ୍ଦୁଳ ! ସେହି କାରଣରୁ ଇନ୍ଦ୍ର ଅତ୍ୟନ୍ତ ଲଜ୍ଜିତ ହୋଇ ଆତ୍ମଶୁଦ୍ଧି ନିମିତ୍ତ ବ୍ରହ୍ମାଙ୍କ ନିକଟକୁ ଯାଇ ଶୁଦ୍ଧି ପ୍ରାର୍ଥନା କଲେ। ହେ ରାଜେନ୍ଦ୍ର ! ତଦନନ୍ତର ଦେବତାମାନଙ୍କ ସହିତ ବ୍ରହ୍ମା କ୍ଷଣକାଳ ଧ୍ୟାନ କରି ପ୍ରହୃଷ୍ଟ ମନରେ ଇନ୍ଦ୍ରଙ୍କୁ ଶୁଦ୍ଧି କଲେ। ହେ ମହାରାଜ ଚତୁର୍ମୁଖ ବ୍ରହ୍ମା ବ୍ରହ୍ମହତ୍ୟା ପାପକୁ ଚାରିଭାଗ କରି ସେହିକାଳରେ ଚାରି ସ୍ଥାନରେ ପକାଇଲେ। ହେ ରାଜନ୍ ପ୍ରଥମ ଭାଗ ଅଗ୍ନି ମଧ୍ୟରେ, ଦ୍ୱିତୀୟ ଭାଗ ନଦୀ ଓ ପର୍ବତମାନଙ୍କ ମଧ୍ୟରେ, ତୃତୀୟ ଭାଗ ଶିଳା ଓ ମୃତ୍ତିକାରେ, ଚତୁର୍ଥ ଭାଗ ଉଷର ଭୂମିରେ ପଡ଼ିଲା। ହେ ଭାରତ ସେହି ହେତୁରୁ ଚାରିବର୍ଣ୍ଣମାନେ ଯତ୍ନପୂର୍ବକ ବ୍ରହ୍ମାଙ୍କ କଥା ଅନୁସାରେ ରଜସ୍ୱଳା ନାରୀକି ପରିତ୍ୟାଗ କରିବେ। ରଜସ୍ୱଳା ପ୍ରଥମ ଦିବସରେ ଚାଣ୍ଡାଳୀ, ଦ୍ୱିତୀୟ ଦିବସରେ ବ୍ରହ୍ମଘାତିନୀ, ତୃତୀୟ ଦିବସରେ ରଜକୀ ହୁଏ, ଚତୁର୍ଥ ଦିବସରେ ଶୁଦ୍ଧ ହୁଏ। ଅଜ୍ଞାନରେ କିମ୍ବା ଜାଣିକରି ସଂସର୍ଗରୁ ଯେଉଁ ପାତକ ଜାତ ହୁଏ ସେହି ପାପ ନାଶ ଅର୍ଥରେ ଏହି ଋଷି ପଞ୍ଚମୀ ବ୍ରତ କରିବ। ଏହି ବ୍ରତ ସର୍ବପାପ ନାଶ କରେ ଏବଂ ସମସ୍ତ ଉପଦ୍ରବ ନାଶ କରେ। ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ସ୍ତ୍ରୀମାନେ ଯତ୍ନପୂର୍ବକ ଏହି ବ୍ରତ କରିବେ।
ଶ୍ରୀକୃଷ୍ଣ କହିଲେ ହେ ରାଜେନ୍ଦ୍ର ! ଗୋଟିଏ ଅନ୍ୟ କଥା କହିବି ଶୁଣ ।ପୂର୍ବକାଳରେ ସତ୍ୟଯୁଗରେ ବିଦର୍ଭ ନଗରୀରେ ଗୋଟିଏ ରାଜା ଥିଲେ। ତାହାଙ୍କର ନାମ ସେନଜିତ୍। ସେହି ରାଜର୍ଷି ଚାରିବର୍ଣ୍ଣଙ୍କୁ ପାଳୁଥିଲେ ।ତାହାଙ୍କ ଦେଶରେ ଜଣେ ବିପ୍ର ବାସ କରେ। ସେ ବେଦ ଆଉ ବେଦାଙ୍ଗକୁ ଉତ୍ତମ ରୂପେ ଜାଣିଥିଲା। ହେ ରାଜେନ୍ଦ୍ର ତାହାର ନାମ ସୁମିତ୍ର। ସେହି ବିପ୍ର ସମସ୍ତ ପ୍ରାଣୀଙ୍କର ହିତରେ ଥାଏ ।ସେ ସର୍ବଦା ଋଷିବୃତ୍ତିରେ ଆପଣାର କୁଟୁମ୍ବକୁ ପାଳନା କରେ । ତାହାର ଭାର୍ଯ୍ୟାର ନାମ ଜୟଶ୍ରୀ। ସେ ସ୍ୱାଧୀ ପତିର କଥା ଅନୁସାରେ କାର୍ଯ୍ୟ କରେ। ତାହାର ସଖୀ ପରିବାରୀ ବହୁତ ଥା’ନ୍ତି। ତାହାର ଚରିତ୍ର ଅତି ଉତ୍ତମ ,ସେ ଖଳ, ଭୃତ୍ୟ ଓ ସମସ୍ତ ବର୍ଣ୍ଣମାନଙ୍କୁ ପୋଷଣ କରେ। ହେ ରାଜେନ୍ଦ୍ର ! ସେହି ସୁମଧ୍ୟମା ଜୟଶ୍ରୀ ବର୍ଷାକାଳରେ କ୍ଷେତ୍ରାଦି କାର୍ଯ୍ୟରେ ଅନୁରକ୍ତା ହୋଇଥିବାରୁ ତାହାର ମନ ସର୍ବଦା ବ୍ୟାକୁଳ ଥାଏ। ଏକ ସମୟରେ ଆପଣାର ମୃତ୍ୟୁକାଳ ପ୍ରାପ୍ତ ହେବାର ଦେଖିଲା।ପୁରାଣ ପୁରୁଷୋତ୍ତମ। ହେ ରାଜନ୍ ସେହି ବ୍ରାହ୍ମଣୀ ରଜସ୍ୱଳା ହୋଇ ଗୃହକର୍ମ କଲା। ହେ ପାର୍ଥ ! ସେହି ଭାମିନୀ ଋତୁକାଳରେ ଭାଣ୍ଡମାନଙ୍କୁ ସ୍ପର୍ଶ କଲା। ହେ ପାର୍ଥ ବହୁକାଳରେ ସେ ସ୍ତ୍ରୀ ମରିଗଲା ,ତାହାର ଭର୍ତ୍ତା ମଧ୍ୟ କାଳ ଅନୁସାରେ ମରିଗଲା। ଏହିପରି ସେ ଦମ୍ପତ୍ତି ସ୍ୱକର୍ମଫଳ ଅନୁସାରେ ଫଳଭୋଗ କଲେ। ସେହି ବିପ୍ର ଭାର୍ଯ୍ୟା ଋତୁସଂପର୍କ ଦୋଷରୁ କୁକ୍କୁରୀ ଜନ୍ମ ପାଇଲା। ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ। ହେ ନରେଶ୍ୱର ସେ ସ୍ତ୍ରୀ ସମ୍ପର୍କ ଦୋଷରୁ ତାହାର ସ୍ୱାମୀ ବଳଦ ଜନ୍ମ ପାଇଲା। ସେହି ସୁମିତ୍ର ବ୍ରାହ୍ମଣର ପୁଅ ନାମ ସୁମତି, ସେ ସର୍ବଦା ଗୁରୁ ସେବା କରେ ଓ ଦେବତା ଅତିଥି ଏମାନଙ୍କର ପୂଜାକରେ ଏବଂ ଧର୍ମରେ ଏହାର ମତି ଥାଏ। ହେ ପାର୍ଥ ତାହାର ପିତାମାତା ଋତୁସମ୍ପର୍କ ଦୋଷରୁ କୁକ୍କୁରୀ ଓ ବଳଦ ଜନ୍ମ ପାଇଥିଲେ ହେ ଶତ୍ରୁନିସୁଦନ ରାଜନ୍ କିନ୍ତୁ ତାହାଙ୍କର କିଞ୍ଚିତ୍ ପୁଣ୍ୟ ଥିବାରୁ ସେ ଦୁହେଁ ଜାତିସ୍ମର ହେଲେ । ସେହି ସୁମତିରମା ଜୟଶ୍ରୀ ପୁତ୍ର ଗୃହରେ କୁକ୍କୁରୀ ରୂପରେ ଥାଇ ନିତ୍ୟ ପୂର୍ବ ପାତକମାନ ସ୍ମରଣ କରେ। ସେହି ସୁମିତ୍ର ବିପ୍ର ପୁତ୍ର ସୁମତିର ଘରେ ଥାଇ ନିତ୍ୟ ବଳଦ ରୂପରେ ଚାଷ କରେ ।ଏହିପରି ଦିନଯା’ନ୍ତେ ଦିନେ ସୁବ୍ରତ ସେହି ସୁମତି ସୁମତି ବିପ୍ର ତାହାର ଭାର୍ଯ୍ୟା ଚନ୍ଦ୍ରାବତୀକି ଶ୍ରଦ୍ଧାରେ କହିଲା ଆଜି ପିତାମାତାଙ୍କର ଶ୍ରାଦ୍ଧ ଦିବସ ହେ ଚାରୁହାସିନୀ ଆଜି ଶ୍ରାଦ୍ଧ କରିବା। ହେ ଭୀରୁ ବ୍ରାହ୍ମଣମାନେ ଭୋଜନ କରିବେ ତୁମ୍ଭେ ଭୋଜନ କର। ସେ ଚନ୍ଦ୍ରାବତୀ ସ୍ୱାମୀ କଥାନୁସାରେ ପାକ କଲା ।ହେ ବିଭୋ କ୍ଷୀର ହାଣ୍ଡିରେ ସର୍ପ ଗରଳ ଛାଡ଼ିଗଲା। ସେ କୁକ୍କୁରୀ ତାହାଦେଖି ବିପ୍ର ବଧ ଭୟରେ ସେ କ୍ଷୀର ହାଣ୍ଡିକି ଛୁଇଁ ଦେଲା ।ଚନ୍ଦ୍ରାବତୀ ତାହା ଦେଖି ସେ କୁକ୍କୁରୀକି ନିଆଁ ଖୁଣ୍ଟାରେ ପିଟିଲା। ହେ ରାଜେନ୍ଦ୍ର ସେ ବ୍ରାହ୍ମଣୀ ପୁନର୍ବାର ପାକ କଲା । ହେ ନରାଧିପ ତତ୍ପରେ ବ୍ରାହ୍ମଣମାନେ ଭୋଜନ କରିବାକୁ ଆସିଲେ। କୁକ୍କୁରୀ ଛୁଇଁଥିବାରୁ ଚତୁରୀ ଚନ୍ଦ୍ରାବତୀ ବିପ୍ରଙ୍କୁ ଉଚ୍ଛିଷ୍ଟ ନ ଦେଇ ଭୂମିରେ ପକାଇଦେଲା ଦ୍ୱାରରେ ଥିବା କୁକ୍କୁରୀ ତାହା ନଖାଇ ଉପବାସରେ ରହିଲା। ତତ୍ପରେ ରାତ୍ରିରେ ସେହି କୁକ୍କୁରୀ କ୍ଷୁଧା ତୃଷାରେ ଆତୁର ହୋଇ ବଳଦ ପାଖକୁ ଯାଇ ସେହି ସ୍ୱାମୀକି କହିଲା। ହେ ନାଥ ଆଜି ମୁଁ ଖାଇନାହିଁ ମୋତେ ଭୋଜନ ଦେଇ ନାହାନ୍ତି। ଦ୍ୱାରରେ ଉଚ୍ଛିଷ୍ଟ ପଡ଼ିଅଛି ,କ୍ଷୁଧାରେ ମୋର ଦେହ ଜଳୁଛି। ତତ୍ପରେ ସେହି ବଳଦ କହିଲା ହେ ଭଦ୍ରେ ତୁମ୍ଭେ ପୂର୍ବରେ ପାପ କରିଅଛ। ମୁଁ କଣ କରିବି, ସେହି ପାପରୁ ମୁଁ ଭାର ବୋହି ଏ କଷ୍ଟ ପାଉଅଛି।
ଶ୍ରୀକୃଷ୍ଣ କହିଲେ :- ହେ ନରାଧିପ ସେ ଦୁହେଁ ଏହିପରି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ତାହାଙ୍କର ପୁଅ ସୁମତି ରାତ୍ରରେ ମା ବାପଙ୍କର କଥାଶୁଣି ଦୁଃଖିତ ହେଲା। ତତ୍ କ୍ଷଣାତ୍ ସେହି ରାତ୍ରରେ ସୁଭୋଜନ ଆଣିଦେଲା ତାହାକୁ ଆପଣାର ମା ଜାଣି ସେହି ସୁମତି ଅତ୍ୟନ୍ତ ଦୁଃଖିତ ହେଲା ଓ ନିଜ ଭାର୍ଯ୍ୟା ଆଗରେ କହିଲା ।ତତପରେ ସେ ଦୁଇଜଣ ଦୁଃଖିତ ହୋଇ ମାତା ପିତାଙ୍କର ଅବସ୍ଥା ଜାଣିପାରି ବନକୁ ଗମନ କଲେ । ହେ ରାଜନ୍ ମାତାପିତାଙ୍କର ପୂର୍ବକୃତ ପାପ ଜାଣିବା ସକାଶେ ଜ୍ଞାନବୃଦ୍ଧ ପରମ ଧାର୍ମିକ ଋଷିମାନଙ୍କ ପାଖକୁ ଯାଇ ତାହାଙ୍କର ପାଦତଳେ ପଡ଼ି ପିତାମାତାଙ୍କର ହିତକଥା ପଚାରିଲେ। ସୁମତି ବ୍ରାହ୍ମଣ କହିଲା ହେ ଋଷିମାନେ କେଉଁ ପୂର୍ବଜନ୍ମ ପାପକର୍ମରୁ ମୋହର ପିତାମାତା ଏହି ଅବସ୍ଥାକୁ ପ୍ରାପ୍ତହେଲେ , କେଉଁ କର୍ମକଲେ ସେ ଏଥିରୁ ମୋକ୍ଷ ହେବେ ।
ଋଷିମାନେ କହିଲେ ତୋହର ମା ‘ ପୂର୍ବଜନ୍ମରେ ସ୍ୱଗୃହରେ ବାଲ୍ୟ ଭାବରୁ ଋତୁ ପ୍ରାପ୍ତ ହୋଇ ଜାଣିକରି ସଂସର୍ଗ କଲା ଏବଂ ସବୁ ପଦାର୍ଥ ଛୁଇଁଲା। ସେହି ପାପରୁ କୁକ୍କୁରୀ ଜନ୍ମ ପାଇଲା ।ପିତା ତାହାଙ୍କର ସଂସର୍ଗ କାରଣରୁ ବଳଦ ଜନ୍ମ ପାଇଲା। ତୁ ଯେବେ ସେ ଦୁହିଁଙ୍କର ମୁକ୍ତି ଇଛା କରୁ ତେବେ ଭାର୍ଯ୍ୟା ସହିତ ଋଷି ପଞ୍ଚମୀ ବ୍ରତ କର। ହେ ବିପେନ୍ଦ୍ର ଯତ୍ନପୂର୍ବକ ଋଷିମାନଙ୍କୁ ପୂଜା କର। ଏହିପରି ବ୍ରତକଲେ ହେ ବିପ୍ର ତୋହର ପିତାମାତା ପୂର୍ବଜନ୍ମ କୃତ ପାପରୁ ମୁକ୍ତ ହୋଇଯିବେ । ଏ ବ୍ରତର ନାମ ଋଷି ପଞ୍ଚମୀ। ସୁମତି କହିଲେ କେଉଁ ଉପାୟରେ ଏହି ବ୍ରତ କରିବି ।କେଉଁ ଦାନ ଦେବି ବା କାହାକୁ ପୂଜା କରିବି ତାହା ମୋତେ କୁହ। ଋଷିମାନେ କହିଲେ ନଦୀରେ ଉତ୍ତମ ରୂପେ ସ୍ନାନକରି ଋଷିମାନଙ୍କୁ ଉତ୍ତମରୂପେ ପୂଜା କରିବ। ତାମ୍ରପାତ୍ରରେ ଋଷିମାନଙ୍କୁ ଆବାହନ କରି ସ୍ଥାପନ କରି ଶୁଭ ବସ୍ତ୍ର ଦେଇ ଷୋଡ଼ଶ ଉପଚାରରେ ପୂଜା କରିବ। ଶାଗ, ବାଳୁଙ୍ଗା ଧାନର ଭାତ ,ଶ୍ୟାମକ ଆହାର କରିବ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଏହି ବ୍ରତ ପାଳନ କରିବ। ନିଶ୍ଚୟ ନାରୀ ଋତୁସମ୍ପର୍କ ଦୋଷରୁ ମୁକ୍ତ ହୋଇଯିବ ସଂଶୟ ନାହିଁ। ଶ୍ରୀକୃଷ୍ଣ କହିଲେ ହେ ଯୁଧିଷ୍ଠିର ସୁମତି ବ୍ରାହ୍ମଣ ଏହା ଶୁଣି ପୁଣି ଋଷିମାନଙ୍କୁ ପଚାରିଲେ ହେ ମୁନିମାନେ ! କିଏ ପୂର୍ବରେ ଏହି ବ୍ରତ କରିଥିଲେ ତାହା କୁହନ୍ତୁ। ଏହି ବ୍ରତକୁ ଭକ୍ତିରେ କଲେ କେତେକାଳରେ ଫଳ ପାଇବ ଓ ଏହାର ବିଧାନ କିପରି ତାହା ସବୁ ବିସ୍ତାର କରି କୁହନ୍ତୁ। ଋଷିମାନେ କହିଲେ ହେ ବିପ୍ର ! ଆଉ ଗୋଟିଏ ପୁରାତନ କଥା କହୁଅଛି ଶୁଣ। ହେ ସୁବ୍ରତ ! ଯେପରି ଶ୍ୱେତାଶ୍ୱ ଆଉ ବ୍ରହ୍ମାଙ୍କର କଥାବାର୍ତ୍ତା ହୋଇଲା ସେହି ସମ୍ବାଦ ଶୁଣ।
ଶ୍ୱେତାଶ୍ୱ ଆଉ ବ୍ରହ୍ମାଙ୍କର କଥା
ଶ୍ରୁତାନି ଦେବଦେବେଶ ବ୍ରତାନି ବିବିଧାନିଚ
ସାମ୍ପ୍ରତଂ ମେ ମମାଚକ୍ଷ୍ୱ ସର୍ବପାପ ପ୍ରଣାଶନଂ।।
ପୂର୍ବକାଳରେ ଶ୍ୱେତାଶ୍ୱ ରାଜା ବ୍ରହ୍ମାଙ୍କୁ କହିଲେ ହେ ଦେବଦେବେଶ ! ମୁଁ ବହୁତ ପ୍ରକାର ବ୍ରତ ଶୁଣିଅଛି । ବର୍ତ୍ତମାନ ସର୍ବପାପ ବିନାଶକାରୀ ଯେ ବ୍ରତ ତାହା ମୋ ଆଗରେ କୁହନ୍ତୁ।
ବ୍ରହ୍ମା କହିଲେ
ଶୃଣୁ ରାଜନ୍ ପ୍ରବକ୍ଷ୍ୟାମି ବ୍ରତାନାଂ ବ୍ରତମୁତ୍ତମମ୍।
ଋଷିପଞ୍ଚମୀତି ଖ୍ୟାତା ସର୍ବପାପ ପ୍ରଣାଶିନୀ।।
ବ୍ରହ୍ମା କହିଲେ ହେ ରାଜନ୍ ବ୍ରତମାନଙ୍କ ମଧ୍ୟରେ ଯେ ଉତ୍ତମ ବ୍ରତ ତାହା କହୁଅଛି ଶ୍ରବଣ କର। ଋଷି ପଞ୍ଚମୀ ନାମରେ ଯେଉଁ ବ୍ରତ ଅଛି ସେ ସମସ୍ତ ପାପ ବିନାଶ କରେ। ହେ ରାଜେନ୍ଦ୍ର ଯେଉଁ ବ୍ରତ କଲେ ଲୋକ ଆଉ ନରକ ଦେଖେ ନାହିଁ। ଗୋଟିଏ ପୁରାତନ ଇତିହାସ କଥା କହୁଅଛି ଶୁଣ। ବିଦେହ ନଗରରେ ଉତ୍ତଙ୍କ ନାମରେ ଏକ ବିପ୍ର ଥିଲା। ସେହି ଦ୍ୱିଜବର ଭାର୍ଜ୍ୟା ନାମ ସୁଶୀଳା। ସେ ସର୍ବଦା ପତିବ୍ରତା ପରାୟଣା ଓ ସତୀ।
ତାହାର ପୁତ୍ରର ନାମ ଶ୍ରୁତଭୂଷଣ , ସେ ସମସ୍ତ ଧର୍ମ ଶାସ୍ତ୍ର ସଙ୍ଗେ ବେଦ ପଢିଥିଲା। ସମାନ କୂଳରେ ଗୋଟିଏ ବିପ୍ର ସୁତାକୁ ଶ୍ରୁତଭୂଷଣ ବିବାହ କଲା। ସେ କନ୍ୟା ବିବାହ ହେଲା ମାତ୍ରେ ବିଧବା ହେଲା। ସେହି ବିଧବା କନ୍ୟା ପିତା ଗୃହରେ ଥାଇ ସତୀତ୍ୱ ପାଳନ କରେ। ତାହାର ପିତା ଦୁଃଖ ପାଇ ଯିବାରୁ ପୁତ୍ରକୁ ଆପଣାର ଗୃହରେ ରଖି ଗଙ୍ଗାତୀର ବନକୁ ଯାଇ ସେହି ସ୍ଥାନରେ ଦୁହିତା ସହିତ ରହି ଶିଷ୍ୟମାନଙ୍କୁ ବେଦ ପଢାଇଲା।
ତାହାର ସେହି ବିଧବା କନ୍ୟା ସର୍ବଦା ପିତାର ସେବା କରୁଥାଏ। ଏକ ଦିନ ପିତୃସେବାରେ ପରିଶ୍ରମ ପାଇ ଅର୍ଦ୍ଧରାତ୍ରିରେ ଶୋଇ ପଡ଼ିଲା। ସେଠାରେ ସେ ଗୋଟିଏ କୃମିରାଶି ହୋଇଗଲା। ସେ କନ୍ୟାକୁ ବିବସ୍ତ୍ରା ଆଉ ପଥର ଉପରେ ପଡ଼ିଯିବା ଦେଖି ଶିଷ୍ୟମାନେ କାନ୍ଦି କାନ୍ଦି ଯାଇ ତାହା ମାଆ ଆଗରେ ନିବେଦନ କଲେ। ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ। ଆମ୍ଭେମାନେ କିଛି ଜାଣିପାରୁ ନାହୁଁ ,କାହିଁକି ସେ ପତିବ୍ରତା ସ୍ୱାଧୀ ତୁମ୍ଭ ଦୁହିତା କୃମିରାଶି ହେଲା । ହେ ମାତ ତୁମ୍ଭେ ଯାଇ ଦେଖ। ବଜ୍ରପାତ ତୁଲ୍ୟ ସେହି ଶିଷ୍ଯମାନଙ୍କ କଥା ଶୁଣି ସମ୍ଭ୍ରାନ୍ତ ଚିତ୍ତରେ ଅତିଶୀଘ୍ର ତାହା ନିକଟକୁ ଗଲା। ସତୀକି ସେହିପରି ଦେଖି ଅତି ଦୁଃଖିତ ହୋଇ ବିଳାପ କଲା। ସନ୍ତାପିତ ହୋଇ ମୂର୍ଚ୍ଛା ଗଲା। କ୍ଷଣକାଳ ମଧ୍ୟରେ ଚେତା ପାଇ ଉଠି ସେ ଦୁହିତାକୁ ଧରି ଉଠାଇ ଆଲିଙ୍ଗନ କରି ପିତା ନିକଟକୁ ଘେନିଗଲା। ହେ ନାଥ ସ୍ୱାଧୀ କେଉଁ ପାପ କର୍ମରୁ ଅର୍ଦ୍ଧରାତ୍ରିରେ ଶୋଇବା ସମୟରେ କୃମିରାଶି ହେଲା ତାହା କୁହ।ଏହା ଶୁଣି ସେହି ମୁନି ଧ୍ୟାନମଗ୍ନ ହେଲେ। ଧ୍ୟାନବଳରେ ଜାଣିପାରି ଭାର୍ଯ୍ୟା ଆଗରେ ତାହାର ପୂର୍ବଜନ୍ମ କଥା କହିବାକୁ ଆରମ୍ଭିଲେ। ଋଷି କହୁଅଛନ୍ତି ଏହି କନ୍ୟା ପୂର୍ବଜନ୍ମରେ ସାତଜନ୍ମ ପରେ ବ୍ରାହ୍ମଣୀ ଜନ୍ମ ପାଇଥିଲା। ରଜସ୍ୱଳା ହୋଇ ଗୃହର ହାଣ୍ଡି ଛୁଇଁ ଥିଲା। ସେହି ପାପରୁ ଏହାର ଦେହ କୃମି ହୋଇଗଲା। ହେ ଅନଘେ ରଜସ୍ୱଳା ପାପରେ ଯୁକ୍ତହୋଇ ଏହି ବିପ୍ର କନ୍ୟା ସଖିମାନଙ୍କ ସହିତ ବ୍ରତ କଲା। ସେହି ବ୍ରତ ପ୍ରଭାବରୁ ମୋହର ଘରେ ଜନ୍ମ ହୋଇଥିଲା। ପୁଣି ଏହି ବ୍ରତ ଅବମାନନା କରିବାରୁ କୃମିରାଶିକି ପ୍ରାପ୍ତ ହେଲା। । ଏହିସବୁ ପୂର୍ବଜନ୍ମରେ ଯେଉଁ ପାପ କନ୍ୟା କରିଥିଲା ତାହା ତୋ ଆଗର କହିଲି। ସୁଶୀଳା କହିଲା ଯାହାର ପ୍ରସାଦରେ ଧାର୍ମିକ ବିପ୍ର କୁଳରେ ଏହାର ଜନ୍ମ ହୋଇଥିଲା ,ଯାହାର ଅବଜ୍ଞାରେ ଏହାର ଦେହ କୃମିରାଶି ହୋଇଗଲା। ଋଷି କହିଲେ ହେ ସୁଶିଳେ ସମ୍ୟକ୍ ପ୍ରକାରରେ ସେହି ଉତ୍ତମ ବ୍ରତକୁ କହୁଅଛି ଶୁଣ। ଯାହାକଲା ମାତ୍ରେ ସେ ନାରୀ ହଠାତ୍ ସର୍ବ ପାପରୁ ମୋକ୍ଷ ହୁଏ। ସୁଶୀଳା କହିଲା ତେବେ ସେହି ମହାନ୍ ଆଶ୍ଚର୍ଯ୍ୟକର ବ୍ରତକୁ ମୋ ଆଗରେ କୁହନ୍ତୁ । ଋଷି କହିଲେ ଦୁଃଖ ତ୍ରୟ ବିନାଶ ହେବ ଏଥିରେ ସଂଶୟ ନାହିଁ। ଆଉ କୁଳର ବୃଦ୍ଧି ହେବ ଓ ନିରାପଦରେ ସମ୍ପଦ ବଢିବ। ଭାଦ୍ରବ ମାସ ଶୁକ୍ଳ ପଞ୍ଚମୀରେ ନଦୀରେ ସ୍ନାନ କରି ମନକୁ ସ୍ଥିର କରିବ। ନିତ୍ୟକର୍ମ ସାରି ଋଷିମାନଙ୍କୁ ସ୍ମରଣ କରି ପୂଜା କରିବ। ବିଧି ଅନୁସାରେ ଭକ୍ତିରେ ପଞ୍ଚାମୃତ ସ୍ନାନ କରାଇ ଶୁଭବସ୍ତ୍ର ପିନ୍ଧାଇ ଉପବିତ ଦେଇ ଚନ୍ଦନ , ଅଗୁରୁ, କର୍ପୂର ଓ ସୁଗନ୍ଧଦ୍ରବ୍ୟ ଅଙ୍ଗରେ ଲିପଦେଇ ବିଧି ଅନୁସାରେ ଗନ୍ଧପୁଷ୍ପ ଧୂପଦୀପ ଦେଇ ପୂଜାକରି ଅନ୍ନ ନୈବେଦ୍ୟ ଦେବ। ତତ୍ପରେ ଅର୍ଘ୍ୟଦେଇ ଉତ୍ତମ ଫଳଦେବ। କଶ୍ୟପ, ଅତ୍ରି, ଭରଦ୍ୱାଜ, ବିଶ୍ଵାମିତ୍ର, ,ଗୌତମ, ଜମଦଗ୍ନି ଓ ବଶିଷ୍ଠ ଏହି ସାତ ଋଷିଙ୍କୁ ସ୍ମରଣ କରିବ। ମୋହର ସମ୍ପାଦିତ ଏହି ଅର୍ଘ୍ୟକୁ ସପ୍ତର୍ଷିମାନେ ଗ୍ରହଣ କରନ୍ତୁ। ଏହା କହି ବ୍ରାହ୍ମଣମାନଙ୍କୁ ବସ୍ତ୍ର ଅଳଙ୍କାରାଦି ଦେଇ ଉତ୍ତମରୂପେ ପୂଜା କରିବ। ଆଉ ସେହି ବ୍ରାହ୍ମଣମାନଙ୍କୁ ଗୋଦାନ କରିବ ଓ ଗୁରୁଙ୍କୁ ପଲଙ୍କ ଦାନ କରିବ ଏବଂ ସପତ୍ନୀକ ଆଚାର୍ଯ୍ୟମାନଙ୍କୁ ଆପଣାର ଶକ୍ତି ଅନୁସାରେ ବସ୍ତ୍ର ପିନ୍ଧାଇବ। ପୂର୍ବରୁ କହିଗଲୁ ଯେଉଁ ସପ୍ତ ଋଷି ତାହାଙ୍କ ପ୍ରତିମା ସୁବର୍ଣ୍ଣରେ କିମ୍ବା ରଜତରେ କରିବ। ତାହାର ପରିମାଣ ପଳେ କିମ୍ବା ମାଢେ ହେବ ଅଥବା ସ୍ୱଶକ୍ତି ଅନୁସାରେ କରିବ। ତତ୍ପରେ ପତିର ଅନୁଜ୍ଞା ନେଇ ଏ ବ୍ରତ କରିବ ନୋହିଲେ ଦୋଷାଭାକ୍ ହେବ। ଆତ୍ମଦୋଷ ନାଶ ନିମିତ୍ତ ବିଧବା ଏ ବ୍ରତ କରିବେ। ଏହି କଥା ଶୁଣିସାରି ଶାକ ଖାଇ ହୃଦୟ ମଧ୍ୟରେ ଧ୍ୟାନ କରି ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବ। ଏହି ବିଧିରେ ସାତବର୍ଷ ପର୍ଯ୍ୟନ୍ତ କରିବ। ବ୍ରତ ଆଦ୍ୟରେ, ବ୍ରତ ମଧ୍ୟରେ ବା ବ୍ରତ ଶେଷରେ ଯେପରି ଉଦଯାପନ କରିବ ତାହା କହୁଅଛି ହେ ଭାମିନୀ ତୁମ୍ଭେ ମନଦେଇ ଶୁଣ। ହେ ଶୀଳେ ! ଉଦଯାପନ ବ୍ୟତିରେକରେ ପୂର୍ଣ୍ଣଫଳ ମିଳେନାହିଁ। ସେହି ହେତୁରୁ ସର୍ବ ପଯତ୍ନରେ ଉଦଯାପନ କରିବ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ହବିଷ୍ୟ କରି ଏକବକ୍ତ ଖାଇବ ।ପଞ୍ଚମୀ ଦିନ ବିଧି ଅନୁସାରେ ବ୍ରତ ଉପବାସ କରିବ। ଦନ୍ତଧାବନ ପ୍ରଭୃତି ସମସ୍ତ ନିୟମମାନ ଗ୍ରହଣକରି ସୁନାରେ କିମ୍ବା ରୂପାରେ ଋଷିମାନଙ୍କର ପ୍ରତିମା କରିବ। ସର୍ବତୋଭଦ୍ରମଣ୍ଡଳ କରି ଦେବତା ପୂଜା କରିବ। ଗୋଟିଏ ନୂଆ ଅଛିଦ୍ର ମନୋହର କୁମ୍ଭ ସ୍ଥାପନ କରି ବସ୍ତ୍ର ଦ୍ୱୟରେ ଆଚ୍ଛାଦି ତାହାକୁ ଗନ୍ଧାଦି ଦେଇ ପୂଜା କରିବ। କଙ୍କୁଶ୍ୟାମାକ ମାଷ ଗହମ ବ୍ରୀହି ମୁଗ ଯବ ଏମାନଙ୍କୁ ପ୍ରଦାନ କରିବ। ଏହି ସାତ ଧାନ୍ୟ ତିଳ ସହିତ ବ୍ରାହ୍ମଣଙ୍କୁ ପ୍ରଦାନ କରିବ। ଦୁଗ୍ଧଘୃତ ତିଳଯୁକ୍ତ ଶତ ପତ୍ରରେ “ସହସ୍ୟୋମେତି ” ମନ୍ତ୍ରରେ ଯତ୍ନପୂର୍ବକ ହୋମ କରିବ । ଶହେ ଆଠ ଆହୁତି ଦେଇ ଦ୍ୱିଜାଦିଙ୍କୁ ଗୋଦାନ କରିବ ।ଆଚାର୍ଯ୍ୟ ବ୍ରହ୍ମା ଋତ୍ୱିକ୍ ଏମାନଙ୍କୁ ବସ୍ତ୍ର ଅଳଙ୍କାର ଦେଇ ଦକ୍ଷିଣା ଦେବ। ହେ ରାଜେନ୍ଦ୍ର ମୁଦ୍ରିକା କରିବ ସେ ଯେପରି ବିତ୍ତଶାଠ୍ୟ ନ ହୁଏ। ଏଥିରୁ ଯେଉଁ ପୁଣ୍ୟ ଜାତ ହୁଏ ତାହା ଏକମନରେ ଶୁଣ। ସବୁ ତୀର୍ଥରେ ଯେ ପୁଣ୍ୟ ସବୁ ତୀର୍ଥରେ ଯେ ଫଳ ସବୁ ଦାନରେ ଯେ ଧର୍ମ ତାହା ଏ ବ୍ରତ କଲେ ପାଇବ। ଯେଉଁ ନାରୀ ଏ ବ୍ରତ କରେ ସେ ସମସ୍ତ ସୁଖ ପ୍ରାପ୍ତ ହୁଏ। ରୁପବତୀ ଓ ଲାବଣ୍ୟବତୀ ହୁଏ। ପୁତ୍ର ନାତି ଘେନି ଘର କରେ। ଏହି ବ୍ରତ ପ୍ରସାଦରୁ ସେ ପୂର୍ବଜନ୍ମ କଥା ଜାଣିପାରେ। ଏହା ଶୁଣି ସେ ନାରୀ ବ୍ରତ କରି ଆପଣାର ଦୁହିତାକୁ ବ୍ରତଫଳ ଦେଲା। ସେହି ଫଳରେ ସେ ତତ୍ କ୍ଷଣାତ୍ ସ୍ୱର୍ଗକୁ ଗଲା। ଏହି ବ୍ରତକରି ସେ ପିତାମାତାଙ୍କୁ ପୂର୍ବଜନ୍ମ ପାପରୁ ମୁକ୍ତ କଲେ। ହେ ଦ୍ୱିଜସତ୍ତମ ଏହି ଋଷି ପଞ୍ଚମୀ ବ୍ରତ ପୁଣ୍ୟରୁ ଋତୁ ସମ୍ପକ ଯେ ସମସ୍ତ ପାପ କ୍ଷୟ ହୋଇଯାଏ ଏଥିରେ ସଂଶୟ ନାହିଁ। ଏହା ଶୁଣି ସୁମତି ବିପ୍ର ଗୃହକୁ ଯାଇ ଭାର୍ଯ୍ୟା ସହିତ ବ୍ରତ କଲା। ଯେଉଁପରି ଋଷିମାନେ କହିଥିଲେ ସେହିପରି ବ୍ରତ କରି ମାତାପିତାଙ୍କୁ ବ୍ରତଫଳ ଦେଲା। ବ୍ରତ ପୁଣ୍ୟ ପ୍ରଭାବରୁ ମାତାପିତା କୂଯୋନିରୁ ମୁକ୍ତ ହୋଇ ଉତ୍କୃଷ୍ଟ ବିମାନ ଚଢ଼ି ଦିବ୍ୟ ବସ୍ତ୍ର ପିନ୍ଧି ବ୍ରହ୍ମପଦ ପ୍ରାପ୍ତ ହେଲେ ଦେବତାମାନେ ତାହାଙ୍କୁ ସ୍ତବ କଲେ। ହେ ରାଜନ୍ ବ୍ରତମାନଙ୍କର ଏହି ଉତ୍ତମ ବ୍ରତ ତୁମ୍ଭଙ୍କୁ କହିଲି ତୁମ୍ଭେ ଅନୁଜ ସହିତ ଏହିବ୍ରତ କଲେ ଯୁଦ୍ଧରେ ଶତ୍ରୁ ଜୟକରି ଦୁର୍ଯ୍ୟୋଧନାଦିଙ୍କର ରାଜ୍ୟ ନିଶ୍ଚୟ ପାଇବ। ହେ ଧର୍ମାତ୍ମା ଦ୍ରୌପଦୀ ସହିତ ସୁଖୀ ହୁଅ। ଏହି ଆଖ୍ୟାନ ଯେ ପଢିବ ବା ଶୁଣିବ ଅଥବା ଶ୍ରଦ୍ଧାରେ କହିବ ସେମାନେ ନିଶ୍ଚୟ ମୁକ୍ତ ହେବେ।
ଇତି ଭବିଷ୍ୟୋତ୍ତରେ ଶ୍ରୀକୃଷ୍ଣ ଯୁଧିଷ୍ଠିର ସମ୍ବାଦେ ଋଷିପଞ୍ଚମୀ ବ୍ରତକଥା ସମାପ୍ତ।





**ଶ୍ରୀମନ୍ଦିରରେ ବିମ୍ବାସୁର ବଧପ୍ରସ୍ତାବ**
ଭାଦ୍ରବ ଶୁକ୍ଳ ଷଷ୍ଠୀ ତିଥିରେ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କର ନିକଟରେ ବିମ୍ବାସୁର ବଧପ୍ରସ୍ତାବ ଅନୁଷ୍ଠିତ ହୋଇଥାଏ । ମାର୍କଣ୍ଡେସ୍ୱର ସାହି ଏହି ବିମ୍ବାସୁର ବଧପ୍ରସ୍ତାବ କରିଥାନ୍ତି ।
ଆଜି ଶୁକ୍ଳ ଷଷ୍ଠୀ ତିଥିରେ ସନ୍ଧ୍ୟାଧୂପ ପରେ ମଦନମୋହନ ରତ୍ନ ସିଂହାସନକୁ ବିଜେ କରି ଜଗନ୍ନାଥଙ୍କ ବାଡରୁ ଆଜ୍ଞାମାଳ ପ୍ରାପ୍ତି କରି ନାଟ ମଣ୍ଡପ ସ୍ଥିତ ଖଟ ଉପରକୁ ବିଜେ କରିବା ପାରେ ପ୍ରଭୁଙ୍କର ଛାମୁରେ ମାର୍କଣ୍ଡେସ୍ୱର ସାହି ଲୋକ ବିମ୍ବାସୁର ବଧପ୍ରସ୍ତାବ କରିବେ। ଦ୍ୱାପର ଯୁଗର କଥା ବିମ୍ବାସୁର ରାକ୍ଷସକୁ ମହାରାଜ କଂସ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାକୁ ପଠାଇଥିଲେ। କିନ୍ତୁ ଯୁଦ୍ଧ ବେଳେ ଭଗବାନ ଶ୍ରୀକୃଷ୍ଣ ମୁଷ୍ଟି ପ୍ରହାର କରି ତାକୁ ହତ୍ୟା କରିଥିଲେ । ସେହି ସ୍ମୃତି ରେ ମାର୍କଣ୍ଡେସ୍ୱର ସାହିରୁ ବିମ୍ବାସୁର ବଧ ଲୀଳା କରିବା ପାଇଁ ଜଣେ ବେଶ ହୋଇ ସ୍ୱତନ୍ତ୍ର ଭାବରେ ଉପସ୍ତିତ ହୁଅନ୍ତି ଏବଂ ସେଇ ସମୟ ରେ ନାଟମଣ୍ଡପ ରେ ଉପସ୍ତିତ ହେଲା ପରେ ପ୍ରଭୁଙ୍କ ଶୀତଳ ଭୋଗ ଓ ବନ୍ଦାପନା ବଢେ ଏହାପରେ ଦକ୍ଷୀଣି ଘରକୁ ପ୍ରତ୍ୟାବ୍ରତନ କରନ୍ତି ।

** ଶ୍ରୀମନ୍ଦିରରେ କେକେଶି ବଧ ପ୍ରସ୍ତାବ **
** ଭାଦ୍ରବ ଶୁକ୍ଳ ସପ୍ତମୀ **
ଭାଦ୍ରବ ଶୁକ୍ଳ ସପ୍ତମୀ ତିଥିରେ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କର ନିକଟରେ କେକେଶି ବଧପ୍ରସ୍ତାବ ଅନୁଷ୍ଠିତ ହୋଇଥାଏ । କାଳିକାଦେବୀ ସାହି ଏହି କେକେଶି ବଧପ୍ରସ୍ତାବ କରିଥାନ୍ତି ।
ଆଜି ଶୁକ୍ଳ ସପ୍ତମୀ ତିଥିରେ ସନ୍ଧ୍ୟାଧୂପ ପରେ ମଦନମୋହନ ରତ୍ନ ସିଂହାସନକୁ ବିଜେ କରି ଜଗନ୍ନାଥଙ୍କ ବାଡରୁ ଆଜ୍ଞାମାଳ ପ୍ରାପ୍ତି କରି ନାଟ ମଣ୍ଡପ ସ୍ଥିତ ଖଟ ଉପରକୁ ବିଜେ କରିବା ପାରେ ପ୍ରଭୁଙ୍କର ଛାମୁରେ କାଳିକାଦେବୀ ସାହି ଲୋକ କେକେଶି ବଧ ପ୍ରସ୍ତାବ କରିବେ। ଦ୍ୱାପର ଯୁଗର କଥା କେକେଶି ରାକ୍ଷସକୁ ମହାରାଜ କଂସ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାକୁ ପଠାଇଥିଲେ। ସିଏ ଭିନ୍ନ ଭିନ୍ନ ରୂପ ଧାରଣ କରି ଭଗବାନ ଶ୍ରୀକୃଷ୍ଣ ଙ୍କୁ ଆକ୍ରମଣା କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଭଗବାନ ଶ୍ରୀକୃଷ୍ଣ ତାର ପ୍ରକୃତ ରୂପ ଜାଣିପାରି ତାକୁ ହତ୍ୟା କରିଥିଲେ । ସେହି ସ୍ମୃତି ରେ କାଳିକାଦେବୀ ସାହିରୁ କେକେଶି ବଧ ଲୀଳା କରିବା ପାଇଁ ଜଣେ ବେଶ ହୋଇ ସ୍ୱତନ୍ତ୍ର ଭାବରେ ଉପସ୍ତିତ ହୁଅନ୍ତି ଏବଂ ସେଇ ସମୟ ରେ ନାଟମଣ୍ଡପ ରେ ଉପସ୍ତିତ ହେଲା ପରେ ପ୍ରଭୁଙ୍କ ଶୀତଳ ଭୋଗ ଓ ବନ୍ଦାପନା ବଢେ ଏହାପରେ ଦକ୍ଷୀଣି ଘରକୁ ପ୍ରତ୍ୟାବ୍ରତନ କରନ୍ତି ।

** ରାଧାଷ୍ଟମୀ **
** ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି **
ସକାଳ ଧୂପ ବଢିବା ପରେ ମା ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରୁ ଆଜ୍ଞାମାଳ ପ୍ରାପ୍ତ କରି ଲକ୍ଷ୍ମୀ ମନ୍ଦିର ଜଗମୋହନ ରେ ବିଜେ କରନ୍ତି I ଭୋଗ ଶେଷ ହୋଇ ପାଣି ପଡିବା ପରେ ଶ୍ରୀଦେବୀ ଭୂଦେବୀ ଖଟଶେଯ ଘରେ ବିଜେ ହେବେ I ଶ୍ରୀଅଙ୍ଗ ରୁ ଆଜ୍ଞାମାଳ ପାଇବା ପରେ ଚକ୍ରରାଜ ସୁଦର୍ଶନ ଶ୍ରୀମନ୍ଦିର ଜଗମୋହନ ରେ ଚଉଦୋଳ କୁ ବିଜେ ହୁଅନ୍ତି I ରୁନ୍ଧା ହେବା ଓ ପାଟପତନି ଲାଗି ହେବା ପରେ ଚଉଦୋଳ କୁ ଝୁଲଣ ମଣ୍ଡପ କୁ ନିଆ ଯାଏ I ସେଠାରେ ଚୂଳ ଓ ଅଳଙ୍କାର ଲାଗି ହେବା ପରେ ଶ୍ରୀ ସୁଦର୍ଶନ ବଡ଼ଦେଉଳ ର ଗୋଟିଏ ବେଢା ପରିକ୍ରମା କରନ୍ତି I ତାପରେ ଚକ୍ରରାଜ ଗୌଡ଼ବାଡ ସାହି ସ୍ଥିତ ଶ୍ରୀ ଜମ୍ବେଶ୍ୱର ମନ୍ଦିର କୁ ବିଜେ କରନ୍ତି I ସେଠାରେ ଶ୍ରୀ ସୁଦର୍ଶନ ଙ୍କୁ ଶ୍ରୀମନ୍ଦିର ଆୟ ବ୍ୟୟ ସମ୍ପର୍କ ରେ ଅବଗତ କରାଯାଏ I
** ଚକ୍ରରାଜ ସୁଦର୍ଶନ ବିଜେ **
ଆଜି ରାଧାଷ୍ଟମୀ I ସକାଳ ଧୂପ ବଢିବା ପରେ ମା ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରୁ ଆଜ୍ଞାମାଳ ପ୍ରାପ୍ତ କରି ଲକ୍ଷ୍ମୀ ମନ୍ଦିର ଜଗମୋହନ ରେ ବିଜେ କରନ୍ତି I ଭୋଗ ଶେଷ ହୋଇ ପାଣି ପଡିବା ପରେ ଶ୍ରୀଦେବୀ ଭୂଦେବୀ ଖଟଶେଯ ଘରେ ବିଜେ ହେବେ I ଶ୍ରୀଅଙ୍ଗ ରୁ ଆଜ୍ଞାମାଳ ପାଇବା ପରେ ଚକ୍ରରାଜ ସୁଦର୍ଶନ ଶ୍ରୀମନ୍ଦିର ଜଗମୋହନ ରେ ଚଉଦୋଳ କୁ ବିଜେ ହୁଅନ୍ତି I ରୁନ୍ଧା ହେବା ଓ ପାଟପତନି ଲାଗି ହେବା ପରେ ଚଉଦୋଳ କୁ ଝୁଲଣ ମଣ୍ଡପ କୁ ନିଆ ଯାଏ I ସେଠାରେ ଚୂଳ ଓ ଅଳଙ୍କାର ଲାଗି ହେବା ପରେ ଶ୍ରୀ ସୁଦର୍ଶନ ବଡ଼ଦେଉଳ ର ଗୋଟିଏ ବେଢା ପରିକ୍ରମା କରନ୍ତି I ତାପରେ ଚକ୍ରରାଜ ଗୌଡ଼ବାଡ ସାହି ସ୍ଥିତ ଶ୍ରୀ ଜମ୍ବେଶ୍ୱର ମନ୍ଦିର କୁ ବିଜେ କରନ୍ତି I ସେଠାରେ ଶ୍ରୀ ସୁଦର୍ଶନ ଙ୍କୁ ଶ୍ରୀମନ୍ଦିର ଆୟ ବ୍ୟୟ ସମ୍ପର୍କ ରେ ଅବଗତ କରାଯାଏ








**ଶ୍ରୀ ଦୁର୍ଗା ଶୟନୋତ୍ସବ**
** ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି **
**ଅଥ ଭାଦ୍ର ଶିତାଷ୍ଟମୀ ନିଶାୟାଂ ଶୟନାରମ୍ଭଃ ମହୋତ୍ସବଃ ଭବାନ୍ୟାଃ।।**
ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି । ଦେବୀ ଦୁର୍ଗାଙ୍କ ଶୟନୋତ୍ସବ ନୀତି ଆଜି ପାଳିତ ହେବ । ଯେତେବେଳେ ସୂର୍ଯ୍ୟ ଦକ୍ଷିଣାୟନ ହୋଇଥାନ୍ତି ସେହିସମୟ ମଧ୍ୟରେ ସମସ୍ତ ଦେବୀ ଏବଂ ଦେବତାମାନେ ଶୟନ ଯାଇଥାଆନ୍ତି ପର୍ଯ୍ୟାୟକ୍ରମେ । ଶ୍ରୀହରି ଆଷାଢ ଶୁକ୍ଳ ଏକାଦଶୀ, ଭଗବାନ ଶଙ୍କର ଆଷାଢ ଶୁକ୍ଳ ଚତୁର୍ଦ୍ଦଶୀ, ଯେତବେଳେ ସୃଷ୍ଟିର ସୃଷ୍ଟିକର୍ତ୍ତା ନିଦ୍ରା ଯାଆନ୍ତି ଦେବୀଙ୍କ ଉପରେ ନିର୍ଭର ଥାଏ ସମସ୍ତ ଜଗତ ବା ଜଗତର ସମସ୍ତ କଥା ଦେବୀ ହିଁ ବୁଝନ୍ତି, କିନ୍ତୁ ଏହାର ମଧ୍ୟରେ ଦେବୀଙ୍କୁ ମଧ୍ୟ ସ୍ବଳ୍ପ କାଳୀନ ନିଦ୍ରା ଯିବାକୁ ପଡେ। ଭଗବତୀ ମା ଭାଦ୍ରବ ଶୁକ୍ଳ ଅଷ୍ଟମୀ ଠାରୁ ଶୟନ କରିଥାଆନ୍ତି ଏହା ପନ୍ଦର ଦିନ ବ୍ୟାପି ହୋଇଥାଏ ରାଧାଷ୍ଟମୀ ଠାରୁ ଆରମ୍ଭ କରି ମୁଳାଷ୍ଟମୀ ପର୍ଯ୍ୟନ୍ତ। ପ୍ରତ୍ୟେକ ଦେବତା ଚାରିମାସ ଶୟନ କରୁଥିବାବେଳେ, ଦେବୀ କିଛିଦିନ ବିଳମ୍ବରେ ଶୟନ କରିଥାଆନ୍ତି।ତେବେ ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର ରାବଣବଧ ନିମିତ୍ତ ଭଗବତୀଙ୍କ କୃପାଭିକ୍ଷାର୍ଥେ ଦେବୀଙ୍କୁ ଅସମୟରେ ଜାଗ୍ରତ କରାଇଥିଲେ ଆଶ୍ବିନ କୃଷ୍ଣ ଅଷ୍ଟମୀ ତିଥିରେ , ଯାହାକି ”ଅକାଳବୋଧନ” ର ଆକ୍ଷ୍ୟା ପାଇଅଛି । ତେଣୁ , ସେବେଠାରୁ ଭଗବତୀ ଭାଦ୍ରବ ଶୁକ୍ଳ ଅଷ୍ଟମୀ ଠାରୁ ଏକ ପକ୍ଷକାଳ ପର୍ଯ୍ୟନ୍ତ ଶୟନ କରିଥାଆନ୍ତି , ତିଥି ବିଶେଷରେ ପାର୍ଥକ୍ୟ ରହିଲେ ଶୁଦ୍ଧା ଏକ ପକ୍ଷରୁ ଅଧିକ ଗୋଟିଏ ଦିନ ମଧ୍ୟ ଦେବୀ ଶୟନ କରନ୍ତି ନାହିଁ, ଅନ୍ୟଥା ଭଗବତୀ କ୍ରୁଦ୍ଧା ହୁଅନ୍ତି ବୋଲି ଶାସ୍ତ୍ରୋକ୍ତି ରହିଅଛି , ତେବେ ଉତ୍କଳର ପ୍ରାୟ ସମସ୍ତ ଦେବୀପୀଠରେ ଦେବୀଙ୍କର ଶୟନନୀତି ପାଳନ ହୋଇଥାଏ , କେତେକ ଦେବୀପୀଠରେ ଦେବୀଙ୍କୁ ପ୍ରତ୍ୟକ୍ଷ ଶୟନ କରାଯାଏ ସ୍ବତନ୍ତ୍ର ଶୟନ ବିଗ୍ରହ ଥିବା ହେତୁ ; ଅନ୍ୟ କେତେକ ପୀଠରେ ମନ୍ତ୍ରପୁଷ୍ପାଞ୍ଜଳୀ ଦ୍ବାରା ମାନ୍ତ୍ରିକ ଶୟନ ପ୍ରଦାନ କରାଯାଇଥାଏ , ଭଗବତୀ ଭାଦ୍ରବ ଶୁକ୍ଳ ଅଷ୍ଟମୀ ରାତ୍ରସମୟରେ ଶୟନ ଯାଆନ୍ତି , ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀରେ ପାର୍ଶ୍ବପରିବର୍ତ୍ତନ କରିଥାଆନ୍ତି ଏବଂ ପକ୍ଷାନ୍ତେ ଦେବୀଉତ୍ଥାପନ ଦିବସର ଦିବାଭାଗରେ ଉତ୍ଥିତ ହୋଇ ସହଶ୍ରକୁମ୍ଭରେ ଅଭିଷିକ୍ତ ହୋଇଥାନ୍ତି ।ଜୀବ ବଞ୍ଚିବା ପାଇଁ ନିଃଶ୍ବାସ, ଖାଦ୍ୟ ପାନୀୟ ଯେଭଳି ଆବଶ୍ୟକ ନିଦ୍ରାର ଆବଶ୍ୟକତା ମଧ୍ୟ ସେହିଭଳି ଅପରିହାର୍ଯ୍ୟ। ତେଣୁ ଚଣ୍ଡୀ ରେ ମଧ୍ୟ ଦେବତା ମାନେ ନିଦ୍ରାକୁ ମହାମାୟାଙ୍କର ଏକ ସ୍ବଋପ ଜ୍ଞାନକରି ସ୍ତବନ କରିଛନ୍ତି:-
ଯା ଦେବୀ ସର୍ବଭୂତେଷୁ ନିଦ୍ରା ଋପେଣ ସଂସ୍ଥିତା
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ।।
ସୃଷ୍ଟିର ନିୟମ ଜୀବନ ବଞ୍ଚିବା ପାଇଁ ସମସ୍ତ କର୍ମ ସହିତ ନିଦ୍ରା ମଧ୍ୟ ଜଡି଼ତ। ଏହା ଆମର ମାନସିକ ଶାରୀରିକ ସ୍ଥିତିରେ ଭାରସାମ୍ୟ ରକ୍ଷାକରେ। ସେଥିପାଇଁ ମଣିଷ ଜନ୍ମ ଠାରୁ ଆରମ୍ଭ କରି ଅନ୍ତ ପର୍ଯ୍ୟନ୍ତ ନିଦ୍ରାର ଆବଶ୍ୟକତା ଖୁବ ବେଶୀ।
ଆଜି ଠାକୁରାଣୀଙ୍କର ବଡସିଂହାର ଧୂପ ସରିବା ପରେ ପୂଜାପଣ୍ଡା ଶୟନ ଜୟଦୁର୍ଗାଙ୍କର ମାଜଣା ଓ ବେଶ ଆଦି ବଢାଇ ଚନ୍ଦନ ଲାଗି କରିଥାନ୍ତି । ପରେ ଶୟନ ଦୁର୍ଗା ସିଂହାସନ ଉପରେ ଏକ ଖଟୁଲି ରେ ବିଜେ ହୁଅନ୍ତି। ମା’ ଙ୍କ ପ୍ରୀତ୍ୟର୍ଥେ ଏକ ଥାଳି ଅନ୍ନ, ଡାଲି, ବେସର, ଭଜା ଓ କ୍ଷୀରି ଆଦି ଛାମୁରେ ବଢାଯାଇ ପୂଜାପଣ୍ଡା ଙ୍କ ଦ୍ଵାରା ପଞ୍ଚୋପଚାରରେ ମଣୋହି ହୋଇଥାଏ। ମଣୋହି ପରେ ଆଳତୀ ଓ ବନ୍ଦାପନା କରାଯାଇ ଶୟନ ଦୁର୍ଗାଦେବୀଙ୍କୁ ଖଟଶେଯ ଲାଗି କରାଯାଏ।
ଧ୍ୟାୟେତ୍ ସୁବର୍ଣ୍ଣବର୍ଣ୍ଣାଭାଂ ତ୍ରିନେତ୍ରାଂ ଚାରୁହାସିନୀଂ ।
ସର୍ବଲକ୍ଷଣସଂପନ୍ନାମର୍ଦ୍ଧେନ୍ଦୁକୃତଶେଖରାମ୍ ॥
ଚତୁର୍ଭୁଜାଂ ଶଙ୍ଖଚକ୍ରଧରାଂ ବାଳାଂ ସ୍ବରୂପିଣୀଂ ।
ଉଦ୍ୟତ୍ ତ୍ରିଶୂଳନିର୍ଭିନ୍ନମହିଷାଂ ସିଂହବାହିନୀମ୍ ॥
ମୁକ୍ତାଦାମଲସତ୍କଣ୍ଠାଂ ମୁନିଭିଃ ସ୍ତୁତିପାଠକୈଃ ।
ସିଦ୍ଧୈର୍ଦୈବଗଣୈର୍ଜୁଷ୍ଟାଂ କୁମାରୀଭିଶ୍ଚ ସେବିତାମ୍ ।
ସର୍ବକାମପ୍ରଦାଂ ଦୁର୍ଗାଂ ବରଦାଂ ଭକ୍ତବସ୍ଛଳାମ୍ ॥
** ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ **
ଭାଦ୍ରବ ମାସର ଶୁକ୍ଳ ପକ୍ଷ ଏକାଦଶୀକୁ ପାର୍ଶ୍ୟ ପରିବର୍ତ୍ତିନ ଏକାଦଶୀ ବା ପଦ୍ମା ଏକାଦଶୀ ରୂପେ ପାଳନ କରାଯାଏ l ବର୍ଷ କୁ ପଡୁଥିବା ଚାରି ଗୋଟି ବଡ଼ ଏକାଦଶୀ ମଧ୍ୟ ରୁ ଏହି ଏକାଦଶୀ ଅନ୍ୟତମ l ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ରହି ନିଜର ପାର୍ଶ୍ଵ ପରିବର୍ତ୍ତନ କରିଥାନ୍ତି l ଏହା ଫଳରେ ଭଗବାନ ବିଷ୍ଣୁଙ୍କର ସ୍ଥାନ ପରିବର୍ତ୍ତନ ହୋଇଥାଏ l ତେଣୁ ଏହାର ଏହିପରି ନାମକରଣ ହୋଇଥିବାର କୁହଯାଏ l ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ବ୍ରତ, ଉପବାସ ପୂଜା ଆଦି କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳେ ଏବଂ ଗୃହରେ କୌଣସି ପ୍ରକାର ଅଶାନ୍ତି ରହେ ନାହିଁ l
ଶ୍ରୀଜଗନ୍ନାଥ ମନ୍ଦିର ରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରୁ ପାର୍ଶ୍ଵ ପରିବର୍ତ୍ତନ ଯାତ୍ରା ଅନ୍ୟତମ l ଭାଦ୍ରବ ଶୁକ୍ଳ ଏକାଦଶୀ ରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ l ମହାପ୍ରଭୁଙ୍କ ୪ ମାସ ଶୟନ କାଳରେ ୨ମାସରେ ପାର୍ଶ୍ୱ ପରିବର୍ତ୍ତନ କରିଥାନ୍ତି l ଭାଦ୍ର ଶୁକ୍ଳ ଏକାଦଶୀ ଦିନ ଭୋଗମଣ୍ଡପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ମହାସ୍ନାନ ହୋଇ ନୂଆ ଲୁଗା ଲାଗି କରାଯାଏ l ତତ୍ପରେ ପୂଜାପଣ୍ଡା , ପତିମହାପାତ୍ର ଓ ମୁଦିରସ୍ତ ସେବକ ଘଟୁଆରୀ ଘରୁ ଆସିଥିବା ଚନ୍ଦନ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି l ଏହାପରେ ଶ୍ରୀମଦନମୋହନଙ୍କୁ ମହାଜନ ସେବକ ରତ୍ନସିଂହାସନ ବିଜେ କରାଇଥାନ୍ତି lସେଠାରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିକୁ ବିଜେ କରିଥାନ୍ତି l ଏହାପରେ ବିମାନ ବଡୁ ସେବକ ଉକ୍ତ ପାଲିଙ୍କି ଟିକୁ ସ୍କନ୍ଧରେ ବହନ କରି ବଡଦେଉଳର ୧ଥର ପରିକ୍ରମା କରି ପୁଣି ମୁକ୍ତିମଣ୍ଡପ ନିକଟରେ ରଖିଥାନ୍ତି l ଏହାପରେ ଶ୍ରୀମଦନମୋହନ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରିଥାନ୍ତି ଓ ସେଠାରେ ଏକାଦଶୀ ଭୋଗ ଏବଂ ବନ୍ଦାପନା ହୋଇଥାଏ l ତତ୍ପରେ ଶ୍ରୀମଦନମୋହନ ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି l
ସାନ୍ଧ୍ୟ ଧୂପ ଶେଷ ହେବା ପରେ ଅନନ୍ତ ପୁରୁଷୋତ୍ତମ ମନ୍ଦିର ଭିତରେ ଦେଉଳ ପୁରୋହିତ ପବିତ୍ର ଅଧିବାସ ନିମନ୍ତେ ଆଚାର୍ଯ୍ୟ ବ୍ରହ୍ମା ବରଣ ହୋଇ ହୋମ କରିଥାନ୍ତି l ପ୍ରଥମ ବଡ଼ସିଂହାର ବେଶ ଓ ଭୋଗ ଶେଷ ହେବାପରେ ଖଟ ଶେଜ ଘର ଧୋପଖାଳ ହୋଇ ଦେଉଳ ପୁରୋହିତ ଏହି ଘରେ ପଞ୍ଚ ମୁରୁଜ ରେ ୩ଟି ମଣ୍ଡଳ କାଟିଥାନ୍ତି ଓ ଏହାଉପରେ ପୂର୍ଣ୍ଣ କୁମ୍ଭ ପ୍ରତିଷ୍ଠା କରିଥାନ୍ତି l ଏହାପରେ ଭଣ୍ଡାର ମେକାପ ଏହି ମଣ୍ଡଳ ଉପରେ ୯ମୂର୍ତ୍ତି ପବିତ୍ରା ,କୁର୍ବନ୍ତିମାଳ ୩ମୂର୍ତ୍ତି କୁ ପତନୀ ଘୋଡେଇ ରଖିଥାନ୍ତି l ତତ୍ପରେ ଦେଉଳ ପୁରୋହିତ ବରୁଣ ପୂଜା କରି ଉକ୍ତ ପବିତ୍ରାଟିକୁ ୩ ବାଡ଼ରେ ମନ୍ତ୍ର ଉଚ୍ଚାରଣ କରି ଅଧିବାସ କରାଇବା ପରେ ଖଟ ଶେଜ ଘର ମୁଦ ଦିଆଯାଇଥାଏ l ଭିତର ମଇଲମ ସରି ମହାସ୍ନାନ ସରିବା ପରେ ପାଳିଆ ପୁଷ୍ପାଳକ ନୂଆ ଲୁଗା ଲାଗି କରାଇଥାନ୍ତି l ପୂଜାପଣ୍ଡା , ପତିମହାପାତ୍ର , ମୁଦିରସ୍ତ ଘଣ୍ଟ , ଛତ୍ର , କାହାଳୀ ରେ ୩ଟି ରୂପା ପିଙ୍ଗଣରେ ଚନ୍ଦନ ବିଜେ କରାଇ ତାହା ଶ୍ରୀଅଙ୍ଗ ରେ ସର୍ବାଙ୍ଗ ଲାଗି କରାଇଥାନ୍ତି l ଏହାପରେ ବଲ୍ଲଭ ବଡ଼ସିଂହାର ବେଶ ହୋଇ ୬ମୂର୍ତ୍ତି ଅଳଙ୍କାର ଲାଗି ହେବା ପରେ ଘଣ୍ଟ , ଛତ୍ର , କାହାଳୀ ସହ ତଳୁଚ୍ଛ ମହାପାତ୍ର ଓ ପ୍ରଧାନୀ ସେବକ ପଟୁଆରରେ ବଲ୍ଲଭ ବଡ଼ସିଂହାର ଭୋଗ ଛାମୁକୁ ଆଣିଥାନ୍ତି l ଆଜି ଶ୍ରୀମନ୍ଦିରରେ ୨ଥର ବଡ଼ସିଂହାର ବେଶ ଓ ଭୋଗ ହୋଇଥାଏ l
ଷୋଡଶ ଉପଚାର ପୂଜା ଶେଷ ହୋଇ କର୍ପୁର ଆଳତି ହେବା ପରେ ପର୍ଶ୍ଵପରିବର୍ତ୍ତନ ନୀତି ଅନୁଷ୍ଠିତ ହୋଇଥାଏ l ମୁଦିରସ୍ତ , ବେହେରା ଖୁଣ୍ଟିଆ , ଗରାବଡୁ , ପାଳିଆ ମେକାପ , ଅଖଣ୍ଡ ମେକାପ ଓ ତଢ଼ାଉ କରଣ ସେବକ ଖଟ ଶେଜ ଉପରକୁ ନିଶୁଣି ମାଧ୍ୟମରେ ଯାଇ ମୁଦ ଭାଙ୍ଗିବା ପରେ ଶୟନ ଠାକୁରଙ୍କୁ ପେଡାକୁ ମୁଦିରସ୍ତ ଖୋଲି ଗରାବଡୁ ଠାରୁ ହାତୁଆଣି ନେଇ ରୂପା ପିଙ୍ଗଣରେ ବେହେରା ଖୁଣ୍ଟିଆ ଦେଇଥିବା ଶୁକ୍ଳ ପୁଷ୍ପ ୩ ଥର ପୁଷ୍ପାଞ୍ଜଳି ଦେବାପରେ ଶୟନ ଦେବତାଙ୍କ କଡ଼ ଲେଉଟା ନୀତି କରାଯାଇଥାଏ l ଏହି ସମୟରେ ମୁଦିରସ୍ତ ବନ୍ଦାପନା କରିଥାନ୍ତି l ଏହାପରେ ପେଡା ବନ୍ଦ କରି ଦୁଆରମାନ ମୁଦ ଦେଇ ତଳକୁ ଓହ୍ଲାଇ ଆସିଥାନ୍ତି l ରତ୍ନସିଂହାସନସ୍ଥ ଶ୍ରୀଜୀଉମାନଙ୍କୁ ଲାଗି ହୋଇଥିବା ୬ ମୂର୍ତ୍ତି ସ୍ବର୍ଣ୍ଣ ଅଳଙ୍କାର ମଇଲମ କରାଯାଇ ବିଡ଼ିଆ , ଘଷା , ପାଇଡ଼ ମଣୋହି କରାଯାଇ ଖଟସେଜ ବିଜେ ପୂର୍ବକ ପହୁଡ଼ ହୋଇଥାଏ l
** ଶ୍ରୀମନ୍ଦିର ରେ ଶ୍ରୀବାମନ ଜନ୍ମ ନୀତି **
** ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥି **
ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିର ରେ ଶ୍ରୀବମାନ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ। ଆଜି ସକାଳ ଧୂପ ପୂଜା ବଢିବା ପରେ ଶ୍ରୀଜୀଉ ମାନଙ୍କର ମହାସ୍ନାନ ଓ ସର୍ବାଙ୍ଗ ନୀତି ହେବା ପରେ ପୂର୍ବ ଦିନ ଅଧିବାସ ହୋଇଥିବା ଯଜ୍ଞ ପବିତା ଲାଗି ହୋଇଥାଏ। ଏହାପରେ କର୍ପୁର ଲାଗି ହୋଇ ବେଶ ବଢିବା ପରେ ମଧ୍ୟାହ୍ନ ଧୂପ ଭୋଗ ହୋଇଥାଏ। ଏହାପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ଥାଏ ଏବଂ ଚନ୍ଦନ ଅର୍ଗଳି ଠାରେ ସୁଧସୁଆର ସେବକ ପଞ୍ଚ ମୁରୁଜ ରେ ମଣ୍ଡଳ କରିଥାନ୍ତି। ଏହାପରେ ତିନି ବାଡ଼ ରେ ବନ୍ଦାପନା ଓ ବରୁଣ ପୂଜା ହୋଇଥାଏ। ଏହାପରେ ମୁଦିରସ୍ତ ଓ ପତିମହାପାତ୍ର ବ୍ରହ୍ମା ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣୀ ଘର ଭୋଗ ସରିବା ପରେ କୃଷ୍ଣ ମହାଜନ ସେବକ ଙ୍କ ଦ୍ଵାରା ରତ୍ନସିଂହାସନ ବିଜେ ହୋଇଥାନ୍ତି ଏବଂ ସେଠାରେ ଧଣ୍ଡି ମହାପ୍ରସାଦ ଲାଗି ହୋଇଥାଏ। ଏହାପରେ ଦେଉଳ ବନିଆଁ ଯୋଗାଇଥିବା ସୁବର୍ଣ୍ଣ ବାମନ ମୂର୍ତ୍ତି ସର୍ବତ୍ରଭଦ୍ରମଣ୍ଡଳ ଉପରେ ବିଜେ କରିଥାନ୍ତି ତତ୍ପରେ କୃଷ୍ଣ ଙ୍କୁ ଏହି ଭଦ୍ର ମଣ୍ଡଳରେ ବିଜେ କରାଯାଏ। ଏଠାରେ ପଞ୍ଚାମୃତ ରେ ଦିଅଁ ଙ୍କୁ ସ୍ନାନ କରାଇ ଶୀତଳଭୋଗ ହୋଇ ପଞ୍ଚ ଉପଚାରରେ ଗର୍ଭଉଦକ ନୀତି , ଜନ୍ମବିଧିମାନ କରାଯାଇଥାଏ। ଏହାପରେ ପାଳିଆ ମହାସୁଆର କ୍ଷୀର , ଲହୁଣୀ ମଣୋହି କରିବାକୁ ପୂଜାପଣ୍ଡାଙ୍କୁ ଦେଇଥାନ୍ତି। ଏହାପରେ ମୁଦିରସ୍ତ ପ୍ରସାଦ ଲାଗି କରିଥାନ୍ତି। ତତ୍ପରେ ମହାଜନ ସେବକ ଦିଅଁଙ୍କ ହସ୍ତରେ ବିଜେ କରାଇ ଜୟ ବିଜୟ ଦ୍ୱାର ନିକଟକୁ ଯାଇଥାନ୍ତି। ଏଠାରେ ମାର୍କଣ୍ଡେଶ୍ୱର ସାହି ଲୋକ ବାମନ ମୂର୍ତ୍ତି ପଟି ଯୋଗାଇଥାନ୍ତ। ତତ୍ପରେ ଦିଅଁଙ୍କୁ ମାଜଣା ମଣ୍ଡପ ଖଟ ଉପରେ ବିଜେ କରିଥାନ୍ତି। ଏହାପରେ ପତିମହାପାତ୍ର ଭଣ୍ଡାର ଘରୁ ରୂପା ବଟାରେ ଶ୍ରୀ ଦୁର୍ଗାଙ୍କୁ ରତ୍ନସିଂହାସନ ବିଜେ କରିଥାନ୍ତି ସେଠି ପୂଜାପଣ୍ଡା ଆଜ୍ଞା ମାଳ ଦେଲାପରେ ଦେବୀ ଦୁର୍ଗା ମାଜଣା ମଣ୍ଡପ କୁ ବିଜେ କରିଥାନ୍ତି। ଏଠାରେ ପୂଜାପଣ୍ଡା ବସୁଧରା , ଯଜ୍ଞ ପବିତ୍ରା ଲାଗି କରିଥାନ୍ତି। ଏହାପରେ ପାଣି ପଡି ଶୀତଳ ଭୋଗ ପନ୍ତି ବଢ଼ା ହୋଇଥାଏ। ଦୁଧ ମଣୋହି କରି ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ପଂଚଉପଚାରରେ ଭୋଗ କରିଥାନ୍ତି। ଏହାପରେ ପ୍ରସାଦ ଉଲାଗି ହୋଇ କୃଷ୍ଣ(ବାମନ) ଦକ୍ଷିଣୀ ଘରକୁ ଏବଂ ଶ୍ରୀଦୁର୍ଗା ଭଣ୍ଡାର ଘରକୁ ବାହୁଡ଼
ଭାଦ୍ରବ ମାସର ଶୁକ୍ଳ ପକ୍ଷ ଦ୍ୱାଦଶୀ ହେଉଛି ବାମନାବତାରଙ୍କର ଆବିର୍ଭାବ ଦିବସ। ଏହିଦିନ ମଧ୍ୟାହ୍ନରେ ଅଦିତିଙ୍କ ଗର୍ଭରୁ ସେ ପ୍ରକଟ ହୋଇଥିଲେ। କଶ୍ୟପ ଥିଲେ ତାଙ୍କର ପିତା। ‘ବିଜୟା ଦ୍ୱାଦଶୀ’ ଭାବରେ ମଧ୍ୟ ଦିନଟି ଆଖ୍ୟାୟିତ।
‘ଶ୍ରୀମଦ୍ଭାଗବତ’ ଅନୁସାରେ, ଭଗବାନ ବିଷ୍ଣୁ ଏହି ବାମନାବତାରରେ ପ୍ରଥମେ ପ୍ରକଟ ହୋଇଥିଲେ ଚତୁର୍ଭୁଜ ରୂପରେ। କିନ୍ତୁ ସେ ଅଦ୍ଭୁତକର୍ମା ହୋଇଥିବାରୁ, ସେହି ଚତୁର୍ଭୁଜ ରୂପରୁ ବାମନରୂପୀ ବାଳବ୍ରହ୍ମଚାରୀରେ ପରିଣତ ହେଲେ। ତାଙ୍କର ସେହି ବଟୁବାମନ ରୂପ ଦେଖି ସମସ୍ତେ ଆନନ୍ଦିତ ହେଲେ। ବାମନ ଅବତାର ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବତାର। ବାମନ ଅବତାର ତ୍ରେତୟା ଯୁଗର ପ୍ରଥମ ଅବତାର ମଧ୍ୟ। ଭାଗବତ ପୁରାଣରେ ବର୍ଣ୍ଣିତ ଅନୁଯାୟୀ ଭଗବାନ ବିଷ୍ଣୁ ଆକାଶରେ ଭଗବାନ ଇନ୍ଦ୍ରଙ୍କ ଶକ୍ତିକୁ ପୂର୍ନସ୍ଥାପନ କରିବା ପାଇଁ ବାମନ ଅବତାର ଧାରଣ କରି ଅବତରିତ ହୋଇଥିଲେ, ଯେପରି ରାଜା ବଳୀଙ୍କ ଯଜ୍ଞରେ ବାମନ ଅବତାର ଧାରଣ କରି ଅବତରିତ ହୋଇଥିଲେ।
ବହୁ ଅଶ୍ୱମେଧ ଯଜ୍ଞ କରି ଦାନବରାଜ ବଳି ନିଜର ଶକ୍ତି ବୃଦ୍ଧି କରିଥିଲେ। ତେଣୁ ବଟୁବାମନରୂପୀ ବିଷ୍ଣୁ, ନର୍ମଦା ନଦୀର ଉତ୍ତରତଟର ଭୃଗୁକଚ୍ଛଠାରେ ଥିବା ବଳିଙ୍କର ଯଜ୍ଞସ୍ଥଳକୁ ଯାତ୍ରା କଲେ। ତାଙ୍କର ହାତରେ ଥିଲା ଦଣ୍ଡ, ଛତ୍ର ଓ କମଣ୍ଡଳୁ।
ଦାନବରାଜ ବଳି ଥିଲେ ଅତିଦାନୀ। ବାମନଙ୍କୁ ପ୍ରଣାମ କରି ସେ କହିଲେ- ହେ ବଟୁବାମନ! ତୁମର ଯାହା ଇଚ୍ଛା ମୋ’ଠାରୁ ମାଗି ନିଅ। କିନ୍ତୁ ବଟୁବାମନ ତାଙ୍କୁ ମାତ୍ର ତିନିପାଦ ଭୂମି ମାଗିଲେ।
ତାହା ଶୁଣି ବଳି କହିଲେ- ହେ ବ୍ରାହ୍ମଣପୁତ୍ର! ତୁମେ ବୃଦ୍ଧଙ୍କ ପରି ବାକ୍ୟ କହୁଛ, କିନ୍ତୁ ତୁମର ବୁଦ୍ଧି ବାଳକୋଚିତ। ହେ ଅଳ୍ପବୁଦ୍ଧି ବାଳକ! ତୁମେ ନିଜର ସ୍ୱାର୍ଥ ବୁଝି ପାରୁନାହଁ। ମୁଁ ତ୍ରିଲୋକର ଏକମାତ୍ର ଅଧୀଶ୍ୱର। ମୁଁ ତୁମକୁ ଦ୍ୱୀପ ପରେ ଦ୍ୱୀପ ଦାନ କରିପାରେ। ଅଥଚ ତୁମେ ତୁଚ୍ଛ ତିନିପାଦ ଭୂମି ମାଗିବା ପରି ନିର୍ବୋଧ ଆଚରଣ କରୁଛ?
ତାହାର ଉତ୍ତରରେ ବାମନରୂପୀ ବିଷ୍ଣୁ କହିଲେ- ହେ ରାଜା! ଯେଉଁ ବ୍ୟକ୍ତି ନିଜର ଇନ୍ଦ୍ରିୟକୁ ଜୟ କରି ନାହିଁ, ତିନିଲୋକରେ ଯେତେ ପ୍ରିୟତମ ଭୋଗ୍ୟବସ୍ତୁ ଅଛି, ସେସବୁ ତାକୁ ସନ୍ତୁଷ୍ଟ କରିବାକୁ ସକ୍ଷମ ନୁହନ୍ତି। ତିନିପାଦ ଭୂମିରେ ଯେ ସନ୍ତୁଷ୍ଟ ନୁହେଁ, ନୂଆଦେଶ ସମେତ ଏକ ଦ୍ୱୀପ ଦ୍ୱାରା ସେ କଦାପି ସନ୍ତୁଷ୍ଟ ହେବ ନାହିଁ। କାରଣ, ସେ ପୁନର୍ବାର ସପ୍ତଦ୍ୱୀପ ମାଗିବାକୁ ଇଚ୍ଛା କରିବ। ଦୈବଯୋଗେ ଯାହା ମିଳିଛି, ସେଥିରେ ସନ୍ତୁଷ୍ଟ ବ୍ୟକ୍ତି ସୁଖରେ ରହେ। କିନ୍ତୁ ଯେ ଇନ୍ଦ୍ରିୟକୁ ଜୟ କରି ନାହିଁ, ସେହି ଅସନ୍ତୁଷ୍ଟ ବ୍ୟକ୍ତି ତ୍ରିଲୋକ ପାଇଲେ ବି ସୁଖୀ ହୁଏ ନାହିଁ। ସଂସାରଚକ୍ରରେ ଘାଣ୍ଟି ହେବାର ଲକ୍ଷଣ ହେଉଛି- ଯେତେ ଧନ ଓ ଭୋଗ ଲାଭ କଲେ ମଧ୍ୟ ଅସନ୍ତୁଷ୍ଟ ରହିବା। କିନ୍ତୁ ମୁକ୍ତିର ଲକ୍ଷଣ ହେଉଛି- ଯାହା କିଛି ମିଳୁଛି, ସେଥିରେ ସନ୍ତୁଷ୍ଟ ହେବା। ତୁମେ ଦାତାମାନଙ୍କ ମଧ୍ୟରେ ଶ୍ରେଷ୍ଠ। ଏଣୁ ମାତ୍ର ତିନିପାଦ ଭୂମି ମୁଁ ତୁମକୁ ମାଗୁଛି।
ବଳି ସେହି ଦାନ ଦେବାକୁ ସତ୍ୟ କରିବା ପରେ, ବଟୁବାମନରୂପୀ ବିଷ୍ଣୁ ବିରାଟ ଆକାର ଧାରଣ କଲେ। ତାଙ୍କର ପ୍ରଥମ ପାଦ ସମଗ୍ର ପୃଥିବୀକୁ ଅଧିକାର କଲା। ଦ୍ୱିତୀୟ ପାଦ ସ୍ୱର୍ଗଲୋକକୁ ଆଚ୍ଛାଦିତ କଲା। ତୃତୀୟ ପାଦ ପାଇଁ ଆଉ ସ୍ଥାନ ନଥିବାରୁ ବଳି ନିଜର ମସ୍ତକ ପାତି ଦେଲେ। ଭଗବାନ ତାଙ୍କର ମସ୍ତକରେ ନିଜର ତୃତୀୟ ପାଦ ଥାପିଲେ। ଭଗବାନ ବାମନ ରାଜା ବଳୀଙ୍କୁ କହିଥିଲେ ଅଭିମାନ ଏବଂ ଧନ କ୍ଷଣଭଙ୍ଗୁର, କାରଣ ଏହା ସହଜରେ ଉଭେଇ ଯାଇଥାଏ।
କିନ୍ତୁ ବଳିଙ୍କର ଭକ୍ତି ଓ ସତ୍ୟନିଷ୍ଠା ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିଥିଲା। ସେ ବ୍ରହ୍ମାଙ୍କୁ କହିଲେ- ହେ ବ୍ରହ୍ମନ୍! ବଂଶର ଅଭିମାନ ବା ଧନଗର୍ବ ସମସ୍ତ ମଙ୍ଗଳର ଅନ୍ତରାୟ। କିନ୍ତୁ ବଳି ଏହାର ଊର୍ଦ୍ଧ୍ୱରେ। ମୁଁ ତାଙ୍କୁ ବହୁ ଛଳପୂର୍ଣ୍ଣ ଧର୍ମକଥା କହିଲି। କିନ୍ତୁ ସତ୍ୟବାଦୀ ବଳି ନିଜର ସତ୍ୟ ଓ ଧର୍ମ ତ୍ୟାଗ କଲେ ନାହିଁ। ତେଣୁ ମୁଁ ତାଙ୍କୁ ଏପରି ଏକ ସ୍ଥାନ ଦେଉଛି- ଯାହା ଦେବତାମାନଙ୍କୁ ବି ଦୁଷ୍ପ୍ରାପ୍ୟ। ସାବର୍ଣ୍ଣି ମନ୍ୱନ୍ତରରେ ସେ ସ୍ୱର୍ଗର ଅଧିପତି ଇନ୍ଦ୍ର ହେବେ। ସେ ପର୍ଯ୍ୟନ୍ତ ସେ ଦେବଦୁର୍ଲଭ ସୁତଳଲୋକରେ ବାସ କରିବେ। ଏହା ଫଳରେ ବଳି ଯାଇ ଦେବତାମାନଙ୍କର କାମ୍ୟ ସୁତଳଲୋକରେ ବାସ କଲେ।
କିଛି ଲୋକମାନଙ୍କ କହିବା ଅନୁଯାୟୀ ଭଗବାନ ବଳୀ ପ୍ରତ୍ୟେକ ବର୍ଷ ପୃଥିବୀକୁ ଆସିଥାନ୍ତି। ଏହିକାରଣରୁ ପ୍ରତ୍ୟେକ ବର୍ଷ ‘ଓନାମ’ ପର୍ବ ପାଳନ କରାଯାଇଥାଏ।
ଭାଦ୍ରବ ଶୁକ୍ଳ ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହୁଏ ବାମନ ଜନ୍ମ ନୀତି। ଏହି ଦିନରେ ଅଦିତିଙ୍କ ଠାରୁ ବାମନ ଜନ୍ମ ହୋଇଥିବାରୁ ଏହାର ସ୍ମୃତିକୁ ନେଇ ଏହି ଜନ୍ମ ନୀତି ଦ୍ବିପହର ଧୂପ ପରେ ପାଳିତ ହୋଇଥାଏ। ଏହି ଅବସରରେ ଦକ୍ଷିଣ ଘରୁ ମଦନମୋହନ ରତ୍ନ ସିଂହାସନକୁ ବିଜେ କରିବା ପରେ ରତ୍ନ ଭଣ୍ତାର ନିକଟକୁ ଆସିଥାନ୍ତି। ଜୟ ବିଜୟ ଦ୍ବାର ବନ୍ଦ କରାଯାଇ ପୂଜାପଣ୍ତା ସାମନ୍ତ ବାମନଙ୍କ ସୁବର୍ଣ୍ଣ ପ୍ରତିମାରେ ଏହି ଜନ୍ମ ନୀତି ପାଳନ କରିଥାନ୍ତି। ଏହାଛଡ଼ା ଆଜି ମଧ୍ୟ ଶୟନ ମହାପ୍ରଭୁ ପାର୍ଶ୍ବ ପରିବର୍ତ୍ତନ କରିବାର ପରମ୍ପରା ରହିଛି। ଦକ୍ଷିଣକୁ ମୁଖ କରି ଶୟନ କରିଥିବା ମହାପ୍ରଭୁ ଆଜି ଉତ୍ତରକୁ ପାର୍ଶ୍ବ ପରିବର୍ତ୍ତନ କରିଥାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି।
** ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାବନ ବେଶ **
** ଭାଦ୍ରବ ଶୁକ୍ଲ ତ୍ରୟୋଦଶୀ **
ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ । ସେହି ସ୍ମୃତିକୁ ବହନ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାବନ ବେଶ ଶହ ଶହ ବର୍ଷ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି ।ଭାଦ୍ରବ ଶୁକ୍ଲ ଦ୍ଵାଦଶୀ ତିଥିରେ ମହାପ୍ରଭୁ ଶ୍ରୀ ବାମନ ରୁପରେ ଜନ୍ମ ନେବାପରେ ତାପରଦିନ ଭାଦ୍ରବ ଶୁକ୍ଲ ତ୍ରୟୋଦଶୀ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଏକ ମନୋମୁଗ୍ଧକର ବାମନ ରୂପୀ ବାଳକ ବେଶରେ ସଜ୍ଜିତ କରାଯାଇଥାଏ । ଆଜି ଦେବୀ ସୁଭଦ୍ରା ଓ ବଡ଼ଠାକୁର ବଳଭଦ୍ର ସ୍ୱର୍ଣ୍ଣ ବେଶରେ ସଜ୍ଜିତ ହୋଇଥାନ୍ତି । ଅଗ୍ରଜ ଶ୍ରୀ ବଳଭଦ୍ର ଦେବ କାମପାଳ ବଳୀରାଜା ବେଶ ରେ ଶ୍ରୀ ହସ୍ତରେ ଧନୁ ଓ ଶର ଧାରଣ କରିଥାନ୍ତି ।
ମଧ୍ୟାନ ଧୂପ ପୂଜା ବଢିବାପରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବଳି ବାମନ ବେଶ ଧାରଣ କରିଥାନ୍ତି। ଏହି ଦିନ ମହାପ୍ରଭୁଙ୍କୁ ସ୍ବର୍ଣ୍ଣ ଶ୍ରୀଭୁଜ, ଶ୍ରୀ ପୟର ଓ ସ୍ୱର୍ଣ୍ଣ କିରୀଟରେ ଆଭୂଷିତ ହୋଇଥାନ୍ତି । ମଥାରେ ଜୁଡା ଯୁକ୍ତ କେଶର ରୂପ ସୃଷ୍ଟି ପାଇଁ ଦରଜି ଦେଇଥିବା କଳା କନାର ଗୋଟିଏ ମଥା ବରଣ ବ୍ୟବହୃତ ହୁଏ । ସେହି କଳା କନାର ସମ୍ମୁଖ ପଟେ ଧଳା କନା ସିଲେଇ କିଛି ଧଳା ଗାର ସୃଷ୍ଟି ହୋଇଥାଏ । ଏହା ଭସ୍ମରେଖା ବା ତିଳକର ପ୍ରତୀକ ରୂପେ ଗୃହୀତ ହୁଏ । ଏକ କିରୀଟ ମସ୍ତକ ଉପରେ ଶୋଭା ପାଇ ଥାଏ ନାଗପୁରୀ ଜୁକ୍ତ ଧଳା ଦେହରେ କଳା ରଙ୍ଗର ଧଡି ଜୁକ୍ତ ଲୁଗା କୁ ଅତିଭ ଭାବରେ ଦୋକଛା ମରାହୋଇ ପିନ୍ଧିଥାନ୍ତି ମହାପ୍ରଭୁ । ଏହି ବେଶରେ ମହାପ୍ରଭୁଙ୍କ ଶ୍ରୀଭୁଜର ବାମ ହସ୍ତରେ ଏକ ଛତ୍ରୀ ଓ ଡାହାଣ ହସ୍ତରେ କୁଶଯୁକ୍ତ ରୂପାର ଗଡୁ ଧରାଯାଇ ଏକ ବାମନରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ମହାପ୍ରଭୁଙ୍କୁ ଭୂଷିତ କରାଯାଇଥାଏ । ସତ୍ୟ ଯୁଗ ରେ ଯେଉଁପରି ଭାବରେ ବାମନ ଆବିର୍ଭାବ ହୋଇଥିଲେ ମାହାପ୍ରଭୁଙ୍କୁ ଠିକ ସେହିପରି ଭାବରେ ବେଶ ଲାଗି କାରାଯାଇଥାଏ । ଏହାକୁ ବଳିବାମନ ବେଶ ବୋଲି କୁହାଜାଏ । ବାମନ ବେଶ ରେ ମହାପ୍ରଭୁଙ୍କୁ ସ୍ବର୍ଣ୍ଣ ଅଳଙ୍କାର ସବୁ ଲାଗିକାରାଯାଏ ସ୍ବର୍ଣ୍ଣ ର ଶ୍ରୀ ପୟର , କିରିଟ , ଶ୍ରୀ ଭୁଜ , ଆଡକାନୀ, ସୂର୍ଯ୍ୟ, ଚନ୍ଦ୍ର , ଘାଗଡା ମାଳି, ବାହାଡା ମାଳି, ତାବିଜ ମାଳି , କଦମ୍ବ ମାଳି , ହରିଡା ମାଳି , ସେବତୀ ମାଳି, ଚନ୍ଦ୍ରିକା, ତିଳକ ଶ୍ରିମୁଖ ପଦ୍ମ , ଅଳକା , ତଡକି, କୁଣ୍ଡଳ ଏବଂ ଓଡିଆଣି ଏ ସମସ୍ତ ସ୍ବର୍ଣ୍ଣ ଅଳଙ୍କାର ରେ ଠାକୁରଙ୍କୁ ସଜେଇଦିଆଯାଏ ଏବଂ ଅତିବ ଚିତା କର୍ଷକ ବଳିବାମନ ବେଶ ରେ ସଜ୍ଜିତ ହୋଇଥାନ୍ତି ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ଏହି ବେଶ ରହିଥାଏ.

*ବଳି ଦ୍ୱାରେ ଜଗନ୍ନାଥ*
ସବୁଦିନ ପରି କୃଷ୍ଣଚନ୍ଦ୍ର ଦାସ ଶ୍ରୀମନ୍ଦିର ପରିକ୍ରମା କରି ମହାପ୍ରଭୁ ଦର୍ଶନ କଲେ l ତତ ପଶ୍ଚାତ ଦଧି ବାମନ ମନ୍ଦିର ପାଖେ ଥିବା (ଯେଉଁଠାରେ ମୁଦ୍ରା ଲଗା ଯାଉଛି) ମନ୍ଦିର ଉପରେ ଆଉଜି ହେଇ ପଡିଲେ l ନୀଳଚକ୍ର ଙ୍କୁ ଦେଖି ହାତ ଦୁଇ ଉପରକୁ ଉଠେଇ ପ୍ରଣିପାତ କଲେ l ବାମ ପଟ କୁ ବୁଲି ଦେଖିଲା ବେଳକୁ ମାଧବ ଙ୍କ ଉଚ୍ଚତା ଜଣେ ଜଗନ୍ନାଥ ଙ୍କ ଶ୍ରୀବିଗ୍ରହ ଙ୍କୁ ଦେଖିଲେ l ସେ ଯେତେବେଳେ ପୂର୍ବରୁ ଆସିଥିଲେ ନଜର ପଡିନି କି ମନ୍ଦିର ରେ ସେତେବେଳେ ପହୁଡ଼ ବୋଧେ ହେଇନି l ଆଶ୍ଚର୍ଯ୍ୟ ଚକିତ ହେଇ ସେଇ ମନ୍ଦିର କୁ ପଶିଗଲେ l ସେଠି ଜଣେ ସନ୍ଥ ଗେରୁଆ ପିନ୍ଧି ଆନନ୍ଦ ରେ ଦଶାବତାର ପାଠ କରୁଥିଲେ l ଓଃ କି ମଧୁର…. ଛଳୟସି ବିକ୍ରମଣେ ବଳିମ୍ ….. l ଦାସେ ବି ତାଙ୍କ ସହ ତାଳ ଦେବାକୁ ଆରମ୍ଭ କଲେ ଜୟ ଜଗଦୀଶ ହରେ l ଦଶାବତାର ପାଠ ପରେ ସେ ସନ୍ଥ ସାଷ୍ଟାଙ୍ଗ ପ୍ରଣାମ କଲେ ଆଉ ହଠାତ ଜୋରେ କାନ୍ଦିବାକୁ ଲାଗିଲେ l ତାଙ୍କୁ ଦେଖି କୃଷ୍ଣ ଦାସ ସ୍ତବ୍ଧ ହେଇଗଲେ l କିଛି ସମୟ ପରେ ସେ ଟିକେ ଶାନ୍ତ ହେବାରୁ ତାଙ୍କ ନିକଟକୁ ଦାସେ ଗଲେ l ତାଙ୍କୁ ପଚାରିଲେ “ମହାଭାଗ, ଆପଣ ସ୍ତୁତି ପରେ ଏପରି କାନ୍ଦିଲେ କାହିଁକି?” ସେ ତାଙ୍କୁ ଗୋଟେ କରୁଣା ମୟ ଦୃଷ୍ଟି ରେ ଦେଖିଲେ…ତାଙ୍କ ଦୃଷ୍ଟିରେ ନିଶ୍ଚୟ ଏକ କୁହୁକ ଥିଲା ଯାହା ଫଳରେ ଦାସେ ଙ୍କ ଶରୀର ଶିହରି ଉଠିଲା l ତା ପରେ ଏକ ଗମ୍ଭୀର ସ୍ୱର ରେ କହିଲେ “ପୁଅ ଦର୍ଶନ ଭଲ ରେ ହେଲା ନା l” ଦାସେ ଉତ୍ତର ରେ ହଁ ଭରିଲେ l ତାପରେ କହିଲେ ” ରଥରେ ଜଗନ୍ନାଥ ଙ୍କୁ କଣ ସମ୍ବୋଧନ କରାଯାଏ କହିଲ l” ଦାସେ ଉତ୍କଣ୍ଠା ର ସହ ଉତ୍ତର ଦେଲେ ବାମନ l ସେଠୁ ସେ ସନ୍ଥ ଜଣକ ହସିଲେ ଆଉ କହିଲେ “ତୁମେ ଯୋଉ ମନ୍ଦିର ରେ ବସିଛ ତାହାକୁ ବଳିଦ୍ୱାର କୁହାଯାଏ l ଏଠି ମହାପ୍ରଭୁ ଭକ୍ତ ଙ୍କୁ କରୁଣା କରି ତାଙ୍କୁ ଚଉବର୍ଗ ଏବଂ ବିଶୁଦ୍ଧ ଭକ୍ତି ପ୍ରଦାନ କରନ୍ତି l” ଦାସେ କହିଲେ ହେ ସାଧୁମହାତ୍ମା ଏହି ସ୍ଥାନ ବିଷୟରେ ସବିଶେଷ କିଛି କହିବା ହେବେ ଆଉ ଆପଣ ଙ୍କ ର ଏମିତି ହଠାତ କାନ୍ଦିବାର କାରଣ କହିବେ l
ମୁଖ ରେ ସ୍ମିତ ହସ ଭରି ମହାତ୍ମା କହିଲେ “ଶୁଣ, ତ୍ରେତୟା ଯୁଗ ର ବଳିରାଜା ଏବଂ ଶ୍ରୀ ତ୍ରିବିକ୍ରମ ବାମନ ବିଷୟରେ ତ ଶୁଣିଥିବ l ମହାପ୍ରଭୁ ବଳି ରାଜା ଙ୍କୁ ପାତାଳ କୁ ଚାପିଲେ, ତାଙ୍କ ଦ୍ୱାରେ ଦ୍ୱାରପାଳ ହେଲେ ଏବଂ ମହାଲକ୍ଷ୍ମୀ ମୁକୁଳେଇଲେ l
କିନ୍ତୁ ଜାଣ ତାପରେ କଣ ହେଲା ଆଉ ପାତାଳ ରେ ଥିବା ବେଳେ ମହାପ୍ରଭୁ ଏବଂ ବଳି ଙ୍କ ମଧ୍ୟରେ କଣ ସମ୍ଭାଷଣ ହେଇଥିଲା l ଶୁଣ ମହାପ୍ରଭୁ ଶୁଣ ମହାପ୍ରଭୁ ଯେତେବେଳେ ବଳି ଙ୍କୁ ପାତାଳ ରେ ଚାପିଲେ… ସେତେବେଳେ ଦେବଗଣ ବନ୍ଦନା ପରେ ମହାପ୍ରଭୁ ବଳି ଙ୍କୁ କହିଲେ “ବଳି ତୁମେ ମୋର ଅତ୍ୟନ୍ତ ପ୍ରିୟ ମୋର ପଦ ଦେବତା ମୁନି ଋଷି ଙ୍କୁ ଦୁର୍ଲଭ ମାତ୍ର ତୁମେ ମୋ ଶ୍ରୀପଦ ତୁମ ଶିର ରେ ଧାରଣ କଲ l ସତରେ ତୁମେ ଜଣେ ମୋର ପରମ ପ୍ରିୟ ଭକ୍ତ l ମାଗ କଣ ମାଗୁଛ ମାଗ l”
ବଳିରାଜା ବିନୟ ହେଇ କହିଲେ “ହେ ଭକ୍ତବାନ୍ଧବ କଳ୍ପତରୁ.. ଏହା ତ ଆପଣଙ୍କ ଏବଂ ମୋ ପିତାମହ ପ୍ରହଲ୍ଲାଦ ଙ୍କ କୃପା କି ଆପଣଙ୍କ ଶ୍ରୀପଦ ମୋ ଭଳି ଅଧମ ପାପୀ ର ଶିର ଉପରେ ରହିଲା l ମହାପ୍ରଭୁ ମୋର ବାଲ୍ୟକାଳ ରୁ ଇଚ୍ଛା ପ୍ରତି ପ୍ରଭାତ ରେ ଶୟନ ରୁ ଉଠିବା ମାତ୍ରେ ତଥା ପ୍ରତି ମୁହୂର୍ତ୍ତ ରେ ଆପଣଂକୁ ଏଇ ରୂପ ରେ ଦେଖୁଥିବି l” ମହାପ୍ରଭୁ ଜାଣିଲା ଶୁଣିଲା ଭଳି ହସି କହିଲେ “ଏମିତି କେଉଁ ସ୍ଥାନ ଅଛି କୁହ? ” ବଳି ରାଜା କହିଲେ “ପ୍ରଭୁ ମୋ ଲକ୍ଷ୍ୟ ସଦାସର୍ବଦା ମୋ ଦ୍ୱାରପାଳ ଉପରେ ଥାଏ l” ପ୍ରଭୁ ହସି କହିଲେ “ଉତ୍ତମ… ଆଜି ଠୁ ତୁମ ଦ୍ୱାର ରେ ସଦା ସର୍ବଦା ବିରାଜିତ ରହିବି l” ତାପରେ ତ ତୁମେ ଜାଣ କି ମହାଲକ୍ଷ୍ମୀ ଆସି ମହାପ୍ରଭୁ ଙ୍କୁ ମୁକୁଳାଇ ନେଲେ l ମାତ୍ର ତାପରେ ଜାଣ କଣ ହେଲା l ବଳିରାଜା ଙ୍କ ନିଦ ହଜି ଗଲା… ଅତ୍ର ତତ୍ର ସର୍ବତ୍ର ବାଉଳି ହେଇ ଖୋଜିବାରେ ଲାଗିଲେ ତାଙ୍କ ପ୍ରାଣ ପ୍ରିୟ ଆରାଧ୍ୟ l ଭକତ ଆଖିରୁ ଲୁହ ଝରିଲେ ଭଗବାନ ଆତୁର ହେଇ ପଡନ୍ତି l ମହାପ୍ରଭୁ ଙ୍କୁ ବି ତାଙ୍କ ନିତ୍ୟ ବୈକୁଣ୍ଠ ଆଉ ଭଲ ଲାଗିଲାନି l ସେ ବିକଳ ହେବାକୁ ଲାଗିଲେ l ପ୍ରାଣପ୍ରିୟା ଲଷ୍ମୀ ଙ୍କୁ କହିଲେ “ତୁମେ ମତେ ସିନା ନେଇ ଆସିଲ ମାତ୍ର ମତେ କିଛି ଭଲ ଲାଗୁନି l ମତେ ବଳି ର ଦ୍ୱାର ରେ ଯୋଉ ଆନନ୍ଦ ମିଳୁଥିଲା ତାହା ଏଇ ଅନନ୍ତ ଶୟନ ରେ ମିଳୁନି l ବଳି ର ନଜର ରେ ସଦା ସର୍ବଦା ମୁଁ ରହିଥାଏ ଆଉ ତାହା ଆଗରେ ମତେ ଏ ଯଜ୍ଞ ତପସ୍ୟା କିଛି ଭଲ ଲାଗୁନି l ସେ ଶୋଇଲା ବେଳେ ମତେ ଲାଗେ ଯେମିତି ମୋ ପୁଅ ମୋ କୋଳ ରେ ଶୋଇଛି l ସତରେ ମୁଁ ମହାଆନନ୍ଦ ରେ ଥିଲି ସେଠି l ହେ ବରୁଣକନ୍ୟା, ଚାଲ ଆମେ ସେଠି ରହିବା l” ମାତା ପ୍ରଭୁ ଙ୍କ ବିକଳ ଦେଖି ସହି ନ ପାରି ତାଙ୍କ ସହ ପାତାଳ ଗମନ କଲେ l ବଳି ରାଜା ଙ୍କ ଖୁସି କହିଲେ ନ ସରେ l ମହାପ୍ରଭୁ ବି କୁଣ୍ଢେମୋଟ… ବଳି ଙ୍କ ଆଲିଙ୍ଗନ ରେ ପରମାନନ୍ଦ ହରି ସତେ ପରମ ଆନନ୍ଦ ରେ ବିଭୋର ହେଇ ଯାଇଛନ୍ତି lଓଃ କି ଖୁସି… ରାଜ୍ୟ ସାରା ଜପ ତପ ବ୍ରତ ଦାନ ଧର୍ମ କରି ଚାଲିଲେ l ପାତାଳ ବୈକୁଣ୍ଠ ରେ ବିଜେ ଲଷ୍ମୀନାରାୟଣ l ଏଣେ ଦେବତା ଦ୍ଵନ୍ଦ ରେ କି ମହାପ୍ରଭୁ ଆମର ଶିରୀ ତାଙ୍କ ବିନା ଆମେ କିଏ? ତାଙ୍କୁ ପୁନଃ ଫେରାଇ ଆଣିବା ପାଇଁ ସଦାଶିବ ବ୍ରହ୍ମା ଙ୍କୁ ଆଗ କରି ପାତାଳ ଅଭିମୁଖେ ଦେବତା ଗମନ କଲେ l ପହଁଚିଲା ବେଳକୁ ଶ୍ରୀହରି ଦ୍ୱାରପାଳ ରୂପେ ଉଭା ଆଉ ବଳି ରାଜା ରାଜା ଆସନ ରେ l ସେଠାରେ ଏବେ ସମସ୍ତେ ଏକତ୍ରିତ l ବହୁତ ଅନୁରୋଧ ସତେ ଶ୍ରୀହରି ପାତାଳ ଛାଡିବାକୁ ଅମଙ୍ଗ l ମହାପ୍ରଭୁ ନିତ୍ୟ ବୈକୁଣ୍ଠ ରେ ବିଜେ ନ କଲେ ସୃଷ୍ଟି ବିନାଶ ହେଇ ଯିବ ବୋଲି ବଳି ଅନୁଭବ କଲେ l ବଳି ରାଜ ହୃଦୟ ରେ ପଥର ରଖି କହିଲେ “ହେ କରୁଣାକଳ୍ପତରୁ ଆପଣ ସ୍ୱାଧାମ ବିଜେ କରନ୍ତୁ ମୋ ଭଳି ଅଧମ ଙପାଇଁ ଆପଣ ସୃଷ୍ଟି କୁ ବିନାଶ ମୁଖୀ କରନ୍ତୁନି l” ମହାପ୍ରଭୁ କହିଲେ “ବଳି ମୁଁ ତୁମ ସ୍ତୁତି ଆଉ ଭକ୍ତି ରେ ପ୍ରସନ୍ନ l ମୋ ନିତ୍ୟ ବୈକୁଣ୍ଠ ହେଉଛି ନୀଳାଚଳ ଧାମ ପୁରୀ l ଯେଉଁଠି ମୁଁ ସଦା ସର୍ବଦା ବିଦ୍ୟମାନ l ସେଠାରେ ବର୍ତ୍ତମାନ ଉତ୍ତର ଦ୍ୱାର ନିକଟରେ ଏକ ପାତାଳ ରୁ ଏକ ମାର୍ଗ ଉନ୍ମୁକ୍ତ ହେବ ଯେଉଁଠି ତୁମେ ସଦାଶିବ ଙ୍କୁ ପାତାଳେଶ୍ୱର ନାମ ପୂଜା କରି ସ୍ଥାପନା କରିବ l ସେହି ଦ୍ୱାର ରେ ମୁଁ ସବୁ ଯୁଗ ରେ ତୁମ ଦ୍ଵାରୀ ହେଇ ରହିବି ଆଉ କାଳ କାଳକୁ ବଳି ଦ୍ୱାରେ ଜଗନ୍ନାଥ ବୋଲି ପ୍ରକୀର୍ତ୍ତିତ ହେବି l ଯେ ମତେ ଏଠି ତୁମ ଦ୍ୱାରେ ଦର୍ଶନ କରିବ ତାକୁ ମୁଁ ତୁମ ସମ ବିଶୁଦ୍ଧ ଭକ୍ତି ପ୍ରଦାନ କରିବି l”
ସେଇ ଦିନଠୁଁ ବଳି ରାଜା ପ୍ରତ୍ୟହ ଏଇଠାକୁ ଆସନ୍ତି ତାଙ୍କ ସ୍ତୁତି ଜଣାଣ କରନ୍ତି l ତାପରେ ମହାପ୍ରଭୁ ତାଙ୍କୁ ତାଙ୍କର ସେହିଁ ଦିବ୍ୟ ତ୍ରିବିକ୍ରମ ରୂପେ ଦର୍ଶନ ଦିଅନ୍ତି ଯାହା ଦେଖି ସେ କାନ୍ଦି କାନ୍ଦି ଗଡି ଯାନ୍ତି ଆଉ ଗଦ ଗଦ କଣ୍ଠ ରେ କହନ୍ତି ସତରେ କେତେ କରୁଣାମୟ ତୁମେ ଭକ୍ତ ମନବାଞ୍ଛା କେବେ ଉଣା କରିନ ହେ କଳ୍ପତରୁ, ମୋ ଭଳି ଅଧମ ପାଇଁ ଆପଣ ଛଳିଆ ହେବାର ନିନ୍ଦା ନେଲେ l କିନ୍ତୁ ପ୍ରଭୁ ପ୍ରକୃତ ରେ ଛଳ କୁଟ ରେ ମୁଁ ପରିପୂର୍ଣ ଥିଲି ଆପଣ ତାହା ହରଣ କଲେ ମାତ୍ର ନିଜେ ଅପନିନ୍ଦା ନେଲେ l ମୁଁ ମୋ ଦୃଷ୍ଟି ଦ୍ୱାରପାଳ ଉପରେ ରହେ ବୋଲି କହିଲି ଆଉ ଆପଣ ଦ୍ୱାରପାଳ ହେଇଗଲେ l ବ୍ରହ୍ମାଦେବତାମୁନି ସୁର ଆଦି ଯାହାର ଦ୍ୱାରେ ପରିଚାର ସେ ମୋ ଭଳି ପତିତ ଦୁଆରେ l ତୁମର ଜୟ ହେଉ ହେ ମଣିମା, ତୁମର ଜୟ ହେଉ… ତୁମେ ଧନ୍ୟ ହେ କଳା ବାମନ l” ଏସବୁ ଶୁଣି ହତବାକ କୃଷ୍ଣ ଦାସ ଙ୍କ କଣ୍ଠ ବାକରୁଦ୍ଧ ଆଉ ଆଖି ଲୁହ ରେ ଭରି ଯାଇଥିଲା l ସେଇ କଣ୍ଠ ରେ ପଚାରିଲେ “ଆପଣ ଙ୍କ ନାମ କଣ ଆଉ ଏତେ ସବୁ ଆପଣ କେମିତି ଜାଣିଲେ?” ଉତ୍ତର ରେ ଆସିଲା “ମୁଁ ସେଇ ଅଧମ ବଳି l”
ଚମକି ପଡିଲେ କୃଷ୍ଣଦାସ.. ପଲକ ମାତ୍ରେ ତାଙ୍କ ସମ୍ମୁଖରୁ ପବନ ଭଳି ଉଭେଇ ଗଲେ ସେ ମହାନ ଭକ୍ତ ବଳି ରାଜ l ସେ ବାହାରକୁ ଆସି ଖୋଜିଲା ବେଳେ ନଜର ପଡିଲା ସେଇ ମନ୍ଦିର ରେ ଥିବା ଶ୍ରୀଜଗନ୍ନାଥ ଙ୍କ ବିଗ୍ରହ ଙ୍କ ଉପରେ ଆଉ ଦେଖୁଛନ୍ତି ଚକା ଆଖି ମସ୍ତକ ରେ ତ୍ରିପୁଣ୍ଡରୀକ ଧାରଣ କରିଛନ୍ତି କୁନି ହାତରେ ତାଙ୍କ କମଣ୍ଡଳୁ ମୁଣ୍ଡ ରେ ଛତା ଆଉ ପାଦ ରେ କଠାଉ l ନାଲି ନାଲି ଓଠ ରେ ହସ ଫୁଟି ଉଠୁଛି l ଆଉ ଲମ୍ବ ହେଇ ତାଙ୍କ ପାଦ ତଳେ ପଡିଗଲେ
** ଶ୍ରୀମନ୍ଦିର ରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା **
** ଭାଦ୍ରବପୂର୍ଣ୍ଣିମା **
ଇନ୍ଦ୍ର-ଗୋବିନ୍ଦ ପୂଜା ଭାଦ୍ରବ ମାସର ଗୋଟିଏ ବିଶେଷ ପର୍ବ। ଭାଦ୍ରବପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଏହି ପର୍ବ ପାଳିତ ହୋଇଥାଏ। ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନର ‘ଇନ୍ଦ୍ରଧ୍ୱଜ ପୂଜା’ ସହିତ ଏହାର ସଂପର୍କ ରହିଛି। ଏକଦା ଏହା ଭାରତବର୍ଷର ତଥା ଓଡ଼ିଶାର ଏକ ବଡ଼ ଉତ୍ସବ ଥିଲାପୌରାଣିକ ଆଖ୍ୟାନ ଅନୁସାରେ, ଦୈତ୍ୟ ଓ ଦାନବମାନଙ୍କ ଦ୍ୱାରା ସ୍ୱର୍ଗରାଜ୍ୟରୁ ବିତାଡ଼ିତ ହୋଇ ଦେବରାଜ ଇନ୍ଦ୍ର ଭଗବାନ ବିଷ୍ଣୁଙ୍କର ଶରଣ ପଶିଲେ। ବିଷ୍ଣୁ ତାଙ୍କୁ ଗୋଟିଏ ଧ୍ୱଜ ପ୍ରଦାନ କରି ଆଶ୍ୱାସନା ଦେଲେ ଯେ ଏହି ଧ୍ୱଜ ଦୈତ୍ୟମାନଙ୍କୁ ଦମନ କରିବାରେ ତାଙ୍କର ସହାୟକ ହେବ ଏବଂ ସେ ଯୁଦ୍ଧରେ ହାରିବେ ନାହିଁ। ଯେଉଁ ରାଜା ଏହି ଧ୍ୱଜକୁ ପୂଜା କରିବେ, ତାଙ୍କର ରାଜ୍ୟ ଶସ୍ୟପୂର୍ଣ୍ଣ ହେବ ଏବଂ ପ୍ରଜା ବୃଦ୍ଧି ପାଇବେ। ପ୍ରଜାମାନେ ମଧ୍ୟ ନିରୋଗ ରହିବେ। ଏଣୁ ରାଜତନ୍ତ୍ର ଥିବା ସମୟରେ, ଏହି ‘ଇନ୍ଦ୍ରଧ୍ୱଜ ପୂଜା’ ମହା ଆଡ଼ମ୍ବରରେ ପାଳିତ ହେଉଥିଲା। ରାଜ୍ୟର ବିଘ୍ନ ଶାନ୍ତି ତଥା ପ୍ରଜାମାନଙ୍କର ମଙ୍ଗଳପାଇଁ ରାଜାମାନେ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନ ଧ୍ୱଜଦଣ୍ଡ ସ୍ଥାପନା କରୁଥିଲେ। କିନ୍ତୁ ରାଜତନ୍ତ୍ରର ବିଲୟ ସହିତ ଏହି ଉତ୍ସବ ଏବେ ମଉଳି ଯାଇଛି।
ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନ ଏହି ‘ଇନ୍ଦ୍ରଧ୍ୱଜ ପୂଜା’ ହୋଇଥାଏ। କିନ୍ତୁ ଏହାର ଗୋଟିଏ ସ୍ୱତନ୍ତ୍ର ବିଧି ରହିଛି। ସେଦିନ ସଂଧ୍ୟାଧୂପ ସରିବା ପରେ, ସ୍ନାନବେଦୀ ପାଖ ଚାହାଣିମଣ୍ଡପଠାରେ (ବଡ଼ଛତା ମଠ କୋଣରେ) କୋଠ ସୁଆଁସିଆ ସେବକ ସାତମେଘଙ୍କୁ ବାଉଁଶରେ ତିଆରି କରି ଗୋଟିଏ କାଠ ଗୟଳରେ ବାନ୍ଧନ୍ତି।ଏହି ସାତମେଘ ବନ୍ଧା ହେବାର ଗୋଟିଏ ପୌରାଣିକ ଭିତ୍ତି ଅଛି। ପୁରାଣରେ ସମ୍ବର୍ତ୍ତକ, ଆବର୍ତ୍ତକ, ପୁଷ୍କର ଓ ଦ୍ରୋଣ ନାମରେ ଚାରିମେଘଙ୍କର ବର୍ଣ୍ଣନା ରହିଛି। କିନ୍ତୁ ଗୋପପୁରରେ ଇନ୍ଦ୍ର ସାତଦିନ ବର୍ଷା କରିଥିଲେ। ‘ଭାଗବତ’ରେ ଏ ସଂପର୍କରେ କୁହାଯାଇଛି, “ଇନ୍ଦ୍ର ଯେ ଶୂନ୍ୟେ ରହିଥିଲା। ସପତ ଦିନ ବରଷିଲା।” ତେଣୁ ଏଠାରେ ମେଘଙ୍କର ସଂଖ୍ୟା ସାତ ହୋଇଛି।ଏହି ସାତମେଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ସେଠାରେ ବନ୍ଧା ହୋଇ ରହନ୍ତି। ପୂର୍ଣ୍ଣିମା ଦିନ ହୁଏ ‘ଇନ୍ଦ୍ର-ଗୋବିନ୍ଦ ବନ୍ଦାପନା’। ସେଦିନ ହରଚଣ୍ଡୀ ସାହି ଆଖଡ଼ା ଅନ୍ତର୍ଗତ ବାସେଳୀ ସାହିରୁ ‘ଇନ୍ଦ୍ରହାତୀ’ (ଐରାବତ ପ୍ରତିମା) ଆସେ। ହାତୀ ପିଠିରେ ଇନ୍ଦ୍ର (ବେଶଧାରୀ) ଆସନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ଇନ୍ଦ୍ର-ଗୋବିନ୍ଦ ବନ୍ଦାପନା ନୀତି ହୋଇଥାଏ।
ଇନ୍ଦୁ ପୂର୍ଣ୍ଣିମା ଦିନ ସନ୍ଧ୍ୟା ଆଳତି ବେଶରେ ମହାପ୍ରଭୁଙ୍କୁ ଖଣ୍ଡିଏ ମାଳ ଲାଗିଥାଏ। ଦକ୍ଷିଣୀ ଘର ଭୋଗ ସରିବା ପରେ ଛାମୁ ଦିହୁଡ଼ି ସହ ଦୋଳଗୋବିନ୍ଦ ଙ୍କୁ ମହାଜନ ସେବକ ହସ୍ତରେ ବିଜେ କରାଇ ଭିତର ସିଂହାସନ ଉପରେ ରଖିଥାନ୍ତି।ଏହାପରେ ପୂଜାପଣ୍ଡା ଦୋଳଗୋବିନ୍ଦ ଙ୍କୁ ଆଜ୍ଞାମାଳ ପ୍ରଦାନ କରିଥାନ୍ତି। ତତ୍ପରେ ମହାଜନ ସେବକ ଦୋଳଗୋବିନ୍ଦଙ୍କୁ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାନ୍ତି।ଏହାପରେ ବିମାନବଡୁ ସେବକ ଉକ୍ତ ପାଲିଙ୍କିଟିକୁ ଘଣ୍ଟ , ଛତ୍ର , କାହାଳୀ ସହ ବଡ଼ ଛତା ମଠ ନିକଟରେ ଥିବା ଟିକିରା ଗୋହିରୀ ନିକଟକୁ ନେଇଥାନ୍ତି ଏହାପରେ ବାସେଲି ସାହି ରୁ ଇନ୍ଦ୍ର ହାତୀ ଆସିଥାଏ। ଶୀତଳ ଭୋଗ ହେବା ପରେ ଭିତରଚ୍ଛ ମହାପାତ୍ର ଇନ୍ଦ୍ର , ଚନ୍ଦ୍ର , ଗୋବିନ୍ଦଙ୍କୁ ବନ୍ଦାପନା କରିଥାନ୍ତି।ବନ୍ଦାପନା ପରେ ଦିଅଁ ଦେଉଳକୁ ବାହୁଡା ବିଜେ କରିଥାନ୍ତି।
ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଇନ୍ଦ୍ରପୂଜା ବନ୍ଦ କରିବାରୁ ଇନ୍ଦ୍ର ସାତ ଦିନ ଧରି ବର୍ଷା କରିଥିଲେ। କିନ୍ତୁ ଶ୍ରୀକୃଷ୍ଣ ମନ୍ଦର ପର୍ବତ ଟେକି ଧରିବାରୁ ଗୋପପୁରର କୌଣସି କ୍ଷତି ହୋଇ ନଥିଲା। ଇନ୍ଦ୍ରଙ୍କର ଗର୍ବଚୂର୍ଣ୍ଣ ହେଲା। ସେ କୃଷ୍ଣଙ୍କୁ ‘ଗୋବିନ୍ଦ’ ରୂପେ ସ୍ୱୀକାର କରିଥିଲେ। ମନେହୁଏ, ଶ୍ରୀମନ୍ଦିରର ‘ଇନ୍ଦ୍ର-ଗୋବିନ୍ଦ ବନ୍ଦାପନା’ ନୀତିରେ ସେହି ସମନ୍ୱୟୀ ସଂସ୍କୃତିର ପ୍ରତିଫଳନ ଘଟିଛି।












** ll ଭାଗବତ ଜନ୍ମ ll **
ଆଜି ଭାଦ୍ରବ ପୂର୍ଣ୍ଣିମା ତଥା ଭାଗବତ ଜନ୍ମ। ପୌରାଣିକ କଥା ଅନୁସାରେ ମୃତ୍ୟୁ ଭୟରୁ ରାଜା ପରୀକ୍ଷିତଙ୍କୁ ଉଦ୍ଧାର କରିବାକୁ ଶୁକମୁନି ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ଯେଉଁ ଅମୃତ ଆଖ୍ୟାନ ସାତଦିନ ଧରି ଶୁଣାଇଥିଲେ ତାହା ହେଉଛି ” ଶ୍ରୀମଦ୍ଭାଗବତ ” । ବ୍ୟାଖ୍ୟାକାରମାନଙ୍କ କଥନରେ ଏବଂ ଲୋକ ପରମ୍ପରାରେ ପ୍ରଚଳିତ ଅଛି, ଯେ ରାଜା ପରୀକ୍ଷିତଙ୍କୁ ଶୁକମୁନି ଭାଦ୍ରବ ଶୁକ୍ଳ ନବମୀ ଦିନ ଭଗବାନଙ୍କର ସେହି ଅମୃତ ଆଖ୍ୟାନ ଶୁଣାଇବା ଆରମ୍ଭ କରିଥିଲେ ଏବଂ ତାହା ଭାଦ୍ରବ ପୂର୍ଣ୍ଣିମା ଦିନ ସଂପୂର୍ଣ୍ଣ ହୋଇଥିଲା। ସେଇଥିପାଇଁ ସମ୍ଭବତଃ, ଭାଦ୍ରବ ପୂର୍ଣ୍ଣମୀ ଭାଗବତ ଜନ୍ମର ପୁଣ୍ୟ ତିଥି ରୂପେ ପାଳିତ ହୋଇ ଆସୁଛି।
ଶ୍ରୀମଦ ଭାଗବତ ଭଗବାନଙ୍କ ମୁଖ ନିସୃତବାଣୀ ଭାବରେ ସର୍ବଜନ ସ୍ଵୀକୃତ। ଭାଗବତ ପାଠ କଲେ ସମସ୍ତ ପାପ ତାପ ଦୂର ହୋଇଥାଏ।ଭାଗବତରେ ଭଗବାନଙ୍କ ଲୀଳା , ରୂପ , ଧାମ ଓ ମାହାତ୍ମ୍ୟ ଆଦିର ବର୍ଣ୍ଣନା ରହିଛି । ଭଗବାନ ଅନେକ ରୂପ ଧାରଣ କରି ନାନା ପ୍ରକାର ଲୀଳା କରନ୍ତି। ଭାଗବତ କଥା ଶ୍ରବଣରେ ସମସ୍ତ ପ୍ରକାର ଅଶୁଭ ତଥା ଯାବତୀୟ ଦୁଃଖ ତଥା ବହୁବିଧ ବିଘ୍ନ ଦୂର ହୋଇଥାଏ। ମହର୍ଷି ବ୍ୟାସଦେବ କୃତ ଶ୍ରୀମଦ୍ ଭାଗବତ ସଂସ୍କୃତଭାଷାରେ ଧର୍ମୋପନିଷେଦ ମଧ୍ୟରେ ଏକ ସର୍ବୋକଷ୍ଟ ପରିଣତି l ଏହାର ଆଧ୍ୟାତ୍ମିକ ଓ କାବ୍ୟିକ ମୂଲ୍ୟବୋଧ ତଥା ଏଥିରେ ବର୍ଣ୍ଣିତ ସାଧନା ଭକ୍ତି , ଜ୍ଞାନ , ବୌରାଗ୍ୟ , ସମାଜ ଗଠନ ପ୍ରଣାଳୀ ପ୍ରଭୃତି ସମଗ୍ର ବିଶ୍ଵ ପାଇଁ ଅତ୍ୟନ୍ତ ଉପାଦେୟ। ଏହା କହିଲେ ଆଦୌଭୁଲ ହେବ ନାହିଁ ଯେ , ମାନବର ପରମ କଳ୍ୟାଣ ନିମନ୍ତେ କୃଷ୍ଣ ଦ୍ଵୌପାୟନ ବ୍ୟାସଦେବ ଉକ୍ତ ଗ୍ରନ୍ଥ ରଚନା କରିଥିଲେ। ଏହି ଦୃଷ୍ଟିରୁ ଶ୍ରୀମଦ ଭାଗବତ ଗ୍ରନ୍ଥ ସାକ୍ଷାତ ଭଗବାନଙ୍କର ପରମ ମଙ୍ଗଳମୟ ମୂର୍ତ୍ତି ବୋଲି କୁହାଯାଇଥାଏ । ଭାଗବତ ରଚନା ସମ୍ପର୍କରେ କୁହାଯାଇଛି ଦିନେ ବ୍ୟାସଦେବ ଅନ୍ୟମନସ୍କ ଭାବରେ ବସିଥିବା ବେଳେ ତାଙ୍କ ପାଖରେ ପହଞ୍ଚିଥିଲେ ନାରଦ ମୁନି। ନାରଦ ମୁନି ବ୍ୟାସଦେବଙ୍କ ମୁହଁକୁ ଦେଖି ପଚାରିଥିଲେ ତୁମ ମୁହଁ ଦେଖିଲେ ମନେ ହେଉଛି ତୁମେ ଯେଭଳି ଦୁଖରେ ଅଛ ? ତୁମ ଭଳି ମହାନ ଜ୍ଞାନି , ଗୁଣୀ, ପଣ୍ଡିତ , ରୁଷିବରଙ୍କର ପୁଣି ମନଦୁଖ କାହିଁକି ? ବେଦ , ପୁରାଣ ମହାଭାରତ ଭଳି ମହାନ ଗ୍ରନ୍ଥ ଯିଏ ରଚନା କରିଛନ୍ତି ତାଙ୍କଠାରୁ ଆଉ କିଏ ମହାନ ଅଛନ୍ତି ?ସେତେବେଳେ ନାରଦ ମୁନିଙ୍କ କଥା ଶୁଣି ବ୍ୟାସଦେବ କହିଛନ୍ତି । ହଁ ମୁନିବର ତୁମ କଥାଅନୁସାରେ ମୁଁ ବୋହୁତ କିଛି ରଚନା କରିସାରିଛି । କିନ୍ତୁ କାହିଁକି କେଜାଣି ମୋ ମନରେ ଅବସୋସ ରହିଯାଇଛି। ଆହୁରି କିଛି ରଚନା କରିବା ପାଇଁ , ଯଦିଓ ମୁଁ ବେଦ , ମହାଭାରତ ଇତ୍ୟାଦି ରଚନା କରିଛି କିନ୍ତୁ ମୁଁ ଚାହୁଁଛି ଏଭଳି ଏକ ଗ୍ରନ୍ଥ ରଚନା କରିବା ପାଇଁ ଯାହାକୁ ସାଧାରଣ ଲୋକମାନେ ପଢିପାରିବେ , ବୁଝିପାରିବେ ଏବଂ କୃଷ୍ଣଙ୍କର ଗୁଣ ଗାନ କରି ସୁଖରେ ରହିପାରିବେ । ସେତେବେଳେ ନାରଦ ମୁନି ଓ ବ୍ୟାସଦେବ ଉଭୟଙ୍କ ଆଲୋଚନାରେ ସ୍ଥିର ହେଲା ଭାଗବତ ନାମକ ମହାନ ଗ୍ରନ୍ଥ ରଚନାର କଥା। ତାପରେ ବ୍ୟାସଦେବ ଆରମ୍ଭ କରିଥିଲେ ଭାଗବତ ରଚନା ଏବଂ ତାକୁ ଖୁବ ଶୀଘ୍ର ସାରିଥିଲେ ମଧ୍ୟ। ଭାଗବତ ମାହାପୁରାଣରେ ଜନ୍ମମୃତ୍ୟୁ କଥା କାହା ଯାଇଛି । ଜନ୍ମମୃତ୍ୟୁ ଚକ୍ରରୁ ମୁକ୍ତି ପାଇବାକୁ ନିର୍ବାଣ , ମୋକ୍ଷ ବା ସ୍ଵର୍ଗପ୍ରାପ୍ତି କୁହାଯାଏ। ଭାଗବତ ମହାପୁରାଣରେ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି ଯେ ଚଉରାଶି ଲକ୍ଷ ଯୋନି ଅତିକ୍ରମ କରିବା ପରେ ଦୁର୍ଲ୍ଲଭ ମନୁଷ୍ୟ ଜନ୍ମ ମିଳିଥାଏ।
ଭାଗବତ ଶବ୍ଦ ର ଅର୍ଥ ଅନୁସାରେ ” ଭା ” ର ଅର୍ଥ ଭାବ ” ଗ ” ର ଅର୍ଥ ଜ୍ଞାନ ” ବ ” ର ଅର୍ଥ ବୌରାଗ୍ୟ ଏବଂ ” ତ ” ର ଅର୍ଥ ତତ୍ତ୍ଵ କିନ୍ତୁ ବ୍ୟାକରଣ ସୂତ୍ରାନୁସାରେ ଭାଗବତ କୃତଂ ଭାଗବତମ୍ , ଅର୍ଥାତ୍ ଯାହା ଭଗବାନଙ୍କ କୃତ ତାହାହିଁ ଭାଗବତ। ଏହି ଭାଗବତ ରେ ଭଗବାନ ଙ୍କ କିର୍ତ୍ତି ଏବଂ ମାହାତ୍ମ୍ୟ ବର୍ଣ୍ଣିତ । ଭାଗବତ ରୂପୀ କଳ୍ପ ବୃକ୍ଷ୍ୟର ମଞ୍ଜ ହେଉଛନ୍ତି ପରମାତ୍ମା ନିଜେ ଭକ୍ତି ହେଉଛି ମନ୍ଦା ଓଁକାର ହେଉଛି ଅଙ୍କୁର । ଏହା ବାର ସ୍କନ୍ଦ ରେ ବିଦ୍ୟମାନ । ଏହି ବୃକ୍ଷ୍ୟ ର ଶାଖା ପ୍ରଶାଖା ର ସଂଖ୍ୟା ହେଲା ୩୩୨ ଯାହାକି ଭାଗବତ ର ସମୁଦାୟ ଅଧ୍ୟାୟ ସଂଖ୍ୟାର ସମଷ୍ଟି। ଏହି ବୃକ୍ଷର ପତ୍ର ମାନଙ୍କର ସଂଖ୍ୟା ହେଉଛି ୧୮୦୦୦ ଯାହାକି ଭାଗବତ ର ସମସ୍ତ ଶ୍ଲୋକମାନଙ୍କର ସମଷ୍ଟି ଭାଗବତ କୁ ପ୍ରତ୍ୟକ୍ଷ୍ୟ ଭାବରେ ଶ୍ରୀକୃଷ୍ଣଙ୍କ ସହିତ ତୁଳନା କରାଯାଇଛି । ଭାଗବତ ର ପ୍ରଥମ ଓ ଦ୍ଵିତୀୟ ସ୍କନ୍ଦ ଭଗବାନଙ୍କର ଦୁଇ ଚରଣାର ବିନ୍ଦ । ତୃତୀୟ ଏବଂ ଚତୁର୍ଥ ସ୍କନ୍ଦ ଯଥାର୍ଥ ପ୍ରଭୁଙ୍କର ଦୁଇ ଭାନୁ। ପଞ୍ଚମ ସ୍କନ୍ଦ ହେଉଛି ନାଭି ଦେଶ । ଷଷ୍ଟ ସ୍କନ୍ଦ ଭଗବାନଙ୍କର ବକ୍ଷ ସ୍ଥଳ । ସପ୍ତମ ଓ ଅଷ୍ଟମ ସ୍କନ୍ଦ ହେଉଛି ଦୁଇ ଭୁଜ । ନବମ ସ୍କନ୍ଦ ହେଉଛି ପ୍ରଭୁଙ୍କର କଣ୍ଠ ଦେଶ । ଦଶମ ସ୍କନ୍ଦ ହେଉଛି ଶ୍ରୀ ଗଙ୍ଗା ଅଧର ଯୁକ୍ତ ମୁଖ ମଣ୍ଡଳ। ଏକାଦଶ ସ୍କନ୍ଦ ହେଉଛି ଲାଲ ଦେଶ ବା ଲଲାଟ । ଦ୍ଵାଦଶ ସ୍କନ୍ଦ ହେଉଛି ଭଗବାନଙ୍କର ମସ୍ତକ। ଏହି ମାହାନ ଗ୍ରନ୍ଥ ମହିମା ବିଷୟରେ ଯେତେଯାହା କହିଲେ କମ ହେବ। ଷୋଡଶ ଶତାବ୍ଦୀରେ ଯେଉଁ ମହାମନିଷୀମାନେ ଶ୍ରୀମଦ ଭାଗବତକୁ ଆଧାରକରି ପ୍ରାନ୍ତୀୟ ଭାଷାରେ ନିଜନିଜ ଭକ୍ତିପୂର୍ଣ୍ଣ କୃତିସମୂହ ଦ୍ଵାରା ସମାଜରେ ଭକ୍ତିଧାରା ସୃଷ୍ଟି କରିବାରେ ମହାନ କାର୍ଯ୍ୟ କରିଛନ୍ତି ସେମାନଙ୍କ ମଧ୍ୟରେ ଓଡିଶାର ମାହାନ ସନ୍ଥ ଅତିବଡୀ ଜଗନ୍ନାଥ ଦାସ ଅନ୍ୟତମ। ତାଙ୍କ ପ୍ରଣୀତ ଓଡିଆ ଭାଗବତ ଉତ୍କଳୀୟ ଜନଜୀବନ ଓ ଉତ୍କଳୀୟ ସଂସ୍କୃତିର ଏକ ବଳିଷ୍ଠ ଅଙ୍ଗ ପାଲଟି ଯାଇଛି ।
ଇତିହାସ କହେ ବ୍ୟାସଦେବ ରଚିତ ସଂସ୍କୃତ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା । ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା ଥିଲେ । ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳଭାଷାରେ ବୁଝାଇ ଦେଉଥିଲେ । ଜଗନ୍ନାଥଙ୍କ ବୋଉ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ ନିର୍ଦ୍ଦେଶ ଦିଅନ୍ତି । ବିଧବା ମା’ ବାର୍ଦ୍ଧକ୍ୟର ପୁଣ୍ୟ ସଞ୍ଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଆଶାୟୀ ହେବାରୁ ଜଗନ୍ନାଥ ଦାସ ଜନନୀର ଅଭିଳାଷ ପୂରଣ ନିମନ୍ତେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା । ସେ ଓଡ଼ିଆ ଭାଷାରେ ନବାକ୍ଷରୀ ଛନ୍ଦରେ ଏହାର ଭାବାନୁବାଦ କରିଥିଲେ । ଜଗନ୍ନାଥଙ୍କ ମନ୍ଦିର ବେଢ଼ାରେ ନିତି ଭାଗବତ ପାଠ ହୁଏ ଓ ଭକ୍ତଗଣ ଶୁଣିବାକୁ ଆସନ୍ତି । ଓଡିଶାର ପୁରପଲ୍ଲୀରେ ତଥା ଘରେ ଘରେ ପୂଜା ଏହାର ଲୋକପ୍ରିୟତା ସର୍ବଜନୀତ। ଓଡିଶାର ଜନମାନସ ତଥା ଧର୍ମପ୍ରାଣ ଶ୍ରାଦ୍ଦାଳୁ ଏହି ଗ୍ରନ୍ଥକୁ ସ୍ଵୟଂ ଭଗବାନଙ୍କ ବିଗ୍ରହ ମନେକରି ଆଜି ମଧ୍ୟ ଘରେ ଘରେ ପୂଜା କରୁଛନ୍ତି । ଏହା ହିଁ ଉକ୍ତ ଗ୍ରନ୍ଥ ର ମହାନାତା ର ପ୍ରମାଣ । ଭଗବତରେ ଅତିବଡୀ ଜଗନ୍ନାଥ ଦାସ ମନୁଷ୍ୟ ଜନ୍ମକୁ ପ୍ରଶଂସା କରିଅଛନ୍ତି
ଜଗନ୍ନାଥଙ୍କର ଷୋଳକଳା ମଧ୍ୟରୁ ଶ୍ରୀ କୃଷ୍ଣ ଏକ କଳାରେ ଅବତାରୀ ହୋଇଛନ୍ତି । ସେହି ଗୋଟିଏ କଳାକୁ ପୁଣି ଷୋହଳ କଳା କରି ତହିଁରୁ ଏକ କଳା ଅର୍ଜୁନକୁ ପ୍ରଦାନ କରିଛନ୍ତି ଏବଂ ପନ୍ଦର କଳା ଘେନି ନିଜେ ଗୋପ ମଥୁରା ତଥା ଦ୍ଵାରିକାଦି କ୍ଷେତ୍ରରେ ଚିରନ୍ତନ ଲୀଳାମାନ ସମ୍ପର୍ଣ୍ଣ କରିଛନ୍ତି । ଜଗନ୍ନାଥ ଦାସଙ୍କ କୃତ ଓଡ଼ିଆ ଭାଗବତ ବାର ସ୍କନ୍ଧରେ ବିଭକ୍ତ ଏବଂ ପ୍ରତି ସ୍କନ୍ଧ ଦଶରୁ ତିରିଶଟି ଅଧ୍ୟାୟ ବିଭକ୍ତ ହୋଇ ଏଭଳି ରଚିତ ଯେ, ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପାଠ କଲେ ଏହା ଠିକ ଏକ ବର୍ଷ ବା ୩୬୫ ଦିନରେ ସମାପ୍ତ ହେବ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା । ଜଗନ୍ନାଥ ଦାସଙ୍କ ଭାଗବତରେ ମୂଳ ସଂସ୍କୃତ ଭାଗବତର ମଙ୍ଗଳାଚରଣ ସ୍ଥାନ ପାଇବା ଦେଖିବାକୁ ମିଳେ ।
ll ମଙ୍ଗଳାଚରଣ ll :-
ବାଗୀଶା ଯସ୍ୟ ବଦନେ ଲକ୍ଷ୍ମୀର୍ଯସ୍ୟ ଚ ବକ୍ଷସି ।
ଯସ୍ୟାସ୍ତେ ହୃଦୟେ ସଂବିତ୍ ତଂ ନୃସିଂହମହଂ ଭଜେ || ୧ ||
ଭାବାର୍ଥ:- ଯାହାଙ୍କ ମୁଖରେ ସରସ୍ୱତୀ, ବକ୍ଷସ୍ଥଳରେ ଲକ୍ଷ୍ମୀ ଏବଂ ହୃଦୟରେ ଜ୍ଞାନ ବିରାଜମାନ, ସେହି ନୃସିଂହ ଭଗବାନଙ୍କୁ ମୁଁ ବନ୍ଦନା କରୁଛି ।
ବିଶ୍ୱସର୍ଗବିସର୍ଗାଦିନବଲକ୍ଷଣଲକ୍ଷିତମ୍
ଶ୍ରୀକୃଷ୍ଣାଖ୍ୟଂ ପରଂଧାମ ଜଗଦ୍ଧାମ ନମାମ ତତ୍ || ୨ ||
ବିଶ୍ୱର ସର୍ଗ, ବିସର୍ଗ ଆଦି ନବଲକ୍ଷଣ (ସର୍ଗ, ବିସର୍ଗ, ସ୍ଥାନ, ପୋଷଣ, ଉତି, ମନ୍ୱନ୍ତର, ଈଶାନୁକଥା, ନିରୋଧ ଓ ମୁକ୍ତି)ଦ୍ୱାରା ଲକ୍ଷିତ, ସମଗ୍ର ଜଗତର ପରମ ଆଶ୍ରୟ ତଥା ବିଶ୍ୱର ଅନ୍ଧକାର ବିନାଶକାରୀ ପରମ ତେଜୋମୟ ଶ୍ରୀକୃଷ୍ଣଙ୍କ ସାକ୍ଷାତ୍ ସ୍ୱରୂପ ଶ୍ରୀମଦଭାଗବତକୁ ଆମ୍ଭେମାନେ ନମସ୍କାର କରୁଛୁ ।
ମାଧବୋମାଧବାବୀଶୌ ସର୍ବସିଦ୍ଧି ବିଧାୟିନୌ ।
ବନ୍ଦେ ପରସ୍ପରାତ୍ମାନୌ ପରସ୍ପରନୁତିପ୍ରିୟୋ ।। ୩ ||
ସର୍ବସିଦ୍ଧି ପ୍ରଦାୟକ, ପରସ୍ପର ଏକାତ୍ମରୂପ ଏବଂ ପରସ୍ପରର ସ୍ତୁତିରେ ପ୍ରସନ୍ନ ହେଉଥିବା ମାଧବ (ଲକ୍ଷ୍ମୀପତି ବିଷ୍ଣୁ) ଓ ଉମାଧବଙ୍କୁ (ଉମାପତି ଶିବଙ୍କୁ) ଆମ୍ଭେ ବନ୍ଦନା କରୁଛୁ ।
ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍ ।
ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦମାଧବମ୍ | ୪ ||
ଯାହାଙ୍କ କୃପା ମୂକକୁ ବାଗ୍ମୀ କରିଦେଇପାରେ, ପଙ୍ଗୁକୁ ଗିରି ଲଂଘନ କରାଇ ଦେଇପାରେ, ସେହି ପରମାନନ୍ଦ ମାଧବଙ୍କୁ ମୁଁ ବନ୍ଦନା କରୁଛି ।
ଯଂ ବ୍ରହ୍ମାବରୁଣେନ୍ଦ୍ରରୁଦ୍ରମରୁତଃ ସ୍ତୁନ୍ୱନ୍ତି ଦିବୈଃ ସ୍ତବୈ-
ର୍ବେଦୈଃ ସାଙ୍ଗପଦକ୍ରମୋପନିଷଦୈଗାୟନ୍ତି ଯଂ ସାମଗାଃ ।
ଧ୍ୟାନାବତ୍ସିତଦ୍ଗତେନ ମନସା ପଶଂନ୍ତି ଯଂ ଯୋଗିନୋ
ଯସ୍ୟାନ୍ତଂ ନ ବିଦୁଃ ସୁରାସୁରଗଣା ଦେବାୟ ତସ୍ମୈ ନମଃ || ୫ ||
ଯାହାଙ୍କୁ ବ୍ରହ୍ମା, ବରୁଣ, ଇନ୍ଦ୍ର, ରୁଦ୍ର, ମରୁତ ପ୍ରଭୃତି ଦିବ୍ୟ ସ୍ତୋତ୍ରଦ୍ୱାରା ସ୍ତୁତି କରନ୍ତି; ଯାହାଙ୍କ ମହିମା ସାମବେଦ ଗାୟନକାରୀମାନେ ପଦକ୍ରମାନୁସାରେ ବେଦ ଉପନିଷଦ ପ୍ରଭୃତିଦ୍ୱାରା ଗାନ କରନ୍ତି; ଧ୍ୟାନାଭିଭୂତ ମନ ମଧ୍ୟରେ ଯୋଗୀମାନେ ଯାହାଙ୍କୁ ଦର୍ଶନ କରନ୍ତି ଏବଂ ଦେବ ଦାନବଗଣ ଯାହାଙ୍କର ଅନ୍ତ ପାଇ ପାରନ୍ତି ନାହିଁ, ସେହି ଦେବଙ୍କୁ ମୁଁ ନମସ୍କାର କରୁଛି ।
ନାରାୟଣଂ ନମସ୍କୃତ୍ଂୟ ନରଂ ଚୈବ ନରୋତ୍ତମମ୍ ।
ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍ || ୬ ||
ଭଗବାନ ନାରାୟଣ, ନରୋତ୍ତମ ନର, ଦେବୀ ସରସ୍ୱତୀ ଓ ମହର୍ଷି ବ୍ୟାସଦେବଙ୍କୁ ନମସ୍କାର କରି ସଂସାର ଓ ଅନ୍ତଃକରଣର ନାନାବିଧ ବିକାର ଉପରେ ବିଜୟ ପ୍ରଦାନ କରାଉଥିବା ଏହି ଶ୍ରୀମଦଭାଗବତ ମହାପୁରାଣକୁ ପାଠ କରିବା ଉଚିତ।
ଆଜି ସେହି ମହାନ ତଥା ପବିତ୍ର ଗ୍ରନ୍ଥର ଜନ୍ମଦିନ। ଓଡିଆ ପୁରପଲ୍ଲିରେ ଏହା ଭାଗବତ ଜନ୍ମ ଭାବେ ବେଶ ପ୍ରସିଦ୍ଧ। ଏହି ଅବସରରେ ଆମେମାନେ ପ୍ରତ୍ୟହ ଓଡିଆ ଭାଗବତ ପଢିବାରେ ବ୍ରତୀ ହେବା।

** ଚନ୍ଦ୍ର ଗ୍ରହଣ **
ଭାଦ୍ରବ ମାସ ସିଂହ ୨୨ ଦିନ ସନ ୧୪୩୨ ସାଲ ଇଂତା ୭|୯ |୨୦୨୫ ରିଖ ଭାଦ୍ରବ ପୂର୍ଣ୍ଣିମା ରବିବାର ଦିନ ରାହୁଗ୍ରସ୍ତ ଖ’ ଗ୍ରାସ ଚନ୍ଦ୍ର ଗ୍ରହଣ ସଂଘଠିତ ହେବ
ଗ୍ରହଣ ସ୍ପର୍ଶ – ରାତ୍ରି ଘ ୯ | ୫୭ | ୭ ସେ
ପୂର୍ଣ୍ଣଗ୍ରାସ ଆରମ୍ଭ – ରାତ୍ରି ଘ ୧୧ | ୦ | ୪୬ ସେ
ଗ୍ରହଣମଧ୍ୟ – ରାତ୍ରି ଘ ୧୧ | ୪୧ | ୪୫ ସେ
ପୂର୍ଣ୍ଣଗ୍ରାସ ସମାପ୍ତ – ରାତ୍ରି ଘ ୧୨ | ୨୨ | ୫୨ ସେ
ଗ୍ରହଣ ସର୍ବମୋକ୍ଷ – ରାତ୍ରି ଘ ୧ |୨୬ | ୩୨ ସେ
ମୋଟଗ୍ରହଣ ସମୟ- ଘ ୩ |୨୯ | ୨୫ ସେ ମାତ୍ର
ଚନ୍ଦ୍ରଗ୍ରହଣ ହେତୁ ଗ୍ରହଣ ଲାଗିବାର ୩ ପ୍ରହର ପୂର୍ବରୁ ଅର୍ଥାତ୍ ୭ | ୯ | ୨୦୨୫ ( ରବିବାର ) ଦିନ ଦିବା ୧୨ | ୫୭ | ୦୦ ସେ ଠାରୁ ଦେବନୀତି ପାକକର୍ମ ଅନ୍ନଭୋଜନ ତ୍ୟାଗ କରିବାକୁ ପଡିବ ଏହି ଦିନ ଗ୍ରହଣ ସର୍ବମୋକ୍ଷ ରାତ୍ରି ଘ ୧|୨୭ ମି ପର୍ଯ୍ୟନ୍ତ ପାକସ୍ପର୍ଶ ଓ ଅନ୍ନଭୋଜନ ଦେବନୀତି ନିଷେଧ ରହିବ କିନ୍ତୁ ବାଳକ , ବୃଦ୍ଧ, ରୋଗୀ , ଆତୁରବ୍ୟକ୍ତିମାନଙ୍କ ପକ୍ଷେ ସୂତକ ନୀୟମ ଲଂଘନୀୟ ରାତ୍ରି ଘ ୧|୨୭ ମି ସମୟେ ସର୍ବମୋକ୍ଷ ବେଳକୁ ରାତ୍ରି ଥିବା ଯୋଗୁ ବ୍ରାହ୍ମମୁହୂର୍ତ୍ତ ରାତ୍ରି ୪ ଟା ପରେ ସ୍ନାନାଦି ସାରି ଦେବ ପୂଜା କରିବା ଆବଶ୍ଯକ ସୂର୍ଯ୍ୟୋଦୟ ପରେ ପାକସ୍ପର୍ଶ କରଣୀୟ ପାକର୍କମ ସାରି ଅର୍ନ୍ନାଦି ଭୋଜନ କରିବାକୁ ହେବ
ll ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା ଭାଗବତ ଜନ୍ମ ପାଳନ କରିବା ସମୟ ll
ଭାଦ୍ରଵ ପୂର୍ଣ୍ଣିମା ର ତିଥି ୬|୯|୨୦୨୫ ( ଶନିବାର) ଦିନ ରାତ୍ର ଘ ୧|୪୨|୦ ସେ ରୁ ଆରମ୍ପ ହୋଇ ୭| ୯ |୨୦୨୫ ( ରବିବାର ) ରାତ୍ରି ୧୧|୩୯|୦ ସେ ପର୍ଯ୍ୟନ୍ତ ଭୋଗ ହେବ ଏବଂ ଯେହେତୁ ୭| ୯ |୨୦୨୫ ( ରବିବାର ) ଦିନ ଗ୍ରହଣ ଭୋଗ ହେଉଛି ତେଣୁ ଏହି ରବିବାର ଦିନ ସୂର୍ଯ୍ୟୋଦୟ ଠାରୁ ଦିବା ଘ ୧୨|୫୭ ମଧ୍ୟେ ଦେବ ଦର୍ଶନ ଏବଂ ଭାଗବତ ଜନ୍ମ , ଦେବ ପୁଜା , କୈଣସି ପ୍ରକାର ଶ୍ରାଦ୍ଧାଦି କର୍ମ ଏବଂ ଅର୍ଣ୍ଣ ଭୋଜନ ଆଦି କରିପରିବେ l
** ଶ୍ରୀ ମନ୍ଦିର ରେ ଦୁର୍ଗା ମାଧବ ଉପାସନା **
ଶ୍ରୀ ମନ୍ଦିର ରେ ଦୁର୍ଗା ମାଧବ ଉପାସନା ଅତୀବ ପ୍ରାଚୀନ ପରମ୍ପରା ଅଟେ | ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ଯନ୍ତ ଷୋଡଶ ଦିବସ ବ୍ୟାପି ପାଳିତ ହୁଏ |
ସର୍ବତ୍ର ମା ଦୁର୍ଗା ଙ୍କୁ ଶିବ ପ୍ରିୟା ଭାବେ ପୂଜା କରା ଯାଉଥିବା ବେଳେ ଶ୍ରୀ କ୍ଷେତ୍ର ରେ ବିଶେଷତଃ ଶ୍ରୀମନ୍ଦିର ରେ ମାଧବ ଙ୍କ ପୂଜା ପାଇଥାନ୍ତି | ଏଥି ପ୍ରଶ୍ନ ଉଠେ ଏପରି କାହିଁକି ।
ମାଧବୋ ମାଧବାବିଶୌ ସର୍ବସିଦ୍ଧି ବିଧାୟିନୌ।
ବନ୍ଦେ ପରସ୍ପରାତ୍ମ୍ନୌ ପରସ୍ପରନତିପ୍ରିୟୌ।।
ମା ଶବ୍ଦ ଲକ୍ଷ୍ମୀ ଙ୍କୁ ବୁଝାଏ, ଆଉ ଧବ ମାନେ ଧାରଣ କରିବା। ଯେ ଲକ୍ଷ୍ମୀ ଙ୍କୁ ଧାରଣ କରନ୍ତି ସେ ହେଲେ ମାଧବ। ଆଉ ଉମାଧବ ହେଲେ ସ୍ଵୟଂ ଶଙ୍କର ଭଗବାନ ଅର୍ଥାତ୍ ଯେ ଭଗବତୀ ଉମାଙ୍କୁ ଧାରଣ କରିଛନ୍ତି। ଏଠୁ ସ୍ପଷ୍ଟ ଜଣାଯାଏ ଉମାଧବ ଅର୍ଥାତ୍ ମହାଦେବ ଆଉ ମାଧବ ଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସେମାନେ ପରସ୍ପରର ଆତ୍ମା।
ତାଂ ଚ ବ୍ରହ୍ମ ସ୍ୱରୂପା , ସାଂ ମୂଳ ପ୍ରକୃତିରିଶ୍ୱରି।
ନାରାୟଣୀ ଇତି ବିଖ୍ୟାତା ବିଷ୍ଣୁମାୟା ସନତାନି।।
ମହାଲକ୍ଷ୍ମୀ ସ୍ୱରୂପା ଚ ବେଦମାତା ସରସ୍ଵତୀ।
ରାଧା ବସୁନ୍ଧରା ଗଙ୍ଗା ତାସାମ୍ ସ୍ବାମୀ ଚ ମାଧବ।।(ବ୍ରହ୍ମ ବୈବର୍ତ୍ତ ପୁରାଣ)
ଠିକ୍ ସେଇପରି ମୂଳ ପ୍ରକୃତି ମହାଲକ୍ଷ୍ମୀଙ୍କ ସ୍ୱରୂପା ହେଲେ ଭଗବତୀ ଜୟଦୂର୍ଗା। ତେଣୁ ମାଧବ ରୂପୀ ଉମାଧଵ ମହାଲକ୍ଷ୍ମୀ ସ୍ୱରୂପା ଜୟଦୂର୍ଗା ଙ୍କ ସଙ୍ଗେ ବିରାଜିତ। ସମସ୍ତ ଶକ୍ତି ପୀଠରେ ଦେବୀ ଙ୍କ ଭୈରବ କେବଳ ରୁଦ୍ର, କିନ୍ତୁ ବିମଳା ଯିଏ କି ପାଦ ପୀଠର ଅଧିଷ୍ଠାତ୍ରୀ ଆଉ ତାଙ୍କ ପୀଠ ହେଉଛି ପଡ ପୀଠ ଯାହା ଶରୀରର ମୂଳ ଆଧାର, ତାଙ୍କର ଭୈରବ ହେଉଛନ୍ତି ସ୍ଵୟଂ ଉମାଧବ ରୂପୀ ମାଧବ।
ସେଥିପାଇଁ ତ କୁହାଯାଇଛି।
ଲୋକନାଥ ଶିବ ଯତ୍ର, ତୀର୍ଥ ରାଜ ମହୋଦଧି।
ବିମଳା ଭୈରବୀ ଯତ୍ର, ଜଗନ୍ନାଥସ୍ତୁ ଭୈରଵଃ।।
ଉତ୍କଳେ ନାଭିଦେଶେ ଚ ବିରଜା କ୍ଷେତ୍ରମୁତମମ୍ ।
ବିମଳା ସା ମହାଦେବୀ ଜଗନ୍ନାଥ ସ୍ତୁ ଭୈରବମ୍।। (ମହା ନିର୍ବାଣ ତନ୍ତ୍ର)
ମା ବିମଳା ଆଦ୍ୟା ଓ ପରାମ୍ବା ପରମ ବୈଷ୍ଣବୀ ନାରାୟଣୀ । ସହସ୍ର କୁମ୍ଭ ଅଭିଷେକ ଦିନ ମହାପ୍ରଭୁଙ୍କ ସକାଳ ଧୂପ ରେ ସୁଭଦ୍ରାଙ୍କ ଆଜ୍ଞାମାଳ ଭଗବତୀ ଜୟଦୂର୍ଗା ଙ୍କୁ ଦିଆଯାଏ। ତାପରେ ପତିମହାପତ୍ର ସେବକ ଜୟଦୂର୍ଗା ଙ୍କୁ ମଜେନା ମଣ୍ଡପ କୁ ବିଜେ କରାନ୍ତି। ସେଠି ପୂଜାପଣ୍ଡା, ପତି, ଆଉ ମୁଦିରସ୍ତ ଙ୍କ ଦ୍ଵାରା ଆଚାର୍ଯ୍ୟ ବରଣ ଆଉ ବ୍ରହ୍ମା ବରଣ ହୋଇଥାନ୍ତି। ତା ପରେ ସହସ୍ର କୁମ୍ଭ ଅଭିଷେକ ନୀତି ପରେ ଶୀତଳ ଭୋଗ ନୈବେଦ୍ୟ ହୋଇ ବନ୍ଦାପନା ବଢେ। ମୂଳାଷ୍ଟମୀ ଦିନ ମହାପ୍ରଭୁଙ୍କ ସକାଳ ଧୂପ ସମାପନ ପରେ ଦୁର୍ଗା ଆଉ ମାଧବ ଏକତ୍ର ଭଦ୍ରାସନରେ ରୁନ୍ଧା ହୁନନ୍ତି। ମହାପ୍ରଭୁଙ୍କ ଆଜ୍ଞାମାଳ ମାଧବ ଆଉ ସୁଭଦ୍ରାଙ୍କ ଆଜ୍ଞାମାଳ ଜୟଦୁର୍ଗାଙ୍କୁ ଦିଆଯାଏ। ତା ପରେ ବିମାନ ବଡୁ ସେବକ ପାଲିଙ୍କିରେ ଦୁର୍ଗ ମାଧବଙ୍କ ବିମଳାଙ୍କ ମନ୍ଦିରକୁ ବିଜେ କରାନ୍ତି। ସେଠି ଭିତରଛୁ ମହାପାତ୍ର ଦୁର୍ଗାମାଧବ ଙ୍କୁ ଶୀତଳ କର୍ପୁର ଜଳ ଲାଗି କରନ୍ତି ଆଉ ମହାଜନ ସେବକ ବିମଳାଙ୍କ ଜଗମୋହନସ୍ଥ ପଲଙ୍କ ଉପରେ ଦୁର୍ଗା ମାଧବ ଙ୍କୁ ବିଜେ କରାନ୍ତି | ସେଠାରେ ଶୀତଲ ଭୋଗ ଓ ବନ୍ଦାପନା ହୁଏ | ଏହିପରି ତିନି ଧୂପ ଶେଷ କରାଯାଇ ଶ୍ରୀ ଜୀଉ ମାନଙ୍କ ର ଭିତର (ରାତ୍ରି) ଚନ୍ଦନ ଲାଗି ପରେ ବିମାନ ବଡୁ ସେବକ ପାଲିଙ୍କିରେ ଦୁର୍ଗାମାଧବ ଙ୍କୁ ଜଗମୋହନ କୁ ବିଜେ କରିବାପରେ
ମହାଜନ ଭଣ୍ଡାର ଘରେ ଦୁର୍ଗା ମାଧବ ଙ୍କୁ ବିଜେ କରାନ୍ତି |
ଏହିପରି ନୀତି କୃଷ୍ଣ ଅଷ୍ଟମୀ ରୁ ଆରମ୍ବ ହୋଇ ଆଠ ଦିନ ପର୍ଯ୍ୟନ୍ତ ଚାଲିଥାଏ | ପର ଆଠ ଦିନ ଶୁକ୍ଳ ପ୍ରତିପଦା ଠାରୁ ଅଷ୍ଟମୀ ଦିନ ପର୍ଯ୍ୟନ୍ତ ଆଠ ଦିନ ଯାକ ରୁନ୍ଧା ହୋଇ ଥିବା ଦୁର୍ଗା ମାଧବ ରଥ ରେ ବିଜେ କରି ଦୋଳମଣ୍ଡପ ସାହି ନାରାୟଣୀ ଙ୍କ ମନ୍ଦିର କୁ ଯାଇଥାନ୍ତି | ବିଧି ବ୍ୟବସ୍ଥା ଅନୁଯାୟୀ ନୀତି ମାନ ଅନୁଷ୍ଠିତ ହୋଇଥାଏ | ଶ୍ରୀ ଜୀଉ ମାନଙ୍କ ର ଭିତର ଚନ୍ଦନ ବଢିଲେ ଶ୍ରୀ ମନ୍ଦିର କୁ ରଥ ରେ ବସାଇ ବାହୁଡା ବିଜେ କରି ଭଣ୍ଡାର ଘର କୁ ଅଣାଯାଏ | ଏହାକୁ ଶାରଦୀୟ ରଥଯାତ୍ରା ଅଥବା ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା କୁହାଯାଏ |
ଦୁର୍ଗା ମାଧବ ସଂଚିତ୍ୟ ସର୍ବକାର୍ଯ୍ୟ ସମାଚରେତ।
ଦୁର୍ଗା ବିଘ୍ନହନ୍ତି ଦେବୀ ମାଧବ ଶୁଭ ଦାୟକ।।
ସତରେ ଲିଲାମୟଙ୍କ ଲୀଳା ସାଧାରଣ ମନୁଷ୍ୟ ପାଇଁ ଅଗମ୍ୟ।
ସେଥିପାଇଁ ତ କୁହାଯାଇଛି।
ସର୍ଵଂ ରହସ୍ୟ ପୁରୁଷୋତ୍ତମସ୍ୟ ।
ଦେବା ନ ଯାନାନ୍ତି କୃତଃ ମନୁଷ୍ୟ।।
ପରିଶେଷରେ ଏତିକି କୁହାଯାଇପାରେ ବିଷ୍ଣୁ, ରୁଦ୍ର ଆଉ ଦେବୀ ଙ୍କ ମଧ୍ୟରେ କିଛି ବି ପାର୍ଥକ୍ୟ ନାହିଁ।
ଏକୈବ ଶକ୍ତି ପରମେଶ୍ବରସ୍ୟ ,ଭିନ୍ନା ଚତୁର୍ଥା ବିନିଯୋଗ କାଳେ। ଭୋଗେ ଭବାନୀ ,ପୁରୁଷେଶ୍ଚ ବିଷ୍ଣୋ କୋପେ ଚ କାଳୀ ସମରେ ଚ ଦୁର୍ଗା ।।
ଗୁରୁସ୍ତ୍ବଂ ଶିବସ୍ତ୍ବଂ ଚ ଶକ୍ତିସ୍ତ୍ବମେବ , ତ୍ବମେବାସି ମାତା ପିତାସି ତ୍ବମେବ।
ତ୍ବମେବାସି ବିଦ୍ୟା ତ୍ବମେବାସି ବୁଦ୍ଧି, ର୍ଗତିର୍ମେ ମତିର୍ଦେବି ସର୍ବଂ ତ୍ବମେବ ।।
ଜୟ ଜୟ ଦୁର୍ଗାମାଧବ ![]()
![]()
** ଆଶ୍ୱିନମାସ- କୃଷ୍ଣପକ୍ଷ **
ତିଥି- ଅଷ୍ଟମୀ
** ‘ମୂଳାଷ୍ଟମୀ’ **
ll *ମୂଳାଷ୍ଟମୀରେ ଦେବୀ ଉତ୍ଥାପନ ନୀତି* ll
ଦେବୀ ଦୁର୍ଗାଙ୍କର ଷୋଡ଼ଶଦିନ ବ୍ୟାପୀ ପୂଜାର ମୂଳତିଥି। ଆଶ୍ୱିନ କୃଷ୍ଣ ଅଷ୍ଟମୀ ତିଥିର ଅନ୍ୟନାମ ‘ମୂଳାଷ୍ଟମୀ’। ଏହିଦିନ, ଭାଦ୍ରବ ଶୁକ୍ଳ ଅଷ୍ଟମୀଠାରୁ ଶୟନ କରିଥିବା ଦେବୀ ଦୁର୍ଗାଙ୍କର ଶରତ୍କାଳୀନ ଷୋଡ଼ଶ ଦିବସବ୍ୟାପୀ ପୂଜା ଆରମ୍ଭ ହୁଏ । “ଓଁ ଉତ୍ତିଷ୍ଠ ପୁରୁଷି!” ହେ ପୁରୁଷି! ହେ ଦେବୀ ଦୁର୍ଗା! ଉଠ! “କିଂ ସ୍ୱପିସି?” କାହିଁକି ଶୋଇ ରହିଛ? ଏହା ହେଉଛି- ଦେବୀ ଦୁର୍ଗାଙ୍କର ଉତ୍ଥାପନ ମନ୍ତ୍ର। ବନଦୁର୍ଗା ମହାମନ୍ତ୍ର। ଭାଦ୍ରବ ଶୁକ୍ଳ ଅଷ୍ଟମୀ ବା ରାଧାଷ୍ଟମୀ ହେଉଛି ଦେବୀ ଦୁର୍ଗାଙ୍କର ଶୟନ ଦିବସ। ଏହିଦିନ ରାତିରେ ତାଙ୍କର ଶୟନ ନୀତି ହୁଏ। ବିଧି ଅନୁସାରେ ଦେବୀ ପନ୍ଦରଦିନ ଶୁଅନ୍ତି ଏବଂ ଯେଉଁଦିନ ଷୋହଳ ଦିନ ହୁଏ, ସେଦିନ ନିଦରୁ ଉଠନ୍ତି। ପୁରାଣ ପ୍ରସଙ୍ଗ ଅନୁସାରେ, ମହିଷାସୁରର ଭୟରେ ସନ୍ତ୍ରସ୍ତ ଦେବଗଣ ଓ ମାନବଗଣଙ୍କୁ ସେହି ଭୟରୁ ପରିତ୍ରାଣ କରିବା ପାଇଁ ଦେବୀଙ୍କୁ ଶୟନରୁ ଉଠାଯାଇଥିଲା। ସେହି ଅନୁସାରେ, ଶରତ୍କାଳୀନ ଦୁର୍ଗାପୂଜା ସମୟରେ ତାଙ୍କୁ ଆବାହନ କରାଯାଏ। ମହିଷାସୁର ବଧ ପରି ପୁରୁଷୋଚିତ କାର୍ଯ୍ୟ କରିବା ପାଇଁ ଦେବୀ ନିଦରୁ ଉଠିଥାଆନ୍ତି।
ମୂଳାଷ୍ଟମୀ ଦିନ ତାଙ୍କର ସହସ୍ରକୁମ୍ଭାଭିଷେକ କରାଯାଇ ଷୋଡ଼ଶ ଦିନବ୍ୟାପୀ ଦୁର୍ଗାପୂଜାର ଆରମ୍ଭ ହୁଏ। ଷୋହଳ ଦିନ ବ୍ୟାପୀ ଏହି ପୂଜା ବ୍ୟତୀତ, ଦେବୀ ଦୁର୍ଗାଙ୍କର ନଅଦିନ, ପାଞ୍ଚଦିନ, ତିନିଦିନ ଓ ଦୁଇଦିନ ବ୍ୟାପୀ ପୂଜାର ବିଧି ମଧ୍ୟ ଅଛି। ଯେଉଁ ବ୍ୟକ୍ତି ଏହିସବୁ ପୂଜାବିଧିରୁ କୌଣସିଟି କରି ନ ପାରନ୍ତି, ତାଙ୍କ ପାଇଁ ଏକଦିନ ପୂଜାର ବିଧି ମଧ୍ୟ ରହିଛି। ସେହି ଏକଦିନ ପୂଜାବିଧି ଆଶ୍ୱିନ ଶୁକ୍ଳ ନବମୀ ଦିନ କରାଯାଇଥାଏ। ଏହି ସମସ୍ତ ପ୍ରକାରର ପୂଜାବିଧି ପରେ, ଆଶ୍ୱିନ ଶୁକ୍ଳପକ୍ଷ ଦଶମୀ ତିଥିର ଏକାଦଶ ମୁହୂର୍ତ୍ତ ବା ପ୍ରଦୋଷ ସମୟରେ, ଅପରାଜିତା ଦଶମୀ ପୂଜା କରାଯାଏ। ଏହା ‘ବିଜୟାଦଶମୀ’ ଭାବରେ ଖ୍ୟାତ। ଦେବୀ ଦୁର୍ଗାଙ୍କର ଷୋଡ଼ଶଦିନ ବ୍ୟାପୀ ପୂଜା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହାର ମୂଳ ତିଥି ହେଉଛି ଆଶ୍ୱିନ କୃଷ୍ଣ ଅଷ୍ଟମୀ। ସେ ସଂପର୍କରେ ଶାସ୍ତ୍ରୋକ୍ତି ଅଛି-
“ମୂଳେନାବାହୟେ ଦେବୀମ୍।”
ଏହା ସୂଚାଏ, ଏହି ତିଥି ହେଉଛି ଷୋଡ଼ଶ ଦିନ ବ୍ୟାପୀ ଦେବୀପୂଜାର ମୂଳ। ସେଥିପାଇଁ ଏହାର ନାମ ମୂଳାଷ୍ଟମୀ।
ll *ଶ୍ରୀମନ୍ଦିରରେ ଦେବୀ ଉତ୍ଥାପନ ଓ ସହସ୍ର କୁମ୍ଭାଭିଷେକ* ll
ଭାରତରେ ଅନେକ ପ୍ରତିଷ୍ଠିତ ପୀଠସ୍ଥଳୀ ରହିଛି । ସେଥିମଧ୍ୟରେ ଶ୍ରୀକ୍ଷେତ୍ର ଅନ୍ୟତମ । ଶଙ୍ଖକ୍ଷେତ୍ରର କ୍ଷେତ୍ରଧିଶ୍ଵରୀ ଭାବରେ ମା ବିମଳା ଅଧୁଷ୍ଠିତ ଶ୍ରୀକ୍ଷେତ୍ର ଧାମରେ ଶ୍ରୀମନ୍ଦିରର ଭିତରବେଢା ମଧ୍ୟରେ ବିରାଜିତା ଦେବୀ ବିମଳା ପାଦପୀଠେଶ୍ବରୀ ନାମରେ ସୁବିଦିତା ପୀଠାଧିଶ୍ଵରୀ ମା ବିମଳା ହେଉଛନ୍ତି ଶାକ୍ତ ପାରମ୍ପରାରେ ମୁଖ୍ୟ ଶକ୍ତି । ଅଶ୍ୱିନ ମାସର ଶରତକାଳରେ ମା ‘ ଶ୍ରୀକ୍ଷେତ୍ରଶ୍ବରି ଙ୍କର ଶ୍ରୌତ ସ୍ମାର୍ତବିଧିରେ ତର୍ପଣ , ମାର୍ଜନ , ହୋମ ଓ ବଳିପୂଜାଦି ଅନୁଷ୍ଠିତ ହୋଇଥାଏ । ବହୁ ଆଡମ୍ବର ଓ ବିଧିବିଧାନ ସହ ବହୁଦିନ ପର୍ଯ୍ୟନ୍ତି ପାଳିତ ହେଉଥିବା ଦେବୀଙ୍କର ଏହି ପୂଜା ଶାରଦୀୟ ଦୁର୍ଗାତ୍ସବ ‘ ଭାବରେ ଖ୍ୟାତ । ଶରତକାଳର ଏହି ପୂଜା ସମୟକୁ ଛାଡିଦେଲେ ମା ବିମଳାଙ୍କର ନିତ୍ୟ ପୂଜାବିଧି ନାହିଁ । ଶ୍ରୀମନ୍ଦିରରେ କେବଳ ଶ୍ରୀଜୀଉମାନଙ୍କର ନୈବେଦ୍ୟ ଦେବୀଙ୍କୁ ସମର୍ପଣ କରାଯାଇଥାଏ । ଶ୍ରୀମନ୍ଦିରରେ ଦେବୀ ଉତ୍ଥାପନ ଓ ସହସ୍ର କୁମ୍ଭାଭିଷେକ – ଦେବଦେବୀଙ୍କର ଶୟନ ଓ ଉତ୍ଥାପନ ଆଦିରେ ବହୁବିଧ କର୍ମ ସମ୍ପାଦିତ ହେଉଥିଲେ ମଧ୍ୟ ତନ୍ମଧରୁ ଅଭିଷେକ ବିଧିର ଯଥେଷ୍ଟ ପ୍ରାଧାନ୍ୟ ରହିଛି । ଶ୍ରୀଦୁର୍ଗାଦେବୀ ଙ୍କ ଶୟନକାଳ ହେଉଛି ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀଠାରୁ ଆଶ୍ବିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ । ଦେବୀ ଦୁର୍ଗା ଭାଦ୍ରବ ଶୁକ୍ଳ ଅଷ୍ଟମୀ ରାତ୍ରିରେ ଶୟନ କରନ୍ତି ଓ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଦିବାଭାଗରେ ଶୟନରୁ ଉଠନ୍ତି । ଚନ୍ଦ୍ରମାନ ମାସର ଏହି ପନ୍ଦର ଦିନ ମଧ୍ୟରେ କେତେବେଳେ ତିଥି ବୃଦ୍ଧି ସମ୍ଭବ ହେଲେ ମଧ୍ୟ ଦେବୀ ଦୁର୍ଗାଙ୍କର ଶୟନକାଳ ନିର୍ଦ୍ଦିଷ୍ଟ ପନ୍ଦର ଦିନରୁ ବଢି ନଥାଏ । ତେଣୁ ତିଥି ବୃଦ୍ଧି ନଥିଲେ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଦିନ କିମ୍ବା ତିଥି ବୃଦ୍ଧିରେ ସପ୍ତମୀ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସକାଳ ଧୂପ ସରିବା ପରେ ଭଣ୍ଡାର ଘରୁ ଦୁର୍ଗାଦେବୀଙ୍କର ଚଳନ୍ତି ବିଗ୍ରହ ଆଜ୍ଞାମାଳ ପାଇ ପତିମହାପାତ୍ରଙ୍କ ହସ୍ତରେ ଆସି ସୋମନାଥ ମଣ୍ଡପ ( ମାଜଣା ମଣ୍ଡପ ) ଖଟ ଉପରେ ବିଜେ ହୁଆନ୍ତି । ସେଠାରେ ପୁଜାପଣ୍ଡା , ପତିମହାପାତ୍ର ଓ ମୁଦିରସ୍ତ ଆଚାର୍ଯ୍ୟ ବ୍ରାହ୍ମଣ ବରଣ ହୋଇ ଶ୍ରୀଦୁର୍ଗାଦେବୀଙ୍କର କୋଠଭୋଗ ପାଣିଆ ସେବକ ଯୋଗାଇଥିବା ଏକ ସହସ୍ର ଗରା ଜଳଲାଗି କଲା ପରେ ଶ୍ରୀଅଙ୍ଗ ପୋଛା ପରେ ଲୁଗାଲାଗି ହୋଇ ବେଶ ହୋଇଥାନ୍ତି । ଏହାପରେ ପାଣିପଡି ଶୀତଳ ଭୋଗ ଓ ବନ୍ଦାପନାଦି ଶେଷ ହେଲେ ଦେବୀ ବିଗ୍ରହଙ୍କୁ ଭଣ୍ଡାରଘର ଦ୍ବାର ଦେଶରେ ବିଜେ କରାଗଲା ପରେ ସହସ୍ରାକୁମ୍ଭାଭିଷକ ନୀତି ସମାପ୍ତ ହୁଏ ।
ll *ବିମଳାଙ୍କ ପୀଠରେ ଷୋଳପୂଜା* ll
ନିଖିଳ ବ୍ରହ୍ମାଣ୍ତର ସୃଷ୍ଟି , ସ୍ଥିତି ଓ ପ୍ରଳୟର ମୂଳ ଉତ୍ସ ହେଉଛନ୍ତି ମାତୃରୂପୀ ଶକ୍ତି l ଶ୍ରୀକ୍ଷେତ୍ର ବାସିନୀ ମା ବିମଳାଙ୍କର ଆବିର୍ଭାଵ କେବେ ଓ କିପରି ହୋଇଅଛି ତାହା ବିଭିନ୍ନ ଶାସ୍ତ୍ର ଓ ପୁରାଣରେ ଭିନ୍ନ ଭିନ୍ନ ମତପୋଷଣ ହୋଇଥିଲେ ମଧ୍ୟ ଏହା କିନ୍ତୁ ଚିରନ୍ତନୀ l ବିଷ୍ଣୁ ପୁରାଣରେ ବର୍ଣ୍ଣିତ ସମଗ୍ର ଭାରତାବର୍ଷରେ ୫୧ ଟି ଚଣ୍ଡୀପୀଠ ମଧ୍ୟରୁ ଓଡିଶାରେ ଆଠଟି ଚଣ୍ଡୀ ପୀଠ ବିଦ୍ୟମାନ l ଏହାକୁ ଓଡିଶାରେ ଅଷ୍ଟଚଣ୍ଡୀ ନାମରେ ଅଭିହିତ କରାଯାଇଛି l ଏହି ପୀଠ ଗୁଡିକ ହେଲା କାକଟପୁର ମା ମଙ୍ଗଳା , ଝଙ୍କଡର ମା ଶାରଳା , ଯାଜପୁର ମା ବିରଜା , ତାଳଚେରର ମା ହିଙ୍ଗୁଳା , ସମ୍ବଲପୁରର ମା ସମଲେଇ , ବାଙ୍କୀର ମା ଚର୍ଚ୍ଚିକା, ବାଣପୁରର ମା ଭଗବତୀ ଓ ପୁରୀ ଶ୍ରୀକ୍ଷେତ୍ରର ମା ବିମଳା l ଏହି ପୀଠମାନଙ୍କ ଭିତରେ ବିମଳା ପୀଠର ମହିମା ଓ ଗୁଣଗାରିମା ସମଗ୍ର ଭାରତରେ ଶୀର୍ଷ ସ୍ଥାନ ମଣ୍ତନ କରିବା ସଂଗେସଂଗେ ଏକ ଆଧ୍ୟାତ୍ମିକ ଯୁଗ ସୃଷ୍ଟି କରିପାରିଛି l
*” ରାମେଶ୍ୱରୀ ସେତୁବନ୍ଧେ ବିମଳା ପୁରୁଷୋତ୍ତମେ*
*ବିରଜା ଓଡ୍ର ଦେଶେ ଚ କାମାଖ୍ୟା ନୀଳ ପର୍ବତେ”*
ଅର୍ଥାତ୍ ସେତୁବନ୍ଧ ରେ ଦେବୀ ରାମେଶ୍ୱରୀ, ପୁରୁଷୋତ୍ତମ କ୍ଷେତ୍ର ରେ ବିମଳା, ଓଡ୍ର ଦେଶରେ ସେ ବିରଜା, ପୁନଶ୍ଚ ନୀଳପର୍ବତରେ କାମାଖ୍ୟା ରୂପରେ ବିଦିତା l ତନ୍ତ୍ର ଚୂଡାମଣି ଅନୁସାରେ ଉତ୍କଳ ଦେଶରେ ହିଁ ସତୀଙ୍କ ନାଭି ପତିତ ହୋଇଥିଲା l ମହାନିର୍ବାଣ ତନ୍ତ୍ର ଅନୁସାରେ ପୁରୀ ଶ୍ରୀମନ୍ଦିର ଭୈରବୀ ଚକ୍ର ର ନକ୍ସା ଆଧାର ରେ ନିର୍ମିତ l ଏଠାରେ “କୁଳୋଡ୍ଡୀଶ ତନ୍ତ୍ର” ର “ବିମଳା ଭୈରବୀ ୟତ୍ର ଜଗନ୍ନାଥସ୍ତୁ ଭୈରବ” ନିୟମ ଅନୁସାରେ ଜଗନ୍ନାଥ ଅଜୈକପାଦ ଭୈରବ, ବଳଭଦ୍ର ଅହିର୍ବୁଧ୍ନ୍ୟ ଶେଷଭୈରବ, ସୁଭଦ୍ରା ଭୁବନେଶ୍ଵରୀ, ମହାଲକ୍ଷ୍ମୀ କମଳାତ୍ମିକା, ସୁଦର୍ଶନ ଏକଲିଙ୍ଗ ଓ ବିମଳା କୌଳେଶ୍ଵରୀ ବା ମହାଭୈରବୀ ଅଟନ୍ତି l
ବିମଳା ଶ୍ରୀମନ୍ଦିର ମଧ୍ୟରେ ଥିବା ଏକ ଶାକ୍ତ ବା କୌଳଭୈରବୀ ଙ୍କ ମନ୍ଦିର l ଦେବୀ ଚତୁର୍ଭୁଜା, ତ୍ରିନେତ୍ରା, ଗଳାରେ ମୁଣ୍ଡମାଳାଧାରିଣୀ ଏବଂ ଅଷ୍ଟଦଳ ପଦ୍ମ ଉପରେ ଦଣ୍ଡାୟମାନ l ସେ ଉପର ଦୁଇଟି ହସ୍ତରେ ନାଗପାଶ, ମତ୍ସ୍ୟକନ୍ୟା ଧାରଣ କରିଛନ୍ତି ଓ ନିମ୍ନ ହସ୍ତ ଦୁଇଟିରେ ଜପମାଳୀ , ଅମୃତ କଳସ ଧାରଣ କରିଛନ୍ତି l ମସ୍ତକରେ ଶୋଭା ପାଉଛନ୍ତି ଭୈରବ ବାସୁଦେବ ଯାହାର ମୁକୁଟରେ ସପ୍ତଫଣା ନାଗ ଅବସ୍ଥିତ l ଦେବୀଙ୍କ ଦୁଇ ପାର୍ଶ୍ଵରେ ଉଭା ହୋଇଛନ୍ତି ଛାୟା ଓ ମାୟା ନାମକ ଦୁଇଟି ବିଗ୍ରହ l ଏତଦ୍ ବ୍ୟତୀତ ମା ନନାଦି ଅଳଙ୍କାର, ପାଟଲୁଗା , ଫୁଲମାଳ, ସିନ୍ଦୂର , ଇତ୍ୟାଦିରେ ବିଭୂଷିତା ହୋଇ ଅତୀବ ସୌନ୍ଦର୍ଯ୍ୟ ମଣ୍ତନ କରିଛନ୍ତି ଗର୍ଭଗୃହର ସିଂହାସନ ଉପରେ l ପରମ ଆରାଧ୍ୟ ଦେବୀ ମା ବିମଳାଙ୍କ ପୂଜା ପଦ୍ଧତି ତଥା ଉପାସନା ପ୍ରାୟତଃ ଶ୍ରୀଜଗନ୍ନଥଙ୍କ ସଂସ୍କୃତି ସହ ସମାନ l ତାଙ୍କର ମହିମା ବଳରେ ଶ୍ରୀଜଗନ୍ନାଥଙ୍କୁ ଅର୍ପିତ ପ୍ରସାଦ ରୂପାନ୍ତରିତ ହୋଇଥାଏ ମହାପ୍ରସାଦରେ l ତେଣୁ ପ୍ରତ୍ୟହ ଶ୍ରୀଜଗନ୍ନାଥଙ୍କୁ ଲାଗିହେଉଥିବା ପ୍ରସାଦ ମା ବିମଳାଙ୍କ ପାଖକୁ ଅଣାଯାଇଥାଏ l ପୁନର୍ବାର ସେହି ପ୍ରସାଦ ମା ବିମଳାଙ୍କୁ ଅର୍ପଣ ହେଲେ ତାହା ମହାପ୍ରସାଦ ହୋଇଥାଏ l ଏହା ବିମଳାଙ୍କ ସ୍ୱତନ୍ତ୍ରତା ଅଟେ l କାତ୍ୟାୟନୀ ରୂପେ ଆରାଧିତା ଦେବୀ ବିମଳାଙ୍କ ମନ୍ଦିର କେଶରୀ ବଂଶର ରାଜା ଇନ୍ଦ୍ର ରଥଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା l ନାରଦ ପୁରାଣ, ବ୍ରହ୍ମପୁରାଣ, ସ୍କନ୍ଦ ପୁରାଣ ଓ ପୁରୁଷୋତ୍ତମ ମାହାତ୍ମ୍ୟରେ ଦେବୀ ବିମଳାଙ୍କ ଆରାଧନା ପଦ୍ଧତି ବର୍ଣ୍ଣିତ ରହିଛି l ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ବିମଳାଙ୍କ ଆରାଧନା କରାଯାଇ ଆସୁଥିବା କୁହାଯାଏ l ଶାଶ୍ୱତ ସଂହିତା, ଅହର୍ବୁୟଂ ସଂହିତା ଓ ଶାରଦା ତିଳକ ତନ୍ତ୍ରରେ ମଧ୍ୟ ଦେବୀ ବିମଳାଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି l
ମା ବିମଳାଙ୍କ ପୀଠରେ ଶାରଦୀୟ ପର୍ବ ଦଶହରା ପାଳନର ପୂଜା ପଦ୍ଧତି ଶାକ୍ତପୀଠଗୁଡିକଠାରୁ ସ୍ୱତନ୍ତ୍ର ଅଟେ l ସବୁପୀଠରେ ମା ଦୁର୍ଗାଙ୍କୁ ଶିବଙ୍କ ପତ୍ନି ରୂପେ ପୂଜା କାରାଯାଉଥିବା ବେଳେ ବିମଳାଙ୍କ ପୀଠରେ କିନ୍ତୁ ଦୁର୍ଗାମାଧବଙ୍କୁ ପୂଜା କରାଯାଇଥାଏ l ଏହିପୂଜା ଅଶ୍ୱିନମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ସେହିମାସ ଶୁକ୍ଳପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ଷୋହଳ ଦିନ ଧରି ପାଳନ କରା ଯାଇଥାଏ l ଏହି ପୂଜା କୁ ବିଭିନ୍ନ ନାମରେ ନାମିତ କରାଯାଇଛି ଯଥା ଷୋଳ ପୂଜା , ଶାରଦୀୟ ରଥଯାତ୍ରା , ଶାକ୍ତ ଗୁଣ୍ଡିଚା, ଦୁର୍ଗାମାଧବ ଉପାସନା ବା ଦଶହରା l ମୂଳାଷ୍ଟମୀରେ ସହସ୍ର କୁମ୍ଭାଭିଷେକ ପରେ ସମ୍ପ୍ରତି ଅନୁଷ୍ଠିତ ହେଉଛି ଦେବୀ ବିମଳାଙ୍କ ଷୋଡ଼ଶ ଦିନାତ୍ମକ ପୂଜା l ବିମଳାଙ୍କ ପୀଠରେ ବଳି ପ୍ରଦାନର ପରମ୍ପରା ରହିଛି l ମାର୍କଣ୍ଡେୟ ଋଷିଙ୍କ ରଚିତ ଚଣ୍ଡୀପୁରାଣର ସପ୍ତଶତୀ ଚଣ୍ଡୀରେ ବଳି ପ୍ରଥାର ବର୍ଣ୍ଣନା ରହିଛି l ଦେବୀ ବିମଳାଙ୍କୁ ଆମିଷ ଭୋଜିନୀ ବୋଲି ଅଭିହିତ କରାଯାଉଥିଲେ ମଧ୍ୟ ପ୍ରକୃତରେ ସେ ପରମ ବୈଷ୍ଣବୀ ଦେବୀ ବିମଳା ଆମିଷ ନୈବେଦ୍ୟ ଗ୍ରହଣ କରନ୍ତି ନାହିଁ l ତାଙ୍କର ୨ ପାଶ୍ୱର୍ରେ ଥିବା ଛାୟା ଓ ମାୟା ଆମିଷ ଗ୍ରହଣ କରିଥାନ୍ତି l ବାସ୍ତବରେ ବିମଳା ହେଉଛନ୍ତି କୈବଲ୍ୟ ଲୋଲୁପିନୀ ବା ନିର୍ମାଲ୍ୟ ପ୍ରିୟା ଦେବୀ l ତେବେ ବିମଳା ପରମ ବୈଷ୍ଣବୀ ଦେବୀ ହୋଇଥିଲେ ମଧ୍ୟ ଶାରଦୀୟ ଦୁର୍ଗାପୂଜାର ସପ୍ତମୀ, ଅଷ୍ଟମୀ ଓ ନବମୀରେ ବିମଳାଙ୍କ ନିକଟରେ ଛାଗବଳି ଉତ୍ସର୍ଗ କରା ଯାଇଥାଏ l ବଳିର ରକ୍ତ ଦେବୀଙ୍କ ୨ ପାଶ୍ୱର୍ରେ ଥିବା ଛାୟା ଓ ମାୟା ପାନ କରନ୍ତି l ଦେବୀ ବିମଳାଙ୍କ ନିକଟରେ ନିର୍ମାଲ୍ୟ ଭୋଗ ବହୁ ପ୍ରାଚୀନକାଳରୁ ପ୍ରଚଳିତ l କୁହାଯାଏ ଶଙ୍କରାଚାର୍ଯ୍ୟଙ୍କ ସମୟରେ ଶ୍ରୀମନ୍ଦିରରେ ଶାଳଗ୍ରାମ ପୂଜା ପାଉଥିଲେ l ଶ୍ରୀ ବିଗ୍ରହମାନେ ସେତେବେଳେ ସୋନପୁରରେ ପାତାଳୀ ହୋଇଥିଲେ l ଶଙ୍କରାଚାର୍ଯ୍ୟ ତତ୍କାଳୀନ ରାଜା ଦ୍ୱିତୀୟ ଯଯାତିଙ୍କ ସାହାଯ୍ୟରେ ସେଠାରୁ ଶ୍ରୀବିଗ୍ରହମାନଙ୍କୁ ଆଣି ପ୍ରତିଷ୍ଠା କରାଇଥିଲେ l ପ୍ରତିଷ୍ଠା ସମୟରେ ପ୍ରଥମ କରି ନିର୍ମାଲ୍ୟ ବା ଅବଢ଼ା ଭୋଗ ଆରମ୍ଭ ହୋଇଥିଲା l ଏହି ପ୍ରସାଦ ସେବନ କରିବା ପାଇଁ ବ୍ରାହ୍ମଣମାନେ ମନା କରିଦେବାରୁ ରାଜା ଯଯାତି ମହାପ୍ରଭୁଙ୍କ ନିକଟରେ ଅଧିଆ ପଡ଼ିଥିଲେ l ଏହାପରେ ଶଙ୍କରାଚାର୍ଯ୍ୟଙ୍କ ସମ୍ମୁଖରେ ଜଣେ ମୂକ ବ୍ରାହ୍ମଣକୁ ନିର୍ମାଲ୍ୟ ଦିଆଗଲା l ନିର୍ମାଲ୍ୟ ସେବନ କରିବା ପରେ ମୂକ ବ୍ରାହ୍ମଣ ମୁଖର ହୋଇଉଠି ମହାପ୍ରଭୁଙ୍କ ମହିମା ଗାନ କରିଥିଲେ l ଏହାପରେ ବ୍ରାହ୍ମଣମାନଙ୍କର ମତ ପରିବର୍ତ୍ତନ ଘଟିଥିଲା ଓ ସେମାନେ ନିର୍ମାଲ୍ୟ ଭୋଜନ କରିଥିଲେ ବୋଲି ମାଦଳା ପାଞ୍ଜିର ଉଡ୍ର ରାଜବଂଶାବଳୀରେ ଉଲ୍ଲେଖ ରହିଛି l ଆଦି ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ରରେ ବୈଷ୍ଣବପୀଠ, ଶୈବପୀଠ ଓ ଶାକ୍ତପୀଠର ପ୍ରତୀକାତ୍ମକ ଦେବତା ରୂପେ ଶ୍ରୀଜଗନ୍ନାଥ (ବିଷ୍ଣୁ), ଶ୍ରୀବଳଭଦ୍ର(ଶିବ) ଓ ସୁଭଦ୍ରା(ଦୁର୍ଗା) ରୂପେ ପ୍ରତିଷ୍ଠା କରିଥିଲେ।ବିମଳାଙ୍କ ପୀଠରେ ଷୋଳପୂଜା ସମୟରେ ରତ୍ନ ସିଂହାସନ ଉପରେ ପୂଜା ପାଉଥିବା ମାଧବ ବା କାଳପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କଠାରୁ ଆଜ୍ଞାମାଳ ପାଇ ପାଲିଙ୍କିରେ ବିଜେ କରି ବିମଳାଙ୍କ ମନ୍ଦିରକୁ ଯାଇଥାନ୍ତି l ୮ଦିନ ଧରି ଦୁର୍ଗାମାଧବ ବିମଳାଙ୍କ ମନ୍ଦିରରେ ଅର୍ଚ୍ଚିତ ହେଉଥିବାବେଳେ ନବମୀ ଦିନଠାରୁ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ରଥରେ ବିଜେ କରନ୍ତି l ଏହା ଶାକ୍ତ ଗୁଣ୍ଡିଚା ରୂପେ ଜଣାଶୁଣା l ଷୋଳପୂଜାରେ ବିମଳାଙ୍କ ନିକଟରେ ସ୍ୱତନ୍ତ୍ର ଧୂପ ଓ ସ୍ୱତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ l ପ୍ରତ୍ୟହ ବିମଳାଙ୍କ ମନ୍ଦିରର ଜଗମୋହନରେ ହୋମ ଓ ଚଣ୍ଡୀପୀଠ କରାଯାଏ l ଦେବୀ ବିମଳା ବିଭିନ୍ନ ଦିବସରେ ବନଦୁର୍ଗା,ଭୁବନେଶ୍ୱରୀ, ନାରାୟଣୀ, ମାତଙ୍ଗିନୀ, ଦଶଭୁଜା, ରାଜେଶ୍ୱରୀ, ହରଚଣ୍ଡୀ ଓ ସିଂହବାହିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି l
ଆଶ୍ୱିନ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଓ ନବମୀରେ ବିମଳାଙ୍କ ନିକଟରେ ଛାଗ ବଳି ପଡ଼ିବ l ଏହି ୩ଦିନ ନିଶାର୍ଦ୍ଧରେ ବିମଳାଙ୍କ ଆମିଷ ଭୋଗ କରାଯିବ l ଏହି ଭୋଗ ପ୍ରସ୍ତୁତି ପାଇଁ ବିମଳାଙ୍କ ମନ୍ଦିର ପାଶ୍ୱର୍ରେ ତାଟି ଘେରାଯାଇ ନିର୍ମିତ ହେବ ସ୍ୱତନ୍ତ୍ର ରୋଷଶାଳା l ଶ୍ରୀଜିଉମାନଙ୍କ ପହୁଡ଼ ପରେ ମନ୍ଦିର ଶୋଧ କରାଯାଇ ଅସ୍ଥାୟୀ ରୋଷଶାଳାରେ ଆମିଷ ଭୋଗ ରନ୍ଧାଯିବ l ମନ୍ଦିରର ସୁଆରମାନେ ଭୋଗ ପାଇଁ କାନିକା, ଡାଲି, ମାଛ ବେସର, ମାଛଭଜା ଓ ଖିରି ବ୍ୟଞ୍ଜନ ପ୍ରସ୍ତୁତ କରିବେ l ଭୋଗରନ୍ଧା ସରିବା ପରେ ଛାଗବଳି ଦିଆଯିବl କଳାରଙ୍ଗର ବସ୍ତ୍ର ପରିହିତ କଟାରିଆ ଛାଗବଳି ପକାଏ l ଛାଗର ମୁଣ୍ଡ କଟାଯିବା ପରେ ତାହାକୁ ଚାଉଳ ରହିଥିବା ୨ଟି ସରାରେ ରଖାଯାଏ ଓ ସେଥିରେ କିଛି କଦଳୀ ମଧ୍ୟ ରଖାଯାଏ l ବିମଳାଙ୍କ ସମ୍ମୁଖରେ ଏହି ସରା ଦୁଇଟି ରଖାଯାଇ ପୂଜା କରାଯାଏ l ସହରବାସୀ ଗଭୀର ନିଦ୍ରାମଗ୍ନ ଥିବାବେଳେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ l ବିମଳାଙ୍କ ନିକଟରେ ମାନସିକ କରାଯାଇଥିବା ଅନ୍ୟ ଛାଗବଳି ବଣିଆପଟିରେ ଥିବା ବିମଳାଙ୍କ ପ୍ରତିନିଧି ରୂପେ ପରିଚିତା କାକୁଡ଼ିଖାଇଙ୍କ ନିକଟରେ ପକାଯାଏ l ତିନି ପୂଜା ଅବସରରେ ଦେବୀ ବିମଳାଙ୍କ ଭୋଗ ସରଞ୍ଜାମ ପଶ୍ଚିମ ଦ୍ୱାର ବାଟେ ମନ୍ଦିରକୁ ନିଆଯାଏ l ଷୋଳପୂଜା ସମୟରେ ବିମଳାଙ୍କ ନିକଟକୁ କୌଣସି ମହିଳାଙ୍କୁ ଛଡ଼ାଯାଏ ନାହିଁ l ପ୍ରତ୍ୟହ ଶ୍ରୀଜିଉମାନଙ୍କ ନିକଟରେ କରାଯାଉଥିବା ଭୋଗ ବିମଳାଙ୍କ ନିକଟରେ ସମର୍ପିତ ହେବା ପରେ ହିଁ ତାହା ମହାପ୍ରସାଦର ମାନ୍ୟତା ଲାଭ କରିଥାଏ l ସନ୍ଧ୍ୟା ଧୂପ ପରେ ଥାଳି ଭୋଗ ବିମଳାଙ୍କ ନିକଟକୁ ସମର୍ପଣ ପାଇଁ ଆସିଥାଏ l ଭୋଗ ଉପରେ ବିମଳାଙ୍କ ବେଲ ପତ୍ର ପଡ଼ିବା ପରେ ତାହା ମହାପ୍ରସାଦରେ ପରିଣତ ହୁଏ l କେଉଁ ପ୍ରାଚୀନକାଳରୁ ଏହି ସ୍ୱତନ୍ତ୍ର ପୂଜା ବିଧି ପ୍ରଚଳିତ ହୋଇଆସୁଛି l ମା ବିମଳା ହେଉଛନ୍ତି ବିଶ୍ୱଜଗତର ଶ୍ରେଷ୍ଟ ଶକ୍ତି, ସଚରାଚର ବ୍ରହ୍ମାଣ୍ଡର ଆଦି ଶକ୍ତି ତଥା ଆଦିମାତା l ତ୍ରୈଲୋକ୍ୟ ପୁରୀର ମଉଡମଣୀ ଓ ବଡ ଦେଉଳର ବଡ ଠାକୁରାଣୀ ସର୍ବୋପରି ସେ ହେଉଛନ୍ତି ସମସ୍ତ ଦେବୀମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ କର୍ତ୍ତ୍ରୀ ଓ ସମସ୍ତ ଜୀବଜଗତର ପ୍ରାଣବିନ୍ଦୁ l
ଶ୍ରୀ ଶ୍ରୀ ଶ୍ରୀ ବିମଳା ମଣୋହୀ /ବିମ୍ବଳାଇ ମଣୋହି/ବିମ୍ବଳୀ
ଷୋଳପୂଜା ସମୟରେ ଶ୍ରୀ ମହାପ୍ରସାଦ ପୁନଃ ବିମଳାଙ୍କୁ ସମର୍ପଣ କରାଯାଏ। ତାହାକୁ ବିମଳାଇ/ବିମ୍ବଳୀ/ବିମ୍ବଳାଇ ମଣୋହି କୁହାଯାଇଥାଏ। ସାଧାରଣତଃ ବର୍ଷ ସାରା ବିମଳା ଶ୍ରୀ ମହାପ୍ରସାଦ ଗ୍ରହଣ କରନ୍ତି କିନ୍ତୁ ଷୋଳପୂଜା ସମୟରେ ଏହି ବିମଳା ମଣୋହୀ ର ମହତ୍ତ୍ୱ ଖୁବ୍ ଅଧିକ ଓ ସ୍ଵତନ୍ତ୍ର।
ଶ୍ରୀ ବିମଳା ମଣୋହୀ ସକାଳ ଧୂପ ମହାପ୍ରସାଦ ପିଠା , ସର, ଖେଚୁଡ଼ି ଆଳତୀ କର୍ପୂର।
Sri Sri Sri Bimala Manohi /Bimbalai Manohi / Bimbali
Shri Mahaprasad is dedicated to Bimala at the time of Shola Puja. That is called Bimalai/Bimbali/Bimbalai Manohi. Usually Bimala accepts Sri Maha Prasad throughout the year, but during Shola Puja, the importance of this Bimala Manohi is very high and special.
Shri Bimala Manohi morning DHUPA great prasad pitha, Sar, Khechudi Alati Karpur.
During the Shola Puja (16-day puja) of Sri Sri Bimala, the sacred Mahaprasad is offered back to Bimala Devi. This offering is known as Bimala Manohi /Bimbali/Bimbalaai Manohi. Typically, Bimala Devi gets Mahaprasad throughout the year, but during sacred Shola Puja, the significance of Bimala Manohi is particularly high and unique.
Here is the Bimala Manohi offering includimg sacred morning Mahaprasad items like pitha , sara, khechudi (a savory rice dish), and alati karpur (camphor).

Bimala Debi Bhoga

ସାରା ବର୍ଷ ଯେଉଁ ତନ୍ତ୍ର ପୀଠ ଶାନ୍ତ ରହେ ସେହି ପୀଠ ଶାରଦୀୟ ପାର୍ବଣ ଆସିବା ମାତ୍ରେ ଜାଗ୍ରତ ହେଇଉଠେ। ଏହି ସମୟରେ ଯେଉଁ ଭୋଗ ତୁଳସୀ ପଡି ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିଥାଏ ତାହା ପୁନର୍ବାର ମହାଦେବୀଙ୍କ ନିକଟରେ ବେଲପତ୍ର ପଡି ଷୋଡଶ ଉପଚାର ପୂଜାବସେ | ଏତତ୍ ବ୍ୟତୀତ କାତ୍ୟାୟନୀ କଳ୍ପକ୍ତ ତ୍ରିଦିନାତ୍ମକ ମହାସପ୍ତମୀ ମହାଷ୍ଟମୀ ଓ ମହାନବମୀରେ ମହାପ୍ରଭୁଙ୍କ ପହୁଡ ଅନ୍ତେ ଅସ୍ଥାୟୀ ରୋଷଘରେ ମହାଦେଵୀଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଶଙ୍ଖୁଡି ଭୋଗ ( ମାଛ ମହୁର, ଖେଚୁଡ଼ି, କାନିକା, ଡାଲି ଖଟା ଆଦି ) ରୋଷେଇ ହୋଇ ମଣୋହି ହୁଏ | ଏହି ଭୋଗରୁ କଣିକାଏ ମାତ୍ର ପାଇବାର ଆଶା ରଖି ଦୂରଦୁରାନ୍ତରୁ ଅନେକ ତନ୍ତ୍ର ସାଧକ ଚାଲିଆସନ୍ତି ପୁରୁଷୋତ୍ତମ କ୍ଷେତ୍ର | ତ୍ରିଦିନାତ୍ମିକ ପୂଜା ଅବସରରେ ମହାପ୍ରଭୁଙ୍କ ପହୁଡ ନୀତି ବଢିବା ପରେ ଦେବୀଙ୍କ ପାଖରେ ପ୍ରତିଦିନ ଦୁଇଟି ଲେଖାଏଁ ପଶୁପ୍ରୋକ୍ଷଣ ହୋଇ ମଧ୍ୟରାତ୍ରରେ ବଳି ହୋଇଥାଏ | ବଳି ଅନ୍ତେ ସେ ରୁଧିର ସହିତ ତଣ୍ଡୁଳ ଆଦି ମିଶି ସମର୍ପଣ ହୋଇଥାଏ |ଆମ ପୁରୀରେ ବିଶ୍ୱାସ ରହିଛି ଅପୁତ୍ରିକ ନାରୀ ଯଦି ମାଙ୍କ ଏହି ରୁଧିର ଯୁକ୍ତ ଚାଉଳ ଗ୍ରହଣ କରନ୍ତି ତେବେ ସେ ନିଶ୍ଚିନ୍ତ ରୂପେ ପୁତ୍ରବତୀ ହୁଅନ୍ତି | ଦେବୀଙ୍କ ବିନା ଆଜ୍ଞାରେ ସେ କଣିକାଏ ପାଇବାର ସୌଭାଗ୍ୟ ଦେବତାଙ୍କୁ ମଧ୍ୟ ମିଳେନାହିଁ |
ଭୋଗ ଓ ମୋକ୍ଷ ଏକତ୍ର ସମ୍ଭବ କି?
ଯତ୍ରାସ୍ତି ଭୋଗୋ ନ ହିଁ ତତ୍ର ମୋକ୍ଷହ।
ଯତ୍ରାସ୍ତି ମୋକ୍ଷହ ନ ହି ତତ୍ର ଭୋଗୋଃ।।
ଶ୍ରୀସୁନ୍ଦରୀପୁଜନ – ତତପରଣାମ୍।
ଭୋଗଶ୍ଚ ମୋକ୍ଷଶ୍ଚ କରସ୍ଥ ଏବ।।
ଯେଉଁ ଠାରେ ଭୋଗ ଅଛି, ସେଠାରେ ମୋକ୍ଷ ନାହିଁ। ଯେଉଁ ଠାରେ ମୋକ୍ଷ, ସେଠାରେ ଭୋଗ ନାହିଁ। କିନ୍ତୁ ଶ୍ରୀସୁନ୍ଦରୀ ( ତ୍ରିପୁରା ସୁନ୍ଦରୀ ) ଙ୍କ ପୁଜନରେ ତତପର ବ୍ୟକ୍ତି ମାନଙ୍କର ଭୋଗ ଓ ମୋକ୍ଷ କରତଳରେ ହିଁ ସ୍ଥିତ।
ଅନେକ ତନ୍ତ୍ର ଶାସ୍ତ୍ରଜ୍ଞ ମତ ପ୍ରକାଶ କରନ୍ତି ବିମଳା ହେଉଛନ୍ତି ସାକ୍ଷାତ ତ୍ରିପୁରସୁନ୍ଦରୀ | ଲଳିତାସହସ୍ରନାମସ୍ତୋତ୍ରମ୍ ରେ ଓଡ୍ୟାଣପୀଠ-ନିଲୟା ବିନ୍ଦୁ-ମଣ୍ଡଳ ବାସିନୀ ବୋଲି କୁହାଯାଇଛି | ଓଡ୍ୟାଣପୀଠ ବା ଉଡ୍ଡୀୟାନ ପିଠାଧୀଶ୍ବରୀ ଏହି ଷୋଳ ପୂଜା ସମୟରେ ଭୋଗ ଓ ମୋକ୍ଷ ରୂପରେ ତାଙ୍କ ଦିବ୍ୟ ବିମ୍ବଳି ମାଧ୍ୟମରେ ପ୍ରଦାନ କରନ୍ତି |
ତ୍ରିଦିନାତ୍ମିକ ପୂଜା ଅବସରରେ ମହାପ୍ରଭୁଙ୍କ ପହୁଡ ନୀତି ବଢିବା ପରେ ଦେବୀଙ୍କ ପାଖରେ ପ୍ରତିଦିନ ଦୁଇଟି ଲେଖାଏଁ ପଶୁପ୍ରୋକ୍ଷଣ ହୋଇ ମଧ୍ୟରାତ୍ରରେ ବଳି ହୋଇଥାଏ | ବଳି ଅନ୍ତେ ସେ ରୁଧିର ସହିତ ତଣ୍ଡୁଳ ଆଦି ମିଶି ସମର୍ପଣ ହୋଇଥାଏ
** ଶ୍ରୀମନ୍ଦିରରେ ପବିତ୍ର ଦଶହରା ତଥା ବିଜୟା ଦଶମୀ **
ଆଶ୍ୱିନ ଶୁକ୍ଳ ଦଶମୀ ଦିନ ଦଶହରା ପର୍ବ ବିଭିନ୍ନ ସ୍ଥାନରେ ମହାସମାରୋହରେ ପାଳିତ ହେଉଥିବା ବେଳେ ଶ୍ରୀମନ୍ଦିର ଏହି ଦିନ ବିଶେଷ ନୀତି ପ୍ରଚଳନ ରହିଛି । ଏହା ଅପରାଜିତା ଦଶମୀ ନାମରେ ପରିଚିତ ।
ଅବକାଶ ନୀତି ବଢ଼ିଲା ପରେ ମଇଲମ ହୋଇ ତିନି ବାଡ଼ରେ ଚନ୍ଦନ ଲାଗି , ନୂଆଲୁଗା , ୩୨ ମୂର୍ତ୍ତି ସ୍ବର୍ଣ୍ଣ ଅଳଙ୍କାର ଲାଗି ହୋଇ ରାଜରାଜେଶ୍ୱର ବେଶ ହୋଇଥାଏ। ଏହି ବେଶ ରେ ପାଞ୍ଚଖଣ୍ଡ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥାଏ। କର୍ପୂର ଲାଗି ପରେ ଗୋପାଳ ବଲ୍ଲଭ ଓ ତତ୍ପରେ ସକାଳ ଧୂପ ସରିବା ପରେ ଭଣ୍ଡାର ଦ୍ୱାରଠାରେ ପୂଜାପଣ୍ଡା ସେବକ ଅୟୁଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରିଥାନ୍ତି ।ପରେ ସହସ୍ରାକୁମ୍ଭାଭିଷେକ ହୋଇଥାଏ। ୬ ଜଣ ମେକାପ ସେବକ ୩ଟି ରୂପା ଥାଳିଆ ରେ ଆୟୁଧ ମାନଙ୍କୁ ରଖି ତଳୁଚ୍ଛ ଓ ପ୍ରଧାନୀଙ୍କ ସହ ହାତ ପଇଠ ହୋଇ ପଟୁଆର ରେ ବଡ଼ଦେଉଳକୁ ୩ ଥର ପରିକ୍ରମା କରିଥାନ୍ତି। ଏହାପରେ ପଳିଆ ପୁଷ୍ପାଳକ ୩ ବାଡ଼ରେ ହଳ ମୁଷଳ , ତଡ଼ଗୀ , ଶଙ୍ଖ ଚକ୍ର ଆୟୁଧ ମାନଙ୍କୁ ଲାଗି କରାଇଥାନ୍ତି ।
ଦକ୍ଷିଣ ଘର ଠାରେ ଶ୍ରୀ ମଦନମୋହନ , ରାମକୃଷ୍ଣ ବୀର ବେଶ ରେ ସଜ୍ଜିତ ହୋଇଥାନ୍ତି । ଦକ୍ଷିଣୀ ଘର ଭୋଗ ବଢ଼ିଲାପରେ ଶ୍ରୀ ମଦନମୋହନ , ରାମ କୃଷ୍ଣ , ଶ୍ରୀ ଦୁର୍ଗା ମାଧବ ଙ୍କୁ ରତ୍ନସିଂହାସନ ବିଜେ ହୋଇଥାନ୍ତି। ସେଠାରେ ପୂଜା ପଣ୍ଡା , ପତି ମହାପାତ୍ର ଓ ମୁଦିରସ୍ତ ୩ ବାଡ଼ରେ ମଙ୍ଗଳାର୍ପଣ କରିଥାନ୍ତି । ତତ୍ପରେ ପୂଜାପଣ୍ଡା ଚଳନ୍ତିପ୍ରତିମାଙ୍କୁ ୫ ଖଣ୍ଡ ଆଜ୍ଞାମାଳ ଦେଲା ପରେ ପାଳିଆ ପୁଷ୍ପାଳକ ଉକ୍ତ ପ୍ରତିମା ମାନଙ୍କୁ ବଟ ମୂଳେ ଥିବା ପାଲିଙ୍କି , ବିମାନ ଓ ରଥରେ ବିଜେ କରାଇଥାନ୍ତି।
ଏହାପରେ ବିମାନ , ପାଲିଙ୍କି ଓ ରଥ କୁ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠର ମହାଖଳା ପଦାକୁ ବିଜେ କରନ୍ତି।
ସେଠାରେ ପ୍ରସାଦ ଲାଗି , ଶୀତଳ ଭୋଗ ଓ ବନ୍ଦାପନା ନୀତି ଅନୁଷ୍ଠିତ ହେବା ପରେ ଉକ୍ତ ଚଳନ୍ତି ପ୍ରତିମା ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।
ଶ୍ରୀ ଦୁର୍ଗା ମାଧବ ରୁନ୍ଧା ଫିଟା ହୋଇ , ମାଧବ ରତ୍ନସିଂହାସନ କୁ ଓ ଦେବୀ ଦୁର୍ଗା ଭଣ୍ଡାର ଘରକୁ ବିଜେ କରିଥାନ୍ତି।
ଶ୍ରୀ ମଦନମୋହନ , ରାମକୃଷ୍ଣ ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି। ତତ୍ପରେ ଅନ୍ୟାନ୍ୟ ନୀତିମାନ ଅନୁଷ୍ଠିତ ହୋଇଥାଏ








ll *ବାଳ ଧୂପ କଥା* ll
ଶ୍ରୀ ଜୀଉ ମାନଙ୍କ ରାଧା ଦାମୋଦର ବେଶ
*ରାଇ ଦାମୋଦର ବନ୍ଦନା*
“ଜୟ ଜୟ ଦାମୋଦର ମୂରତି,
ଜୟ ଜୟ ରମଣ ଯଦୁପତି।
ଜୟ ନିଳାଦ୍ରୀ ନୀଳଗିରି ବାସୀ,
ଜୟ ଜଗନ୍ନାଥ ହୃଷୀକେଶୀ।
ଶୁଣ ସୁଜନେ କରି ଏକମନ,
ଏହୁ ବାଳ ଧୂପ ବୋଲି ଗହନ।
କୋଟି ଜନ୍ମର ପାତକେ ଖଣ୍ଡିବୁ,
ଅନ୍ତେ ବୈକୁଣ୍ଠପୁରକୁ ଗମିବୁ।”
କାର୍ତ୍ତିକ ମାସରେ ଶ୍ରୀ ଜୀଉ ମାନଙ୍କ ରାଧା ଦାମୋଦର ବେଶ ହୋଇଥାଏ। ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ। ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳ ଧୂପ ନାମରେ ପରିଚିତ।ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତ କୋରା , ଦୋଭଜା , ଲିଆ , ଅଦା , ଖଇ , ନଡିଆ , ଖୁଦି , ଚାଉଳିଆ , ସେଓ , କମଳା , କଦଳୀ , କାକୁଡ଼ି , ପଇଡ଼ ଆଦି ଭୋଗ ହୋଇଥାଏ। ପରମ୍ପରା ଅନୁଯାୟୀ ଏହି ସମୟରେ ବଡ଼ ଛତା ମଠ ତରଫରୁ ସଙ୍ଗୀତ ଗାନ ଓ ରାଧାକାନ୍ତ ମଠ ତରଫରୁ ସଂକୀର୍ତ୍ତନ ହୋଇଥାଏ।
ଭକ୍ତ କ୍ରନ୍ଦନରେ ଶ୍ରୀଜଗନ୍ନାଥ ହୋଇ ଉଠନ୍ତି କଲ୍ପତରୁ, କେବେ ବିଦୁର ଘରେ ଶାଗ ପଖାଳ ଖାନ୍ତି କେବେ ଦ୍ରୋପଦିକୁ କୋଟି ବସ୍ତ୍ର ପ୍ରଦାନ କରନ୍ତି । ଭକ୍ତ ସେବକ ତଳିଛ ମହାପାତ୍ର କଥା ରଖିବା ପାଇଁ ମହାପ୍ରଭୁ ଶିରରେ ଚୁଳବି ଅଣିଦେଇଥିଲେ ।ଏହି ବାଳ ଧୂପ ସମ୍ପର୍କରେ ଏକ ଜନଶ୍ରୁତି ରହିଛି , ଗଜପତି ପ୍ରତାପରୁଦ୍ରଦେବଙ୍କ ଶାସନ ସମୟ ,ଏକଦା ତଳୁଚ୍ଛ ନାରାୟଣ ମହାପାତ୍ର ନାମରେ ଜଣେ ସେବକ ଦ୍ୱିପ୍ରହର ଧୂପ ଶେଷ ପରେ ମଇଲମ କରି ମହାପ୍ରଭୁଙ୍କ ନାସାରୁ ଗୁଣାଟି ନେଇ ଲାବଣ୍ୟବତୀ ଦେବଦାସୀଙ୍କୁ ପ୍ରଦାନ କଲେ। ଏହି ଘଟଣା ପରେ, ରାଜକର୍ମଚାରୀଙ୍କଠାରୁ ଖବର ପାଇ ଗଜପତି ମହାରାଜା ସନ୍ଧ୍ୟା ଆଳତି ସମୟରେ ଶ୍ରୀମନ୍ଦିରକୁ ବିଜେ କଲେ। ଗଜପତିଙ୍କ ବିଜେ ଖବର ଶୁଣି, ସେଦିନର ପାଳିଆ ପୁଷ୍ପାଳକ ଥିବା ତଳିଛ ମହାପାତ୍ର ଲାବଣ୍ୟବତୀଙ୍କଠାରୁ ଗୁଣାଟିକୁ ତୁରନ୍ତ ନେଇଆସି ସିଂହାସନ ପାଖରେ ରଖିଦେଲେ। ଯଥାସମୟରେ ସନ୍ଧ୍ୟା ଆଳତି ଦର୍ଶନ ସାରି ରାଜା ଫେରିବା ବେଳେ ତଳିଛ ମହାପାତ୍ର ଗୁଣାଟିକୁ ରାଜାଙ୍କ ହାତକୁ ବଢ଼ାଇ ଦେଲେ। ଗଜପତି ମହାରାଜା ଶ୍ରୀନଅରରେ ପହଞ୍ଚି ମହାରାଣୀଙ୍କୁ ଗୁଣାଟିକୁ ଉପହାର ଦେଲେ।
ରାଣୀ ଗୁଣାଟିକୁ ନେବା ସମୟରେ ଦେଖିଲେ, ସେଥିରେ ଏକ ଲମ୍ବା କେଶ ଲାଗିଛି। ମନଦୁଃଖରେ ସେ ରାଜାଙ୍କୁ ସେକଥା ଜଣାଇଲେ। ତଳିଛଙ୍କୁ ସଙ୍ଗେସଙ୍ଗେ ଶ୍ରୀନଅରକୁ ଡକାଗଲା। ସେବାରେ ତ୍ରୁଟି କରିଥିବାରୁ ସେ ଦଣ୍ଡ ପାଇବେ ବୋଲି ତାଗିଦ କରାଗଲା। ତଳିଛ ରକ୍ଷା ପାଇବାକୁ କହିଲେ-
” ମଣିମା ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ କେଶ ଅଛି “
ମହାପ୍ରଭୁଙ୍କ ଶ୍ରୀମସ୍ତକରେ କେଶଗୁଚ୍ଛ ରହିଛି। ଏକଥା ଶୁଣି ରାଜା ଆଶ୍ଚର୍ଯ୍ୟ ଚକିତ ହୋଇ କହିଲେ- ଆସନ୍ତାକାଲି ସକାଳ ଧୂପ ସମୟରେ ଆମ୍ଭେ ପ୍ରତ୍ୟକ୍ଷ ହୋଇ ପ୍ରଭୁଙ୍କ କେଶ ଦେଖିବୁ। ସେବକ ଏହାଜାଣି ତାର ନିଦ ହଜିଗଲା, ଆକୁଳତା ବଢିଗଲା ଧାର ଧାର ହୋଇ ଲୁହ ଝରିଲା । ତଳୁଚ୍ଛ ନାରାୟଣ ମହାପାତ୍ର ବିଷାଦଗ୍ରସ୍ତ ହୋଇ ମହାପ୍ରଭୁଙ୍କ ନିକଟରେ ଶରଣା ଗତ ହେଲେ ଓ ନିଜର କର୍ମ ନିମନ୍ତେ ଅନୁତାପ କରିବା ସହ ପ୍ରାର୍ଥନା ମଧ୍ୟ କଲେ ।
“ଭଲା ଜଗନ୍ନାଥଙ୍କ କଥା ଥାଉ।
ଆମ୍ଭ ଜାତି ଜୀବନ ପଛେ ଯାଉ ।।
ଆଉ ପ୍ରଭୁ ପଣ କେତେ ବେଳେକୁ।
ଯାହା ନୋହେଲା ଏମନ୍ତକାଳକୁ।।
କେହି ଡାକନ୍ତି ରଖ ନାରାୟଣ ।
ଆହେ ନୃପତି ମାନ ଉଦ୍ଧାରଣ ।।
କେହୁ ବୋଲେ ଗଜେନ୍ଦ୍ର ମୋକ୍ଷଦାତା
ରଖ ଶ୍ରୀ ଜଗନ୍ନାଥ ଫେଡ଼ି ଚିନ୍ତା ।। “
ପ୍ରାର୍ଥନା କରି ତଳୁଚ୍ଛ ସେହି ଦିନ ରାତ୍ରୀ ରେ ଶୟନ କଲେ। ଭକ୍ତଙ୍କ ବ୍ୟାକୁଳତା ମହାପ୍ରଭୁଙ୍କୁ ଅସ୍ତିର କଲା । ରାତ୍ରୀ ୩ ଘଡି ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ସ୍ୱପ୍ନ ରେ କୁହନ୍ତି ,
” ଆଜ୍ଞାଦେଲେ ହୋ ଭାଲୁଛ କାହିଁକି।
ଆମ୍ଭ ତ୍ରିମୁଣ୍ଡିରେ ବାଳ ନାହିଁକି ।।
ଚୂଳ ଯଶୋଦା ବନ୍ଧୁଥିଲେ କାହିଁ ।
ଯେବେ ଆମ୍ଭ ତ୍ରିମୁଣ୍ଡିରେ ବାଳ ନାହିଁ।।
କଉଶଲ୍ୟା କେଉଁ ବାଳ ବାନ୍ଧିଲେ ।
କେଉଁ ରୂପେ ଗଭାମାନ ଖଞ୍ଜିଲେ ।।
ତୁମ୍ଭେ ଜାଣୁ ଜାଣୁ ବଣା ହେଉଛ ।
ଏହା ବିଚାରି ଧଉର୍ଯ୍ୟ ନୋହୁଛ ।।
ରାଜା ବାଳକୁ କରିଛି କଟାଳ ।
କାଲି ସକାଳୁ ଦେଖଇବ ବାଳ।।। “
ଏହା ସ୍ୱପ୍ନ ରେ ଦେଖି ତଳୁଚ୍ଛ ଉଠିବସିଲେ , ମହାପ୍ରଭୁଙ୍କୁ ନମସ୍କାର କରି ନିଜ ନିତ୍ୟ କର୍ମ ସାରି ଦେଉଳକୁ ବାହାରିଲେ ସେବା ପୂଜା କରିବା ଲାଗି। ତତ୍ପର ଦିନ ଅବକାଶ ନୀତି ବଢି ମହାପ୍ରଭୁଙ୍କ ରାଧାଦାମୋଦର ବେଶ ହେଲା । ଏଣେ ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ବାଳ ଦେଖି ସମସ୍ତେ ଆଛମ୍ଭିତ । ସକାଳ ଧୂପ ବଢ଼ିଲା ପରେ ଗଜପତି ଆସି ବଡ଼ଦେଉଳର ପହଁଚିଲେ ତଳୁଚ୍ଛଙ୍କ ମିଥ୍ୟାକୁ ପରୀକ୍ଷା କରିବା ଲାଗି। ଏହି ସମୟରେ ତଳୁଚ୍ଛ ଆସି ଗଜପତିଙ୍କୁ ଗର୍ଭଗୃହ ମଧ୍ୟକୁ ନେଇଗଲେ ଓ ତାଙ୍କୁ ତ୍ରିମୁଣ୍ଡିରେ ବାଳ ଦେଖାଇଲେ।
ଗଜପତି ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ବାଳ ଦେଖି ଆଶ୍ଚର୍ଯ୍ୟ ହେଲେ ତେବେ ତାଙ୍କୁ ସନ୍ଦେହ ହୋଇଥିଲା ତେଣୁ ସେ କିଛି ବାଳକୁ ଓପାଡି ଦେଇଥିଲେ । ଧାର ଧାର ହୋଇ ରକ୍ତ ବହିଆସି ଶ୍ରିମୁଖକୁ ସିକ୍ତ କଲା । ଗଜପତିଙ୍କ ଜ୍ଞାନ ହଜିଗଲା, ଅପରାଧି ମନେକାରି ବିଳାପ କାରିବାକୁ ଲାଗିଲେ ।
” ଧରି ତ୍ରିମୁଣ୍ଡି ଠାରୁ ସେ ଚିକୁର ।
ଟେକି ଦିଅନ୍ତେ କର୍କଶି ଉପର।।
ତତ କ୍ଷଣେ ରୁଧିର ଜର ଜର ।
ବହି ପଡିଲା ଶ୍ରୀମୁଖ ମଣ୍ଡଳ।।
ଯେହ୍ନେ କଳା ମେଘ ରୁ ରଙ୍ଗଜଳ ।
ବହି ପଡିଲା ଶ୍ରୀମୁଖ ମଣ୍ଡଳ।।
ଦେଖି ନୃପତି ର ଜ୍ଞାନ ବୁଡ଼ିଲା ।
କାଟିଦେଲା ବୃକ୍ଷ ପ୍ରାୟ ପଡିଲା।।
ପଡି ଶିରେ ତାଡ଼ଇ ବେନି ପାଣି।
ବାବୁ କି ଅପ୍ରାଧ କଲି ନଜାଣି।।
କ୍ରୋଧେ ବୋବାଳି ପାଡି ଥରହର।
ଏବେ କେମନ୍ତେ ରହିବ ରୁଧିର।।”
ତଳୁଚ୍ଛଙ୍କ ପାର୍ଥନାରେ ରକ୍ତ କ୍ଷରଣ ବନ୍ଦ ହେଲା । ଶ୍ରିନହରରେ ମହାରାଜ ଦୁ୍ଃଖ ଓ ସନ୍ତପାରେ ରହିଲା ପରେ ତୃତୀୟ ଦିନ ରାତିରେ ମହାପ୍ରଭୁ ରାଜାଗ୍କୁ ସ୍ବପ୍ନରେ ଅଜ୍ଞାଦେଲେ –
ଏଯେ ଅପ୍ରାଧ କ୍ଷମା ହେଲା ।
ତୋର ବାଳ ଅପ୍ରାଧେ ବାଳଭୋଗ କର ।।
ସେହିଦିନଠାରୁ ଏଯାଏ, ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ବାଳଧୂପ ଭୋଗ ଅନୁଷ୍ଠିତ ହୋଇଆସୁଅଛି। ଭକ୍ତ ନିମନ୍ତେ ମହାପ୍ରଭୁଙ୍କ ଏହି ଅଦ୍ଭୁତ ଲୀଳା କୁ ମନେ ରଖିବାକୁ ଯାଇ ସେହି ଦିନ ଠାରୁ ବାଳ ଧୂପର ପ୍ରଚଳନ ହେଲା ଯାହା ସକାଳ ଧୂପ ପରେ ହୋଇଥାଏ। ସକାଳ ଧୂପ ସମୟରେ ଷୋଡଶ ଉପଚାର ରେ ମଣୋହି ହେଲା ପରେ ପୂଜାପଣ୍ଡା ସେମିତି ସିଂହାସନ ଉପରେ ବସିଥାନ୍ତି । ତଳେ ମହାପ୍ରସାଦ ଉଠି ପାଣି ପଡିଲା ପରେ ବାଳଧୂପ ପଞ୍ଚ ଉପଚାର ରେ ଅନୁଷ୍ଠିତ ହୋଇଥାଏ।ପରମ୍ପରାକ୍ରମେ ବାଳଧୁପ ନିର୍ଦ୍ଧଷ୍ଟ ମଠ ମଧ୍ୟ ବାଳଧୁପ ନିମନ୍ତେ ଭୋଗସାମଗ୍ରି ଶ୍ରୀମନ୍ଦିରକୁ ପଠାଯାଉଛି ।![]()
||ଶ୍ରୀମନ୍ଦିରରେ ବାଳଧୂପ ଭୋଗ||

ପବିତ୍ର ଆଶ୍ୱିନ ଶୁକ୍ଳ ପକ୍ଷ ଏକାଦଶୀ ତିଥି (ପାପାଙ୍କୁଶା ଏକାଦଶୀ) ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନଙ୍କର ରାଇ ଦାମୋଦର ବେଶ ବା ରାଧା ଦାମୋଦର ବେଶ ନୀତି ଅନୁଷ୍ଠିତ ହେଉଅଛି ।

ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳ ଧୂପ ନାମରେ ପରିଚିତ।

ମହାପ୍ରଭୁଙ୍କର ଅବକାଶ ନୀତି ବଢିଲେ ଗୋପାଳ ବଲ୍ଲଭ, ସକାଳ ଧୂପ ଅନୁଷ୍ଠିତ ହୁଏ।

ଏହା ପରେ ବାଳଧୂପ ନୀତି ଅନୁଷ୍ଠିତ ହୁଏ ।

ଏହି ଭୋଗରେ କୋରା , ଦୋଭଜା , ଲିଆ , ଅଦା , ଖଇ , ନଡିଆ , ଖୁଦି , ଚାଉଳିଆ , ସେଓ , କମଳା , କଦଳୀ , କାକୁଡ଼ି , ପଇଡ଼ ଆଦି ଭୋଗ ହୋଇଥାଏ।

ପରମ୍ପରା ଅନୁଯାୟୀ ଏହି ସମୟରେ ବଡ଼ ଛତା ମଠ ତରଫରୁ ସଙ୍ଗୀତ ଗାନ ଓ ରାଧାକାନ୍ତ ମଠ ତରଫରୁ ସଂକୀର୍ତ୍ତନ ହୋଇଥାଏ
ll ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ll

ଆଜି ପବିତ୍ର କୁମାର ପୂର୍ଣ୍ଣମୀ । ଏନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରିଯାଇଥିବାରୁ ଲକ୍ଷ୍ମୀ ମନ୍ଦିରରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ସାତଦିନ ପର୍ଯ୍ୟନ୍ତ ବନ୍ଧା ରହିଥାନ୍ତି ।ଶ୍ରୀକ୍ଷେତ୍ରରେ ବାର ମାସରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ । ସେଥିମଧ୍ୟରୁ ସେଥିମଧ୍ୟରୁ ଆଜି କୁମାର ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟ ଶେଯ ଘରେ ବିଜେ କରାଯାଇଥାଏ । ଏହାପରେ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ଚାରି ଆଶ୍ରମ ବିଜେ କରିବା ସହ ପଂକ୍ତିଭୋଗ ଓ ବନ୍ଦାପନା ନୀତି କରାଯିବ । ବଡ଼ସିଂହାର ଭୋଗ ସରିଲେ ରତ୍ନସିଂହାସନ ତଳେ ଓ ଉପରେ ଶକଟା, ପଶା ଓ କଉଡ଼ି ଖେଳ ହୋଇଥାଏ ।
ଶ୍ରୀମନ୍ଦିରର ପରମ୍ପରାରେ ଏହା ଦ୍ୟୁତିକ୍ରୀଡା ଉତ୍ସବ ନାମରେ ଅଭିହିତ । ସର୍ତ୍ତ ଅନୁଯାୟୀ ଏହି ଦ୍ୟୂତି କ୍ରୀଡାରେ ମା’ ମହାଲକ୍ଷ୍ମୀଙ୍କ ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ହାରିଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ । ଅଷ୍ଟମୀ ଦିନ ଅବକାଶ ପୂଜା ସମୟରର ପୁନଃ ମାଧବ ରତ୍ନ ସିଂହାସନରେ ବିଜେ କରିବେ । ମହାପ୍ରଭୁଙ୍କ ତରଫରୁ ପ୍ରତିନିଧ ମୁଦିରସ୍ତ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭିତରଚ୍ଛ ମହାପାତ୍ର ୨୧ଟି ହିଙ୍ଗୁଳ କଉଡ଼ି, ୨୧ଟି ରୂପା କଉଡି, ପଶା ଶକଟାରେ ଏହି ନୀତି ପାଳନ କରିଥାନ୍ତି ।
ଆଶ୍ୱିନ ପୂର୍ଣ୍ଣିମାକୁ ଓଡ଼ିଶାରେ କେବଳ କୁମାର ପୂର୍ଣ୍ଣିମା ହିସାବରେ ପାଳନ କରାଯାଏ । ଏହି ଦିବସଟି ଆଶ୍ୱିନର ଶେଷ ଦିନ ଓ କାର୍ତ୍ତିକ ମାସର ଆରମ୍ଭର ପୂର୍ବ ଦିନ । କାର୍ତ୍ତିକ କୃତ୍ତିକା ନକ୍ଷେତ୍ରର ମାସ । କୃତ୍ତିକାଙ୍କର ପୁତ୍ର ହେଉଛନ୍ତି କୁମାର ବା କାର୍ତ୍ତିକେୟ । କାର୍ତ୍ତିକ ନିଜେ ଚିର କୁମାର, ଶ୍ରେଷ୍ଠ ପୁରୁଷ ଏବଂ ଦେବତାମାନଙ୍କର ସେନାପତି ଥିବାରୁ ସମ୍ଭବତଃ ତାଙ୍କରି ପବିତ୍ର ପୌରାଣିକ ସ୍ମୃତିରେ ଉଦ୍ବୋଧନ ପାଇଁ ଏହି ପୂଜାର ସୃଷ୍ଟି ହୋଇଥିବା ସମ୍ଭବ । ଏହିଦିନ ଚନ୍ଦ୍ର ଅଶ୍ୱିନୀ ନକ୍ଷତ୍ରରେ ରୁହନ୍ତି । ବୈଦିକ କାଳରୁ ଅଶ୍ୱିନୀଙ୍କ ସଂଗେ କୁମାରଙ୍କର ନିତ୍ୟ ସମ୍ବୋଧ । ତେଣୁ ଏହି ଅଶ୍ୱିନୀ ଚନ୍ଦ୍ର ହେଲେ ‘ଅଶ୍ୱିନୀ କୁମାର’ । ଏହି ପୁର୍ଣ୍ଣିମା ହେଲେ ‘କୁମାର’ । ଏହି ପରି ହୁଏତ ଏ ଦିନଟିର ନାମ ହୋଇଛି କୁମାର ପୂର୍ଣ୍ଣିମା ।’ ମହର୍ଷି ସୁଶ୍ରୁତ ଲେଖିଛନ୍ତି ‘କୁମାର’ ବା ‘ସ୍କନ୍ଦ’ ଏକ ଗ୍ରହ । ମଙ୍ଗଳଙ୍କର ଅନ୍ୟନାମ ମଧ୍ୟ କୁମାର । ଏମାନଙ୍କର କୁମାର ବା’ ବାଳୁତମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ୁଥିବା ହେତୁ ଆୟୁର୍ବେଦୀୟ ମତରେ ଏହି ଦିନଟି ସେମାନଙ୍କର କୋପ ଦୃଷ୍ଟିରୁ ରକ୍ଷାନିମନ୍ତେ ଉପଚାର କରାଯାଏ ।
ଭିନ୍ନ ଏକ କାହାଣୀମତେ ଏକଦା ଆଶ୍ୱିନ ପୂର୍ଣ୍ଣିମା ଦିନ କୃଷ୍ଣ, ରୁକ୍ମଣୀ ଓ ସତ୍ୟଭାମା ରାତିରେ ପଶା ଖେଳୁଥିଲେ । ଠିକ୍ ଏତିକି ବେଳେ କଟ ନାମ ଏକ ରାକ୍ଷସ ସକ୍ରାଜିତ ମଣି ଲୋଭରେ ସତ୍ୟଭାମାଙ୍କୁ ଆକ୍ରମଣ କରନ୍ତେ ଗରୁଡ଼ ଦ୍ୱାରା ସେ ନିହତ ହେଲା ଅଥଚ ସେ ସକାଳକୁ ବଞ୍ଚି ଯାଇଥିଲା ।ଏକଥା ସତ୍ୟଭାମା କୃଷ୍ଣଙ୍କୁ ପୁଛନ୍ତେ ସେ କହିଲେ : କୁମାର ପୂର୍ଣ୍ଣିମା ରାତିରେ ଚନ୍ଦ୍ରାଲୋକରୁ ଅମୃତ ବର୍ଷିତ ହୁଏ । ଏହି ରାକ୍ଷସଟି ସେ ଅମୃତ ଭକ୍ଷଣକରି ସଂଜୀବୀତ ହୋଇଛି । ଏହାକୁ ଆଧାରକରି ଦେହର ପୁଷ୍ଟି ଓ ମନର ପ୍ରଫୁଲ୍ଲତା ବୃଦ୍ଧି ନିମନ୍ତେ ନାରୀମାନେ ସ୍ୱାମୀଙ୍କ ସହ ଉଜାଗର ରହି ଦାମ୍ପତ୍ୟ ଜୀବନର ସୁଖଲାଭ କରନ୍ତି । ଏହି ଦିବସଟି ପ୍ରତିଟି ମଣିଷ ପାଇଁ ପାପ ନାଶିନୀ ପୂର୍ଣ୍ଣିମା ରୂପେ ବିଚାର୍ଯ୍ୟ ।
କୁଆଁରୀ ଝିଅଙ୍କ ପର୍ବ କୁଆଁରପୁନେଇ । ଏହିଦିନ କୁଆଁରୀ ମାନେ ସଜବାଜ ହୋଇ ହାତରେ ପୂଜାଥାଳି ଧରି ଚାନ୍ଦ ବନ୍ଦେଇବାକୁ ଅଗଣାରେ ଏକାଠି ହୋଇଥାନ୍ତି । ଲୋକକଥା ଅନୁଯାୟୀ ଏହି ପୂଜା କୁଆଁରୀ ଝିଅମାନେ ନିଷ୍ଠାର ସହ କଲେ ତାଙ୍କୁ ଚାନ୍ଦପରି ସୁନ୍ଦର ଓ ଶୀତଳ( ସ୍ୱଭାବର ରାଗି ନୁହେଁ) ବର ମିଳିଥାଏ । ହିନ୍ଦୁଶାସ୍ତ୍ର ଅନୁସାରେ ଆଶ୍ୱିନ ମାସ ପୂର୍ଣ୍ଣିମାରେ ମହାଦେବଙ୍କ ପୁତ୍ର କୁମାର କାର୍ତ୍ତିକେୟଙ୍କ ଜନ୍ମ ହୋଇଥିବା କାରଣରୁ ଏହି ଦିନକୁ ତାଙ୍କର ଜନ୍ମ ଦିବସ ରୂପେ ପାଳନ କରାଯାଏ । କୁମାର, କୁମାରୀଙ୍କ ପୂଜା ପରମ୍ପରା ଏହି ପର୍ବର ମୂଳ ଲକ୍ଷ୍ୟ । କୁମାର ପୂର୍ଣ୍ଣିମାର ଅନ୍ୟନାମ ‘କୌମୁଦି ପୂର୍ଣ୍ଣିମା’ ରହିଥିବା ଅନେକ କହନ୍ତି ।
ଆଶ୍ୱିନ ମାସ ଏକ ପବିତ୍ର ମାସ ବର୍ଷାୠତୁ ଧରାପୃଷ୍ଠରୁ ବିଦାୟ ନେଇଛି । ଶରତଋତୁ ଆଗମନରେ ପୃଥିବୀ ମାତା ଉଲ୍ଲସିତା ହୋଇଛି । କବିଙ୍କ ଭାଷାରେ –
” ଉପଗତ ହେଲା ଧାରାରେ ରମ୍ୟ ଶରଦ କାଳ, ବରଷାର ବଳ ହଟିଲା ନଭ ହେଲା ନିର୍ମଳ ।”
ଆକାଶ ସ୍ୱଚ୍ଛ, ନିର୍ମଳ । ଲତାରେ ଜହ୍ନି ଫୁଲ ହସୁଛି । ରାତିରେ ଜହ୍ନର ଧବଳ ଜ୍ୟୋସ୍ନା କୁମାରୀମାନଙ୍କର ଜହ୍ନି ଓଷା ଗୀତ ‘ଜହ୍ନି ଫୁଲ ଠୋ ଠୋ, କାକୁଡି ଫୁଲ ଠୋ ଠୋ’ , ଗ୍ରାମ୍ୟ ପରିବେଶକୁ ଆନନ୍ଦ ମୁଖରିତ କରିଥାଏ । ଦଶହରା ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମାର ଉତ୍ସବ ପାଳନ କରାଯାଏ । ଏହି ଦିନ ମାନଙ୍କରେ ତାସ ଖେଳ, ପଇସା ଖେଳ, କଉଡ଼ି ଖେଳ ଆଦି ଚାଲିଥାଏ । ପୂର୍ଣ୍ଣମୀ ଦିନ ତାସଖେଳ ବା ପଇସା ଖେଳରେ ହାରିଲେ ଆଗାମୀ ବର୍ଷ ଭଲରେ କଟିବ ବୋଲି ବିଶ୍ୱାସ ରହିଛି ।ଧାର୍ମିକ ସାମାଜିକ ଭାବଧାରା ପରିପୂର୍ଣ୍ଣ ଏ ପୂର୍ଣ୍ଣିମା । ଏହିଦିନ କୁମାରୀମାନେ ମାସବ୍ୟାପୀ କରିଆସୁଥିବା ଜହ୍ନିଓଷାର ଉଦଯାପନ କରନ୍ତି । ନାଚ,ଗୀତ, ମଉଜ, ମଜଲିସରେ ଏହି ଉତ୍ସବ ଅଧିକ ମନୋରମ ଓ ଆକର୍ଷଣୀୟ ହୋଇଉଠେ ।
ଇତିହାସ କହେ- କନ୍ୟା କୁମାରୀ ଠାରୁ କାମକ୍ଷା ଯାଏଁ ଦକ୍ଷିଣ ଓ ପୂର୍ବ ଭାରତରେ କୁମାରୀ ପୂଜାର ପରମ୍ପରା ଅଷ୍ଟମ ଶତାବ୍ଦୀରୁ ରହି ଆସିଛି ।‘କୁମାରୀ ତନ୍ତ୍ର’ ଅନୁସାରେ ତନ୍ତ୍ରିକମାନେ ଅବିବାହିତ ବା କୁମାରୀ କନ୍ୟାମାନଙ୍କୁ ପୂଜା କରି ସିଦ୍ଧି ଲାଭ କରିଥିଲେ । କ୍ରମଶଃ ଦେଶରେ କୁମାରୀ ପୂଜା ପାଳନ ହେଉଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହା ସାମାଜିକ ପରମ୍ପରାରେ ପରିଣତ ହୋଇଗଲା। ଏହି ଦିନ ଘରର କୁମାରୀମାନେ ଭୋର୍ରୁ ଉଠି ସ୍ନାନାଦି ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ଏହାପରେ ସେମାନେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ । ତେବେ ଓଡ଼ିଶାର କେତେକ ଅଞ୍ଚଳରେ ଏହି ଆଞ୍ଜୁଳା ଟେକା ବିଧି ପାଳନ କରାଯାଏ ନାହିଁ । ଏହି ପର୍ବରେ କୁମାରୀମାନେ ଦିନସାରା ଉପବାସ କରିଥାନ୍ତି । ଏହିଦିନ କୁମାରୀ ତଥା ବିବାହିତା ମହିଳାମାନେ ପାଦରେ ଅଳତା ଲଗାଇଥାନ୍ତି । ଅଳତା ହେଉଛି ଭାରତୀୟ ପରମ୍ପରାରେ ଅହିସୁଲକ୍ଷଣୀ ହେବାର ପ୍ରତୀକ । ପ୍ରତ୍ୟକ ପୂଜା ପର୍ବରେ ଭାରତୀୟ ନାରୀମାନେ ଅଳତା ଲଗାଇ ନିଜ ଜୀବନସାଥୀର ଦୀର୍ଘ ଜୀବନ କାମନା କରିଥାନ୍ତି । ସନ୍ଧ୍ୟା ସମୟରେ କୁମାରୀମାନେ ପୁଣି ନୂତନ ବସ୍ତ୍ର ପରିଧାନ କରି ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାନ୍ତି । କୁମାର ପୂର୍ଣ୍ଣିମାର କିଛିଦିନ ପୂର୍ବରୁ ଚଉରାକୁ ଭଲ ଭାବରେ ସଫା କରି ରଙ୍ଗ କରାଯାଇଥାଏ । କୁମାର ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଚଉରା ଆଗରେ ମୁରୂଜରେ ବିଭିନ୍ନ ପ୍ରକାର ଚିତ୍ର କରାଯାଇଥାଏ ଓ ଚଉରାକୁ ଫୁଲ ଓ ସିନ୍ଦୁରରେ ସଜାଯାଇଥାଏ । ଚଉରାକୁ ସଜାଇବାରେ ମୁଖ୍ୟତଃ କଇଁ ଫୁଲ ବ୍ୟବହାର କରାଯାଇଥାଏ । ଚନ୍ଦ୍ର ଉଦୟ ହେଲେ କଇଁ ଫୁଟିଥାଏ । ଏହି ପର୍ବରେ ଚନ୍ଦ୍ରଙ୍କ ପୂଜା କରାଯାଉଥିବାରୁ ଏଥିରେ କଇଁ ଫୁଲ ବିଶେଷ ଭାବରେ ବ୍ୟବହୃତ ହୋଇଥାଏ । ଏହି ଦିନ ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସହ ନୂଆ ବସ୍ତ୍ରଟିଏ ମଧ୍ୟ ଦିଆଯାଇଥାଏ । ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା’ ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ । ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ମଧ୍ୟ ଆମ୍ବଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ଦେଇ ଅନୁରୂପ ଭାବେ ସଜାଯାଇଥାଏ । ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ । ଏହି ପର୍ବରେ ତିଆରି କରାଯାଉଥିବା ମଣ୍ଡା ପିଠା ଓଡ଼ିଶାର ମୁଖ୍ୟ ଆକର୍ଷଣମାନଙ୍କ ମଧ୍ୟରୁ ଅନ୍ୟତମ । ପୂଜା ସମୟରେ ଚାନ୍ଦ ଚକଟା ଓ ମଣ୍ଡା ପିଠା ଭୋଗ ଚଉରା ଏବଂ ଚନ୍ଦ୍ରଙ୍କୁ ଅର୍ପଣ କରି ସେମାନଙ୍କୁ ଶଙ୍ଖ ଓ ହୁଳହୁଳି ସହ ଦୀପରେ ବନ୍ଦାଇ ଦିଆଯାଏ । ଯେଉଁ ଘରେ କୌଣସି କୁମାରୀ କନ୍ୟା ନଥାନ୍ତି, ସେ ଘରେ ବିବାହିତା ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି କାମନା କରି ଚଉରା ଓ ଚନ୍ଦ୍ର ପୂଜା କରିଥାନ୍ତି । ପୂଜା ସରିଲା ପରେ ଭୋଗ ଖାଇ କୁମାରୀ କନ୍ୟାମାନେ ନିଜର ସାରା ଦିନର ଉପବାସ ଭାଙ୍ଗିଥାନ୍ତି ।
ପୁରାଣ ଓ କିମ୍ବଦନ୍ତୀ ଅନୁସାରେ ତୁଳସୀ ଜଣେ ସତୀ – ସ୍ୱାଧୀ ଏବଂ ପତିବ୍ରତା ପତ୍ନୀ । ତାଙ୍କର ସତୀତ୍ୱ ବଳରୁ ରାକ୍ଷସ ଜଳନ୍ଧର ବଳିୟାନ ଥିଲେ । ସେ ବର ପାଇଥିଲା ଯେ, ତୁଳସୀଙ୍କ ପତିବ୍ରତା ନଷ୍ଟ ନହେଲା ଯାଏଁ ତାକୁ କେହି ମାରିପାରିବେ ନାହିଁ । ଏପଟେ ଜଳଧରର ବିନାଶର ଆବଶ୍ୟକତା ଥିଲା । ଏଣୁ ବିଷ୍ଣୁ ନିଜେ ଜଳନ୍ଧର ବେଶରେ ଯାଇ ତୁଳସୀଙ୍କର ସତୀତ୍ୱ ଅପହରଣ କଲେ । ଫଳରେ ଜଳନ୍ଧର ବଧହେଲା ଅନ୍ୟପକ୍ଷରେ ଏଥିପାଇଁ ତୁଳସୀ ମର୍ତ୍ତ୍ୟରେ ପ୍ରତିଘରେ ଏବଂ ଶୁଭରେ ପୂଜା ପାଇବା ନିମନ୍ତେ ସେ ତାଙ୍କୁ ବରଦେଲେ । ପୁନଶ୍ଚ ତୁଳସୀ ହେଉଛନ୍ତି ଭକ୍ତି – ପ୍ରୀତି – ଶାନ୍ତି – ମୈତ୍ରୀର ନିଦର୍ଶନ । ସେ ସକଳ ବାଞ୍ଛା ପୁରାଣ କରନ୍ତି ବୋଲି ବିଶ୍ୱାସ ।ସେଥିପାଇଁ ଏହି ଦିନ ତୁଳସୀଙ୍କର ପୂଜା କରାଯାଏ ।
ତୁଳସୀ ମୂଳେ ଦେଲି ଜାଗର ।
ତୁଳସୀ ବୋଇଲେ ମାଗେ ବର ।।
କାନକୁ ସୁନାପେଡ଼଼ି କନ୍ୟା ।
ବାର ବରଷର ଧାନ ପୁରୁଣା ।।
କାଖେ ପୁଅ ପଣନ୍ତେ ପୁଅ ।
ଜୀବନ ଥିଲାଯାକ ଅହ୍ୟ ହୁଅ ।।
ମରିଗଲେ ବୈକୁଣ୍ଠ ଯାଅ ।
ତୁଳସୀଙ୍କୁ ପାଥେୟ କରି କୁମାରୀ କନ୍ୟାମାନେ ଯେଉଁ ଓଷା ଇନ୍ଦୁ ପୂର୍ଣ୍ଣିମା ଠାରୁ ଆଶ୍ୱିନ ପୂର୍ଣ୍ଣିମା ଯାଏଁ ପାଳନ କରନ୍ତି, ତାକୁ ଜହ୍ନି ଓଷା କହନ୍ତି । ଜହ୍ନି ଓଷା ଜହ୍ନି, ତା’ ଫୁଲ ଓ ଫଳକୁ ଆଧାର କରି ଚାନ୍ଦ ପୂଜା କରାଯାଏ । କୁମାର ପୂର୍ଣ୍ଣିମା ଜହ୍ନି ଓଷାର ଉଦ୍ଯାପନ ଦିବସ । ଏହିଦିନ ଏହି କୁମାରୀ କନ୍ୟାମାନେ ମଧ୍ୟ ଉଜାଗରରେ ନାଚ, ଗୀତ ଓ ଖେଳ ଇତ୍ୟାଦିରେ ଚମକାନ୍ତି ରାତି ଓ ଛାତି । ତାଙ୍କ କଣ୍ଠରେ ମଧୁର ସ୍ୱରରେ ଥାଏ :
‘ଜହ୍ନି, ଜହ୍ନି, ଜହ୍ନି ଆଞ୍ଜୁଳି
ନିତି ପକାଏ ତିନି ଆଞ୍ଜୁଳି
ଦୋଳିରେ ଯାଏ ଦୋଳିରେ ଆସେ
ପଟା ପିଢ଼ା ଖଣ୍ଡିମାଡ଼ି ବସେ,
ମୋ ବୋହୂ ମୋ କୋଳରେ ବସେ ।
ନାତୁଣୀ ବୋହୂ ଭାତ ପରଶେ,
ହାଣ୍ଡି ପୋଛା ଭାତ ଖାଏ,
ବଡ଼ ଘର ଝିଅ ବୋଲେଇ ଥାଏ ।’
ଜହ୍ନି ଫୁଲ ଠୋ ଠା
କାକୁଡ଼ି ଫୁଲ ଠୋ ଠା
ଗୁଣ୍ଡୁଚି ମୂଷା କହିଯାଇଛି
ଚାଉଳ ମୁଠେ ଥୋଇଥା ।
ଧାର୍ମିକ ଦୃଷ୍ଟିକୋଣରୁ କୁମାର ପୂର୍ଣ୍ଣିମାର ବିଶେଷତ୍ୱ ନିଶ୍ଚିତ ଭାବରେ ଅଛି । ସେହିପରି ପଶ୍ଚିମ ଓଡ଼ିଶାରେ କୁମାର ପୂର୍ଣ୍ଣିମାର ପୂର୍ବଦିନ ଓ ପୂର୍ଣ୍ଣିମା ଦିନ ଗାଈ ମାନଙ୍କର ‘ବଏଲ ଯାତ୍ରା’ ଅନୁଷ୍ଠିତ ହୁଏ ।![]()
![]()
କାର୍ତ୍ତିକମାସ
ରାଧାଦାମୋଦର ବେଶ

ବାଳ ଧୂପ

ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ବାଳଧୂପ ଭୋଗ ଅନୁଷ୍ଠିତ ହୋଇଆସୁଅଛି .ସକାଳ ଧୂପ ସମୟରେ ଷୋଡଶ ଉପଚାର ରେ ମଣୋହି ହେଲା ପରେ ପୂଜାପଣ୍ଡା ସେମିତି ସିଂହାସନ ଉପରେ ବସିଥାନ୍ତି । ତଳେ ମହାପ୍ରସାଦ ଉଠି ପାଣି ପଡିଲା ପରେ ବାଳଧୂପ ପଞ୍ଚ ଉପଚାର ରେ ଅନୁଷ୍ଠିତ ହୋଇଥାଏ। ହି ଭୋଗରେ କୋରା , ଦୋଭଜା , ଲିଆ , ଅଦା , ଖଇ , ନଡିଆ , ଖୁଦି , ଚାଉଳିଆ , ସେଓ , କମଳା , କଦଳୀ , କାକୁଡ଼ି , ପଇଡ଼ ଆଦି ଭୋଗ ହୋଇଥାଏ।
ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚୁକ ବ୍ରତରେ ବେଶ ସୂଚୀ ସମ୍ବନ୍ଧୀୟ ସୂଚନା
। ପଞ୍ଚୁକ ନୀତିକାନ୍ତି ବିବରଣୀ – ୨୦୨୫ ।।
।। Panchuka Rituals – 2025 ।।
ତା. ୦୨. ୧୧. ୨୦୨୫ ରିଖ, ରବିବାର : ଲକ୍ଷ୍ମୀ ନାରାୟଣ ବେଶ, ହରି ଉତ୍ଥାପନ ବଡ଼ ଏକାଦଶୀ ।
Date 02. 11. 2025, SUNDAY : Lakshmi Narayana Besha, Hari Utthapana Bada Ekadashi
ତା. ୦୩. ୧୧. ୨୦୨୫ ରିଖ , ସୋମବାର : ତ୍ରିବିକ୍ରମ ବେଶ, ଗରୁଡ଼ ଉତ୍ଥାପନ ନୀତି ।
Date 03. 11. 2025 , (Monday): Tribikrama Besha, Garuda Utthapana rituals
ତା. ୦୪. ୧୧. ୨୦୨୫ ରିଖ , ମଙ୍ଗଳବାର : ଲକ୍ଷ୍ମୀନୃସିଂହ ବେଶ ।
Date 04. 11. 2025 (Tuesday): Lakshmi Nrusingha Besha
ତା. ୦୫. ୧୧. ୨୦୨୫ ରିଖ , ବୁଧବାର : କାର୍ତ୍ତିକ/ରାସ ପୂର୍ଣ୍ଣିମା, ରାଜରାଜେଶ୍ୱର ବେଶ ବା ସୁନାବେଶ ।
Date. 05. 11. 2025 (Wednesday): Kartika/Rasa Purnima, Rajadhiraja Besha.
ଚଳିତ ବର୍ଷ କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ କ୍ଷୟ ଯାଉଥିବାରୁ ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ ଅନୁଷ୍ଠିତ ହେବ ନାହିଁ । ତେଣୁ ପଞ୍ଚୁକ ପାଞ୍ଚ ଦିନ ବଦଳରେ ଚାରି ଦିନ ପାଳନ କରାଯିବ ।
ଶ୍ରୀଜୀଉଙ୍କର ଲକ୍ଷ୍ମୀନାରାୟଣ ବେଶ
କାର୍ତ୍ତିକମାସ- ଶୁକ୍ଳ -ତିଥି-ଏକାଦଶୀ
ଚଳିତ ବର୍ଷ କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ କ୍ଷୟ ଯାଉଥିବାରୁ ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ ଅନୁଷ୍ଠିତ ହେବ ନାହିଁ
ଶ୍ରୀମନ୍ଦିରରେ ବାଳ ଧୂପ ଓ ଡାଳିକିଆ ବେଶ ବା ତ୍ରିବିକ୍ରମ ବେଶ
କାର୍ତ୍ତିକମାସ- ଶୁକ୍ଳ -ତିଥି – ତ୍ରୟୋଦଶୀ
ଶ୍ରୀମନ୍ଦିରରେ ଲକ୍ଷ୍ମୀନୃସିଂହ ବେଶ
କାର୍ତ୍ତିକମାସ- ଶୁକ୍ଳ -ତିଥି – ଚତୁର୍ଦ୍ଦଶୀ
ଶ୍ରୀମନ୍ଦିରରେ ରାଜାଧିରାଜ ବେଶ
କାର୍ତ୍ତିକମାସ- ଶୁକ୍ଳ -ତିଥି – ପୂର୍ଣ୍ଣିମା
ଶ୍ରୀମନ୍ଦିରରେ ରାସ ପୂର୍ଣ୍ଣମା
କାର୍ତ୍ତିକମାସ- ଶୁକ୍ଳ -ତିଥି – ପୂର୍ଣ୍ଣିମା
** ଶ୍ରୀମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀ ଦୋଳଗୋବିନ୍ଦଙ୍କ ଅଭିଷେକ ଓ ଦୀପ ଦାନ **
କାର୍ତ୍ତିକ ସଂଧୂପ ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଦୋଳଗୋବିନ୍ଦ ରତ୍ନ ସିଂହାସନକୁ ବିଜେ ହୋଇ ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ଜଗମୋହନ ସ୍ଥିତ ଖଟ ଉପରେ ବିଜେ ହୁଅନ୍ତି। ସେଥି ଶ୍ରୀ ଦୋଳଗୋବିନ୍ଦ ଙ୍କୁ ପଞ୍ଚାମୃତରେ ଅଭିଷେକ, ନୂଆ ଲୁଗା ଲାଗି, ମାଳ ଫୁଲ ଲାଗି ହୋଇ ବେଶ ହୁଅନ୍ତି। ପରେ ପୂଜାପଣ୍ଡା ପଞ୍ଚ ଉପଚାରରେ ଶୀତଳ ଭୋଗ, ପରେ ୨୧ ଗୋଟି ଦୀପକୁ ସାତ ଧାଡ଼ିରେ ସଜାଇ ସଂସ୍କାର କରି ଶ୍ରୀ ଦୋଳଗୋବିନ୍ଦ ଙ୍କୁ ସମର୍ପଣ କରନ୍ତି। ପରେ ମୁଦିରସ୍ତ ବନ୍ଦାପନା କରନ୍ତି। ତା ପରେ ଶ୍ରୀ ଦୋଳଗୋବିନ୍ଦ ଦକ୍ଷିଣ ଘରକୁ ବାହୁଡା଼ ବିଜେ ହୁଅନ୍ତି |
ମାର୍ଗଶୀର ମାସ
** ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ **
ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥିଦିନ ଶ୍ରୀମନ୍ଦିରରେ ଭୋଗ ମଣ୍ତପ ସରିବା ପରେ ୩ବାଡରେ ମଇଲମ କରାଯାଇ ପୂଜାପଣ୍ତା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ହୋଇଥାଏ ! ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି ! ପୂଜାପଣ୍ତା , ପତିମହାପାତ୍ର, ମୂଦିରସ୍ତ ସେବକ ଘଟୁଆରି ଚନ୍ଦନ ଘରଠାରୁ ଚନ୍ଦନ ବିଜେ କରାଇ ଆଣି ତିନି ବାଡରେ ଲାଗି କରାଇଥାନ୍ତି ! ତତ୍ପରେ ବେଶ ଓ ଅଳଙ୍କାରରେ ବିମଣ୍ତିତ ହୋଇ କର୍ପୂର ଲାଗି ପରେ ପୁଷ୍ପାଳକ ମାନେ ସିଂହାସନରୁ ଓହ୍ଲାଇ ଆସିଥାନ୍ତି !ତତ୍ପରେ ସୁଦୁସୁଆର ପୂଜା ଠା କରିବା ପରେ ତିନିବାଡରେ ପୂଜାପଣ୍ତା, ପତିମହାପାତ୍ର ଓ ମୁଦିରସ୍ତ ସେବକ ବରୁଣ ପୂଜା କରିଥାନ୍ତି ! ଏହି ପୂଜା ସମାପନାନ୍ତେ ଭିତରେ ପାଣି ପଡି ମଧ୍ୟାହ୍ନ ଧୂପ ଉଠିସାରିବା ପରେ ତିନି ବାଡରେ ମଙ୍ଗଳାର୍ପଣ ନୀତି ହେବା ସହ ଫୁଲୁପୁରିଆ ଖାଦି ଓ ଛେଦା ପ୍ରସାଦ ଲାଗି ହୋଇ ବନ୍ଦାପନା ହୋଇଥାଏ ! ଏହିପରି ଭାବେ ପ୍ରଥମାଷ୍ଟମୀ ଶ୍ରୀମନ୍ଦିରରେ ବିଶେଷ ନୀତି ପାଳିତ ହୋଇଥାଏ !
ମାର୍ଗଶୀର କୃଷ୍ଣ ନବମୀ ରୁ ମାର୍ଗଶୀର ଶୁକ୍ଳ ପଞ୍ଚମୀ ଯାଏଁ ଜାମା ଲାଗି… ମାର୍ଗଶିର ଶୁକ୍ଳଷଷ୍ଠୀ ବା ଓଢ଼ଣଷଷ୍ଠୀ ଠାରୁ ମାଘ ଶୁକ୍ଳ ପଞ୍ଚମୀ ବା ବସନ୍ତ ପଞ୍ଚମୀ ପୂର୍ବଦିନ ପର୍ଯ୍ୟନ୍ତ ଘୋଡ ଲାଗି ପୁଣି ବସନ୍ତ ପଞ୍ଚମୀ ଠାରୁ ଫଗୁ ଦଶମୀ ପର୍ଯ୍ୟନ୍ତ ଟେକାଘୋଡ଼ ଓ ଜାମା ପରିଧାନ କରିଥାନ୍ତି।
।। ଶ୍ରୀମନ୍ଦିର ରେ ପଇତାଲାଗି ନୀତି ।।
ମାର୍ଗଶୀର ମାସ- କୃଷ୍ଣ
ତିଥି-ତ୍ରୟୋଦଶୀ
ତିଥି ବ୍ରହ୍ମ ଏକମାତ୍ର ସତ୍ୟ ଆଉ ବ୍ରହ୍ମର ସ୍ୱରୂପ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ପଇତା ବା ଉପବେଦ ହେଉଛି ବ୍ରାହ୍ମଣଙ୍କ ପରିଚୟ । ଏହି ସୁତ୍ର ବା ସୁତାରେ ବ୍ରହ୍ମତ୍ୱ ଆରୋପିତ ହୋଇ ଅଭିମନ୍ତ୍ରୀତ କରାଯିବା ପରେ ବ୍ରାହ୍ମଣ ପୁରୁଷମାନେ ଧାରଣ କରିଥାନ୍ତି । ବାମ କାନ୍ଧରୁ ଡ଼ାହାଣ ପଟଅଣ୍ଟା ପର୍ଯ୍ୟନ୍ତ ଏହା ବ୍ୟାପ୍ତ ହୋଇ ରହିଥାଏ । କିନ୍ତୁ ଜଗନ୍ନାଥ ମହାପ୍ରଭୁ ଅପୌରୁଷେୟ ବ୍ରହ୍ମ ସେ ବିଦେହ ପୁଣି ଦେହବନ୍ତ । ଅନେକ ନାହିଁ ନାହିଁ ଭିତରେ ସର୍ବବ୍ୟାପକ ଗୋଟିଏ ହଁ । ଶ୍ରୀ ବିଗ୍ରହମାନେ ଦାରୁ ବା କାଷ୍ଠରେ ନିର୍ମିତ ହୋଇଛନ୍ତି । ଯାହାଙ୍କର ଶ୍ରୀ ଅଙ୍ଗକୁ ସୁରକ୍ଷିତ ରଖିବାର ଉତ୍ତର ଦାୟୀତ୍ୱ ଦଇତାପତି ସେବକ ମାନଙ୍କର । ଏଣୁ ଏହି ଦଇତା ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁଦୃଢ଼ ରଖିବା ସହ ଋତୁକାଳୀନ ପ୍ରଭାବରୁ ସୁରକ୍ଷିତ ରଖିବାକୁ ପଇତା ଲାଗି ନୀତିଟି କରିଥାନ୍ତି। ଏହି ପଇତା ଲାଗି ସେବା ଦଇତାପତି ସେବକ ମାନଙ୍କର ଏକ ଗୋଷ୍ଟି ଗତ ସେବା ଅଟେ। ଏହା କୁ ସେମାନେ ଅତି ନିଷ୍ଠାର ସହିତ ସମ୍ପାଦନ କରିଥାନ୍ତି । ଶ୍ରୀଜୀଉମାନଙ୍କ ଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ନିମନ୍ତେ ମହାପ୍ରଭୁଙ୍କୁ ପଇତା ଲାଗି କରାଯାଇଥାଏ ।
ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପାଟର ସେବକଙ୍କୁ ପଇତା ବୋଳିବାପାଇଁ ତିନି ରଙ୍ଗର ବାସୁଙ୍ଗାପାଟ ଯୋଗାଇଥାଏ । ପାଟର ସେବକ ଉକ୍ତ ବାସୁଙ୍ଗା ପାଟ ନେଇ ଶ୍ରୀଲଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି । ପଇତା ବୋଳି ସାରି ପାଟର ସେବକ ଉକ୍ତ ଦିନ ଦେଉଳ କାରଣଙ୍କୁ ଯୋଗାଇଥାନ୍ତି ।
ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବାପରେ ମା’ଲଷ୍ମୀ ଏବଂ ମା’ଭୂଦେବୀ ଖଟଶେଯ ଘରକୁ ବିଜେକଲାପରେ ପଇତା ଲାଗି ନିମନ୍ତେ ଦଇତାପତି ସେବକ ମାନେ ଗର୍ଭ ଗୃହରେ ପ୍ରବେଶ କରିଥିଥାନ୍ତି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିଥାଏ। ଦଇତାପତି ସେବକମାନେ ଦେଉଳକରଣ ଙ୍କ ଠାରୁ ଉକ୍ତ ତିନି ରଙ୍ଗର ପାଟ ପଇତା ଗ୍ରହଣ କରି ପତି ମହାପାତ୍ର ଙ୍କ ଉପସ୍ଥିତି ରେ ଶ୍ରୀଜୀଉମାନଙ୍କ ଠାରେ ପଇତା ଲାଗି କରିବେ ।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ହଳଦିଆ ପାଟ ପଇତା। ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କୁ ସବୁଜଏବଂ ମା’ ସୁଭଦ୍ରା ଙ୍କୁ ନାଲି ରଙ୍ଗର ପାଟ ପଇତା ଲାଗି ହେବ । ବାସୁଙ୍ଗା ପାଟକୁ ବଳି କାଣି ଆଙ୍ଗୁଠି ମୋଟାର ସୂତା ପ୍ରସ୍ତୁତ କରାଯାଇଥାଏ । ଯାହାକୁ ଶ୍ରୀ ବିଗ୍ରହଙ୍କ ମୁଖ ତଳକୁ ଓ ପେଟ ଉପରକୁ ଆବୃତ କରି ରଖାଯାଏ । ଏହାକୁ ଛକି ପକାଇଲା ପରି ଶ୍ରୀଅଙ୍ଗ ଓ ଶ୍ରୀଭୁଜକୁ ବାନ୍ଧିବା ଢ଼ଙ୍ଗରେ ଭିଡ଼ାଯାଏ । ଯାହାକୁ ଶ୍ରୀମନ୍ଦିର ପାରମ୍ପରିକ ଭାଷାରେ ପଇତା ଲାଗି କୁହନ୍ତି । ଶ୍ରୀଅଙ୍ଗରେ ଚନ୍ଦନ ଧାରଣ କରିଥାଏ ଏହି ପଇତା ଲାଗି ଅଂଶ । ମହାପ୍ରଭୁଙ୍କ ଏହି ପଇତା ଲାଗି କାର୍ଯ୍ୟ ସମ୍ପର୍ଣ୍ଣ ପାଇଁ ଦଇତା ପାତି ସେବକ ମାନଙ୍କୁ ପ୍ରାୟ ତିନି ଘଣ୍ଟା ସମୟ ଲାଗିଥାଏ । ଏହା ପରେ ମେକାପଙ୍କ ଦ୍ଵାରା ସିଂହାସନ ଧୁଆ ପରେ ପଇତା ଲାଗି ନୀତି ବଢ଼ିଲା ପରେ ଠାକୁର ମାନଙ୍କର ମହାସ୍ନାନ କରାଯାଇ ଭୂଦେବୀ ଓ ଶ୍ରୀଦେବୀ ଶ୍ରୀଅଙ୍ଗ ଲାଗି ହୋଇଥାନ୍ତି । ଏହା ପରେ ମହାପ୍ରଭୁ ଙ୍କର ମଇଲମ ବେଶ ହୋଇଥାଏ । ପ୍ରଭୁଙ୍କ ସନ୍ଧ୍ୟା ଆଳତି,ସନ୍ଧ୍ୟା ଧୂପ ହୋଇ ସନ୍ଧ୍ୟା ଧୂପ ପ୍ରସାଦ ବାହାରି ପାଣି ପଡିବାପରେ ମହାପ୍ରଭୁଙ୍କ ଚନ୍ଦନ ଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ପରେ ରାତ୍ର ପହୁଡ଼ ଅନୁଷ୍ଟିତ ହେବ ।
*** ଶ୍ରୀମନ୍ଦିରରେ ଦେବ ଦୀପାବଳି ନୀତି ***
-: ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥି :-
ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହି ଆସିଛି । ଆଜି ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେଇଥାନ୍ତି ।

ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେଇଥାନ୍ତି ଦ୍ୱିତୀୟ ଦିନ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ,ତୃତୀୟଦିନ ମାର୍ଗଶୀର ଶୁକ୍ଳ ପ୍ରତିପଦା ବସୁଦେବ-ଦେବକୀ, ନନ୍ଦ-ଯଶୋଦା ଓ ଇନ୍ଦ୍ରଦ୍ୟୁମ୍ନ-ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରାଦ୍ଧ ଓ ଦୀପଦାନ କରିଥାନ୍ତି।
ଏହି ତିନିଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ କରୁଥିବା ସହ ଆଜି ମହାଦୀପ ମଧ୍ୟ ପ୍ରଜ୍ବଳିତ ହୋଇଥାଏ । ତେଣୁ ଏହାକୁ ଦେବ ଦୀପାବଳି କୁହାଯାଏ । ଆଜି ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେଇଥାନ୍ତି । ସନ୍ଧ୍ୟାଧୂପ ପରେ ପୁଷ୍ପାଳକ ସେବାୟତ ମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ଵେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇଥାନ୍ତି । ଏହି ବେଶରେ ଶ୍ରୀବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ୧୬ହାତ ,ଶ୍ରୀ ବଳଭଦ୍ର ୧୪ହାତ ଓ ଦେବୀ ସୁଭଦ୍ରା ୧୨ହାତ ଲମ୍ବ ବିଶିଷ୍ଟ ସୂତା ଶାଢୀ ବା ନାଗପୁରୀ ଶାଢୀ ପରିଧାନ କରିଥାନ୍ତି । ଶ୍ରାଦ୍ଧ ବେଶରେ ଠାକୁରମାନେ ତଡଗୀ, ନଳୀଭୂଜ, ଚନ୍ଦ୍ର, ସୂର୍ଯ୍ୟ, କୁଣ୍ଡଳୀ, ଆଡକାନି, ହରିଡା ମାଳି, କମରପଟି ପ୍ରଭୃତି ସ୍ୱର୍ଣ୍ନ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।
**** ଶ୍ରୀମନ୍ଦିର ରେ ଓଢ଼ଣଷଷ୍ଠୀ ****

ମହାପ୍ରଭୁ ମାର୍ଗଶୀର ଶୁକ୍ଳଷଷ୍ଠୀ ବା ଓଢ଼ଣଷଷ୍ଠୀ ଠାରୁ ମାଘ ଶୁକ୍ଳ ପଞ୍ଚମୀ ବା ବସନ୍ତ ପଞ୍ଚମୀ ପୂର୍ବଦିନ ପର୍ଯ୍ୟନ୍ତ ଘୋଡ ଲାଗି ପରିଧାନ କରିଥାନ୍ତି II ବର୍ଷ ତମାମ ଶ୍ରୀମନ୍ଦିର ରେ ବିଭିନ୍ନ ୠତୁ ଅନୁଯାୟୀ ତଥା ତତ୍କାଳୀନ ରାଜା ମହାରାଜା ମାନଙ୍କ ଦୈନନ୍ଦିନ ଚଳଣି ପ୍ରକାରେ ଶ୍ରୀବିଗ୍ରହମାନଙ୍କ ବିଭିନ୍ନ ରୀତିନୀତି, ପରମ୍ପରା ଯାନିଯାତ୍ରା,ବେଶ ଇତ୍ୟାଦି ର ସୃଷ୍ଟି।ସାଧାରଣ ମଣିଷ ଶୀତ ଋତୁ ରେ ଶୀତବସ୍ତ୍ର ପରିଧାନ କଲାଭଳି ସ୍ୱୟଂ ମହାପ୍ରଭୁ ମଧ୍ୟ ଶୀତ ଦିନେ ଶୀତ ଵସ୍ତ୍ର ରେ ଭୂଷିତ ହୋଇଥାନ୍ତି।ଶ୍ରୀମନ୍ଦିର ଭାଷା ରେ ଏହାକୁ ” ଘୋଡ଼ ଲାଗି ବେଶ” କୁହାଯାଏ।ରତ୍ନସିଂହାସନ ରେ ବିରାଜିତ ସମସ୍ତ ବିଗ୍ରହ ମାନଙ୍କ ପାଇଁ ନୂତନ ଘୋଡ଼ ବସ୍ତ୍ର ନିର୍ମିତ ହୋଇଥାଏ।ମାର୍ଗଶିର ଶୁକ୍ଳ ଷଷ୍ଠୀ (ଓଢଣ/ପ୍ରାବରଣ ଷଷ୍ଠୀ) ଠାରୁ ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ଏହି ଘୋଡ଼ଲାଗି ଅନୁଷ୍ଠିତ ହୋଇଥାଏ। ଦୈନନ୍ଦିନ ଅବକାଶ ପରେ ଓ ଦ୍ୱିପ୍ରହର ଧୂପ ପରେ ଏହି ଘୋଡ଼ ପ୍ରଭୁ ପରିଧାନ କରିଥାନ୍ତି।ଘୋଡ଼ଲାଗି ବେଶ ରେ ସୂତା ଗଡ଼ା(ସୂତା ଲୁଗା),ଖଣ୍ଡୁଆ, ପତନୀ,ଭେଲଭେଟ ଘୋଡ଼, ଫୁଟା, ମଫଲର,ଟୋପର ଆଦି ବ୍ୟବହୃତ ହୋଇଥାଏ।ଉକ୍ତ ଘୋଡ଼ଲାଗି ବେଶ ମଧ୍ୟରେ ମକର ଚଉରାଶି ଦିନ ମଧ୍ୟ ମକରଚୁଳ ଲାଗି ହୋଇଥାଏ। ପରମ୍ପରା ଅନୁଯାୟୀ ଠାକୁର ମନେ ପ୍ରତି ବାର ଅନୁଯାୟୀ ଭିନ୍ନ ଭିନ୍ନ ଘୋଡ଼ ପରିଧାନ କରନ୍ତି।
ଯଥା-
ରବିବାର-ଲାଲ ରଙ୍ଗ
ସୋମବାର-କଳା ଛିଟ ମିଶା ଶୁକ୍ଳ ରଙ୍ଗ
ମଙ୍ଗଳବାର-ବାରପଟିଆ(ପାଞ୍ଚ ରଙ୍ଗ ମିଶା)
ବୁଧବାର- ଗାଢ଼ ସବୁଜ / ନୀଳ
ଗୁରୁବାର-ହଳଦିଆ
ଶୁକ୍ରବାର-ଶୁକ୍ଳ/ଧଳା
ଶନିବାର-କଳା
ll ପଣ୍ଡୁ ନୃସିଂହ ll
ମାର୍ଗଶୀର ପୂର୍ଣ୍ଣିମା ବା ପଣ୍ଡୁ ପୂର୍ଣ୍ଣିମା
” ଓଁ ତବାଭୂତ ରୂପଂ ଦୃଷ୍ଟ୍ବା ଭୟେ କମ୍ପେ ସୁନାଶିରଂ।
ଭୟାଂଚ ଦେବତାଂ ସର୍ବେ ନରସିଂହ ନମୋସ୍ତୁତେ।। “
ମାର୍ଗଶୀର ପୂର୍ଣ୍ଣିମା ବା ପଣ୍ଡୁ ପୂର୍ଣ୍ଣିମା ଅବସରରେ ପଣ୍ଡୁ ନୃସିଂହଙ୍କର ଚାରି ଆଶ୍ରମ ବିଜେ ଉତ୍ସବ ହୋଇଥାଏ। ଆଜି ସକାଳ ଧୂପ ଶେଷ ହେବା ପରେ ପାଳିଆ ପୁଷ୍ପାଳକ ମାନେ ରତ୍ନ ସିଂହାସନ ଉପରେ ରହି ମଇଲମ ଓ ବେଶ ସମ୍ପାଦନ କରିଥାନ୍ତି । ଏହି ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଖଣ୍ଡେ ମାଳ ଲାଗିଥାଏ। ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଦକ୍ଷିଣୀ ଘର ଭୋଗ ସରିଲା ପରେ ମହାଜନ ସେବକ ମାନେ ଦକ୍ଷିଣ ଘରୁ ପଣ୍ଡୁ ନୃସିଂହ ଭିତର ସିଂହାସନକୁ ବିଜେ କରିଥାନ୍ତି। ସେଠାରେ ପୂଜାପଣ୍ଡା ନୃସିଂହ ଙ୍କୁ ଆଜ୍ଞା ମାଳ ପ୍ରଦାନ ପରେ ଝୁଲଣ ମଣ୍ଡପ ତଳେ ଥିବା ବିମାନ କୁ ସିଂହଦ୍ୱାର ଦେଇ ଶ୍ରୀକ୍ଷେତ୍ର ରେ ଥିବା ୪ ଆଶ୍ରମ ଯଥା ଅଙ୍ଗିରା , କଣ୍ଡୁ , ଭୃଗୁ , ମାର୍କଣ୍ଡ ଆଶ୍ରମକୁ ବିଜେ କରିଥାନ୍ତି । ସେଠାରେ ଶୀତଳ ଭୋଗ , ବନ୍ଦାପନା ଆଦି ଅନୁଷ୍ଠିତ ହେବା ପରେ ପଣ୍ଡୁ ନୃସିଂହ ଦେଉଳ ପ୍ରତ୍ୟାବର୍ତ୍ତନ କରିଥାନ୍ତି
ଅତୀତ ରେ ମହା ଦୁର୍ବିପାକ ମହାମାରୀ ର ବିନାଶ ପାଇଁ ସୂର୍ଯ୍ୟ ବଂଶ ର ରାଜା ଗଜପତି ଶ୍ରୀ ପୁରୁଷୋତ୍ତମ ଦେବ ନଗର ରେ ପରିଭ୍ରମଣ କରାଇ ଶାନ୍ତି ଫେରାଇ ଆଣିବାପାଇଁ ଶ୍ରୀମନ୍ଦିର ମଧ୍ୟରେ ସ୍ଥିତ ବେହେରଣ ମଣ୍ଡପରେ(ଦକ୍ଷିଣ ଘର ଠାରେ) ସ୍ଥାପନ କରିଥିଲେ।ଶ୍ରାବଣ ଶୁକ୍ଳ ନବମୀ ଓ ପଣ୍ଡୁ ପୂର୍ଣ୍ଣିମା ପୂର୍ବ ଦିନ ବାଡ଼ି ନୃସିଂହ ୪ ଆଶ୍ରମ ବିଜେ କରିଥାନ୍ତି ।
** ପୌଷ ମାସ **
-: କୃଷ୍ଣପକ୍ଷ :-
** ଧନୁ ସଂକ୍ରାନ୍ତି **
ଶ୍ରୀମନ୍ଦିର ରେ ପହିଲି ଭୋଗ ଆରମ୍ଭ
।। ଧନୁ ସଂକ୍ରାନ୍ତି ଓ ପହିଲିଭୋଗ ନୀତି ।।
ଓଡ଼ିଆର ଅନ୍ୟ ଏକ ମୁଖ୍ୟ ପର୍ବ ହେଉଛି ଧନୁ ସଂକ୍ରାନ୍ତି। କାହିଁ କେଉଁ ଅନାଦି କାଳରୁ ଏହା ପାଳିତ ହୋଇ ଆସୁଛି। ସୂର୍ଯ୍ୟଙ୍କ ଧନୁ ରାଶିକୁ ଚଳନକୁ ଧନୁ ସଂକ୍ରାନ୍ତି କୁହାଯାଇଥାଏ। ଏହି ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସମୟ ହେଉଛି ପ୍ରଖର ଶୀତର ସମୟ। ଏହି ସମୟରେ ମଣିଷ ମାନେ ଅଳସୁଆ ହୋଇ ଡେରିରେ ଶଯ୍ୟା ତ୍ୟାଗ କରିବା ସ୍ଵାଭାବିକ କଥା। କିନ୍ତୁ ଆମ ଦେଉଳ ପରମ୍ପରାରେ ଏହା ବିପରୀତ ହୋଇଥାଏ। ଏହି ମାସଯାକ ମହାପ୍ରଭୁଙ୍କ ନୀତିକାନ୍ତି ସୂର୍ଯ୍ୟେଦୟ ବହୁ ପୁର୍ବରୁ ପାଳିତ ହୁଏ। ଯେଉଁ ସମୟରେ ଲୋକେ ଶଯ୍ୟାରୁ ଉଠିବାକୁ ଇଛା ହେଉନଥାଏ ସେହି ସମୟରେ ମହାପ୍ରଭୁଙ୍କ ସ୍ନାହାନ ଅବକାଶ ଆଦି ନୀତି ଅନୁଷ୍ଠିତ ହୋଇ ବାଳ ଭୋଗ ଲାଗି ହୋଇ ସାରିଥାଏ। ଏହି ପହିଲି ଭୋଗ ନୀତି ଆମକୁ ଶିଖାଇ ଥାଏ ଶୀତଦିନରେ ଅଳସ ନ ହୋଇ କର୍ମଠ ହେବାକୁ। ଏମିତିରେ ବି ଏହି ସମୟ ଶସ୍ୟ ଅମଳର ସମୟ। କର୍ମ ପରାୟଣ ହୋଇ ଏହି ମାସରେ ଶସ୍ୟ ଅମଳ କାର୍ଯ୍ୟରେ ଲାଗିବାକୁ ଏହି ନୀତିକାନ୍ତି ଆମକୁ ଶିଖେଇ ଥାଏ। ଗୋଟିଏ ମାସର ଶସ୍ୟ ଅମଳ ବର୍ଷକ ପର୍ଯ୍ୟନ୍ତ ଆହାର ଯୋଗାଇଥାଏ।
।। ପହିଲିଭୋଗ ନୀତି ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପାଳିତ ହୋଇଥାଏ ।।
ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସକଳ ପ୍ରକାର ନୀତି, ପର୍ବ ପର୍ବାଣି, ଉତ୍ସବ ଇତ୍ୟାଦି ବର୍ଷର ବିଭିନ୍ନ ସମୟରେ ପାଳିତ ହେବା ସଙ୍ଗେ ସଙ୍ଗେ ଅନେକ ପ୍ରକାର ଭୋଗ ଦ୍ରବ୍ୟ ପ୍ରସ୍ତୁତ ହୋଇ ରତ୍ନସିଂହାସନରେ ଅଧିଷ୍ଠିତ ମହାପ୍ରଭୁଙ୍କୁ ସମର୍ପିତ ହୋଇଥାଏ । ପୌରାଣିକ ମତ ଅନୁଯାୟୀ, ଭାରତର ଚାରିଧାମ ମଧ୍ୟରୁ ‘ଶ୍ରୀକ୍ଷେତ୍ର’ ପରଂବ୍ରହ୍ମଙ୍କର ଭୋଜନ ଧାମ ଭାବରେ ସୁବିଦିତ । ଏହି କ୍ଷେତ୍ରରେ ଭୋଗର ପ୍ରାଧାନ୍ୟ ରହିଛି । ବିଭିନ୍ନ ଯାନିଯାତ୍ରାରେ ସ୍ୱତନ୍ତ୍ର ଭୋଗର ବ୍ୟବସ୍ଥା ମଧ୍ୟ ରହିଛି । ସେଥିପାଇଁ ଯଥାର୍ଥରେ କୁହାଯାଇଛି –
‘ବଡ଼ ଦେଉଳ ରେ ଲାଗିଛି ନାଟ,
ନିଇତି ପୁନିଅ ନିଇତି ହାଟ’
ଶ୍ରୀ ଜଗନ୍ନାଥଙ୍କ ସେବାରେ ଶୃଙ୍ଗାର, ବୀର, ବାତ୍ସଲ୍ୟାଦି ସମସ୍ତ ରସର ସେବାଭାବ ରହିଥାଏ । ତନ୍ମଧ୍ୟରୁ, ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବାତ୍ସଲ୍ୟରସ ଉପାସନାର ସମୟ । ଧନୁ ସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥାଏ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି। ସକାଳୁ ସକାଳୁ କୁଆ କା’ କହିବା ପୂର୍ବରୁ, ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ ପହିଲି ଭୋଗ ।
ରାମ କୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଇଥାନ୍ତି ମାଆ ଯଶୋଦା । ସେଥିପାଇଁ, ଶ୍ରୀମନ୍ଦିର ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ହୋଇଥାଏ । ମାସେ ଯାଏଁ ଶ୍ରୀଜୀଉଙ୍କୁ ଅର୍ପଣ ହୋଇଥାଏ ପହିଲି ଭୋଗ । ମାଆଙ୍କ ହାତରନ୍ଧା ଖାଦ୍ୟ ଖାଇଥାନ୍ତି ମହାପ୍ରଭୁ । କଥିତ ଅଛି ଯେ, ଏହି ମାସରେ ମହାଲକ୍ଷ୍ମୀ ବାପଘର ଯାତ୍ରା କରିଥାନ୍ତି । ଏଣୁ ବାତ୍ସଲ୍ୟ ମମତାମୟୀ ମା’ ଯଶୋଦା ଶ୍ରୀଜଗନ୍ନାଥଙ୍କୁ ପ୍ରଭାତରୁ ଶୀଘ୍ର ରୋଷଇ କରି ବିଭିନ୍ନ ପ୍ରକାରର ବ୍ୟଞ୍ଜନ ସହିତ ଅନ୍ନ ଶୀତ ସମୟରେ ଗରମ ଗରମ ଖାଇବାକୁ ଦେଇଥାନ୍ତି । ଏଣୁ, ଏହି ଭୋଗ ମା’ ଯଶୋଦାଙ୍କ ପୁତ୍ର ପ୍ରତି ବାତ୍ସଲ୍ୟ ସ୍ନେହ ଓ ନୈସର୍ଗିକ ପ୍ରେମର ନିଦର୍ଶନ । ସେଥିପାଇଁ ଏହି ପହିଲି ଭୋଗର ବ୍ୟବସ୍ଥା ଚଳିଆସିଛି ।
ପୌରାଣିକ ଆଖ୍ୟାନ ଅନୁଯାୟୀ ଏକଦା ଦ୍ୱାରକାରେ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ ସ୍ମୁର୍ତ୍ତିରେ ବ୍ୟାକୁଳିତ ହୋଇ ବାଳ ଗୋପାଳ ରୂପ ଧାରଣ କରିଥିବା ବେଳେ ନାରଦ ସେଠାରେ ଉପସ୍ଥିତ ହୋଇ ତାହାର ରହସ୍ୟ ଜିଜ୍ଞାସା କରିଥିଲେ । ଉତ୍ତରରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରେରିତ ହୋଇ ନାରଦ ଗୋପପୁରରେ ଉପସ୍ଥିତ ହେଲେ । କୃଷ୍ଣ ବଳରାମ ଦୁଇ ଭାଇଙ୍କୁ ଯଶୋଦାଙ୍କ କୋଳରେ ବସି ନାନା ସୁମିଷ୍ଟ ଦ୍ରବ୍ୟ ଆନନ୍ଦରେ ଭୋଜନ କରୁଥିବାର ଦେଖିଲେ । ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ଏହାର ସ୍ମାରକି । ସ୍କନ୍ଦପୁରାଣରେ ବା ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣିର ବର୍ଣ୍ଣନା କରାଯାଇଥିବା ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ ମଧ୍ୟ ପହିଲି ଭୋଗର କୌଣସି ବିବରଣୀ ନାହିଁ । ଏଥିରୁ, ଅନୁମତି ହୁଏ ଯେ ପହିଲି ଭୋଗର ପ୍ରଚଳନ ଅର୍ବାଚୀନ କାଳରେ ହୋଇଛି । ଏହା ଖ୍ରୀଷ୍ଟୀୟ ୧୬ଶ ଶତାଦ୍ଦୀରେ ପ୍ରଚଳିତ ଥିବାର ଜଣାପଡେ । ଏହାପରେ ସକାଳ ଧୂପ ହୋଇ ସାହାଣମେଲା ଦର୍ଶନ ହୁଏ । ମଧ୍ୟରାତ୍ର ସୁଦ୍ଧା ପହୁଡ ହୁଏ । ପରମ୍ପରାଅନୁସାରେ, ଧନୁ ସଂକ୍ରାନ୍ତିରେ ବଡଓଡିଆ ମଠରୁ ଠାକୁରଙ୍କ ଭୋଗପାଇଁ ମୁଆଁ ଆସିଥାଏ ।
ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସକାଳ ର ଗୋପଳବଲ୍ଲଭ ଭୋଗ ନୀତି ସହିତ ‘ପହିଲିଭୋଗ’ ନୀତି ଅନୁଷ୍ଠିତ ହୋଇଥାଏ । ଏହି ଦିନମାନଙ୍କରେ ରାତ୍ର ଦୁଇ ଘଡି ଥାଇ ଦ୍ୱାର ଫିଟା ନୀତି, ମଙ୍ଗଳ ଆଳତି, ଅବକାଶ ହୁଏ । ତାହା ପରେ ଘୋଡ ଓ ଅଳଙ୍କାର ଲାଗି ହୋଇ ବେଶ ହୋଇଥାଏ । ତତ୍ପରେ, ଭିତର ବାହାର ଶୋଧ ହୋଇ ଅଣସରପିଣ୍ଡି ଠାରେ ଗୋପଳବଲ୍ଲଭ ଭୋଗ ବଢାଯାଇଥାଏ । ଏହାପରେ ଅହ୍ମୁଣିଆ ପାଣି ପଡିବା ଉତ୍ତାରୁ ପହିଲି ଭୋଗ ଛେକ ଆସିବା ପାଇଁ ଭୋଗ ଡାକିଯାଏ । ଏହି ଭୋଗରେ ବିରି ଓ ଗହମରେ ଘୃତପାକ ହୋଇଥିବା ପିଠାମାନ ଅଣାଯାଇ ପଞ୍ଚୋପଚାରରେ ପୂଜା କରାଯାଇଥାଏ । ପହିଲି ଭୋଗରେ ଲାଗୁଥିବା ପିଠା ଗୁଡିକ ହେଉଛି- ‘ବଡ଼ ଝିଲି, ଦରସୁଆ ବଡି, ଦରସୁଆ ଝିଲି, ବଡ଼ ବଡ଼ା, କାକେରି, ସାନ ଅମାଲୁ, ନଳୀ, କାକେରା, ଆରିସା, ମୁଗେଇ, ଏଣ୍ଡୁରି, ଲଡୁ, ଗଜା, ଖଇର ଚୁଳ, ମଣ୍ଡା, ଚୁଡା ପୁଆ, ବଡ଼ି, କଣ୍ଟେଇ ପ୍ରଭୃତି । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଏହାର ପରିମାଣ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ସବୁ ଦ୍ରବ୍ୟ ପାକ କରିବାକୁ ସୁବିଧା ହେବା ପାଇଁ ଏହି ଦିନମାନଙ୍କରେ ମଂଗଳ ଆଳତି ପରେ ହିଁ ରୋଷ ହୋମ ଅନୁଷ୍ଠିତ ହୋଇଥାଏ । ଲୋକବିଶ୍ୱାସରେ ମା’ ଲଷ୍ମୀ ଏହି ମାସଟି ନିଜର ବାପଘରେ କାଟନ୍ତି । ପୌଷ ମାସରେ ବୋହୂ ନିଜର ବାପ ଘରକୁ ଯିବାର ଚଳଣୀ ଓଡ଼ିଆ ଘର ମାନଙ୍କରେ ରହିଛି । ତେଣୁ ମା’ ବ୍ୟଗ୍ର ହୋଇ ନିଜ ପୁଅଝିଅଙ୍କୁ ଶୀତରେ ସକାଳଟାରୁ ଗରମ ଗରମ ଖାଦ୍ୟ ଖୁଆଇ ଦିଅନ୍ତି । ଏହି ପହିଲି ଭୋଗ ବଢା ଭାତର ସ୍ମୃତିକୁ ମନେ ପକାଇଦିଏ ।
ବଉଳ ଅମାବାସ୍ୟା
ବଉଳ ଅମାବାସ୍ୟା (କିମ୍ବା ବକୁଳ ଅମାବାସ୍ୟା) ହେଉଛି ପୌଷ ଅମାବାସ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଓଡ଼ିଆ କୃଷି ଉତ୍ସବ। ଏହା ଆମ୍ବ ଗଛର ନୂତନ ଫୁଲ (ବୌଳ) ପାଇଁ ଉତ୍ସର୍ଗୀକୃତ। ପୁରୀ ଜଗନ୍ନାଥ ମନ୍ଦିରରେ ବିଶେଷ ନୈବେଦ୍ୟ ଦିଆଯାଏ, ଯେଉଁଥିରେ ପ୍ରଭୁ ଜଗନ୍ନାଥ ଏବଂ ପ୍ରଚୁରତା ପାଇଁ ଗଛଗୁଡ଼ିକୁ ଖିର ଗୈନ୍ଥ (ମିଠା ଚାଉଳ ପିଠା) ଅର୍ପଣ କରାଯାଏ। ଏହା ପ୍ରକୃତି ପୂଜାର ଏକ ଦିନ, ଯାହା କୃଷକ, ପରିବାର ଏବଂ ଦେବତାଙ୍କୁ ବଳିଦାନ ଏବଂ ବିଶେଷ ରୀତିନୀତି ମାଧ୍ୟମରେ ସଂଯୋଗ କରେ, ଯାହା ଆଶା ଏବଂ ଦିବ୍ୟ ଆଶୀର୍ବାଦର ପ୍ରତୀକ। ଶ୍ରୀମନ୍ଦିର (ପୁରୀ ମନ୍ଦିର)ରେ ପ୍ରଥମ ଆମ୍ବ ଫୁଟିବା ଏବଂ ପ୍ରଭୁ ଜଗନ୍ନାଥଙ୍କୁ ଗୈନ୍ଥ ପିଠା ପ୍ରଦାନ କରିବା ପ୍ରକୃତି, ଭକ୍ତି ଏବଂ ଏକ ଉତ୍ତମ ଫସଲର ପ୍ରତିଶ୍ରୁତି ମଧ୍ୟରେ ଦିବ୍ୟ ବନ୍ଧନର ପ୍ରତୀକ, ବିଶ୍ୱାସ ଏବଂ ପ୍ରଚୁରତାକୁ ସୁଦୃଢ଼ କରେ।
ll ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ନିମନ୍ତେ ଜଳ ଅଧିବାସ ll
ପୌଷ ମାସ- ଶୁକ୍ଳପକ୍ଷ
ତିଥି- ଚତୁର୍ଦ୍ଦଶୀ
ଆଜି ପୌଷ ପୂର୍ଣ୍ଣିମା ପୂର୍ବଦିନ ନିମନ୍ତେ ଶ୍ରୀମନ୍ଦିରରେ ଜଳ ଅଧିବାସ କର୍ମ ନୀତି ଅନୁଷ୍ଠିତ ହେଉଅଛି।
ଆଜି ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହମାନଙ୍କର ସନ୍ଧ୍ୟା ଧୂପ ବଢି ଚନ୍ଦନ ଲାଗି ନୀତି ସମାପ୍ତ ପରେ ଜଳ ଅଧିବାସ କର୍ମ ନୀତି ଆରମ୍ଭ କରାଯାଏ । ଏଥିପାଇଁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ । ଏକ ହାଣ୍ଡି ଘିଅ ଓ ରୋଷକୂପରୁ ନୂଆ ହାଣ୍ଡିରେ ଅଣାଯାଇଥିବା ପାଣି ପରଖିମାନଙ୍କରେ ରଖାଯାଇଥାଏ । ଘିଅକୁ ଏକୋଇଶ ଗରାରେ ଓ ପାଣିକୁ ସତାଅଶୀ ଗରାରେ ବିଭକ୍ତ କରାଯାଇ ଚାରି ପନ୍ତି ହୋଇ ଚାନ୍ଦୁଆ ତଳେ ରଖାଯାଏ । ପ୍ରତି ବାଡ଼ ରେ ଜଳ ୨୫ ଗରା ଓ ଘିଅ ୬ଗରା କେବଳ ଶ୍ରୀ ସୁଦର୍ଶନ ଙ୍କ ବାଡ଼ ରେ ଜଳ ୧୨ଗରା ଓ ଘିଅ ୩ ଗରା ଏହି ଗରାମାନଙ୍କୁ ଦେଉଳ ପୁରୋହିତ ଚେମେଡ଼ି ପତନି ଘୋଡ଼ାଇ, ଫୁଲ ଚନ୍ଦନ ଦେଇ ଅଧିବାସ କରନ୍ତି । ଏହା ପରେ ଭୋଗ ମଣ୍ଡପ ଦ୍ୱାର ବନ୍ଦ ହୋଇ ତଡ଼ପକରଣ ମୁଦ ଦିଅନ୍ତି । ପରେ ପରେ ବଡ଼ସିଂହାର ଭୋଗ ପୂଜା ସରିବା ପରେ ପାଣି ପଡ଼ି ଧୋପଖାଳ ହୋଇ ଭଦ୍ରାସନ ଉପରେ ପାହାଡ଼ା ପଡ଼ି ଅଧିବାସ ଦର୍ପଣ ଶ୍ରୀ ଜଗନ୍ନାଥଙ୍କ ସମ୍ମୁଖରେ ମନ୍ତ୍ରପୂତ ପୁଷ୍ପ ଓ ଚନ୍ଦନାଦି ଦ୍ବାରା ଅଧିବାସ ହୁଏ । ଭଦ୍ରାସନର ଚାରିପାଖେ ଚିକିଟାମାଟିରେ ବନ୍ଦ କରାଯାଇଥାଏ । ଏହାପରେ ପଇଡ଼ ବିଡ଼ିଆ ମଣୋହି ହୋଇ ପହୁଡ଼ ହୁଏ ।
ଶ୍ରୀମନ୍ଦିର ଭିତର ବେଡ଼ାରେ ଥିବା ପ୍ରତିହାରୀ ନିଯୋଗ କାର୍ଯ୍ୟାଳୟ ଗୃହ ସମ୍ମୁଖରେ କୋଠ ସୁଆଁସିଆଙ୍କ ଦ୍ବାରା ଏକ ଯଜ୍ଞ ଶାଳା ନିର୍ମିତ ହୋଇଥାଏ । ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପରେ ଦେଉଳ ପୁରୋହିତଙ୍କ ଦ୍ବାରା ଅଙ୍କୁରାପଣ ପୂଜା ସମାହିତ ହୋଇଥାଏ ।
** ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି **
ଦେବାଭିଷେକ ପୂର୍ଣ୍ଣିମା
ଆଜି ପବିତ୍ର ପୌଷ୍ୟ ପୂର୍ଣ୍ଣିମା ତିଥି। ପୁଷ ପୂର୍ଣ୍ଣିମା ନାମରେ ଏହା ପରିଚିତ ଅଟେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀ ମନ୍ଦିରରେ ଏହି ପୁଷ୍ୟାଭିଷେକ ନୀତିଟି ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଅନ୍ୟତମ ଶ୍ରେଷ୍ଟ ଯାତ୍ରା ଅଟେ ଆଜିର ଦିନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ବା ଦେବାଭିଷେକ ନୀତି। ଆଜି ରତ୍ନସିଂହାସନରେ ଶ୍ରୀଜୀଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେବେ।
“ସର୍ବଣାମ ସର୍ବ ଦେବାନାମ
ରାଜା ଶ୍ରୀ ପୁରୁଷୋତ୍ତମଃ”
“ପୌଷ ମାସି ସିତେ ପକ୍ଷେ ପୌଣ୍ଣମ୍ୟାଂ ରୁକ୍ମିଣୀ ପତେଃ ।
ପୁଷ୍ୟାଭିଷେକଂ କୁର୍ବାତ୍ ସର୍ବକାମାର୍ଥ ସିଦ୍ଧୟେ ॥
“ଏବଂଚ ପରୟା ଭକ୍ତ୍ୟା ତୋଷୟେତ୍ପରମେଶ୍ୱରମ୍ ।
ଅଭିଷେକୋତ୍ସଙ୍କ ଯେ ବୈ ପଶ୍ୟନ୍ତି ଭୂବିମାନବାଃ ॥
ସର୍ବପାପର୍ବିନିର୍ମୁକ୍ତ ଭୂକ୍ତ୍ୱା ଶର୍ମାଖିଳଂ ପରମ୍ ।
ସର୍ବାନକାମାନ ପରଂଲବ୍ଧ୍ୱା ବିଷ୍ଣଲୋକଂ ବ୍ରଜନ୍ତିତେ ॥”


ମାଘବ୍ରତ ଆରମ୍ଭ
ll ଶ୍ରୀମନ୍ଦିର ରେ ଦୁଧ ମେଲାଣ ଉତ୍ସବ ll
ଆଜି ଶ୍ରୀମନ୍ଦିରରେ ପାଳିତ ହୋଇଛି ‘ଦୁଧ ମେଲାଣ’ ନୀତି । ମକର ସଂକ୍ରାନ୍ତିର ପୂର୍ବଦିନ ‘ଚାଉଳ ମେଲାଣ’ ଓ ‘ଫୁଲ ମେଲାଣ’ ନୀତି ପଡିଥାଏ ଏବଂ ମାସନ୍ତ ପୂର୍ବଦିନ ଶ୍ରୀନ୍ଦିରରେ ‘ଦୁଧ ମେଲାଣ’ ଉପଲକ୍ଷେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ ।
ଶ୍ରୀମନ୍ଦିରର ‘ସ୍ୱତ୍ୱଲିପି’ ଅନୁସାରେ, ‘ଦୁଧ ମେଲାଣ’ ନୀତିରେ ‘ଦେଶ’ ମାନଙ୍କରୁ ଗୋପାଳମାନେ ଦୁଧଭାର ଆଣି ଆସନ୍ତି ଏବଂ ଜଗନ୍ନାଥବଲ୍ଲଭ ମଠଠାରେ ‘ଗୋଧନ’ (ଗୋ-ଦୋହନ) ନୀତି ସଂପନ୍ନ ହୁଏ। ସେହି ଦୁଧକୁ ଘଣ୍ଟ, ଛତା ଓ କାହାଳୀ ସହ ଶ୍ରୀମନ୍ଦିରକୁ ନିଆଯାଏ।
ଆଜି ମଧ୍ୟାହ୍ନ ଧୂପ ବଢିବା ପରେ ଦକ୍ଷିଣ ଘରୁ ରାମ କୃଷ୍ଣ ରସିଂହାସନକୁ ବିଜେକରି ରାମ, ବଡ଼ଠାକୁର ବଳଭଦ୍ରଙ୍କ ଠାରୁ ଏବଂ କୃଷ୍ଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପାଇବା ପରେ କଳ୍ପବଟ ଠାରେ ଥିବା ପାଲିଙ୍କିକୁ ମହାଜନ ସେବକଙ୍କ ଦ୍ୱାରା ଆସିଥିଲେ। ଏହାପରେ ରାମକୃଷ୍ଣ ବିମାନବଡ଼ୁ ସେବକମାନଙ୍କ ଦ୍ୱାରା ଜଗନ୍ନାଥବଲ୍ଲଭ ମଠକୁ ଘଣ୍ଟ, ଛତ୍ର, ଚାମର ଆଦିର ପଟୁଆରରେ ବିଜେ କରନ୍ତି । ସେଠାରେ ପୂର୍ବରୁ ଏକ ବାଲି ବେଦୀ ପ୍ରସ୍ତୁତ ହୋଇ ଚାନ୍ଦୁଆ ବନ୍ଧା ହୋଇଥାଏ। ଦୁଇ ଠାକୁରଙ୍କୁ ସେଠାକୁ ଆଣିବା ପରେ ଗଉଡ଼ମାନେ ବାଘମୁହାଁ ବାନ୍ଧି ସଂଗ୍ରହ କରିଥିବା ଦୁଧ ଭାରମାନ କୋଠ ମହାଭୋଇଙ୍କୁ ଦିଅନ୍ତି ଏବଂ ମହାଭୋଇ କ୍ଷୀରର ସ୍ୱଳ୍ପ ଅଂଶକ ଭିତରଚ୍ଛଙ୍କ ନିକଟରେ ସର୍ପମଣୋହି କରାନ୍ତି ଏବଂ କ୍ଷୀରର ଅବଶିଷ୍ଟାଂଶଙ୍କୁ ଭାରରେ ବୋହି ମନ୍ଦିରକୁ ଅଣାଯାଇଥାଏ। ଚଳନ୍ତି ପ୍ରତିମାମାନେ ନାଟମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିବା ପରେ ପୂଜାପଣ୍ଡାଙ୍କ ଦ୍ବାରା ପ୍ରସାଦଲାଗି ଓ ବନ୍ଦାପନା ସମ୍ପନ୍ନ ହୋଇଥାଏ। ଏହାପରେ ରାମ କୃଷ୍ଣ ଦକ୍ଷିଣିଘରକୁ ଫେରିଥାନ୍ତି।
ମକରଚାଉଳ ଅଧିବାସ
ଶ୍ରୀଜୀଉଙ୍କ ନବାଙ୍କ ବେଶ

ମକର ସଂକ୍ରାନ୍ତି
ଉତ୍ତରାୟଣ ଯାତ୍ରା ଓ ମହାପ୍ରଭୁଙ୍କ ମକର ଚଉରାଶି ବେଶ
ମକର ସଂକ୍ରାନ୍ତି ହେତୁ ଶ୍ରୀମନ୍ଦିରରେ ପୂର୍ବ ପରମ୍ପରା ପ୍ରକାରେ ନୀତିମାନ ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଇଥିଲା।ମଙ୍ଗଳ ଆଳତୀ, ଅବକାଶ ଅବକାଶ ନୀତି ବଢିବା ପରେ ଫୁଟା ପହରଣା ଲାଗି ସହିତ ତ୍ରିମୁଣ୍ଡି ରେ ମକରଚୁଳ ଲାଗି ହୋଇ କର୍ପୂର ଲାଗି ପୂର୍ବକ ବେଶ ବଢିଥିଲା।
ପରେ ପାଣି ପଡି ଗୋପଲବଲ୍ଲଭ ଓ ସକାଳଧୂପ ବଢିଥିଲା।ସକାଳଧୂପ ସମ୍ପର୍ଣ୍ଣ ହେବା ପରେ ପାଣି ପଡି ମଇଲମ,ଯାତ୍ରାଙ୍ଗି ମହାସ୍ନାନ ,ସର୍ବାଙ୍ଗ ,ନୂଆଲୁଗା ଓ ଛ ମୂର୍ତି ଅଳଂକାର ଲାଗି ହୋଇ ବେଶ ବଢିଥିଲା ଏବଂ ପରେ ପାଣିପଡି ମଧ୍ୟାହ୍ନଧୂପ ଡାକି ଯାଇଥିଲା।ଘଣ୍ଟ ଛତା କାହାଳୀ ପଟୁଆର ସହିତ ତଳିଚ୍ଛ ପ୍ରଧାନୀ ହାତପୈଠ ପୂର୍ବକ ଭୋଗ ଛାମୁ କୁ ଆସିଥିଲା।ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ତିନିବାଡେ ପାଳିଆ ପୂଜାପଣ୍ଡା ଷୋଡଶ ଉପଚାର ରେ ମଧ୍ୟାହ୍ନ ଧୂପ ପୂଜା ବସିଥିଲେ।ଟେରା ପଡିବା ପରେ ମହାପ୍ରଭୁ ଙ୍କ ବାଡ଼ ପାଳିଆ ପୂଜାପଣ୍ଡା,ରୋଷ ପାଇକ ,ପତ୍ରିବଡୁ,ସୁଆରବଡୁ ବହାରକୁ ଆସି ଅଷ୍ଟଦିଗ ବଳି ଦେଇଥିଲେ , ପରେ ପାଳିଆ ପୂଜାପଣ୍ଡା ପୁନଶ୍ଚ ଭିତରକୁ ଯିବା ପରେ ଭୋଗ ସମାପନ ହୋଇଥିଲା।
ଏହାପରେ ପାଣି ପଡି ଟେରା ବନ୍ଧାଯାଇ ପୂର୍ବ ଦିନରୁ ଭୋଗମଣ୍ଡପ ଘରେ ଅଧିବାସ ହୋଇ ରହିଥିବା ମକର ଭୋଗ ନିମନ୍ତେ ଡାକି ଯାଇଥିଲା।ସ୍ମରଣ ଯୋଗ୍ୟ ପୂର୍ବରୁ ଶୁଦ୍ଧସୁଆର ଗୋଦାମ ରୁ ନଡ଼ିଆ ,ଘିଅ ,ମିଠ,ମସଲା ଓ ଦୁଧସର ନେଇ ମକର ଚାଉଳ ପ୍ରସ୍ତୁତ କରିଥିଲେ। ପରେ ପନ୍ତିବଡୁ ମାନେ ବାଘମୁହାଁ ବାନ୍ଧି ସ୍ୱତନ୍ତ୍ର ପଟୁଆର ରେ ମକରଚାଉଳ କୁ ୩ବେଢା ବୁଲାଇ ଛାମୁ ରେ ରଖିଥିଲେ।ଏହାପରେ ମହାଭୋଇ -ଦୁଧ ,ଗୁଡ଼ିଆ- ଶାକର,ଫେଣା,ହଡ଼ପ ନାୟକ ନଳୀ ପାନ ଓ ଛାଚି ପାନ ବେଢାକୁ ଯାଇ ଛାମୁ ରେ ରଖିବା ପରେ ମୁଦିରସ୍ତ ପ୍ରସାଦ ଲାଗି କରିଥିଲେ ।ପରେ ପାଳିଆ ପୂଜାପଣ୍ଡା ମାନଙ୍କ ଦ୍ୱାରା ପଞ୍ଚୋପଚାର ରେ ଭୋଗ ସରିଥିଲା। ଭୋଗ ସରିବା ପରେ ପୂଜାପଣ୍ଡା,ପତିମହାପାତ୍ର ,ମୁଦିରସ୍ତ ଯାଇ ବନ୍ଦାପନା କରିଥିଲେ। ମକର ସଂକ୍ରାନ୍ତି ଅବସର ରେ ମହାପ୍ରଭୁଙ୍କ ନିକଟରେ ୮୪ ରକମର ଭୋଗ ଲାଗି ହୋଇଥାଏ । ଯାହା ସୁଆର ମାନେ ଅତି ଶ୍ରଦ୍ଧାରେ ଲାଗି କରିଥାନ୍ତି । ଏହାକୁ ମକର ଚଉରାଶି ଭୋଗ କୁହାଯାଏ ।
” ଏତସ୍ମିନ୍ ସମୟେ ଦେବାନ୍ ଯେ ପଶ୍ୟନ୍ତି ଜନାଶ୍ଚତେ।
ରାଜସୂୟ ଫଳଂ ଲବ୍ଧ୍ବା ବ୍ରଜନ୍ତି ହରିମନ୍ଦିରମ୍।।”
~ ବାମଦେବ ସଂହିତା
ଶ୍ରୀଜୀଉଙ୍କର ଏହି ସବୁ ନୀତି ସରିଲେ ଲକ୍ଷ ଲକ୍ଷ ଭକ୍ତଜନ ନାଟମନ୍ଦିରରେ ଶ୍ରୀଜୀଉଙ୍କର ଦର୍ଶନ କରିଥାନ୍ତି । ଶ୍ରୀ ଜୀଉ ଙ୍କ ଏହି ଉତ୍ତରାୟଣ ଯାତ୍ରା ଭକ୍ତ ମନରେ ଭବାବେଶ ସୃଷ୍ଟିକରେ ଏବଂ ଏହି ଯାତ୍ରାରେ ମହାପ୍ରଭୁଙ୍କ ଉଦ୍ଧେଶ୍ୟରେ ଅର୍ପିତ ହେଉଥିବା ଅମୃତୋପମ ମକରାନ୍ନ କୈବଲ୍ୟ ଯେଭଳି ସ୍ୱଦ୍ୟ ଓ ଉପଭୋଗ୍ୟ ହୋଇଥାଏ ତାହା କେବଳ ଅନୁଭବ ସାପେକ୍ଷ ବୋଲି କୁହାଯାଇପାରେ ।
ମହାପ୍ରଭୁଙ୍କ ନକଟରେ ଲାଗି ହେଉଥିବା ସମସ୍ତ ୮୪ ପ୍ରକାର ଭୋଗ ହେଉଛି ବଡ଼ କାନ୍ତି,ବଡ଼ କାକରା,ମରିଚିନଡୁ,ସାନ ଡାଲିମ୍ବ ,ତାଟ ମକର ନାଡୀ,ତାଟ ତିପୁରୀ,ତାଟ ନଳୀବଡ଼,ଧୂପ ନାଡୀ ,ଘି ନାଡୀ,ଫେଣି, ସାନ ତିପୁରୀ,ବଡ଼ ଝିଲି, ବଡ଼ ପିଠା,ପୁଲି ପିଠା,ସାନ କାନ୍ତି,ଖିରି,ସାନ କାକରା ,ବଡ଼ ହଂସକେଳୀ,ସାନ ହଂସକେଳୀ,ବଡ଼ ଆରିସା ,ସାନ ଆରିସା,ସରପୁଳି ସାନ ପିଠା,ମାଠ ପୁଳି, ଝଡାଇ ନେଦା,ଅନ୍ତରୀକ୍ଷ ମଣ୍ଡା, ନହୁଣିଆ ମଣ୍ଡା,ବଡ଼ ବଡା,ସାନ ବଡା,ସରକମ୍ପା,ଖୋଳ ବଡା,ବଡ଼ ଅମାଲୁ,ସାନ ଅମାଲୁ,ଘିଉଡି ତାଡ଼,ଘିଉଡି,ମୋଡୀଆ,ଧନିସରଣ,ବଡ଼ ଡାଲିମ୍ବ,ତାଡ଼ିଆ ଖୋଳବଡା,ସାନ ମନୋହର,ଗଜା ବଡ଼ ସାନ, ପଣସୁଆ,ଟାକୁଆ,ଫେଣି, ମାଣ୍ଡୁଅ,ସରୁ ଚକୁଳି,ଛେନା କେଳି,ପାରିଜାତକ,ଛେନା,ଶୋଧୁଅ,ଗୋଟି କାକରା,ଓରିଆ,ଚାଟୀ ଭାତ,ବଡ଼ ପିଠା,ସାନ ସରପୁଳି,କାନିକା,କଡ଼ମ୍ବା,ସେରିକିଆ ଭାତ,ଦହି ଓ ଟଭା ପଖାଳ,ଖିରୀ,ମୁଗ,ପଣା, ସାକରା,ଖିରିସା,ବଡି ମହୁର,ମଞ୍ଜା କଡେଇ,କଦଳୀ ତଳିଆ,ତାଡ଼ ଆଳୁ କଦଳୀ ଭଜା,ଫେଣା ସିକା,ଅଦା ପାଚେଡ଼ି,ନାଡୀ ଶାକର,ଛାଚୀ ଶାକର,ବଡ଼ କୋରା, ଖଣ୍ଡ ମଣ୍ଡା,ଏଣ୍ଡୁରି,ଖୁସୀ,ଚଣାକୋରା,ଖଣ୍ଡବାଡୀ,ତରାଜୁ-ପୁଞ୍ଜା,ପଣସୁଆ(ଭୁନ୍ଦି),ସର ସରକ ।
ଶ୍ରୀଜୀଉଙ୍କର ପଦ୍ମବେଶ
ଦିବସ-ମାଘମାସ ଶୁକ୍ଲପକ୍ଷ ପ୍ରତିପଦାରୁ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର ବା ଶନିବାର
ମାଘମାସ ଶୁକ୍ଲପକ୍ଷ ପ୍ରତିପଦାରୁ ପଂଚମୀ ମଧ୍ୟରେ ଯେଉଁ ବୁଧବାର ବା ଶନିବାର ପଡେ ସେହି ଦିନ ପଦ୍ମବେଶରେ ସଜେଇ ହୋଇଥାନ୍ତି ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ। ମଧ୍ୟରାତ୍ରିରେ ଚନ୍ଦନଲାଗି ନୀତି ପରେ ବଡସିଂହାର ବେଶ ସମୟରେ ତିନି ଠାକୁରଙ୍କୁ ପଦ୍ମବେଶରେ ସଜ୍ଜିତ କରନ୍ତି ସେବାୟତ। ଏହାପରେ ଶ୍ରୀଜିଉଙ୍କୁ ଖିରୀ ଓ ଅମାଲୁ ଭୋଗ କରିବା ପରମ୍ପରା ରହିଛି। ଏହି ବେଶ ପାଇଁ ସୋଲରେ ନିର୍ମିତ ପଦ୍ମ ପାଖୁଡାରୁ ତିନୋଟି ମୁଖ ତିଆରି ହୁଏ। ସୋଲ, ଜରି, କଦଳୀପଟା, କନା, କଇଁଥ ଅଠା ଓ ରଙ୍ଗ ସାହାଯ୍ୟରେ ପଦ୍ମଫୁଲ ଓ କଢ଼ୀ ତିଆରି କରାଯାଇଥାଏ।
ସପ୍ତଦଶ ଶତାବ୍ଦୀରୁ ଏହି ବେଶ ହୋଇ ଆସୁଛି ବୋଲି ଗବେଷକମାନେ କୁହନ୍ତି। ଯାହାର ପ୍ରବର୍ତ୍ତକ ହେଉଛନ୍ତି ବଡଛତା ମଠର ସନ୍ଥ ରଘୁବର ଦାସ। ତାଙ୍କ ସମୟରୁ ହିଁ ଏହି ବେଶର ସମସ୍ତ ଖର୍ଚ୍ଚ ମଠ ବହନ କରି ଆସୁଛି। ପ୍ରତିବର୍ଷ ମାଘ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଏହି ବେଶ ହେବାର ପରମ୍ପରା ରହିଛି । ମହାପ୍ରଭୁ କଳା କିମ୍ବା ନୀଳ ଘୋଡ଼ରେ ଥାଇ ଏହି ବେଶ ହୁଅନ୍ତି। ଏହି ବେଶ ଥାଇ ରାତ୍ର ପହୁଡ଼ ହୁଏ। ତହିଁ ପରଦିନ ସକାଳେ ମଧ୍ୟ ଏହି ବେଶ ଦର୍ଶନର ସୁଯୋଗ ଭକ୍ତଙ୍କୁ ମିଳିଥାଏ।
ପଦ୍ମବେଶର କିମ୍ବଦନ୍ତୀ
ମହାରାଜା ତୃତୀୟ ଅନଙ୍ଗଭୀମ ଦେବ ଶ୍ରୀମନ୍ଦିରର ପୂଜା ବିଧି ଓ ପରିଚାଳନାରେ ଅନେକ ସଂସ୍କାର ଆଣିଥିଲେ। ମହାପ୍ରଭୁଙ୍କୁ ଲାଗି ହେଉଥିବା ପ୍ରସାଦର ପରିମାଣ ଓ ପ୍ରକାର ଭେଦର ବୃଦ୍ଧି ତା’ ଭିତରୁ ଗୋଟିଏ ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ ଥିଲା। ସେ ବିଷୟରେ ବିସ୍ତୃତ ଆଲୋଚନା କରିବାପାଇଁ ସମ୍ପୃକ୍ତ ସେବକମାନଙ୍କର ଏକ ବୈଠକ ଡକାଗଲା। ଅନେକ ବିଶିଷ୍ଟ ଭକ୍ତ ଓ ବିଦ୍ୱାନ ବ୍ରାହ୍ମଣ ପଣ୍ଡିତମାନେ ସେ ସଭାରେ ନିମନ୍ତ୍ରିତ ହୋଇ ଯୋଗ ଦେଇଥିଲେ।
ଆଲୋଚନା ସମୟରେ ଜଣେ ସୁଆର ସେବକ ରୋଷ ଘରର ଏକ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ପାଇଁ ମହାରାଜାଙ୍କୁ ଅନୁରୋଧ କଲେ – ‘ମଣିମା, ମହାପ୍ରଭୁଙ୍କର ପ୍ରସାଦ ବୈଷ୍ଣବାଗ୍ନିରେ ପାକ ହେବା ବିଧି। କିନ୍ତୁ ସବୁଦିନ ରୋଷ ପାଇଁ ବୈଷ୍ଣବାଗ୍ନି ସୃଷ୍ଟି କରିବା ସମୟ ଓ ଶ୍ରମସାପେକ୍ଷ। ଦିନେଦିନେ ତା’ ପାଇଁ ଏତେ ସମୟ ଦେବାକୁ ପଡୁଛି ଯେ ପରବର୍ତ୍ତୀ କାର୍ଯ୍ୟକ୍ରମ ଅଯଥା ବିଳମ୍ୱିତ ହେଉଛି। ତେଣୁ ବୈଷ୍ଣବାଗ୍ନିକୁ କୌଣସି ଉପାୟରେ ସଂରକ୍ଷଣ କରି ରଖିଲେ, ଏ ସମସ୍ୟା ରହନ୍ତା ନାହିଁ।’ ଏହା ଶୁଣି ଅନ୍ୟ ସୁଆରମାନେ ଠିଆ ହୋଇ ଏ ପ୍ରସ୍ତାବର ଦୃଢ଼ ସମର୍ଥନ କଲେ ଏବଂ ତା’ର ତୁରନ୍ତ କାର୍ଯ୍ୟକାରିତା ପାଇଁ ଅନୁରୋଧ କଲେ।
ପଣ୍ଡିତମାନଙ୍କ ସହ ବିଚାରବିମର୍ଶ ପରେ ବୈଷ୍ଣବାଗ୍ନି ସଂରକ୍ଷଣ କରି ରଖାଯିବ ବୋଲି ନିଷ୍ପତ୍ତି ହେଲା। କିନ୍ତୁ ସଂରକ୍ଷଣ ଦାୟିତ୍ୱରେ କିଏ ରହିବ ବୋଲି ଆଲୋଚନା ଚାଲିଥିବା ବେଳେ କେହି ଜଣେ ରୋଷ ପାଇକ ଭିତରୁ ଜଣକୁ ଏ ଦାୟିତ୍ୱ ଦେବା ପାଇଁ କହିବାରୁ ରାଜଗୁରୁ କହିଲେ- ‘ବୈଷ୍ଣବାଗ୍ନି ସଂରକ୍ଷଣ ଦାୟିତ୍ୱରେ ରହିବା ବ୍ୟକ୍ତି ଅଗ୍ନିଦେବଙ୍କର ନିୟମିତ ଦୈନିକ ପୂଜା କରିବାର ଆବଶ୍ୟକତା ଅଛି। ତେଣୁ ଜଣେ ନୈଷ୍ଟିକ ବ୍ରାହ୍ମଣ ବା ସନ୍ନ୍ୟାସୀଙ୍କୁ ଏ ଦାୟିତ୍ୱ ଦେବା ଠିକ ହେବ।
ରାଜଗୁରୁଙ୍କ ପ୍ରସ୍ତାବ ଅନୁସାରେ ବୈଷ୍ଣବାଗ୍ନି ସଂରକ୍ଷକ ନିଯୁକ୍ତି ପାଇଁ ରାଜାଙ୍କ ତରଫରୁ ଘୋଷଣାନାମା ପ୍ରକାଶ ପାଇଲା। କିନ୍ତୁ ସେଥିରେ ଏକ କଠିନ ସର୍ତ୍ତ ରଖା ଯାଇଥିଲା- ଯେଉଁ ନୈଷ୍ଟିକ ବ୍ରାହ୍ମଣ ବା ସନ୍ନ୍ୟାସୀ ତିନି ଦିନ ଓ ତିନି ରାତି ପର୍ଯ୍ୟନ୍ତ ନିଜ ହାତ ପାପୁଲିରେ ବୈଷ୍ଣବାଗ୍ନି ଜ୍ୱଳନ୍ତ ଅବସ୍ଥାରେ ରଖିପାରିବେ, ତାଙ୍କୁ ସଂରକ୍ଷକ ରୂପେ ନିଯୁକ୍ତ କରାଯିବ। ଏହି ପ୍ରକାରର ସର୍ତ୍ତ ପୂରଣ କରିବାର କ୍ଷମତା କ୍ଷେତ୍ରବାସୀ ବ୍ରାହ୍ମଣ ସନ୍ୟାସୀମାନଙ୍କ ପାଖରେ ନ ଥିଲା। ଅଳ୍ପ କେତେଜଣ ଦୁଃସାହସ କରି ପରୀକ୍ଷାର ସମ୍ମୁୁଖୀନ ହେବାକୁ ଆସିଥିଲେ ମଧ୍ୟ ସମସ୍ତେ ଅଳ୍ପ ସମୟପରେ ପୋଡ଼ା ହାତ ନେଇ ବିଦା ହୋଇଗଲେ।
ଏହି ଘଟଣାର କିଛିଦିନ ପୂର୍ବରୁ ରଘୁବର ଦାସ ନାମକ ଜଣେ ପରମ ବୈଷ୍ଣବ ସନ୍ନ୍ୟାସୀ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଥିଲେ। ସେ ଥିଲେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କର ପରମ ଭକ୍ତ। ସେ ସାରା ଭାରତରେ ବିଭିନ୍ନ ତୀର୍ଥକ୍ଷେତ୍ର ଭ୍ରମଣ କରୁଥିବା ବେଳେ ଶୁଣିବାକୁ ପାଇଥିଲେ ଯେ ଅବତାରୀ ପରଂବ୍ରହ୍ମ ଜଗନ୍ନାଥ ପୁରୁଷୋତ୍ତମ କ୍ଷେତ୍ରରେ ଦାରୁ ସ୍ୱରୂପରେ ବିରାଜମାନ କରୁଛନ୍ତି। ତାହା ଶୁଣି ସେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସି ତାଙ୍କ ପ୍ରେମରେ ଏପରି ପଡ଼ିଗଲେ ଯେ କ୍ଷେତ୍ରବାସୀ ହୋଇ ରହିଗଲେ। ସିଂହଦ୍ୱାର ସମ୍ମୁଖରେ ତାଳପତ୍ରର ଏକ ବଡ଼ ଛତା ପୋତି ତା’ ତଳେ ରହିବାକୁ ଲାଗିଲେ ଓ ନିଜର ପୂରା ସମୟ ମହାପ୍ରଭୁଙ୍କ ଦର୍ଶନ, ଧ୍ୟାନ, ଧାରଣା ଓ କୀର୍ତ୍ତନରେ ବିତାଇ ଦେଲେ। ସେ ଯେତେବେଳେ ମହାପ୍ରଭୁଙ୍କ ବୈଷ୍ଣବାଗ୍ନି ସଂରକ୍ଷଣ ପାଇଁ ରାଜାଙ୍କ ଘୋଷଣା ଶୁଣିଲେ, ଜଗନ୍ନାଥଙ୍କର ସେ ପବିତ୍ର ସେବା କରିବା ପାଇଁ ତାଙ୍କ ମନରେ ଅଭିଳାଷ ଜାଗିଲା। ସେ ମହାପ୍ରଭୁଙ୍କୁୁ ନିଉଛାଳି ହୋଇ ତାଙ୍କୁ ଏ ସେବା ପାଇବାରେ ସହାୟକ ହେବା ପାଇଁ ପ୍ରାର୍ଥନା କଲେ। ତା’ ପରେ ପରୀକ୍ଷା ଦେବା ପାଇଁ ରାଜାଙ୍କ ସମ୍ମୁଖରେ ହାଜର ହୋଇଗଲେ। ପାରିଷଦମାନଙ୍କ ଉପସ୍ଥିତିରେ ଜଣେ ଅଙ୍ଗାରୁଆ ନାୟକ ଗୋଟିଏ କୁଡୁଆରେ ଜଳୁଥିବା ବୈଷ୍ଣବାଗ୍ନି ଆଣି ରଘୁବର ଦାସଙ୍କ ଦୁଇ ହାତ ଆଞ୍ଜୁଳାରେ ଢାଳିଦେଲେ। ରଘୁବର ତିନିଦିନ ତିନିରାତି ସେ ଅଗ୍ନିକୁ ଧରି ରଖିଲେ ମଧ୍ୟ ତାଙ୍କର କିଛି କ୍ଷତି ହେଲା ନାହିଁ। ରାଜାଙ୍କ ସହ ସେଠାରେ ଉପସ୍ଥିତ ସମସ୍ତେ ସନ୍ନ୍ୟାସୀଙ୍କର ଜୟଜୟକାର କଲେ।
ରଘୁବର ଛତା ପୋତି ରହୁଥିବା ଯାଗାରେ ରାଜା ଏକ ମଠ ନିର୍ମାଣ କରାଇ ତାଙ୍କୁ ସେ ମଠର ପ୍ରଥମ ମହନ୍ତରୂପେ ନିଯୁକ୍ତ କଲେ। ମହନ୍ତ ମହାରାଜ ସେହି ମଠରେ ବୈଷ୍ଣବାଗ୍ନିଙ୍କୁ ସଂରକ୍ଷଣ କରି ରଖିଲେ। ଆଜି ପର୍ଯ୍ୟନ୍ତ ପରମ୍ପରାକ୍ରମେ ସେ ଅଗ୍ନିକୁ ମଠର ମହନ୍ତମାନେ ପ୍ରଜ୍ୱଳିତ କରି ରଖିଛନ୍ତି।
ରଘୁବର ଦାସ ମହାପ୍ରଭୁଙ୍କର ପରମଭକ୍ତ ଥିଲେ। କିନ୍ତୁ ମହାପ୍ରଭୁଙ୍କର ରୋଷ ପାଇଁ ବୈଷ୍ଣବାଗ୍ନିର ସଂରକ୍ଷଣ ସେବା ପାଇବା ପରେ ପ୍ରଭୁଙ୍କ ପ୍ରତି ତାଙ୍କର ସମର୍ପଣ ଭାବ ବହୁଗୁଣରେ ବଢ଼଼ିଗଲା। ମହାପ୍ରଭୁ କେଉଁ ନୂଆ ବେଶ ହେଲେ ଅଧିକ ସୁନ୍ଦର ଦିଶିବେ, କେଉଁ ପ୍ରସାଦ ସମର୍ପଣ କଲେ ପ୍ରଭୁ ଅଧିକ ତୃପ୍ତ ହେବେ – ଏହିପରି ଚିନ୍ତା ତାଙ୍କୁୁ ଦିନରାତି ଘାରୁଥିଲା।
ଥରେ ରଘୁବର ସୋଲ ଓ ଶୁଖିଲା କଦଳୀ ପତ୍ରରେ ତିନୋଟି ମୁଖପଦ୍ମ ତିଆରି କଲେ। ସେଗୁଡ଼ିକୁ ରଙ୍ଗ କରି ଦେବା ପରେ ସେଗୁଡ଼ିକ ସଜଫୁଟା ପଦ୍ମଫୁଲ ପରି ଦେଖାଗଲେ। ତା’ ପରେ ବୈଷ୍ଣବାଗ୍ନିରେ ନିଜେ ଯତ୍ନର ସହ କ୍ଷୀରିପ୍ରସାଦ ପ୍ରସ୍ତୁତ କଲେ। ସନ୍ଧ୍ୟା ସମୟରେ ସେ ସବୁକୁ ଧରି ଶ୍ରୀମନ୍ଦିରରେ ପହଞ୍ଚିଲେ ଓ ମହାପ୍ରଭଙ୍କୁୁ ଲାଗି କରିବା ପାଇଁ ସେବକମାନଙ୍କୁ ଅନୁରୋଧ କଲେ। କିନ୍ତୁ ସେବକମାନେ ସୋଲ ଓ କଦଳୀ ପଟୁକାର ପଦ୍ମ ଓ ବାହାରେ ପ୍ରସ୍ତୁତ ହୋଇଥିବା ପ୍ରସାଦ ମହାପ୍ରଭୁଙ୍କୁ ସମର୍ପଣ ହେବାର ପରମ୍ପରା ନାହିଁ ବୋଲି କହି ସେ ସବୁକୁ ଫେରେଇ ଦେଲେ। ଏହା ଦେଖି ରଘୁବର ଦୁଃଖରେ ଭାଙ୍ଗିପଡ଼ିଲେ। ମୁଖପଦ୍ମ ଓ କ୍ଷୀରି ପ୍ରସାଦ ନେଇ ମଠକୁ ଚାଲିଗଲେ ଓ ଅଶ୍ରୁଳ ନୟନରେ ମହାପ୍ରଭୁଙ୍କୁ ଧ୍ୟାନ କରି ବସିଲେ। ସେ ପଟେ ସେ ଦିନ ମହାପ୍ରଭୁଙ୍କର ବଡ଼ସିଂହାର ବେଶ ହୋଇ ପାରିଲା ନାହିଁ। ଟୋପର ଉପରେ ଶିରୀ କପଡ଼ା ପକାଇବା ମାତ୍ରେ ଟୋପର ଖସି ପଡ଼ିଲା। ଯେତେଥର ସେବକମାନେ ବେଶ କରାଇବା ପାଇଁ ଚେଷ୍ଟା କଲେ, ସେତେଥର ବିଫଳ ହେଲେ। ବଡ଼ସିଂହାର ବେଶ ହୋଇ ନ ପାରିବାରୁ ବଡ଼ସିଂହାର ଧୂପ ହୋଇ ପାରିଲା ନାହିଁ। ଯେଉଁମାନେ ବଡ଼ସିଂହାର ଧୂପ ପାଇଁ ଅପେକ୍ଷା କରିଥିଲେ, ସେମାନେ ନିରାଶ ହେଲେ। ପୁରୁଖା ସେବକମାନେ କହିଲେ ଯେ ନୀତିରେ ତ୍ରୁଟି ଦେଖାଦେଲେ ମହାପ୍ରଭୁ ଏପ୍ରକାର ସଙ୍କେତ ଦିଅନ୍ତି।
ଏତେସବୁ ବ୍ୟତିକ୍ରମ ପରେ ସେବକମାନେ ମହାପ୍ରଭୁଙ୍କ ପାଖରେ ଅଧିଆ ପଡ଼ିଲେ। ଠାକୁର ତଳୁଛ ମହାପାତ୍ରଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ – ‘ମହାପାତ୍ରେ, ମୁଁ ଭକ୍ତବତ୍ସଳ। ମୋ ଭକ୍ତର ଅପମାନକୁ ମୁଁ ମୋର ଅପମାନ ମନେ କରେ। ମୋର ଭକ୍ତ ରଘୁବର ଦାସକୁ ସୋଲପଦ୍ମ ଓ ବାହାରର କ୍ଷୀରି ପ୍ରସାଦ ଲାଗି ହେବ ନାହିଁ କହି ଅପମାନିତ କରାଯାଇଛି। ତା’ର ମୁଖପଦ୍ମ ଧାରଣ କରିବା ଓ କ୍ଷୀରି ପ୍ରସାଦ ପାଇବା ପାଇଁ ମୁଁ ଏକାନ୍ତ ଆଗ୍ରହୀ। ରଘୁବରକୁ କ୍ଷମାପ୍ରାର୍ଥନା କରି ସେସବୁ ଆଣି ମୋତେ ଲାଗି କରାଇଲେ, ମୁଁ ବଡ଼ସିଂହାର ବେଶ ହେବି। ତଳୁଛ ମହାପାତ୍ର ଅନ୍ୟ ସେବକମାନଙ୍କୁୁ ଡାକି ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କଲେ। ସବୁ ସେବାୟତ ଦଳବଦ୍ଧ ହୋଇ ରଘୁବରଙ୍କୁୁ କ୍ଷମା ପ୍ରାର୍ଥନା କଲେ। ତାଙ୍କଠାରୁ ମୁଖପଦ୍ମ ନେଇ ମହାପ୍ରଭୁଙ୍କୁ ପଦ୍ମବେଶ କଲେ ଓ କ୍ଷୀରି ପ୍ରସାଦ ଅର୍ପଣ କଲେ। ପଦ୍ମମୁଖ ଥାଇ ମହାପ୍ରଭୁ ବଡ଼ସିଂହାର ବେଶ ହେଲେ। ସେହି ଦିନଠାରୁ ପ୍ରତିବର୍ଷ ମାଘ ଅମାବାସ୍ୟା ପରେ ବୁଧବାର ବା ଶନିବାର ମହାପ୍ରଭୁଙ୍କର ପଦ୍ମବେଶ କରା ଯାଉଛି। ଏହି ବେଶ ଥାଇ ତା’ ଉପରେ ବଡ଼ସିଂହାର ବେଶ କରା ଯାଉଛି।

ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀ
ମାଘମାସ-ଶୁକ୍ଳପକ୍ଷ- ତିଥି- ପଞ୍ଚମୀ
ଦିପହର ଧୂପ ପରେ ମାଧବାଳୀ ଲାଗି ହୁଏ ଚନ୍ଦନ ଲାଗି ପରେ | ଖଟ ଉପରେ ଦୋଳଗୋବିନ୍ଦ ଶ୍ରୀ ଭୁ ବିଜେ କରନ୍ତି | ଭିତର ବେଶ ବଢିବା ସାଙ୍ଗରେ ତିନି ଚଳନ୍ତିଙ୍କ ଚାଚେରୀ ବେଶ ହୁଏ ଓ ମଣ୍ଡୁଅ ସର୍ପା ମଣୋହି ହୁଏ | ପାଣି ପଡି ଭିତରେ ଚାଚେରୀ ଭୋଗ ଡକାଯାଏ | ଭୋଗ ଆସିଲେ ତିନି ଚଳନ୍ତି ସିଂହାସନ ବିଜେ କରିବେ | ମୁଦିରସ୍ତ ପ୍ରସାଦ ଲାଗି, ପଞ୍ଚଉପଚାର ଭୋଗ ବଢିଲେ ଧୋ ପଖାଳ ହୁଏ | ଚନ୍ଦନ ଫଗୁ ଲାଗି ଓ ବନ୍ଦାପନା କରନ୍ତି ପଣ୍ଡା ପତି ମୁଦିରସ୍ତ | ପରେ ଝିମିରି ଫଗୁ ସିଂହାସନ ତଳୁ ଲାଗି କରନ୍ତି ମୁଦିରସ୍ତ | ଆଜ୍ଞାମାଳ ପାଇ ତିନି ଦିଅଁ ଜୟ ବିଜୟ ଦ୍ୱାର ରେ ବିଜେ କରନ୍ତି | ମୁଦିରସ୍ତ ପୁଣି ଫଗୁ ଚନ୍ଦନ ବନ୍ଦାପନା ଚାମର ଅଲଟ କରନ୍ତି | ବିମାନ ବିଜେ ହୋଇ ନରେନ୍ଦ୍ରକୁ ବିଜେ କରନ୍ତି | ପଛରେ ପଞ୍ଚ ପାଣ୍ଡବ ବିଜେ କରନ୍ତି | ସେଠି ନୀତି ବଢିଲେ ବାହୁଡା଼ ବିଜେ ହୁଏ ଓ ଜୟ ବିଜୟ ଦ୍ୱାରରେ ପ୍ରସାଦ ବନ୍ଦାପନା ହୁଏ ଓ ତିନି ଦିଅଁ ନିଜ ଯାଗାରେ ବାହୁଡ଼ିବେ | ପରେ ସଂଧୂପ ରୁ ପ୍ରତିଦିନ ନୀତି | ସରସ୍ବତୀ ମନ୍ଦିରରେ ପାଞ୍ଜି ପାଠ ମଧ୍ୟ ହୁଏ |
ଶ୍ରୀଜୀଉଙ୍କର ଚାଚେରୀ ବେଶ

ll *ଶ୍ରୀମନ୍ଦିର ପରମ୍ପରାରେ ଶ୍ରୀପଞ୍ଚମୀ ବେଣ୍ଟ ନୀତି* ll
ମାଘମାସ-ଶୁକ୍ଳପକ୍ଷ- ତିଥି- ପଞ୍ଚମୀ
ବସନ୍ତଗୁଣ୍ଡିଚା ଭାବରେ ପରିଚିତ।ଏହିଦିନ ମଧ୍ୟାହ୍ନ ଧୂପ ବଢିବା ପରେ ପୁଷ୍ପାଳକମାନେ ଶ୍ରୀଜିଉଙ୍କୁ ଲାଲବର୍ଣ୍ଣର ବସ୍ତ୍ରରେ ବିମଣ୍ଡିତ କରନ୍ତି। ଏହାପରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ହେବା ପରେ ଚାଚେରୀ ବେଶ ହୁଏ। ଚାଚେରୀ ବେଶରେ ନାଲି ରଙ୍ଗର ପ୍ରାଧାନ୍ୟ ଦେଖିବାକୁ ମିଳିଥାଏ । ଚାଚେରୀ ବେଶରେ ଦିଅଁମାନେ ପିନ୍ଧିଥିବା ଶାଢ଼ୀ, ମସ୍ତକର ଶ୍ରୀକପଡ଼ା,ସବୁ ନାଲିରଙ୍ଗର ହୋଇଥାଏ । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ବିଗ୍ରହରେ ନଳୀଭୁଜ ଲାଗି କରାଯାଏ।ଏହି ବେଶରେ ମକରକୁଣ୍ଡଳ,ଚନ୍ଦ୍ରିକା, ଅଣ୍ଟାରେ ଅଣ୍ଟାପଟି ଓ ଓଢ଼ିଆଣି ଏବଂ ଗଳାରେ ଗିନି ମାଳ, ଚାବୁକ ମାଳ, ପଦ୍ମମାଳି ଓ ହରଡ଼ ମାଳି । ଏହିବେଶରେ ସୁଭଦ୍ରା ଚନ୍ଦ୍ର, ସୂର୍ଯ୍ୟ ଓ ତଡ଼ଗିଦ୍ୱାରା ସୁଶୋଭିତା ହୁଅନ୍ତି । ମହାପ୍ରଭୁ ଙ୍କ ଚଳନ୍ତି ପ୍ରତିମା ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଙ୍କୁ ମଧ୍ୟ ଚାଚେରୀ ବେଶ କରାଯାଏ। ଚାଚେରୀ ବେଶରେ ହିଁ ମହାପ୍ରଭୁଙ୍କ ନିକଟରେ ପଞ୍ଚୋପଚାରରେ ନୈବେଦ୍ୟ ଅର୍ପିତ ହୁଏ। ଏହାପରେ ବଡ଼ ବାଡ଼,ମଝି ବାଡ଼ ଏବଂ ମହାପ୍ରଭୁ ବାଡ଼ରେ ତିନିଟି ପାତ୍ରରେ ଯଥାକ୍ରମେ ଧଳା,ହଳଦିଆ ଓ ରକ୍ତ ବର୍ଣ୍ଣର ଫଗୁ ରଖାଯାଇ ମୁଦିରସ୍ତ,ପତିମହାପାତ୍ର ଓ ପୂଜାପଣ୍ଡାଙ୍କ ଦ୍ବାରା ସଂସ୍କାର କରାଯାଏ।ଏହାପରେ ଉକ୍ତ ଫଗୁକୁ ଶ୍ରୀଅଙ୍ଗରେ ଲାଗିକରାଯାଏ।ତିନି ବାଡ଼ ରେ ବନ୍ଦାପନା ବଢେ।ଏହାପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାଡ଼ରୁ ୩ଟି ଆଜ୍ଞାମାଳ ଆଣି ଦୋଳଗୋବିନ୍ଦ, ଭୂଦେବୀ ଏବଂ ଶ୍ରୀଦେବୀଙ୍କୁ ଲାଗି କରାଯାଏ। ଏହାପରେ ଶ୍ରୀ ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଙ୍କୁ ଜୟ ବିଜୟ ଦ୍ଵାର ପାଖରେ ପୁଣି ଥରେ ଫଗୁ ଲାଗି, ଆଉ ବନ୍ଦାପନା ହୁଏ। ଏହାପରେ ତିନି ଚଳନ୍ତିପ୍ରତିମାଙ୍କୁ ଦୋଳାରେ ବସାଇ ପୁଷ୍କରିଣୀକୁ ନିଆଯାଏ।ସେଠାରେ ଛ’ଟି ପଇଡ଼କୁ ମୃଗ ବୋଲି ବିଚାର କରି ଦୋଳଗୋବିନ୍ଦଙ୍କ ଦ୍ବାରା ଶିକାର ନୀତି ସମ୍ପନ୍ନ ହୁଏ।
ପୁନର୍ବାର ସେଠାରେ ଚଳନ୍ତିପ୍ରତିମାମାନଙ୍କୁ ଫଗୁ ଲାଗି ହେବାପରେ,ପୂଜାପଣ୍ଡା ପଞ୍ଚୋପଚାରରେ ଶୀତଳ ଭୋଗ ଓ ବନ୍ଦାପନା କରନ୍ତି।ଏହାପରେ ଉତ୍ସବପ୍ରତିମାମାନଙ୍କୁ ଶ୍ରୀମନ୍ଦିରକୁ ଫେରେଇ ଆଣି ସ୍ୱସ୍ଥାନରେ ରଖାଯାଏ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ କାଠ ଅନୁକୂଳ
ଘୋଷଯାତ୍ରାର ପବିତ୍ର ପ୍ରାରମ୍ଭ
ଭୂବନ ପ୍ରସିଦ୍ଧ ଘୋଷଯାତ୍ରାର ପବିତ୍ର ପ୍ରାରମ୍ଭ ଭାବେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ କାଠ ଅନୁକୂଳ ହେଉଛି। ଏହି ପବିତ୍ର କାଠ ମହାପ୍ରଭୁଙ୍କ ଦିବ୍ୟ ଯାତ୍ରାର ଆଧାର ହୋଇ, ସମଗ୍ର ବିଶ୍ୱକୁ ଭକ୍ତି, ଶ୍ରଦ୍ଧା ଓ ପ୍ରେମର ସନ୍ଦେଶ ଦେଉ। ମହାପ୍ରଭୁଙ୍କ କୃପାରେ ସମସ୍ତଙ୍କ ଜୀବନ ଆଲୋକିତ ହେଉ ଓ ଭକ୍ତିପଥ ସଦା ସୁଦୃଢ଼ ହେଉ।
ଶ୍ରୀମନ୍ଦିରରେ ଦଣ୍ଡ ଛତ୍ର ନୀତି
ମାଘମାସ- ଶୁକ୍ଳପକ୍ଷ ଭୌମୀ (ବଡ଼)ଏକାଦଶୀ ତିଥି
ଗୁରୁବାର ଏକାଦଶୀତିଥି, ଶ୍ରୀମନ୍ଦିରରେ ଦଣ୍ଡ ଛତ୍ର ନୀତି । ଏହି ନୀତିରେ ଜଗନ୍ନାଥଙ୍କ ବାଡ଼ରେ ମହାସ୍ନାନ ହୋଇ ଭିତରଛ ମହାପାତ୍ର ସିଂହାସନ ଉପରକୁ ଉଠନ୍ତି I ସେଠାରେ ଦଣ୍ଡାୟମାନ ପୂର୍ବକ ଜଗନ୍ନାଥଙ୍କ ପାଖରେ ଦଣ୍ଡ ଛତ୍ର ଧରିଥାନ୍ତି ।
।l ଭୀଷ୍ମ ଏକାଦଶୀ ବା ଭୈମୀ ଏକାଦଶୀ ବା ଜୟା ଏକାଦଶୀ ll
ମାଘ ମାସ ଶୁକ୍ଳପକ୍ଷ ଏକାଦଶୀକୁ ଭୀଷ୍ମ ଏକାଦଶୀ ଭାବେ ପାଳନ କରାଯାଏ । ଏହା ଜୟା ଏକାଦଶୀ ବା ଭୈମୀ ଏକାଦଶୀ ଭାବରେ ମଧ୍ୟ ପରିଚିତ । ଭୀଷ୍ମ ଏକାଦଶୀ ତିଥିରେ ବିଷ୍ଣୁ ସହସ୍ରନାମ ସ୍ତୋତର ଜନ୍ମ ହେଇଥିବା କଥିତ ଅଛି । ଏହି ଦିନ ଉପବାସ ରହି ଭୀଷ୍ମଙ୍କୁ ସ୍ମରଣ ଏବଂ ସାରାଦିନ ବିଷ୍ଣୁସହସ୍ର ନାମ ସ୍ତୋତ୍ର ନାମ ଗାନ କଲେ ଭଗବାନଙ୍କ ଆଶିର୍ବାଦ ମିଳେ । ଏହିଦିନ ବିଷ୍ଣୁଙ୍କୁ ପୂଜା ଓ ବନ୍ଦନା କରାଯାଏ । ମକର ସଂକ୍ରାନ୍ତି, ମାଘ ପୂର୍ଣ୍ଣିମା, ମହା ଶିବରାତ୍ରି ପରି ମହାକୁଭର ଅନେକ ସ୍ନାନ ଦିବସ ମଧ୍ୟରେ ଭୀଷ୍ମ ଏକାଦଶୀ ଏକ ପବିତ୍ର ଦିନ ଯେଉଁ କୁମ୍ଭସ୍ନାନ କରାଯାଏ ।
ନକ୍ଷତ୍ର ବନ୍ଦାପନା
ଆଜି ଶ୍ରୀଜଗନ୍ନାଥଙ୍କର ନକ୍ଷତ୍ର ବନ୍ଦାପନା I ମହାପ୍ରଭୁଙ୍କର ରୋହିଣୀ ନକ୍ଷତ୍ର ବୃଷ ରାଶି ହୋଇଥିବାରୁ ପୂଜାପଣ୍ଡା ସେବକ ମଧ୍ୟାହ୍ନ ଧୂପ ସରିବା ପରେ ଏହି ସ୍ୱତନ୍ତ୍ର ବନ୍ଦାପନା ନୀତି କରିଥାନ୍ତି I
ll ଗଜ ଉଦ୍ଧାରଣ ବେଶ ll
ମାଘ ପୂର୍ଣ୍ଣିମା
ଆଜି ପବିତ୍ର ମାଘ ପୂର୍ଣ୍ଣିମା ପ୍ରତିବର୍ଷ ପରମ୍ପରା ପ୍ରକାରେ ମାଘ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ରତ୍ନସିଂହାସନସ୍ଥ ଶ୍ରୀ ବିଗ୍ରହମାନଙ୍କର ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ। ଏହିଦିନ ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ସରି ମୈଲମ ହେବାପରେ ସର୍ବାଙ୍ଗହୋଇଥାଏ। ଏହାପରେ ୩ ବାଡ଼ରେ ଗଜ ଉଦ୍ଧାରଣ ବେଶ ହୋଇଥାଏ। ଭିତରଚ୍ଛ ,ତଳିଚ୍ଛ, ପୁଷ୍ପାଳକ ନିଯୋଗ, ଖୁଣ୍ଟିଆ ଓ ମେକାପ ସେବକମାନଙ୍କ ସାହାଯ୍ୟ ସହଯୋଗରେ ଏହି ବେଶ କାର୍ଯ୍ୟ ସଂପାଦନ କରାଯାଇଥାଏ। ଠାକୁରମାନେ ଏହି ବେଶରେ ଚୂଳ, କିରୀଟ, କର୍ଣ୍ଣ କୁଣ୍ଡଳ, ସୂର୍ଯ୍ୟ ଚନ୍ଦ୍ର,ଅଣ୍ଟାପଟି,ହାତ ,ବାଜୁବନ୍ଧ, ହାତଫେର, ଆୟୁଧ- ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ, ମୂଷଳ,ଅଣ୍ଟାପିଠି, ବାଙ୍କି, ପାହୁଡ,ଗୋଡ଼ ଖଡ଼ୁ,ହାତମାଳ,ନାକଚଣା, ପଦ୍ମ କଢି ପ୍ରଭୃତି ଅଳଙ୍କାର ଯାହାକି ସୋଲ, ଜରି, ଜମ୍ବୁରା, କନା,କଇଥ ଅଠା ଦ୍ବାରା ନିର୍ମିତ ହୋଇଥାଏ।କୁଶଳୀ କାରିଗରମାନେ ଏହି ବେଶ କାର୍ଯ୍ୟ ଅନ୍ତତଃ ୧୫ ଦିନ ପୂର୍ବରୁ ଶ୍ରୀମନ୍ଦିର ପରିସରରେ ପ୍ରସ୍ତୁତ କରିଥାନ୍ତି।
ll ଗଜ ଉଦ୍ଧାରଣ ବେଶ ତାଲିକା ll :-
(୧)ଗଜ, (୨)ଚୁଳ-୩, (୩) କିରିଟ-୩ ,(୪)ପେଟ-୩,(୫)ଶ୍ରୀପୟର-୩ହଳ, (୬)ଶ୍ରୀଭୁଜ-ଶ୍ରୀ ସୁଭଦ୍ରା-୨, (୭) ଶ୍ରୀଭୁଜ- ଶ୍ରୀ ବଳରାମ-୪ (୮)ଶ୍ରୀଭୁଜ-ଶ୍ରୀଜଗନ୍ନାଥ-୪,(୯)ଗରୁଡ-୧,(୧୦)ଗରୁଡ ଭୁଜ, ପୟର-୪,(୧୧) କୁମ୍ଭୀର-୧,(୧୨) ଶଙ୍ଖ-୨,(୧୩)ହର ମୂଷଳ-୧, (୧୪) ଗଦା-୨,(୧୫) ଚକ୍ର-୨,(୧୬) ପୁଟା-୨,(୧୭) ଅଳକା-୩,(୧୮) ସିଂହାସନ-୧,(୧୯) କର୍ଣ୍ଣ କୁଣ୍ଡଳ -୩ହଳ,(୨୦) ଅଣ୍ଟାପଟି-୩ହଳ, (୨୧) ପା ପଦ୍ମ-୩ହଳ,(୨୨) ପଦ୍ମଫୁଲ-୪(ପ୍ରତିବର୍ଷ ନୂଆ ହୁଏ),(୨୩) (ଶୋଲ ଜରିରେ ନିର୍ମିତ)ହାତଫେର-୧୦,(୨୪) ନାକୁଆସୀ-୩(ପ୍ରତିବର୍ଷ ନୂଆ ହୁଏ),(୨୫) ସୂର୍ଯ୍ୟ ଚନ୍ଦ୍ର-୩ ହଳ( ପ୍ରତିବର୍ଷ ନୂଆ ହୁଏ), (୨୬) କାନୋଟିଆ-୬(ପ୍ରତିବର୍ଷ ନୂଆ ହୁଏ) ,(୨୭)ପଦ୍ମକଢି ମାଳ-୨ ,(୨୮) ସମୁଦ୍ର-୧(ପ୍ରତିବର୍ଷ ନୂଆ ହୁଏ),(୨୯) ଫେର -୨ ,(୩୦) ପଦ୍ମକଢି-୧।

ll *ଶ୍ରୀମନ୍ଦିର ପରମ୍ପରାରେ ବେଣ୍ଟ ନୀତି* ll
ଫାଲଗୁନମାସ- ଶୁକ୍ଳପକ୍ଷ
ତିଥି- ପ୍ରତିପଦ
ବେଣ୍ଟ-୧
ତା୧୮.୦୨.୨୦୨୬ରିଖ,ବୁଧବାର ଦିନ,
ମଙ୍ଗଳ ଆଳତି ବଢ଼ିବା ଉପରାନ୍ତେ,
‘ବେଣ୍ଟ ନୀତି ନିମନ୍ତେ ଦିଅଁ ବିଜେ ହେବେ’।
ତେଣୁ ଆଜି ରାତ୍ର ପହୁଡ଼ ବଢ଼ି, ଜୟ-ବିଜୟ ଦ୍ୱାର ମୁଦ ସରି,
ଶୋଧ ସରିବା ପରେ ୪ଦ୍ୱାରେ କାହାଳୀ ନୀତି ସମ୍ପର୍ଣ୍ଣ ହୋଇଅଛି
ମହାପ୍ରଭୁ ଜଗନ୍ନାଥଙ୍କ ବେଣ୍ଟ ବା ଶିକାର ନୀତି,ଯାହା ମହାପ୍ରଭୁଙ୍କ ବସନ୍ତ ଭ୍ରମଣ ନୀତି ଅଟେ;ଫାଲଗୁନ ଶୁକ୍ଳ ପତିପ୍ରଦ, ଚତୁର୍ଥୀ, ଅଷ୍ଟମୀ, ଦ୍ଵାଦଶୀ ରେ ଅନୁଷ୍ଠିତ ହୁଏ। ଶ୍ରୀରାମ ଯେହେତୁ କ୍ଷତ୍ରିୟ ଥିଲେ ଏବଂ ଶିକାର କ୍ଷତ୍ରିୟର ଏକ କର୍ମ ମଧ୍ୟ,ତେଣୁ ଚଳନ୍ତି ପ୍ରତିମା ଶ୍ରୀରାମ ମହାପ୍ରଭୁଙ୍କ ପ୍ରତିନିଧି ଭାବେ ବେଣ୍ଟ ନୀତି ପାଇଁ ବିଜେ ହୁଅନ୍ତି। ମଙ୍ଗଳ ଆଳତି ପରେ ରାମ ଏକ ଖଣ୍ଡ ଆଜ୍ଞାମାଳ ପାଇ ଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ବେଣ୍ଟ ପୁଷ୍କରିଣୀକୁ ବିଜେ ହୁଅନ୍ତି। ସେଠାରେ ୬ ଟି ପଇଡକୁ ମୃଗର ପ୍ରତୀକ ଭାବେ ରଖାଯାଏ। ରାମଙ୍କୁ ସ୍ପର୍ଶ କରି ୫ ଟି ପଇଡ଼ଙ୍କୁ ଶରବିଧ କରାଯାଏ ଓ ଅନ୍ୟ ଗୋଟିଏ ପଇଡ଼ କୁ ଅକ୍ଷତ ଛାଡି ଦିଆଯାଏ। ତା ପରେ ରାମଚନ୍ଦ୍ର ଙ୍କୁ ପଞ୍ଚାମୃତରେ ମହାସ୍ନାନ, ବେଶ, ପଞ୍ଚ ଉପଚାର ରେ ଶୀତଳ ଭୋଗ , ବନ୍ଦାପନା ହୁଏ। ଏହା ପରେ ରାମଚନ୍ଦ୍ର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରନ୍ତି।



ଶ୍ରୀ ମନ୍ଦିର ରେ ଦୋଳ ଉତ୍ସବ
ଓ
** ଶ୍ରୀବିଗ୍ରହମାନଙ୍କର ଚାଚେରୀ ବେଶ **
ପ୍ରତିବର୍ଷ ଫାଲଗୁନ ଶୁକ୍ଲ ଦଶମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ୫ ଦିନ ଧରି ରତ୍ନସିଂହାସନାଧିଷ୍ଠିତ ଶ୍ରୀବିଗ୍ରହମାନଙ୍କର ‘ଚାଚେରୀ ବେଶ ‘ ଅନୁଷ୍ଠିତ ହୋଇଥାଏ । ଫାଲଗୁନ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦୋଳ ଉତ୍ସବ ନୀତି ଶ୍ରୀମନ୍ଦିରରେ ପାଳିତ ହୋଇଥାଏ। ଏହା ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଅଟେ।
” ଫାଲଗୁନେ ପୌର୍ଣ୍ଣମାସ୍ୟା ତୁ ବିଦଧ୍ୟାଦ୍ ବୈଷ୍ଣବୈଃ ସହ ।
ଶ୍ରୀକୃଷ୍ଣପ୍ରିୟଭକ୍ତସ୍ୟ ବସନ୍ତସ୍ୟାର୍ଚ୍ଚନୋତ୍ସାବମ୍ ।।
ଶୁକ୍ଳ ଦଶମୀ ବା ଫଗୁ ଦଶମୀ ଦିନ ଶ୍ରୀମନ୍ଦିର ରେ ଶ୍ରୀ ବିଗ୍ରହ ମାନଙ୍କ ମଧ୍ୟାହ୍ନ ଧୂପ ନୀତି ସମାପନ ହେବା ପରେ ତିନି ବାଡ଼ ରେ ମଇଲମ ହୋଇ ରକ୍ତ(ଲାଲ) ବସ୍ତ୍ର ପରିଧାନ ପୂର୍ବକ ଅଙ୍ଗାଭରଣ , ଓଢ଼ିଆଣି , ଆଡ଼କାନି , ତଦଗି ଓ ନଳୀ ଭୁଜ ରେ ଭୂଷିତ ହୋଇ ଚାଚେରୀ ବେଶ ହୋଇଥାନ୍ତି । ଏହି ଦିନ ପାଳିଆ ଭଣ୍ଡାର ମେକାପ ଭଣ୍ଡାର ଘରୁ ଚନ୍ଦନ ଆଣିବା ପରେ ଠାକୁରମାନଙ୍କ ସର୍ବାଙ୍ଗ ନୀତି ବଢ଼ିଥାଏ। ଏହାପରେ ଶ୍ରୀଦେବୀ ଓ ଭୂଦେବୀ ରତ୍ନସିଂହାସନ ରୁ ମହାଜନ ସେବକଙ୍କ ଦ୍ଵାରା ଦକ୍ଷିଣି ଘରକୁ ବିଜେ କରିଥାନ୍ତି । ସେଠାରେ ଥିବା ଖଟ ଉପରେ ଦୋଳଗୋବିନ୍ଦ ବିଜେ ହେବାପରେ ଚଳନ୍ତି ପ୍ରତିମା ମାନେ ଚାଚେରୀ ବେଶରେ ସୁସଜିତ ହୋଇଥାନ୍ତି। ତତ୍ପରେ ସେହି ଖଟ ଉପରେ ତିନି ବିଗ୍ରହଙ୍କୁ ମାଣ୍ଡୁଅ ଭୋଗ କରାଯାଇଥାଏ ଏବଂ ଏହି ଚଳନ୍ତି ପ୍ରତିମା ମାନଙ୍କୁ ରତ୍ନସିଂହାସନକୁ ବିଜେ କରାଯାଇଥାଏ।
ଏହାପରେ ମୁଦିରସ୍ତ ସେବକ ଶ୍ରୀଅଙ୍ଗ ରେ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ମାନେ ପଞ୍ଚ ଉପଚାର ପୂଜା ବିଧିରେ ଚାଚେରୀ ଭୋଗ କରିଥାନ୍ତି । ଏହାପରେ ସୁଆର ବଡୁ ଧୋପଖାଲ କରିବା ପରେ ପୂଜାପଣ୍ଡା , ମୁଦିରସ୍ତ , ପତି ମହାପାତ୍ର ସିଂହାସନସ୍ଥ ତିନି ବାଡ଼ରେ ଚନ୍ଦନ ଓ ଫଗୁ ଲାଗି କରାଇ ବନ୍ଦାପନା କରିଥାନ୍ତି। ପରେ ପ୍ରସାଦ ଲାଗି ଓ ଆଲଟ ଚାମର ଇତ୍ୟାଦି ନୀତି ହୋଇଥାଏ। ଦୋଳଗୋବିନ୍ଦ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦକ୍ଷିଣ ଭୁଜ ରୁ ଅଜ୍ଞାମାଳ ପାଇବା ପରେ ଜୟ-ବିଜୟ ଦ୍ୱାରସ୍ଥ ଲାଣ୍ଡବତ୍ତ ସ୍ଥାନରେ ଉପବିଷ୍ଟ ହୁଅନ୍ତି। ପୁନଶ୍ଚ ଏଠାରେ ମୁଦିରସ୍ତଙ୍କ ଦ୍ଵାରା ଫଗୁ ଓ ଚନ୍ଦନ ଲାଗି ହୋଇ ବନ୍ଦାପନା ଓ ଆଲଟ ଚାମର ନୀତି କରାଯାଇଥାଏ। ଏହାପରେ ମହାଜନ ସେବକ ତିନି ଚଳନ୍ତି ପ୍ରତିମାଙ୍କୁ ସୁସଜିତ ବିମାନରେ ବିଜେ କରିଥାନ୍ତି। ତତ୍ପରେ ବିମାନବଡୁ ସେବକ ମାନେ ଘଣ୍ଟ, ଛତ୍ର , କାହାଳୀ ବାଦ୍ୟ ସହ ବିମାନକୁ ଜଗନ୍ନାଥ ବଲ୍ଲଭ ନେଇଥାନ୍ତି। ସେଠାରେ ଠାକୁରମାନଙ୍କୁ ଫଗୁ ଅଞ୍ଜଳି ବ ଜଉ ଡାବ କର୍ମ ଓ ପ୍ରସାଦ ଲାଗି ନୀତି ମୁଦିରସ୍ତ ସେବକ ଙ୍କ ଦ୍ଵାରା ସମ୍ପାଦନ ହୋଇଥାଏ। ବନ୍ଦାପନା , ଆଲଟ ଚାମର , ଓ ପନ୍ତି ଭୋଗ ସରିବା ପରେ ଦୋଳଗୋବିନ୍ଦ ଦକ୍ଷିଣି ଘରକୁ ଓ ଶ୍ରୀଦେବୀ , ଭୂଦେବୀ ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।
ଦଶମୀ ତିଥିରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହିପରି ଚାଚେରୀ ବେଶ , ଭୋଗ , ଫଗୁ ଅଞ୍ଜଳି ପ୍ରଦାନ ଓ ଜଗନ୍ନାଥ ବଲ୍ଲଭ ମଠକୁ ଯାତ୍ରା ଇତ୍ୟାଦି ନୀତି ପାଳିତ ହୋଇଥାଏ।
ଫାଲଗୁନ ଶୁକ୍ଳ ଏକାଦଶୀକୁ ପାପନାଶିନୀ ଏକାଦଶୀ ବା ଆମଳକୀ ( ଅଅଁଳା ) ଏକାଦଶୀ ଭାବେ ପାଳନ କରାଯାଏ । ଶାସ୍ତ୍ରରେ ଅଅଁଳା ବୃକ୍ଷକୁ ଶ୍ରେଷ୍ଠ ବୋଲି କୁହାଯାଇଛି ।
ପୌରାଣିକ ମତେ ସୃଷ୍ଟି ରଚନା ପାଇଁ ବିଷ୍ଣୁ ବ୍ରହ୍ମାଙ୍କୁ ଜନ୍ମ ଦେଇଥିଲେ, ସେହି ସମୟରେ ଅଅଁଳା ବୃକ୍ଷର ଜନ୍ମ । ସ୍ୱୟଂ ବିଷ୍ଣୁ ଅଅଁଳା ବୃକ୍ଷକୁ ଆଦିବୃକ୍ଷ ରୂପେରେ ପ୍ରତିଷ୍ଠିତ କରିଥିଲେ । ଅଅଁଳାର ପ୍ରତ୍ୟେକ ଅଂଶରେ ଭଗବାନ୍ ବିରାଜମାନ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ଭଗବାନ ବିଷ୍ଣୁଙ୍କ ପ୍ରସନ୍ନତା ଏବଂ ମୋକ୍ଷର କାମନା ଲାଗି ଅଅଁଳା ଏକାଦଶୀ ଦିନ ଭକ୍ତ ନିତ୍ୟକର୍ମ ସାରି ଭଗବାନ ବିଷ୍ଣୁଙ୍କ ପ୍ରତିମାକୁ ଧ୍ୟାନ କରି ସଂକଳ୍ପ ନେଇ ଏକାଦଶୀ ବ୍ରତ ରଖିଥାନ୍ତି । ଭଗବାନଙ୍କ ପୂଜା ପରେ ଅଅଁଳା ବୃକ୍ଷ ପୂଜା କରିବା ଉଚିତ ।
ଏହିଦିନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ସ୍ୱର୍ଣ୍ଣମୂର୍ତ୍ତି ସ୍ଥାପନ କରି ବିଧିବଦ୍ଧ ଭାବେ ପୂଜା କରାଯାଏ । ଦ୍ୱାଦଶୀ ଦିନରେ ଏକାଦଶୀ ବ୍ରତ ଉଦ୍ଯାପନ କରି ବ୍ରାହ୍ମଣଙ୍କୁ ପର୍ଶୁରାମ ମୂର୍ତ୍ତି ଭେଟି ଦିଆଯାଏ ।
ଶ୍ରୀ ମନ୍ଦିର ରେ ମେଣ୍ଢାପୋଡ଼ି ନୀତି
ଫାଲଗୁନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି
ବାର ମାସରେ ତେର ପର୍ବ l ସେଥିମଧ୍ଯରୁ ଦୋଳ ପୂର୍ଣ୍ଣିମା ଅନ୍ୟତମ l ଦୋଳ ପୂର୍ଣ୍ଣିମାର ଅବ୍ୟବେହିତ ପୂର୍ବରୁ ଫାଲଗୁନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି ରେ ଗୋଟିଏ ଉତ୍ସବ ପାଳିତ ହୋଇଥାଏ ତାକୁ ମେଣ୍ଢାପୋଡ଼ି ନୀତି କୁହାଯାଇଥାଏ l ମେଣ୍ଢାପୋଡ଼ି କହିବାର ତାତ୍ପର୍ଯ୍ୟ ମେଣ୍ଢା ଅର୍ଥାତ ମେଷ ବା ମେଷଅସୁର ବା ମେଣ୍ଢାଅସୁର ତାକୁ ମହାପ୍ରଭୁ ଶ୍ୱାସ ରୁଦ୍ଧ କରି ମାରିଦେଇଥିଲେ l କାହିଁକି ନା ଗୋପ ବାଳକମାନଙ୍କୁ ସେ ସବୁବେଳେ ନେଇକି ବଧ କରିଦେଉଥିଲା l ତେଣୁ ସେଥିରେ ଅତିଷ୍ଟ ହୋଇ ସମସ୍ତେ ଗୁହାରି କରିଥିଲେ ଶ୍ରୀ କୃଷ୍ଣଙ୍କ ନିକଟରେ l ତେଣୁ ଶ୍ରୀ କୃଷ୍ଣ ତାର ଶ୍ୱାସ ନଳିରେ ପ୍ରବେଶ କରିକି ତାକୁ ଶ୍ୱାସ ରୁଦ୍ଧ କରିକି ବଧ କରିଥିଲେ l କଥିତ ଅଛି ସେ ବରପ୍ରାପ୍ତ ହୋଇଥିଲା ଯଦି ତାହାର କୌଣସି ରୁଧିର ଭୂମିରେ ନିପୋତିତ ହୁଏ ତାହଲେ ମଧ୍ୟ ସିଏ ଆଉଥରେ ନିଜର ପୂନରଜନ୍ମ ଲାଭ କରିବ l ତେଣୁ ତାର ରୁଧିର ଭୂମିରେ ନପଡିବା ପାଇଁ ଗୋପୀ ଗୋପାଳୁଣୀ ମାନେ ମହାପ୍ରଭୁ ଙ୍କ ଶରୀରରେ ଅଭିର ବା ଫଗୁ ଲେପନ କରିଥିଲେ lଯୋଉଟାକି ମେଣ୍ଢାସୁର କୁ ବଧ କରିବା ସମୟରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ରକ୍ତରଞ୍ଜିତ ହୋଇଯାଇଥିଲା l ତେଣୁ ସେହି ମେଣ୍ଢା କୁ ଅଗ୍ନି ରେ ଦାହ କରିଦେଇଥିଲେ ଯାହାର ସ୍ମୃତି ସ୍ୱରୁପ ଶ୍ରୀ ମନ୍ଦିରରେ ମେଣ୍ଢାପୋଡି ନୀତି ପାଳିତ ହୋଇଥାଏ l
ଏହି ନୀତି ପଛରେ ଆଉ ଏକ ପୌରାଣିକ ଉପାଖ୍ୟାନ ରହିଛି। ବିଷ୍ଣୁଙ୍କ ମହାନ ଭକ୍ତ ପ୍ରହଲ୍ଲାଦଙ୍କୁ ତାଙ୍କ ପିତା ହିରଣ୍ୟକଶ୍ୟପ ହତ୍ୟା କରିବା ପାଇଁ ଚେଷ୍ଟା ଚଳାଇଥିଲା। ହେଲେ ପ୍ରହଲ୍ଲାଦ ଭକ୍ତ ହୋଇଥିବାରୁ ଏହି ଉଦ୍ୟମ ଫଳପ୍ରଦ ହେଉନଥିଲା।ହିରଣ୍ୟର ଭଉଣୀ ହୋଲିକା ବରପ୍ରାପ୍ତ ହୋଇଥିଲା କି ଅଗ୍ନୀ ତାକୁ ଜଳାଇପାରିବ ନାହିଁ। ଏଣୁ ହୋଲିକା ଭାଇ ହିରଣ୍ୟକଶ୍ୟପଙ୍କ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ପ୍ରହଲ୍ଲାଦକୁ କୋଳରେ ଧରି ଅଗ୍ନିରେ ପ୍ରବେଶ କରିଥିଲେ। କିନ୍ତୁ ଫଳ ଓଲଟା ହେଲା। ହୋଲିକା ଅଗ୍ନିରେ ଦଗ୍ଧ ହୋଇଯାଇଥିବା ବେଳେ ପ୍ରହଲ୍ଲାଦ ଅଗ୍ନିଙ୍କ ଜ୍ୱାଳା ଉପରେ ବିଜୟ ଲାଭ କରିଥିଲେ। ମେଷ ବା ମେଣ୍ଢା ହେଲା ଅଗ୍ନିଙ୍କ ବାହନ। ଅଗ୍ନିଙ୍କ ଏହି ଭକ୍ତ ବତ୍ସଳତାକୁ ପ୍ରତିପାଦନ କରିବା ପାଇଁ ଶ୍ରୀମନ୍ଦିରରେ ମେଣ୍ଢାପୋଡ଼ି ନୀତି ହୁଏ ବୋଲି ପ୍ରବାଦ ରହିଛି।
ଫାଲଗୁନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ମଧ୍ୟାହ୍ନ ଧୂପ ପରେ ମଇଲମ ହୋଇ ଶ୍ରୀମନ୍ଦିରରେ ଅଗ୍ନି ଉତ୍ସବ ବା ମେଣ୍ଢାପୋଡ଼ି ନୀତି ସ୍ୱତନ୍ତ୍ର ଭାବେ ପାଳନ ହୁଏ l ପାଳିଆ ମେକାପ ଭଣ୍ଡାର ଘରୁ ଚନ୍ଦନ ବିଜେ କରିବା ପରେ ପାଳିଆ ପୁଷ୍ପାଳକମାନେ ସର୍ବାଙ୍ଗ ଚନ୍ଦନ ଲାଗି କରନ୍ତି l ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ଘଣ୍ଟ , ଛତା , କାହାଳୀ ପଟୁଆରରେ ଯାଇ ଘଟୁଆରୀ ଘରୁ ଚନ୍ଦନ , ଫଗୁ ବିଜେ ହୋଇ ସିଂହାସନ କୁ ଆସେ l ଶ୍ରୀଅଙ୍ଗରେ ଫଗୁ ଚନ୍ଦନ ଲାଗି ବନ୍ଦାପନା ହୁଏ ସିଂହାସନ ତଳେ ମୁଦିରସ୍ତ ତିନି ବାଡରେ ଝିମିରି ଫଗୁ ଅଂଜଳି କରି ଶ୍ରୀଅଙ୍ଗରେ ଚନ୍ଦନ ଫଗୁ ମୁଣି ଲାଗି କରନ୍ତି l ଶ୍ରୀ ଦେବୀ ଓ ଭୂଦେବୀ ଦକ୍ଷିଣ ଘରକୁ ଚାଚେରୀ ବେଶ ନିମନ୍ତେ ବିଜେ ହୁଅନ୍ତି l ଭିତରେ ବେଶ ଓ ଶ୍ରୀ ଜୀଉମାନଙ୍କୁ ମାଳ ଫୁଲ କର୍ପୂର ଲାଗି ପରେ ପାଣି ପଡି ଚାଚେରୀ ଭୋଗ ଆସିଲା ପରେ ଶ୍ରୀ ଦୋଳଗୋବିନ୍ଦ , ଶ୍ରୀଦେବୀ , ଭୂଦେବୀ ସିଂହାସନକୁ ବିଜେ ହୁଅନ୍ତି l ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ତିନି ବାଡରେ ତିନିଜଣ ପୂଜାପଣ୍ଡା ପଞ୍ଚୋପଚାରରେ ଭୋଗ ମଣୋହି କରାନ୍ତିl ଏହାପରେ ପୂଜାପଣ୍ଡା ମହାପ୍ରଭୁଙ୍କ ନିକଟରୁ ଆଜ୍ଞା ମାଳ ଆଣି ଦୋଳଗୋବିନ୍ଦଙ୍କୁ ଦିଅନ୍ତି l ବିଜେ ପ୍ରତିମାମାନେ ଚାମର ଆଲଟ ହୋଇ ବିମାନକୁ ବିଜେ କରି ମହାଲକ୍ଷ୍ମୀଙ୍କ ମନ୍ଦିରର ଜଗମୋହନରେ ପୂର୍ବରୁ ପଡିଥିବା ଖଟ ଉପରେ ହାତରେ ବିଜେ ହୁଅନ୍ତି l ସେଠାରେ ଲକ୍ଷ୍ମୀନାରାୟଣଙ୍କ ଫଗୁଖେଳ ସରିଲାପରେ ପ୍ରସାଦ ଲାଗି , ଶୀତଳ ଭୋଗ , ବନ୍ଦାପନା ହୋଇ ବିମାନକୁ ବିଜେ କରି ସିଂହଦ୍ଵାର ଓ ଲାଙ୍ଗୁଳିମଠ ଦେଇ ଦୋଳବେଦୀର ଅଗ୍ନି ଉତ୍ସବ ଘରକୁ ବିଜେ କରନ୍ତି l ସେଠାରେ ପୂଜାପଣ୍ଡାଙ୍କ ଦ୍ଵାରା ହୋମ ହୁଏ l ହୋମ ସରିଲାପରେ ପ୍ରସାଦ ଲାଗି ହୋଇ ଶୀତଳ ଭୋଗ ମଣୋହି ହୁଏ l ଚାମର ଆଲଟ ଲାଗି ପରେ ବିଜେ ପ୍ରତିମାମାନେ ଅଗ୍ନି ସଂଯୋଗ ପରେ ମେଣ୍ଢାକୁଡିଆ ବା ଅଗ୍ନି ଉତ୍ସବ ଘରକୁ ବିମାନରେ ୭ ଘେରା ପରିକ୍ରମା କରି ଶ୍ରୀମନ୍ଦିରକୁ ବାହୁଡା ବିଜେ କରନ୍ତି l















ଶ୍ରୀ ମନ୍ଦିର ରେ ଦୋଳ ପୁର୍ଣିମା
ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ହେଉଛି ଅନ୍ୟତମ। ପବିତ୍ର ଦୋଳପୂର୍ଣ୍ଣିମାରେ ଦୋଳବେଦୀ ଠାରେ ବିଶେଷ ନୀତି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ପ୍ରତିନିଧି ଭାବେ ଶ୍ରୀ ଦୋଳଗୋବିନ୍ଦ, ଶ୍ରୀଦେବୀ ଏବଂ ଭୂଦେବୀ ବିମାନରେ ଦୋଳବେଦୀକୁ ବିଜେ କରିଛନ୍ତି। ଦୋଳବେଦୀରେ ସ୍ୱତନ୍ତ୍ର ନୀତି ଅନୁପାଳିତ ହେବା ସହିତ ଭୋଗ, ବନ୍ଦାପନା ଏବଂ ଫଗୁ ଖେଳ ହୋଇଛି।








ll ମହାପ୍ରଭୁଙ୍କ ହୋରୀ ନୀତି ଓ ଚନ୍ଦନ ଯାତ୍ରା ଚାପ ଅନୁକୂଳ ll
ଚୈତ୍ର କୃଷ୍ଣ ପ୍ରତିପଦା ତିଥି
ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ହୋରୀ ଓ ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଥାଏ। ଦୋଳ ପର୍ବର ଅନ୍ତିମ ପର୍ବ ତଥା ଚନ୍ଦନ ଯାତ୍ରାର ଅନୁକୂଳ ପର୍ବ ହେଉଛି ଏହି ହୋଲି ପର୍ବ ଏହି ଦିନ ମଧ୍ୟାହ୍ନ ଧୂପ ବେଶରେ ଶ୍ରୀଜୀଉଙ୍କ ନିକଟରେ ୩ ଖଣ୍ଡ ଆଜ୍ଞା ମାଳ ଲାଗି ହୋଇଥାଏ। ମଧ୍ୟାହ୍ନ ଧୂପ ବଢ଼ିବା ପରେ ଗମ୍ଭୀରାରେ ପାଣି ପଡି ସଫା ହୋଇଥାଏ। ତତ୍ପରେ ଦକ୍ଷିଣୀ ଘର ଭୋଗ ସରିବା ପରେ ଦୋଳଗୋବିନ୍ଦ ରତ୍ନସିଂହାସନ କୁ ବିଜେ କରିଥାନ୍ତି। ଏଥି ଉତ୍ତରା ରେ ଭୂଦେବୀ , ଶ୍ରୀଦେବୀ , ଦୋଳଗୋବିନ୍ଦ ଙ୍କୁ ଆଜ୍ଞା ମାଳ ପ୍ରଦାନ କରାଯିବା ପରେ ମହାଜନ ସେବକ ୩ ବିଗ୍ରହଙ୍କୁ ମୁକ୍ତି ମଣ୍ଡପ ନିକଟରେ ଥିବା ବିମାନ କୁ ବିଜେ କରାଇଥାନ୍ତି।
ବିମାନବଡୁ ସେବକ ଉକ୍ତ ବିମାନକୁ ସିଂହଦ୍ୱାର ଦେଇ ନରେନ୍ଦ୍ର ଚକଡ଼ା କୁ ବିଜେ କରାଇଥାନ୍ତି।
ନରେନ୍ଦ୍ର ଚକଡ଼ାରେ ମୁଦିରସ୍ତ ସେବକଙ୍କ ଦ୍ଵାରା ପ୍ରସାଦ ଲାଗି ଓ ହଳଦୀ ପାଣି ନୀତି ହୋଇଥାଏ। ତତ୍ପରେ ପୂଜାପଣ୍ଡା ପଞ୍ଚଉପଚାରରେ ଶୀତଳ ଭୋଗ ମଣୋହି କରିଥାନ୍ତି। ଭାଙ୍ଗ ପଣା ଭୋଗ, ବନ୍ଦାପନା ନୀତି ବଢେ। ତତ୍ପରେ ମୁଦିରସ୍ତ ବନ୍ଦାପନା , ଚାମର , ଆଲଟ ସେବା କରିଥାନ୍ତି। ଏହା ପରେ ଲେଙ୍କା ସେବକଙ୍କ ଦ୍ଵାରା ପୂର୍ବ ଭଳି ଛଅ ଗୋଟି ପଇଡ଼ ଦ୍ଵାରା ବେଣ୍ଟ ନୀତି ସମାପନ ହୁଏ। ପରେ ଦିଅଁଙ୍କୁ ବିଭିନ୍ନ ସ୍ଥାନରେ ପନ୍ତି ଭୋଗ ଲାଗି ହୁଏ । ପରେ ଦିଅଁ ବାହୁଡ଼ା ବିଜେ ହୋଇ ଦେଉଳକୁ ବିଜେ ପରେ ସଂଧ୍ୟା ଆରତୀ ବଢ଼ି ଅନ୍ୟ ନୀତି ସମ୍ପନ୍ନ ହୁଏ।








ଚୈତ୍ରମାସ
ଶୁକ୍ଳପକ୍ଷ ଅଷ୍ଟମୀ ତିଥି
-: ll ଶ୍ରୀମନ୍ଦିରରେ ଗର୍ଭୋଦକ ବନ୍ଦାପନା ଓ ଜେଉଡ଼ ଭୋଗ ll :-
‘ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ
ଦେବୋ ନ ଜାନାତି କୁତୋ ମନୁଷ୍ୟଃ ?’
ଶ୍ରୀରାମଙ୍କ ଜନ୍ମନୀତି ପୂର୍ବଦିନ ଅର୍ଥାତ୍ ଆଜି ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ସରିବା ପରେ ଭିତରେ ପାଣି ପଡ଼ି ଧୋ ପଖାଳ ହୋଇଥାଏ ଏହା ପରେ ଜୟ ବିଜୟ ଦ୍ଵାର ବନ୍ଦ ହୁଏ । ଏହାପରେ ସୁଆରବଡୁ ଥାଳି ପକାଇ ପଢ଼ିଆରୀ ଟେରା ବାନ୍ଧି ରୋଷକୁ ଜେଉଡ଼ ଭୋଗ ଡାକି ଯାଇଥାନ୍ତି। ଜେଉଡ଼ (ଜେଉଟ) ଭୋଗ (ଶାଗ, ତରକାରୀ, ପିଠା, ଝିଲି, ଓରିଆ, ଖିରି ଇତ୍ୟାଦି) ରୋଷରୁ ଆସି ରଖା ହୁଏ । ଏ ଭୋଗ ଛାମୁକୁ ଆସିବା ପରେ ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥାନ୍ତି। ତିନିଜଣ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରି ଭୋଗ ମଣୋହି କରିଥାନ୍ତି। ଏହାପରେ ପଣ୍ଡା , ପତି , ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରିଥାନ୍ତି। ଗର୍ଭ ଉଦକ ନିମନ୍ତେ ଗୋଟିଏ ଅଧିକ ବନ୍ଦାପନା ଶ୍ରୀଜଗନ୍ନାଥଙ୍କ ବାଡ଼ରେ ହୁଏ ଏହାକୁ “ଗର୍ଭଉଦକ ବନ୍ଦାପନା ” କୁହାଯାଏ । ୨ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ ହୋଇଥାଏ l ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନ ପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦକରାଯାଇଥାଏ l ଗର୍ଭକଷ୍ଟ ମୋଚନ ପାଇଁ ଜେଉଡ଼ ଭୋଗ ଖାଇ ମହାପ୍ରଭୁ ଜଗନ୍ନାଥ ନିଜେ ମାତା କୌଶଲ୍ୟା ହେଇ ରାମ ଙ୍କୁ ତାଙ୍କ ଗର୍ଭରେ ଧାରଣ କରି ନିଜେ ସ୍ୱୟଂ ଶିଶୁ ରୂପରେ ରାମ ହୋଇ ଜନ୍ମ ହେବେ ତାପର ଦିନ ଅର୍ଥାତ ନବମୀ ତିଥିରେ ଶ୍ରୀରାମଙ୍କ ଜନ୍ମ ହେବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରାଯାଏ l ଏହା ପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାରଠାରେ ଚରୁଭାତ ମଣୋହୀ କରାଇଥାନ୍ତି l ଏହିପରି ଶ୍ରୀମନ୍ଦିରରେ ଗର୍ଭୋଦକ ବନ୍ଦାପନା ଓ ଜେଉଡ଼ ଭୋଗ ନୀତି ପରମ୍ପରାକ୍ରମେ ପାଳିତ ହୁଏ
ଚୈତ୍ରମାସ – ଶୁକ୍ଳପକ୍ଷ – ନବମୀ ତିଥି
-: ll ରାମ ନବମୀ ll :-
ଶ୍ରୀମନ୍ଦିରରେ ରାମ ନବମୀ ନୀତି :- ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମଙ୍କଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ l ସ୍ୱୟଂ ପ୍ରଭୁ ଶୀଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରରେ ଶ୍ରୀରାମଙ୍କୁ ଜନ୍ମଦେବେ l ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ଼ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଏ l ନବମୀ ଦିନ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ l ୨ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ ହୋଇଥାଏ l ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନ ପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦକରାଯାଇଥାଏ l ଶ୍ରୀରାମ ଜନ୍ମ ହେବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରାଯାଏ l ଏହା ପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାରଠାରେ ଚରୁଭାତ ମଣୋହୀ କରାଇଥାନ୍ତି l
ଚୈତ୍ରମାସ – ଶୁକ୍ଳପକ୍ଷ – ଏକାଦଶୀ ତିଥି
-: ଶ୍ରୀମନ୍ଦିରରେ ସୀତା ବିବାହ ନୀତି :-
-: ଶ୍ରୀ ମନ୍ଦିର ରେ ପର୍ଶୁରାମ କଳା ହରଣ ନୀତି :-
ଚୈତ୍ରମାସ – ଶୁକ୍ଳପକ୍ଷ – ଦ୍ୱାଦଶୀ ତିଥି
ଶ୍ରୀମନ୍ଦିରରେ ବନବାସ ଓ କନ୍ଦର୍ପ ଅଧିବାସ ନୀତି
ଚୈତ୍ରମାସ – ଶୁକ୍ଳପକ୍ଷ – ତ୍ରୟୋଦଶୀ ତିଥି
ଶ୍ରୀମନ୍ଦିରରେ ଅନଙ୍ଗ ତ୍ରୟୋଦଶୀ ଦୟଣା ଚୋରି ନୀତି
ଆଜି ପବିତ୍ର ଚୈତ୍ର ଶୁକ୍ଳ ତ୍ରୟୋଦଶୀ ବା ‘ଅନଙ୍ଗ ତ୍ରୟୋଦଶୀ’ ରେ ଶ୍ରୀମନ୍ଦିରରେ ପରମ୍ପରା କ୍ରମେ ଦୟଣା ଚୋରି ନୀତି ଅନୁଷ୍ଠିତ ହେଉଅଛି।
ସଂଧ୍ୟା ଧୂପ ବଢ଼ିବା ପରେ ଚନ୍ଦନ ଲାଗି ପରେ ଛ’ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ବଡ଼ ସିଂହାର ବେଶ ବଢ଼େ। ବଡ଼ ସିଂହାର ଭୋଗ ଛେକ ଆସିଲେ , ମଦନମୋହନ ଭିତର ସିଂହାସନକୁ ବିଜେ ହୁଅନ୍ତି। ବଡ଼ ସିଂହାର ଭୋଗ ସମ୍ପନ୍ନ ହୁଏ। ପୂର୍ବରୁ ଭୋଗ ମଣ୍ଡପ ଘର ଧୋପ ପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ। ପୂର୍ବରୁ ରାମକୃଷ୍ଣ ଆଣିଥିବା ଦୟଣା ମରୁଆ ଆଦି ବାଲି ଶଯ୍ୟାରେ ରୋପଣ ହୁଏ। ପରେ ଶ୍ରୀଦେବୀ, ଭୂଦେବୀ, ମଦନମୋହନ ଆଜ୍ଞାମାଳ ପାଇ ଭୋଗ ମଣ୍ଡପ ଉପର ଖଟକୁ ବିଜେ କରନ୍ତି। ପରେ ପୂଜାପଣ୍ଡା ଦୟଣାକୁ ସଂସ୍କାର କରି ଅଧିବାସ କରନ୍ତି। ମଦନମୋହନ ଭୋଗ ମଣ୍ଡପ ଭିତରେ ଦୟଣାଚୋରୀ କରି ଧରା ପଡିଲା ପରେ ବନ୍ଧା ହୁଅନ୍ତି। ସେଠାରେ ପ୍ରସାଦ ଲାଗି, ପଞ୍ଚ ଉପଚାରରେ ଶୀତଳ ଭୋଗ , ବନ୍ଦାପନା ହୁଏ ଓ ଭୋଗମଣ୍ଡପ ମୁଦ ଦିଆଯାଏ। ଏହାପରେ ମହାପ୍ରଭୁଙ୍କ ପୁନର୍ବାର ଚନ୍ଦନ ଲାଗି ହୋଇ ନୂଆଲୁଗାରେ ବଲ୍ଲଭ ବଡ଼ ସିଂହାର ବେଶ ବଢ଼େ। ପରେ ପଞ୍ଚ ଉପଚାରରେ ବଲ୍ଲଭ ବଡ଼ ସିଂହାର ଭୋଗ ହୁଏ। ପହୁଡ଼ ଆଳତୀ ବଢେ। ଦୟଣା ଅଧିବାସ ଯୋଗୁ ଶୟନ ଦିଅଁ ଡମ୍ବରୁ ବିଜେ ହୁଅନ୍ତିନାହିଁ।
ଶ୍ରୀମନ୍ଦିରରେ ସଂଧ୍ୟା ଧୂପ ସମ୍ପନ୍ନ ହେବା ପରେ ଚଳନ୍ତି ପ୍ରତିମା ଶ୍ରୀ ରାମ ଏବଂ ଶ୍ରୀ କୃଷ୍ଣ ଏବଂ ପୂର୍ଵ ଅଧିବାସିତ କନ୍ଦର୍ପ ଦେବ ରତ୍ନସିଂହାସନକୁ ବିଜେ କରନ୍ତି। ବଡ଼ବାଡ଼ ଶ୍ରୀ ବଳଭଦ୍ର ଠାରୁ ଶ୍ରୀ ରାମଙ୍କ ପାଇଁ ଓ ମହାପ୍ରଭୁଙ୍କ ବାଡ଼ ଶ୍ରୀଜଗନ୍ନାଥ ଠାରୁ ଶ୍ରୀକୃଷ୍ଣ ଓ କାମଦେବଙ୍କ ପାଇଁ ଆଜ୍ଞାମାଳ ଆସିଥାଏ। ଆଜ୍ଞାମାଳ ପ୍ରାପ୍ତ ହେବା ପରେ ଦିଅଁମାନେ କଳ୍ପଵଟ ସୁଦୃଶ୍ୟ ତଳେ ଥିବା ଚାନ୍ଦୁଆ,ଗଦି ଓ ମାଣ୍ଡି ପରିବେଷ୍ଟିତ ପାଲିଙ୍କିରେ ଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ଉପଵନକୁ ବିମାନବଡୁ ବିଜେ କରାନ୍ତି। ଏହି ସମୟରେ କନ୍ଦର୍ପପଟି ଆଗେ ଆଗେ ଯାଆନ୍ତି ଏବଂ ତାଙ୍କ ପଛରେ ଚଳନ୍ତି ବିଗ୍ରହ ମାନେ ବିଜେ କରନ୍ତି। ସେଠାରେ ଦିଅଁମାନେ ବିଜେ ହେଲାପରେ ପୂଜାପଣ୍ଡା ବରୁଣ ପୂଜା କରନ୍ତି ଏବଂ ଯଜ୍ଞ କରିଥାନ୍ତି। ଯଜ୍ଞର ପୂର୍ଣ୍ଣାହୁତି ପରେ କନ୍ଦର୍ପଙ୍କ ଠାରେ ପଞ୍ଚୋପଚାରରେ କ୍ଷୀରି ଭୋଗ ହୁଏ ଓ ମୁଦିରସ୍ତ ବନ୍ଦାପନା କରିଥାନ୍ତି।ଏହା ପରେ ପୂଜାପଣ୍ଡା ରାମକୃଷ୍ଣ ବେନି ଭାଇଙ୍କ ନିକଟରେ ପଞ୍ଚୋପଚାରରେ ପୂଜା ବଢ଼ାଇ ବନ୍ଦାପନା କରନ୍ତି। ତତ୍ ପରେ ପୂଜାପଣ୍ଡା ଦୟଣା ବୃକ୍ଷକୁ ପ୍ରାର୍ଥନା ପୂର୍ବକ ପୁଷ୍ପାଞ୍ଜଳି ଦେବାପରେ ୨୧ଟି ମୂଳଲଗା ଦୟଣା ଗଛ ଅଣାଯାଇ ୩ଟି ଥାଳିରେ ପୃଥକ ପୃଥକ ଭାବେ ୭ଟି ଲେଖାଏଁ ଦୟଣା ଗଛ ରଖାଯାଇ ବସ୍ତ୍ର ଦ୍ବାରା ଆବୃତ କରାଯାଏ।ରାମକୃଷ୍ଣଙ୍କ ହାତରେ ମଧ୍ୟ ଦୁଇଟି ଦୟଣା ଗଛ ଭିତରଛ ମହାପାତ୍ରଙ୍କ ଦ୍ବାରା ଧରାଇ ଦିଆଯାଏ।ଏହାପରେ ପୂଜାପଣ୍ଡା କାମଦେବଙ୍କୁ ବିସର୍ଜନ କରନ୍ତି।ମୁହଁରେ ବାଘମୁଖା ବାନ୍ଧି ଆଗେ ଆଗେ ଦୟଣା ଗଛ ଓ ପଛରେ ଦିଅଁମାନେ ପଟୁଆରରେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରନ୍ତି।
ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ଅନ୍ୟତମ, ଚୈତ୍ର ମାସର ଶୁକ୍ଳତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଥିବା ଦୟଣା ଚୋରି ନୀତି l ଏହା ଦମନକ ତ୍ରୟୋଦଶୀ,ଦମନକଭଞ୍ଜିକା ନୀତି ତଥା ଅନଙ୍ଗ ତ୍ରୟୋଦଶୀ ନାମରେ ମଧ୍ୟ ବିଦିତ l ଯୁଗେ ଯୁଗେ ମହାପ୍ରଭୁ ତ ଚୋରୀ କରି ମହା ଚୋୖର ନାମରେ ବିଖ୍ୟାତ ହୋଇଛନ୍ତି l କେତେବେଳେ ତାହା ବସ୍ତ୍ର ଚୋରି ତ କେତେବେଳେ ତାହା ପଣସ, ଲବଣୀ, କ୍ଷୀରା ଆଉ ପାପ ଚୋରି,ଶ୍ରୀକ୍ଷେତ୍ରରେ ଥାଇ ସେ ପୁଣି ସେହି କର୍ମ ନ କରନ୍ତେ ବା କିପରି,ଏଠାରେ ସେ ଲୀଳା କଲେ ଦୟଣା ଚୋରି l ତାଙ୍କର ସେହି ଲୀଳାକୁ ନେଇ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ ଦୟଣା ଚୋରି ନୀତି l ଦୟଣା ମହାପ୍ରଭୁଙ୍କ ଅତି ପ୍ରୀୟ l



ଚୈତ୍ରମାସ – ଶୁକ୍ଳପକ୍ଷ – ତିଥି-ଚତୁର୍ଦ୍ଦଶୀ
ଶ୍ରୀମନ୍ଦିରରେ ଦୟଣା ବେଢ଼ା ଓଲାଗି, ମାୟାମୃଗ ପ୍ରସ୍ତାବ , ସୀତା ଚୋରୀ
ଦମନକ ଚତୁର୍ଦ୍ଦଶୀ
ଚୈତ୍ରମାସ – ଶୁକ୍ଳପକ୍ଷ- ପୂର୍ଣ୍ଣିମା
ବୈଶାଖ୍ୟ ମାସ – କୃର୍ଷ୍ଣପକ୍ଷ-ପ୍ରତିପଦ
ଶ୍ରୀ ମନ୍ଦିର ରେ ଲଙ୍କାପୋଡ଼ି ପ୍ରସ୍ତାବ
ବୈଶାଖ୍ୟ ମାସ – କୃର୍ଷ୍ଣପକ୍ଷ–ଦ୍ୱିତୀୟା
ଶ୍ରୀ ମନ୍ଦିର ରେ ସେତୁବନ୍ଧ ପ୍ରସ୍ତାବ
ବୈଶାଖ୍ୟ ମାସ – କୃର୍ଷ୍ଣପକ୍ଷ- ତୃତୀୟା
ଶ୍ରୀ ମନ୍ଦିର ରେ ରାବଣବଧ ପ୍ରସ୍ତାବ
ବୈଶାଖ୍ୟ ମାସ – ଶୁକ୍ଳପକ୍ଷ – ତୃତୀୟା
ଅକ୍ଷୟ ତୃତୀୟା,ଚନ୍ଦନ ଯାତ୍ରା ଆରମ୍ଭ,ରୋହିଣୀ ବୃଷ ନକ୍ଷତ୍ର,ରଥ ଅନୁକୂଳ
ଚନ୍ଦନ ଯାତ୍ରା -୨:-
ଚନ୍ଦନ ଯାତ୍ରା – ୩ :-
ଚନ୍ଦନ ଯାତ୍ରା – ୪ :-
ଚନ୍ଦନ ଯାତ୍ରା – ୫ :-
ନୀଳାଦ୍ରି ମୋହଦୟାଷ୍ଟମୀ
ଚନ୍ଦନ ଯାତ୍ରା – 6 :-
ଚନ୍ଦନ ଯାତ୍ରା -7 :-
ଚନ୍ଦନ ଯାତ୍ରା – 8:-
-: ll ମୋହିନୀ ଏକାଦଶୀ ll :-
ବୈଶାଖ ମାସ ଶୁକ୍ଳ ପକ୍ଷ ଏକାଦଶୀ କୁ ମୋହିନୀ ଏକାଦଶୀ ଭାବେ ପାଳନ କରାଯାଏ। ମୋହିନୀ ଏକାଦଶୀ ସମସ୍ତ ଏକାଦଶୀ ମଧ୍ୟରେ ସ୍ୱତନ୍ତ୍ର ବିବେଚନା କରାଯାଏ। କାରଣ ପୌରାଣିକ ଉପାଖ୍ୟାନ ଅନୁଯାୟୀ ଏହି ଦିନ ଭଗବାନ ବିଷ୍ଣୁ ଦେବତାମାନଙ୍କୁ ଅମୃତ ପିଇବା ପାଇଁ ମୋହିନୀ ରୂପ ଧାରଣ କରିଥିଲେ।
